ଆମ ଜିଲା ଖବର

ଟ୍ରେନ୍‌ରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ରୂପ୍‌ସା, ୩ା୧(ଡି.ଏନ୍‌.ଏ.): ଜିଆର୍‌ପି ପୋଲିସ ବାଲେଶ୍ୱର ରେଳଷ୍ଟେଶନରେ ଶୁକ୍ରବାର ଡାଉନ୍‌ ହାଓ୍ବଡ଼ା-ଯଶବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ୍‌ରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ବୟସ ୬୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତାଙ୍କ ପରିଚୟ ମିଳିପାରିନାହିଁ। ଟ୍ରେନ୍‌ ଶୌଚାଳୟ...

ବଳାତ୍କାର ମାମଲା: ଅଭିଯୁକ୍ତ ବଳଙ୍ଗା ଥାନା ଏଏସ୍‌ଆଇ ଗିରଫ

ପୁରୀ ଅଫିସ, ୩ା୧: ପୁରୀ ଜିଲା ବଳଙ୍ଗା ଥାନାର ଏଏସ୍‌ଆଇ ଚିତ୍ତରଞ୍ଜନ ଦାଶଙ୍କ ନାମରେ ଜଣେ ବିବାହିତା ମହିଳା ଗୁରୁବାର ବଳାତ୍କାର ଅଭିଯୋଗ ଆଣିଥିଲେ। ଏ ନେଇ ସେ ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ।...

ରାସ୍ତାକଡ଼କୁ ଓଲଟିଲା ସ୍କୁଲ ବସ୍‌

ବାସୁଦେବପୁର,୩।୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଜଗନ୍ନାଥପୁର-ବାଲିଛନ୍ଦା ଘାଟ ରାସ୍ତା କଣ୍ଟିଆ ନାଳୀପୋଲ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଏକ ସ୍କୁଲ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଏହି ବସ୍‌ରେ ବାସୁଦେବପୁର ଅଞ୍ଚଳର...

୩୮ ଗ୍ରାମ୍‌ ବ୍ରାଉନ ସୁଗାର ଜବତ: ୨ ଗିରଫ

ଜଗତ୍‌ସିଂହପୁର ଅଫିସ,୩।୧: ଜଗତ୍‌ସିଂହପୁର ଜିଲା ଅବକାରୀ ବିଭାଗ, ଜଗତ୍‌ସିଂହପୁର ଥାନା ଅବକାରୀ ବିଭାଗ ଓ ସ୍ପେସିଆଲ ଫ୍ଲାଇଂ ସ୍କ୍ବାଡ୍‌ ମିଳିତ ସହଯୋଗରେ ସ୍ଥାନୀୟ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶୁକ୍ରବାର ମିଳିତ ଚଢ଼ାଉ ହୋଇଛି। ଏହି ଚଢ଼ାଉରେ ପୋଲିସ ୩୮...

ଜିଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା: ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଏମ୍‌ପି

କେନ୍ଦୁଝର,୩।୧(ସ୍ବ.ପ୍ର.): କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ ନବବର୍ଷ ଅବସରରେ ଶୁକ୍ରବାର ଜିଲାର ବହୁ ସମସ୍ୟା ଉପରେ ସ୍ଥାନୀୟ ବିଭିନ୍ନ ଗଣମାଧ୍ୟମର ଖବରଦାତା ସମ୍ମିଳନୀରେ ଆଲୋଚନା କରିଛନ୍ତି। ସେ ଜିଲାର ବିଭିନ୍ନ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ପାଖରେ କରିଥିବା ଦାବି...

ଦାରିଙ୍ଗବାଡ଼ିରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା

ଦାରିଙ୍ଗବାଡ଼ି,୩।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ ଦୁଇଦିନ ହେଲା କୋହଲା ପାଗ ସାଙ୍ଗକୁ ଶୀତ ଲାଗି ରହିଛି। ଶୁକ୍ରବାର ଦିନ ତମାମ୍‌ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ଲାଗି ରହିଛି। ସେପଟେ ଦିନରେ...

ଭଦ୍ରକରେ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ଘଟଣା, ମୃତକଙ୍କ ପରିବାରକୁ ଦିଆଯିବ ୨ଲକ୍ଷ: ବିଧାୟକ

ଭଦ୍ରକ ଅଫିସ,୩।୧: ଭଦ୍ରକ ଜିଲା ୧୬ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଶୁକ୍ରବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଏକ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କାହୋଇ ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୮ଜଣ ଗୁରୁତର ହୋଇଥିଲେ। ତେବେ...

ଖୋର୍ଦ୍ଧାରେ ଡାକ୍ତର, ଔଷଧ ଦୋକାନୀଙ୍କୁ ଗୁଳିମାଡ଼ ଘଟଣା: ଅଭିଯୁକ୍ତଙ୍କ ଫଟୋ ସ୍କେଚ୍‌ ଜାରି

ଖୋର୍ଦ୍ଧା ଅଫିସ,୩।୧: ଖୋର୍ଦ୍ଧାରେ ଘରୋଇ କ୍ଲିନିକ୍‌ର ଡାକ୍ତର ଓ ଔଷଧ ଦୋକାନୀଙ୍କୁ ଗୁଳିମାଡ଼ ଘଟଣାର ୧୯ ଦିନ ପରେ ପୋଲିସ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ଫଟୋ ସ୍କେଚ୍‌ ଜାରି କରିଛି। ସୂଚନାଯୋଗ୍ୟ, ଗତ ଡିସେମ୍ବର ୧୫ ତାରିଖ ସନ୍ଧ୍ୟାରେ ଡାକ୍ତର ମାନସ...

୫ରୁ ଶ୍ରୀକ୍ଷେତ୍ର ପୁସ୍ତକ ମେଳା

ପୁରୀ ଅଫିସ,୩।୧: ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ଆନୁକୂଲ୍ୟରେ ଜାନୁୟାରୀ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ୨୬ତମ ପୁସ୍ତକ ମେଳା ଆୟୋଜିତ ହେବ। ୧୦ ଦିନ ବ୍ୟାପୀ ହେବାକୁ ଥିବା ଏହି ପୁସ୍ତକ ମେଳା ଶରଧାବାଲିଠାରେ ଅନୁଷ୍ଠିତ ହେବ ।...

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ଘଟଣା: କ୍ଷତିପୂରଣ ଦାବିରେ ମୃତଦେହ ରଖି ଆନ୍ଦୋଳନ

ଭଦ୍ରକ ଅଫିସ,୩।୧: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଶୁକ୍ରବାର ଭୋର୍‌ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ବସ-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୮ଜଣ ଗୁରୁତର ହୋଇଛନ୍ତି।...

ଯୁବ ବ୍ୟବସାୟୀ ହତ୍ୟା ଘଟଣା: ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ଘେରାଉ

ତିହିଡ଼ି,୩।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଜାମଯୋଡ଼ି ପଞ୍ଚାୟତ ଅଧୀନ ଅମୃତପୁର ଗ୍ରାମର ରତ୍ନାକର ଖୁଣ୍ଟିଆ ନାମକ ଜଣେ ଯୁବ ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଶୁକ୍ରବାର ପୂର୍ବାହ୍ନରେ ଗ୍ରାମବାସୀ ତିହିଡ଼ି ଥାନା ଘେରାଉ କରିଛନ୍ତି।...

ମାଛକାନ୍ଦଣାରେ ପର୍ଯ୍ୟଟକଙ୍କ ଭିଡ଼

ରାଇସୁଆଁ,୩।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଭାଟୁଣିଆଁ ଗ୍ରାମ ନିକଟରେ ବହିଯାଇଛି ମାଛକାନ୍ଦଣା ନଦୀ। ଏହାର ପଥୁରିଆ ତଥା ମନଲୋଭା ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ। କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ଭାଟୁଣିଆରେ ଏହା ଅବସ୍ଥିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri