ଆମ ଜିଲା ଖବର

ନିଜ ହାତ ପାପୁଲି କାଟିଦେଲେ ଯୁବକ

ଦିଗପହଣ୍ଡି,୨୩ା୫(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ବି. ତୁରୁବୁଡି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ପି. ସମେଶ୍ୱର ନାମକ ଜଣେ ଯୁବକ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ବାମହାତ ପାପୁଲିକୁ କାତିରେ କାଟି ଗୁରୁତର ହୋଇଛନ୍ତି। ପରିବାର ଲୋକେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।…

ନବବଧୂଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଭଞ୍ଜନଗର,୨୩।୫(ଡି.ଏନ.ଏ.)- ଭଞ୍ଜନଗର ସହର ପୁରୁଣା ପରିବା ମାର୍କେଟ ଗଳିରେ ରହୁଥିବା ଜଣେ ନବବିବାହିତାଙ୍କ ମୃତଦେହ ଗୁରୁବାର ପୋଲିସ ଉଦ୍ଧାର କରିଥିଲା। ସେ ହେଲେ ବଡକୋଦଣ୍ଡାର ମାମାଲି ପ୍ରଧାନ। ଶଶୁର ଘର ଲୋକେ ତାଙ୍କୁ ହତ୍ୟା କରିଥିବା ମାମାଲିଙ୍କ ବାପଘର ଲୋକେ ଶୁକ୍ରବାର…

ପଶ୍ଚିମବଙ୍ଗରେ ଜଳବନ୍ଦୀ ଗଞ୍ଜାମର ୫୦ ପରିବାର, ଉଦ୍ଧାର ପାଇଁ ନିବେଦନ

ଛତ୍ରପୁର,୨୩ା୫(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ଯୋଗୁ ପଶ୍ଚିମବଙ୍ଗର ହାୱଡା ଜିଲା ଘୁଷରି ଅଞ୍ଚଳ ନସ୍କପତା ବସ୍ତିରେ ଗଞ୍ଜାମ ଜିଲାର ୫୦ ପରିବାର ଝୁମ୍ପୁଡି ମଧ୍ୟରେ ରହି ଆସୁଥିଲେ। ସେମାନେ ବୁଗୁଡା, ପୋଲସରା, ନିମପଦର, ଆସିକା, ସୋରଡା ଆଦି ଅଞ୍ଚଳର। କାମ କରୁଥିବା ଝୋଟ ମିଲ୍‌…

ସାମାଜିକ ଦୂରତ୍ୱ ମାନୁ ନାହାନ୍ତି ଗ୍ରାହକ

କେନ୍ଦୁଝର/ଚମ୍ପୁଆ, ୨୩ା୫(ଡି.ଏନ୍‌.ଏ.)-କରୋନା ସଂକ୍ରମଣର ପ୍ରତିରୋଧ ପାଇଁ ଦେଶକୁ ଲକ୍‌ଡାଉନ୍‌ କରିବା ସହ ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଦୋକାନରୁ କିଛି ସାମଗ୍ରୀ କିଣିଲେ ଗ୍ରାହକମାନେ ସେମାନଙ୍କର ନାମ, ଠିକଣା ଓ ଫୋନ ନମ୍ବର ଲେଖିବା…

ଗାଡ଼ି ପାସରେ ଜାଲିଆତି: ୩ ଗିରଫ

କେନ୍ଦୁଝର, ୨୩।୫( ସ୍ବ.ପ୍ର.)-କେନ୍ଦୁଝରରେ ଜାଲ ଗାଡି ପାସ ଓ କ୍ୱାରାଣ୍ଟାଇନ ପାସ ପ୍ରସ୍ତୁତ କରି ଲୋକଙ୍କୁ ଠକିବା ଅଭିଯୋଗରେ ଟାଉନ ଥାନା ପୋଲିସ ଶୁକ୍ରବାର ଜଣେ ଜେରକ୍ସ ଦୋକାନୀ ସମେତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ…

୧୦ ଦିନରେ ଚେନ୍ନାଇରୁ ମୟୂରଭଞ୍ଜ

ବିଶୋଇ,୨୩ା୫(ଡି.ଏନ୍‌.ଏ.)-କରୋନା ଯୋଗୁ ବର୍ତ୍ତମାନ ସାରା ଦେଶରେ ଲକ୍‌ଡାଉନ ପରିସ୍ଥିତି ଜାରି ହୋଇଥିବାବେଳେ ଏଥିରେ ନିଜର ପରିବାର ପୋଷଣ ନିମନ୍ତେ ବାହାର ରାଜ୍ୟକୁ ଯାଇଥିବା ପ୍ରବାସୀ ଓଡିଆଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଲକ୍‌ଡାଉନ କାରଣରୁ ବାହାର ରାଜ୍ୟର ଅଧିକାଂଶ ଘରୋଇ…

ପୋଖରୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ବାଲେଶ୍ୱର ଅଫିସ,୨୩।୫- ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଗଣେଶ୍ୱରପୁର ଅଞ୍ଚଳର ଜଣେ ଯୁବକ ଶୁକ୍ରବାର ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଲେ ନାମସ ଲେଙ୍କା। ପୂର୍ବାହ୍ନ ୧୧ଟା ସମୟରେ ନିକଟସ୍ଥ ଗ୍ରାମ ଅଚ୍ଚ୍ୟୁତପୁର ବାଲିଆ ପୋଖରୀକୁ ଗାଧୋଇବା ପାଇଁ ଦୁଇଜଣ…

ସରପଞ୍ଚଙ୍କ ନିଷ୍ପତ୍ତିକୁ ମାନିଲାନି ପ୍ରଶାସନ: ଜିଲାପାଳ କ୍ଷମତା ଫେରାଇନେବାକୁ କହିଲେ ସରପଞ୍ଚ

ଟିକିରି,୨୨ା୫:ପ୍ରତ୍ୟେକ ପଞ୍ଚାୟତରେ କରୋନା ସଂକ୍ରମଣକୁ ରୋକିବା ଏବଂ ସରପଞ୍ଚମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ସରପଞ୍ଚଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ଏହି କ୍ଷମତାର ଉପଯୋଗକରି ଅନେକ ସରପଞ୍ଚ ଚର୍ଚ୍ଚାର ପରିସରକୁ ମଧ୍ୟ ଆସିଛନ୍ତି। ତେବେ ରାୟଗଡ଼ା ଜିଲା…

ଯାଜପୁରରେ ସୁସ୍ଥ ହେଲେ ୮

ଯାଜପୁର ଅଫିସ,୨୨।୫-ଯାଜପୁର ଜିଲାରେ ଶୁକ୍ରବାର ୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରସୁଲପୁର ବ୍ଲକର ମଙ୍ଗଳରାଜପୁର ଗ୍ରାମର ୪୨ ବର୍ଷୀୟ ବ୍ୟକ୍ତି ଥିବା ବେଳେ ସଦାନନ୍ଦପୁରର ୫୨ ବର୍ଷୀୟ ବ୍ୟକ୍ତି, ଦେଉଳୀ ଗ୍ରାମର ୫୩ ବର୍ଷୀୟ ବ୍ୟକ୍ତି, ବରୀ…

ଗଛ ମୂଳରେ ସାବିତ୍ରୀ ବ୍ରତ

କେନ୍ଦୁଝର, ୨୨ା୫(ଡି.ଏନ୍‌.ଏ.)-କେନ୍ଦୁଝର ସହର ଓ ଆଖପାଖ ଅଞ୍ଚଳରେ ପାରମ୍ପରିକ ଶାସ୍ତ୍ରମତେ ସାବିତ୍ରୀ ବ୍ରତ ପାଳିତ ହୋଇଯାଇଛି। ସଧବା ମହିଳାମାନେ ନିଜ ସ୍ବାମୀଙ୍କର ଦୀର୍ଘାୟୁ କାମନା କରି ଏହି ବ୍ରତ କରିଥିବାବେଳେ ଏହା ପଛରେ ଥିବା ପୌରାଣିକ ଆଖ୍ୟାନକୁ ସ୍ମରଣ କରି ସାବିତ୍ରୀ…

୨୦ ପ୍ରବାସୀଙ୍କୁ ସ୍ବତନ୍ତ୍ର ଗାଡ଼ିରେ ପଠାଇଲା ପୋଲିସ

କେନ୍ଦୁଝର,୨୨ା୫(ଡି.ଏନ୍‌.ଏ.)-କେନ୍ଦୁଝର ସହର ମଧ୍ୟ ଦେଇ ଚାଲି ଚାଲି ଯାଉଥିବା ୨୦ ପ୍ରବାସୀଙ୍କୁ ପୋଲିସ ସ୍ବତନ୍ତ୍ର ଗାଡ଼ି ଯୋଗେ ସେମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରିଛି। ମୁମ୍ବାଇରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲି ଥିବାରୁ ଏବଂ ଲକ୍‌ଡାଉନ୍‌ରେ ଦୋକାନ, ବଜାର ବନ୍ଦ…

ଶୁଖୁଆ ହାଟ ପଡିଆରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଗଞ୍ଜାମ,୨୨ା୫(ଡି.ଏନ୍‌.ଏ.)- ଗଞ୍ଜାମ ବ୍ଲକ ହୁମ୍ମା ଶୁଖୁଆ ହାଟ ପଡ଼ିଆରୁ ଶୁକ୍ରବାର ଅପରାହ୍ନରେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଶିଶୁପୁତ୍ର ପଡ଼ିଥିବା ଦେଖି ଅଞ୍ଚଳର କେତେଜଣ ଯୁବକ ପାଖକୁ ଯାଇ ବଞ୍ଚଥିବା ଦେଖିଥିଲେ। ପରେ ତାଙ୍କୁ ଉଦ୍ଧାର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?