ଆମ ଜିଲା ଖବର

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ: ଜଣେ କୋର୍ଟଚାଲାଣ

କୋରୁକୋଣ୍ଡା,୨୨।୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ଓରକେଲ ଥାନା ପୋଲିସ ୧୪୦ କେଜି ୩୫୦ ଗ୍ରାମ୍‌ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସେ ହେଲେ ମାଲକାନଗିରି ଥାନା ଅଧୀନସ୍ଥ ଏମ୍‌ଭି ୧୧୪ ଗ୍ରାମର ଭିମା ମଣ୍ଡଳ(୩୮)। ସୂଚନାଯୋଗ୍ୟ, ମଙ୍ଗଳବାର...

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ଜୀବନଗଲା

ପଦ୍ମପୁର,୨୨।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଅଧୀନ ଏକର ସାହି ଗ୍ରାମ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅର୍ଜୁନ ସେନାପତି (୭୫)। ମଙ୍ଗଳବାର ରାତିରେ ଅର୍ଜୁନ ଶୌଚହେବା ପାଇଁ ଯାଇ ଘରକୁ ଫେରି ନ ଥିଲେ।...

ସୋସୋ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ହାଟଡିହୀ,୨୨।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ ସରପଞ୍ଚ କାଞ୍ଚନ ନାୟକଙ୍କ ବିରୋଧରେ ୱାର୍ଡ ସଭ୍ୟାସଭ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ବୁଧବାର ୧୪ଟି ୱାର୍ଡ ମଧ୍ୟରୁ ୧୧ ସଭ୍ୟାସଭ୍ୟ ଏହି ଅନାସ୍ଥା ପ୍ରସ୍ତାବ ଆନନ୍ଦପୁର ଉପଜିଲାପାଳଙ୍କୁ ପ୍ରଦାନ...

ଖାଇବା ଭଲ ହୋଇ ନ ଥିବା କହି ଗାଳିଗୁଲଜ ସହ ମାରପିଟ: ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

କୋରୁକୋଣ୍ଡା,୨୨।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓରକେଲ ଥାନା ଅଧୀନ ଆପନମାଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ ନେଇ ସ୍ତ୍ରୀଙ୍କ ଛୁରାମାଡ଼ରେ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆନ୍ତୁରୁ ମୁଦୁଲି(୪୦)। ଘଟଣାରେ ପୋଲିସ ଅଭିଯୁକ୍ତ ସ୍ତ୍ରୀଙ୍କୁ ପୋଲିସ...

ପୁଞ୍ଜିଲାଲଙ୍କୁ ୪ ଦିନିଆ ଅନ୍ତରୀଣ ଜାମିନ ଦେଲେ ହାଇକୋର୍ଟ

କଟକ ଅଫିସ,୨୨।୧: ବଲାଙ୍ଗୀର ଜିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବୁଧବାର ଅନ୍ତରୀଣ ଜାମିନ ମିଳିଛି। ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ଲାଗି ହାଇକୋର୍ଟ ତାଙ୍କୁ ୪ ଦିନ ଜାମିନ...

ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା, ସ୍ବାମୀ ଗିରଫ

ରାସୋଳ,୨୨।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ରାସୋଳ ଥାନା କଲୋନୀ ସାହିରେ ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ଆରତୀ ସାହୁ(୧୭)। ରାସୋଳ ଥାନା ପୋଲିସ କାଟଖୁମ୍ପା ଗ୍ରାମର ଟିକିରା ପାହାଡ଼ ତଳୁ ବୁଧବାର...

କଟକରେ ବ୍ୟବସାୟୀଙ୍କଠାରୁ ଜାଲନୋଟ ଜବତ, ଜମା ପାଇଁ ବ୍ୟାଙ୍କ ନେଇଥିବା ବେଳେ ଧରାପଡ଼ିଲେ

କଟକ ଅଫିସ,୨୨।୧: ମର୍କତନଗର ଥାନା ପୋଲିସ ବୁଧବାର ଜଣେ ବ୍ୟବସାୟୀଙ୍କଠାରୁ ଜାଲ ନୋଟ ଜବତ କରିଛି। ବ୍ୟବସାୟୀ ଜଣକ ସେକ୍ଟର -୯ରେ ଥିବା ଏସ୍‌ବିଆଇ ଶାଖାରେ ୧ ଲକ୍ଷ ୬୦ହଜାର ଜମା ରଖିବା ଲାଗି ଆଣିଥିଲେ। ଏହି ସମୟରେ ବ୍ୟାଙ୍କ...

ଭାରସାମ୍ୟ ହରାଇ ମହିଳା ଶ୍ରମିକଙ୍କ ଉପରେ ମାଡ଼ିଗଲା କାର୍‌, ୫ ମୃତ

ସୁନ୍ଦରଗଡ଼,୨୨।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରମାବାହାଲ ବସଷ୍ଟାଣ୍ଡ ନିକଟ ବିଜୁ ଏକ୍ସପ୍ରେସ୍‌ ଓ୍ବେରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାଜଗାଙ୍ଗପୁରରୁ ରାଉରକେଲା ପଟକୁ ଯାଉଥିବା ଏକ କାର କୌଣସି କାରଣରୁ ଭାରସାମ୍ୟ ହରାଇ ଡିଭାଇଡର ଟପି ରାସ୍ତାର ଅପରପାର୍ଶ୍ୱରେ...

ଜୟପୁରରେ ଭାଜପାର ସିଏଏକୁ ସମର୍ଥନ ରାଲି: ଯୋଗ ଦେଲେ ରୂପା ଗାଙ୍ଗୁଲୀ

ଜୟପୁର,୨୨।୧(ଡି.ଏନ୍‌.ଏ.): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟ ସଭା ଏମ୍‌ପି ରୂପା ଗାଙ୍ଗୁଲୀ ବୁଧବାର କୋରାପୁଟ ଜିଲା ଜୟପୁର ଯାତ୍ରା କରିଛନ୍ତି। ସେଠାରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ ଲାଗି ଭାଜପା ପକ୍ଷରୁ ଆୟୋଜନ ହୋଇଥିବା ଶୋଭାଯାତ୍ରାରେ ସେ...

ଦାବି ପୂରଣ ନେଇ ଗୋଆଲଡ଼ିହି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ରାଇସୁଆଁ,୨୨।୧(ଡି.ଏନ୍‌.ଏ.): ବିଭିନ୍ନ ସମସ୍ୟା ନେଇ କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଗୋଆଲଡ଼ିହି ରେଲ୍‌ୱେ ସାଇଡିଂ ରାସ୍ତାକୁ ଶତାଧିକ ମହିଳା ପୁରୁଷ ବୁଧବାର ଅବରୋଧ କରିଛନ୍ତି। ରେଲ୍‌ୱେ ସାଇଡିଂ ନିର୍ମାଣ ଲାଗି ଭୂମି ଯୋଗାଇଥିବା ଗ୍ରାମବାସୀଙ୍କ ନିଯୁକ୍ତି, ବିଜୁଳି, ପାନୀୟ...

ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ରାୟଗଡ଼ା ଅଫିସ,୨୨।୧: ରାୟଗଡ଼ା ଯୁବ ବିକାଶ ପରିଷଦ ପକ୍ଷରୁ ଏକ ଦାବିପତ୍ର ବୁଧବାର ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ସହରର କସ୍ତୁରୀ ନଗରସ୍ଥିତ ନାଗାବଳି ଶ୍ମଶାନ ଘାଟର ଉନ୍ନତୀକରଣ ପାଇଁ ରାୟଗଡ଼ା ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସଚିଦା...

ଭିଜିଲାନ୍ସ ଜାଲରେ ଶ୍ରମ ବିଭାଗ କାର୍ଯ୍ୟାଳୟର ୨ କର୍ମଚାରୀ

ବାଲେଶ୍ୱର ଅଫିସ,୨୨।୧: ବାଲେଶ୍ୱର ଜିଲା ଶ୍ରମ ବିଭାଗ କାର୍ଯ୍ୟାଳୟର ୨ କର୍ମଚାରୀ ଲାଞ୍ଚନେଉଥିବା ବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କିରାଣି ସତ୍ୟବ୍ରତ ବେହେରା ଓ ଅସ୍ଥାୟୀ ଡାଟା ଏଣ୍ଟ୍ରି କର୍ମଚାରୀ ମିନାକ୍ଷି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri