ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା
ପୁରୀ ଅଫିସ,୫।୨: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପରିଚାଳନା କମିଟି ବୈଠକ ବୁଧବାର ଆରମ୍ଭ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ। ବିଶେଷକରି ଶ୍ରୀମନ୍ଦିର ଐତିହ୍ୟ କରିଡର, ସୁପ୍ରିମକୋର୍ଟରେ...
ଅତିରିକ୍ତ ତହସିଲଦାର, ଆର୍ଆଇଙ୍କୁ ଆକ୍ରମଣ ଘଟଣା: ରାଜସ୍ବ ଅମଲା, କ୍ଷେତ୍ର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ ଦ୍ୱିତୀୟ ଦିନରେ
ଭଣ୍ଡାରିପୋଖରୀ୫।୨(ଡି.ଏନ୍.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ମଞ୍ଜୁରୀରୋଡ଼ଠାରେ ଥିବା ରାଜସ୍ବ ନିରୀକ୍ଷକ(ଆର୍ଆଇ)ଙ୍କ କାର୍ଯ୍ୟାଳୟରେ ପଶି ଗତ ସୋମବାର ବାଲିମାଫିଆମାନେ ଗଣ୍ଡଗୋଳ କରିଥିଲେ। ସେମାନଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ସ୍ବାଇଁ ଓ ରାଜସ୍ବ ନିରୀକ୍ଷକ ରାମନାରାୟଣ ସାମଲ...
ପଶ୍ଚିମ ଓଡ଼ିଶା ବନ୍ଦ: ପଦ୍ମପୁରବାସୀଙ୍କ ସମର୍ଥନ
ପଦ୍ମପୁର/ବରଗଡ଼ ଅଫିସ,୫।୨(ଡି.ଏନ୍.ଏ.): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ପଦ୍ମପୁରବାସୀ ମଧ୍ୟ ସମର୍ଥନ କରିଛନ୍ତିି। ଜିଲାର ଦୋକାନ, ବଜାର, ସରକାରୀ, ବେସରକାରୀ, ସ୍କୁଲ, କଲେଜ ସହିତ...
କାଳୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ
ସାକ୍ଷୀଗୋପାଳ,୫।୨(ଡି.ଏନ୍.ଏ.): ପ୍ରସିଦ୍ଧ ତନ୍ତ୍ର ପୀଠ ପୁରୀ ଜିଲା ସତ୍ୟବାଦୀ ଥାନା ବୀରଗୋବିନ୍ଦପୁର ଗ୍ରାମର ମା’ ଦକ୍ଷିଣକାଳୀ ପୀଠରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଗ୍ରୀଲ ତାଲାଭାଙ୍ଗି କେହି ଦୁର୍ବୃତ୍ତ ମନ୍ଦିରରେ କଳାକନା ବୁଲାଇ ମା’ଙ୍କ ସୁନା, ରୁପା ଅଳଙ୍କାର...
ପଶ୍ଚିମ ଓଡ଼ିଶା ବନ୍ଦ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ବଲାଙ୍ଗୀର ଅଫିସ,୫।୨: ଆଇନଜୀବୀଙ୍କ ପକ୍ଷରୁ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ବଲାଙ୍ଗୀରରେ ମଧ୍ୟ ଦେଖିବାକୁ ମିଳିଛି। ବୁଧବାର ସକାଳୁ ଆନ୍ଦୋଳନକାରୀମାନେ ବିଭିନ୍ନ ସରକାରୀ ଅଫିସ, ଡାକଘର ସମ୍ମୁଖରେ ପିକେଟିଂ କରିଛନ୍ତି । ଏହା ସହ...
ସମ୍ବଲପୁରରେ ବନ୍ଦ ପାଳନ
ସମ୍ବଲପୁର,୫।୨(ବ୍ୟୁରୋ): ପଶ୍ଚିମ ଓଡିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସମ୍ବଲପୁର ଜିଲାରେ ମଧ୍ୟ ବନ୍ଦ ପାଳନ କରାଯାଇଛି। ଓକିଲ ସଂଘ ସମୁହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆହ୍ବାନରେ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ନାଗରିକ...
ବରଗଡ଼ରେ ବନ୍ଦର ପ୍ରଭାବ: କୋର୍ଟ ସମ୍ମୁଖରୁ ଫେରିଲେ ବିଚାରପତି
ବରଗଡ଼ ଅଫିସ,୫।୨: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ପାଳନକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଥିବାବେଳେ ଏହାର ଯଥେଷ୍ଟ ପ୍ରଭାବ ଅନୁଭୂତ ହୋଇଛି। ଦିନ ପ୍ରାୟ ସାଢେ ୧୦ଟାରେ...
ଦାରିଙ୍ଗବାଡିରେ ପ୍ରବଳ ବର୍ଷା ସହ ଶୀତ ଅନୁଭୂତ
ଦାରିଙ୍ଗବାଡି,୫।୨(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ପ୍ରଭାବରେ ବୁଧବାର ସକାଳଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ବର୍ଷା ଯୋଗୁ ଶୀତର ପ୍ରକୋପ ମଧ୍ୟ ବୃଦ୍ଧି ପାଇବା ସହ ତାପମାତ୍ରା ୧୦ ଡିଗ୍ରୀ...
ପଶ୍ଚିମ ଓଡ଼ିଶାରେ ହାଇ କୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି: ଝାରସୁଗୁଡାରେ ୧୨ ଘଣ୍ଟିଆ ବନ୍ଦ ପାଳନ
ଝାରସୁଗୁଡା ଅଫିସ,୫।୨- ଦୀର୍ଘ ଦିନ ହେବ ପଶ୍ଚିମ ଓଡ଼ିଶାରେ ହାଇ କୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ହୋଇ ଆସୁଛି। ଏହି ଦାବି ନେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ବୁଧବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଝାରସୁଗୁଡାରେ...
ପଶ୍ଚିମ ଓଡ଼ିଶା ବନ୍ଦ: ବରଗଡରେ ବନ୍ଦର ପ୍ରଭାବ
ବରଗଡ଼ ଅଫିସ,୫।୨- ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ଚାଲିଥିବା ପଶ୍ଚିମ ଓ ବନ୍ଦ ଡାକରାକୁ ବରଗଡ଼ରେ ସମର୍ଥନ ମିଳିଛି। ଜିଲାର ଦୋକାନ, ବଜାର, ସରକାରୀ, ବେସରକାରୀ, ସ୍କୁଲ, କଲେଜ ସହିତ ଯାନବାହାନ ଚଳାଚଳ ବନ୍ଦ...
ବର୍ଷାରେ ଭିଜୁଛି ଶହ ଶହ ଧାନ ବସ୍ତା
ବୌଦ୍ଧ,୫।୨(ସ୍ବ.ପ୍ର.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଖଟଖଟିଆ ଧାନ ମଣ୍ଡିରେ ଦୀର୍ଘ ୬ ଦିନ ହେଲା ୨୦ରୁ ୨୫ ଚାଷୀ ଟୋକନ ପାଇ ଧାନ ବିକ୍ରି କରିବାକୁ ଆଣିଥିଲେ। କିନ୍ତୁ ଯୋଗାଣ ବିଭାଗ ପକ୍ଷରୁ ଧାନ ଉଠା ଯାଇ ନ...
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ବୌଦ୍ଧ ଜିଲା ବନ୍ଦ ଆରମ୍ଭ
ବୌଦ୍ଧ,୫।୨(ସ୍ବ.ପ୍ର.): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଏବଂ ବୌଦ୍ଧକୁ ଉତ୍ତରାଞ୍ଜଳ ରାଜସ୍ବ ଅଧିନରେ ସାମଲ କରାଯିବା ନେଇ ବୁଧବାର ବୌଦ୍ଧ ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ଆରମ୍ଭ ହୋଇଛି। ଓକିଲ ସଂଘର ପ୍ରତିନିଧିମାନେ ସକାଳ...
Archives


