ପିଆଜ ଟ୍ରକରେ ଗଞ୍ଜେଇ ଚାଲାଣ

ଲମତାପୁଟ/ଜୟପୁର ,୧୪ା୬ (ଡି.ଏନ.ଏ )- କୋରାପୁଟ ଜିଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଲମତାପୁଟ ଫାଣ୍ଡି ପକ୍ଷରୁ ରବିବାର ପୂର୍ବାହ୍ନରେ ପାଟ୍ରୋଲିଂ ବେଳେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ଏକ ମିନି ଟ୍ରକ (କେଏଲ ୪୬ ଆର-୩୦୯୫)କୁ ଜବତ କରାଯାଇଛି। ଏଥିରେ ପିଆଜ ବୋଝେଇ ହୋଇ ଜଲାପୁଟରୁ ଲମତାପୁଟ ଆସୁଥିଲା। ଶଗର ଗ୍ରାମ ଛକଠାରେ ପାଟ୍ରୋଲିଂ କରୁଥିବା ପୋଲିସର ସନ୍ଦେହ ହେବାରୁ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ମିନି ଟ୍ରକରୁ ୨୦ଟି ପଲିଥିନ ବସ୍ତାରେ ରଖାଯାଇଥିବା ଗଞ୍ଜେଇ ଜବତ କରାଯାଇଥିଲା ବୋଲି ଫାଣ୍ଡି ଅଧିକାରୀ ମନୁଆ ବିଡିକା କହିଛନ୍ତି। ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି। ଉକ୍ତ ଗଞ୍ଜେଇକୁ ସେମିଳିଗୁଡା ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଥିଲା। ଖବର ଲେଖା ହେବା ସୁଦ୍ଧା ଜବତ ଗଞ୍ଜେଇ ଓଜନ ହୋଇ ନ ଥିବାରୁ ଏହାର ପରିମାଣ ଜଣାପଡି ନ ଥିବା ପୋଲିସ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

କୋଲାବ ନଦୀରେ ଭାସିଗଲେ ଶିକ୍ଷକ, ମାଛ ଧରୁଥିବା ବେଳେ…

କୋରାପୁଟ, ୨୪ା୯ (ଅମିତାଭ ବେହେରା): କୋଲାବ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଶିକ୍ଷକ ନିଖୋଜ ହୋଇଛନ୍ତି । ନିଖୋଜ ଶିକ୍ଷକ ହେଲେ ବନ୍ଦଗୁଡ଼ା ଅଞ୍ଚଳର ଭୀମଧର…

ବାତ୍ୟା ଅର୍ଣ୍ଣବ ପ୍ରଭାବ: ପରିସ୍ଥିତିର ସମୀକ୍ଷା କରିବେ ବିଧାୟକ

କୋରାପୁଟ, ୨୪।୯ (ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କୋରାପୁଟ ଜିଲାରେ ଜାରି ରହିଛି ବର୍ଷା। ବୁଧବାର ସକାଳ ୮ଟାରୁ ଗୁରୁବାର ସକାଳ ୮ଟା ପର୍ଯ୍ୟନ୍ତ ୨୪…

ଓଡ଼ିଆରେ ପ୍ରେସକ୍ରିପସନ ଲେଖି ଚର୍ଚ୍ଚାରେ ଡାକ୍ତର ଶିବ ପ୍ରସାଦ, ସୋସିଆଲ ମିଡିଆରେ ପ୍ରଶଂସା

କୁନ୍ଦୁରା/କୋରାପୁଟ,୨୩।୯(ସନ୍ତୋଷ ପ୍ରହରାଜ/ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ସଦର ମହକୁମାରେ ଜନ୍ମ ଗ୍ରହଣ କରିଥିବା ଡାକ୍ତର ଶିବ ପ୍ରସାଦ ସେନାପତି ଓଡ଼ିଆରେ ପ୍ରେସକ୍ରିପସନ ଲେଖି ଚର୍ଚ୍ଚାକୁ…

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?