ମକର ସଂକ୍ରାନ୍ତି: ମା’ ତାରା ତାରିଣୀ ପୀଠରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ
ପୁରୁଷୋତ୍ତମପୁର,୧୫।୧(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ପୀଠରେ ବୁଧବାର ମକର ସଂକ୍ରାନ୍ତି ଅବସରେ ମା’ଙ୍କ ଦର୍ଶନ ଲାଗି ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ବିଧି ଅନୁଯାୟୀ, ଭୋର ୫ଟା ୩୦...
ଚାଷଜମିରେ ମାଟି ଦବି ବିରାଟ ଗର୍ତ୍ତ: ଲୋକେ ଆତଙ୍କିତ
ତାଳଚେର,୧୫।୧(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ପୌରପରିଷଦ ୧୮ନଂ. ୱାର୍ଡ ଦେଉଳବେଡ଼ା ତେଲିସାହି ଅକ୍ଷୟ କୁମାର ସାହୁଙ୍କ ଚାଷଜମିରେ ମାଟି ଦବି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ୨୦ଫୁଟ ଗୋଲେଇ ୧୦/୧୫ ଫୁଟ ଗଭୀରରେ ଏହି ଗର୍ତ୍ତ ହୋଇଥିବା...
ନିତ୍ୟାନନ୍ଦ ଆଶ୍ରମରେ ମକର ସଂକ୍ରାନ୍ତି: ଗୀତାଯଜ୍ଞ, ପ୍ରବଚନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼
ବିଜେପୁର,୧୫।୧(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ସହର ଉପକଣ୍ଠ ଗୋପଟିକ୍ରା ନିତ୍ୟାନନ୍ଦ ଆଶ୍ରମରେ ଚାଲିଥିବା ପଞ୍ଚ ଦିବସୀୟ ମକର ସଂକ୍ରାନ୍ତି ମହୋତ୍ସବର ବୁଧବାର ଅନ୍ତିମ ଦିବସରେ ଗୀତା ମହାଯଜ୍ଞ ଓ ପ୍ରବଚନ ଅନୁଷ୍ଠିତ ହୋଇଯାଇଛି। ଭୋରରୁ ଆଶ୍ରମରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ନୀତିକାନ୍ତି...
ଟ୍ରେନ୍ ଆଗକୁ ଡେଇଁ ରେଳ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ
ରାଉରକେଲା ଅଫିସ,୧୫।୧: ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ରେଳ ଷ୍ଟେଶନରେ ଜଣେ ରେଳ କର୍ମଚାରୀ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଟ୍ରେନ୍ରେ ତାଙ୍କର ଗୋଟିଏ ଗୋଡ଼ କଟିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ...
ଦେଢ଼କିଲୋ ଗଞ୍ଜେଇ ଜବତ: ଜଣେ ଗିରଫ
ବାସୁଦେବପୁର,୧୫।୧(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ପୋଲିସ ମଙ୍ଗଳବାର ନୂଆ ଜଗନ୍ନାଥ ଛକରୁ ଦେଢ଼ କିଲୋ ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଅଟକ ରଖିଥିଲା। ସେ ହେଲେ ଜଗନ୍ନାଥ ଗ୍ରାମର ଦାମୋଦର ବେହେରା । ବୁଧବାର ପୋଲିସ...
ମକର ସଂକ୍ରାନ୍ତି: ଶ୍ରୀମନ୍ଦିରରେ ପ୍ରବଳ ଭିଡ
ପୁରୀ ଅଫିସ, ୧୫।୧: ବୁଧବାର ପବିତ୍ର ମକର ସଂକ୍ରାନ୍ତି। ଶ୍ରୀ ମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ମକର ନୀତି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ମହାପ୍ରଭୁଙ୍କ ମକର ବେଶ ପାଇଁ ବଡ ଓଡିଆ ମଠ...
ବାବା ଆଖଣ୍ଡଳମଣିଙ୍କୁ ମକର ପୋଡ଼ପିଠା ସମର୍ପଣ
ଆରଡ଼ି,୧୫।୧(ଡି.ଏନ୍.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ବୁଧବାର ମକର ସଂକ୍ରାନ୍ତି ଅବସରରେ ବାବା ଆଖଣ୍ଡଳମଣିଙ୍କୁ ପୋଡ଼ପିଠା ସମର୍ପଣ କରାଯାଇଛି । ଭୋର ୪ଟା ୩୦ମିନିଟ୍ରେ ମନ୍ଦିରରେ ପହଡ଼ ଖୋଲାଯିବା ପରେ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ପୂଜାବିଧି ସମ୍ପନ୍ନ...
ମକର ସଂକ୍ରାନ୍ତି: ଗଙ୍ଗାସାଗରରେ ବୁଡ଼ ପକାଇଲେ ଶଙ୍କରାଚାର୍ଯ୍ୟ
ଭୋଗରାଇ,୧୫।୧(ଡି.ଏନ୍.ଏ.): ପଶ୍ଚିମବଙ୍ଗ ସାଗରଦ୍ୱୀପର ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ମକର ସଂକ୍ରାନ୍ତି ଅବସରରେ ବୁଧବାର ସକାଳେ ପୁରୀ ଗୋବର୍ଦ୍ଧନ ପୀଠର ମଠାଧୀଶ ଜଗଦ୍ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଗଙ୍ଗାସାଗରରେ ବୁଡ଼ ପକାଇଛନ୍ତି। ସେ ବୈଦିକରୀତିରେ ଗଙ୍ଗାମାତାଙ୍କୁ ପୂଜାର୍ଚ୍ଚନା କରିଥିଲେ। ପରେ...
ଅଜଣା ମୃତଦେହ ଉଦ୍ଧାର
ବଡ଼ସାହି,୧୫।୧(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଦେଉଳିଆ ରାସ୍ତାର ଭାଲୁବସାଠାରେ ଜନୈକ ବାଇକ ଚାଳକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳି ନ ଥିବାବେଳେ ଘଟଣାସ୍ଥଳରେ ବାଇକଟି ପଡିଛି। ପାରିପାଶର୍ବିକ ସ୍ଥିତିରୁ ଜଣାଯାଏ, ଭାଲୁବସାଠାରେ ଥିବା ବାଙ୍କ...
ଗଣପର୍ବ ମକର ପାଇଁ ଗାଁଠୁ ସହର ଚଳଚଞ୍ଚଳ
ଗଣପର୍ବ ମକର ପାଇଁ ଆଦିବାସୀ ବହୁଳ କେନ୍ଦୁଝର ଜିଲାର ଗାଁଠୁ ସହର ହୋଇଉଠିଛି ଚଳଚଞ୍ଚଳ। ଜିଲା ଓ ରାଜ୍ୟ ବାହାରେ କର୍ମକ୍ଷେତ୍ରରେ ରହୁଥିବା ଲୋକେ ଘରକୁ ଫେରିବାରେ ଲାଗିଛନ୍ତି। ଘର ଲିପାପୋଛା ହେବା ସାଙ୍ଗକୁ ନୂଆ ରଙ୍ଗ କରାଯାଇଛି। ସମସ୍ତେ...
ଆଜି ମକର: ନିଆରା ଗଣପର୍ବ
ସକଳ ଶକ୍ତିର ଆଧାର ସୂର୍ଯ୍ୟ। ସୂର୍ଯ୍ୟଦେବଙ୍କୁ ଆରାଧନାର ପବିତ୍ର ଦିନ ଭାବେ ବିବେଚିତ ମକର ସଂକ୍ରାନ୍ତି। ମୟୂରଭଞ୍ଜ ଜିଲାରେ ଏକ ନିଆରା ଢଙ୍ଗରେ ପାଳିତ ହୋଇଥାଏ ଏହି ଗଣପର୍ବ। ମକର ଦିନ କୁଡୁମୀ ସମ୍ପ୍ରଦାୟରେ ଲୋକେ କରିଥାନ୍ତି ଏକ ସ୍ବତନ୍ତ୍ର...
ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର
ନବରଙ୍ଗପୁର,୧୫-୧(ବି.ପ୍ର.):ନବରଙ୍ଗପୁର ଜିଲା ଗାଦବାଗୁଡା ସାହିରେ ରହୁଥିବା ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝି(୭୯)ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଛତିଶଗଡ ରାୟପୁରର ରାମକୃଷ୍ଣ କେୟାର ସେଣ୍ଟର ହସ୍ପିଟାଲରେ ରବିବାରଠାରୁ ସେ ଚିକିତ୍ସିତ ହେଉଛନ୍ତି। ହଦ୍ ଯନ୍ତ୍ରଣା ସହ ହିମୋଗ୍ଲୋବିନ ୬ ପ୍ରତିଶତ ରହିଛି।...
Archives


