୩୮ ଗ୍ରାମ୍‌ ବ୍ରାଉନ ସୁଗାର ଜବତ: ୨ ଗିରଫ

ଜଗତ୍‌ସିଂହପୁର ଅଫିସ,୩।୧: ଜଗତ୍‌ସିଂହପୁର ଜିଲା ଅବକାରୀ ବିଭାଗ, ଜଗତ୍‌ସିଂହପୁର ଥାନା ଅବକାରୀ ବିଭାଗ ଓ ସ୍ପେସିଆଲ ଫ୍ଲାଇଂ ସ୍କ୍ବାଡ୍‌ ମିଳିତ ସହଯୋଗରେ ସ୍ଥାନୀୟ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶୁକ୍ରବାର ମିଳିତ ଚଢ଼ାଉ ହୋଇଛି। ଏହି ଚଢ଼ାଉରେ ପୋଲିସ ୩୮ ଗ୍ରାମ୍‌ ବ୍ରାଉନ ସୁଗାର ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଲେଜ ଛକ ଅଞ୍ଚଳର ରବୀନ୍ଦ୍ରନାଥ ଭୋଇ ଓ ମାର୍କଣ୍ଡପୁର ଅଞ୍ଚଳର ଦୀପକ ଦାସ। ରବୀନ୍ଦ୍ରଙ୍କଠାରୁ ୧୭ ଗ୍ରାମ୍‌ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ଦୀପକଙ୍କ ଠାରୁ ୨୧ ଗ୍ରାମ୍‌ ବ୍ରାଉନ ସୁଗାର ଜବତ କରାଯାଇଛି। ଦୀପକଙ୍କଠାରୁ ଗତ ୨୦ ଦିନ ତଳେ ୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହେବା ସହ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ସେ ୫ଦିନ ତଳେ ଜାମିନରେ ଆସି ପୁଣି ଏହି ବେପାର କରୁଥିଲେ। ତେବେ ଏହି ୩୮ ଗ୍ରାମ୍‌ ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ରତିକାନ୍ତ ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଶେଷ ହୋଇଯିବ ଯୁଦ୍ଧ! ଇରାନ ଆମେରିକାକୁ ପଠାଇଲା ଏଭଳି ଏକ ଜିନିଷ, ଦେଖିଲେ କ’ଣ ରାଜି ହୋଇଯିବେ ଟ୍ରମ୍ପ?

ନୂଆଦିଲ୍ଲୀ,୧୮।୫: ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଇରାନ ଆମେରିକା ସହିତ ଏକ ସଂଶୋଧିତ ଶାନ୍ତି ପ୍ରସ୍ତାବ ଶେୟାର କରିଛି। ସୋମବାର ଏକ ପାକିସ୍ତାନୀ…

ପେଟ୍ରୋଲ ପମ୍ପ ଉପରେ ଅଚାନକ ଚଢାଉ କଲେ ଜିଲାପାଳ, ଏସପି: କହିଲେ ଜିଲାରେ ଆହୁରି ଏତେ ଲିଟର ତେଲ ଗଚ୍ଛିତ

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବାର ଅଭିଯୋଗ ଆସିଛି। ଯାହାକୁ ନେଇ ସୋମବାର ଜିଲାପାଳ ପାୱାର ସଚିନ ପ୍ରକାଶ,ଏସପି ନାଗରାଜ ଦେବରକୋଣ୍ଡା…

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ତହସିଲଦାର: ୩ ବର୍ଷ ସଶ୍ରମ କାରାଦଣ୍ଡ ସହ…

ଗୁଣପୁର,୧୮।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁରର ପୂର୍ବତନ ଅବସରପ୍ରାପ୍ତ ତହସିଲଦାର ଖୀରାବ୍ଦି ବେହେରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି l ତାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା…

ମୃତ୍ୟୁର ୯ ଦିନ ପରେ ମାଟି ତଳୁ ଖୋଳି ବାହାର କରାଗଲା ଅଢ଼େଇ ବର୍ଷର ଶିଶୁର ଶବ, କାରଣ ଜାଣିଲେ ହୋଇଯିବେ ତାଜୁବ

ଧର୍ମଶାଳା,୧୮।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନୋସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବକୁ ମିଳିଛି । ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ ହେବାର…

କୋର୍ଟଙ୍କ ଦ୍ୱାରସ୍ତ ହେଲେ ଭିନେଶ

ନୂଆଦିଲ୍ଲୀ,୧୮ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସହିତ ଚାଲିଥିବା ବିବାଦ ମଧ୍ୟରେ ଜାତୀୟ ରେସଲିଂ ଚୟନ ପ୍ରକ୍ରିୟାରୁ ବାଦ୍‌ ଦିଆଯିବାକୁ ନେଇ ଭାରତୀୟ ରେସଲର ଭିନେଶ…

ନାବାଳିକାଙ୍କୁ ଅସଦାଚରଣ: କୋର୍ଟଙ୍କ ଆସିଲା ବଡ଼ ରାୟ

ବ୍ରହ୍ମପୁର,୧୮ା୫(ସୁବାସ ଚନ୍ଦ୍ର ପାଢ଼ୀ): ୨୦୧୮ରେ ସୋରଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ହୋଇଥିବା ଅସଦାଚରଣ ମାମଲାର ଶୁଣାଣି ହୋଇଛି। ଫାଷ୍ଟଟ୍ରାକ ପୋକ୍‌ସୋ କୋର୍ଟ ଜଜ୍‌ ରୋହିତ ଲାଲ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ କୀର୍ତ୍ତିମାନ: IPL ଇତିହାସରେ କେହି ଏମିତି ରେକର୍ଡ ହାସଲ କରିପାରିନାହାନ୍ତି

ନୂଆଦିଲ୍ଲୀ,୧୮।୫: ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଛୋଟ IPL କ୍ୟାରିୟର ମଧ୍ୟରେ ଅନେକ ରେକର୍ଡ ସ୍ଥାପନ କରିସାରିଛନ୍ତି। ତାଙ୍କ କ୍ୟାରିୟରରେ ସୂର୍ଯ୍ୟବଂଶୀ ଚୌକା ଅପେକ୍ଷା ଅଧିକ ଛକା ମାରିଛନ୍ତି।…

ଅନ୍ତେବାସୀଙ୍କୁ ଘର କାମରେ ଲଗାଇବା ପଡ଼ିଲା ମହଙ୍ଗା

ଚକାପାଦ,୧୮ା୫(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ର ବପଲମେଣ୍ଡି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମେଟ୍ରୋନ ସୁଜାତା ସାହୁଙ୍କୁ ଜିଲାପାଳ ବେଦଭୂଷଣ ତୁମୁଡ଼ିବନ୍ଧ ରାଙ୍ଗାପାରୁ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri