ଆମ ଜିଲା ଖବର

ସାର ପାଇଁ ତେଜିଲା ଚାଷୀ ଆନ୍ଦୋଳନ

ଦିଗପହଣ୍ଡି,୨୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ୟୁରିଆ ସାରର ଅଭାବ ଦେଖାଦେଇଛି। ଏନେଇ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚାଷୀମାନେ ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟ ରଘୁନନ୍ଦନ ଟ୍ରେଡ଼ର୍ସ ଘରୋଇ ଡିଲରଙ୍କ ଗୋଦାମ ସମ୍ମୁଖରେ ତୁରନ୍ତ ୟୁରିଆ ସାର…

ଆଇପିଏଲ ନାଁରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ରେ ଅଭିଯୋଗ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ, ସ୍ଥାନୀୟ ଖମାର ନାଳରେ ଦୂଷିତ କେମିକାଲ ପାଣି ଛାଡୁଥିବା ଓ ନିଷ୍କାସିତ ହେଉଥିବା ଗ୍ୟାସ ପୋଚକା…

ହାଇୱା ଟ୍ରକ ମାଡ଼ିଯିବାରୁ ଚାଲିଗଲା ୩ ଜୀବନ: କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ଦିଗପହଣ୍ଡି,୨୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ୩୨୬ ନମ୍ବର ଜାତୀୟ ରାଜପଥର ମହାନଳା ଗ୍ରାମ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ଏକ ହାଇୱା ଟ୍ରକ(ନଂ.ଓଡି୦୫ଏଫ-୯୦୦୧) ମାଡ଼ି ଯିବାରୁ ଦିଗପହଣ୍ଡିର ୩ଜଣ ବାଇକ୍‌ ଆରୋହୀ ଏମ୍‌. ଅଶ୍ୱିନୀ କୁମାର ଦୋରା,…

ତୁଡୁକିବାଡିରେ ଗଜଲଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡି, ୨୫।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ତୁଡୁକିବାଡି ଗ୍ରାମରେ ଚଳିତ ଗଜଲଷ୍ମୀ ପୂଜା ବଡ଼ ଧୂମଧାମରେ ପାଳନ ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ଗୁରୁବାର ଅପରାହ୍ନରେ ଗ୍ରାମରେ ସମସ୍ତ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଗଜଲଷ୍ମୀଙ୍କ ପୂଜା ପାଇଁ ଶୁଭଖୁଣ୍ଟି…

କାଲିଠାରୁ ବାଲିଯାତ୍ରା ପ୍ଲଟ ଆବେଦନ, ଏତିକି ଟଙ୍କା ଦେଲେ…

କଟକ,୨୫।୯: ଐତିହାସିକ କଟକ ବାଲିଯାତ୍ରା ପ୍ଲଟ ଆବଣ୍ଟନ ନିଲାମ ମାଧ୍ୟମରେ କରାଯିବ। ସୋମବାରଠାରୁ ଏହା ଆରମ୍ଭ ହୋଇ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ଏପରିକି ୧୦୦ ଟଙ୍କାରେ ଆବେଦନପତ୍ର ମିଳିବ ବୋଲି ଜଣାପଡିଛି। ଲୋକେ ବାରବାଟୀ…

ସାର୍ବଜନୀନ ନବରାତ୍ର ଦୁର୍ଗା ପୂଜା ଆରମ୍ଭ

କର୍ଲାମୁଣ୍ଡା:୨୫।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗା ପୂଜା କମିଟି ପକ୍ଷରୁ ସୋମବାରଠାରୁ ସାର୍ବଜନୀନ ଦୁର୍ଗା ପୂଜା ନବରାତ୍ର ଆରମ୍ଭ ହୋଇଯାଇଛି। ମା’ଙ୍କ ପୂଜା ସୋମବାର ଆରମ୍ଭ ହୋଇ ଅକ୍ଟୋବର ୩ ତାରିଖରେ…

ମା’ ସାମ୍ନାରେ ପୁଅକୁ ହତ୍ୟା କରିବା ଘଟଣା: ୨ ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗିର,୨୫/୯( ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ଖଦାଲ ପଡା ମା’ ମଙ୍ଗଳା ମନ୍ଦିର ନିକଟରେ ଗତ ୨୦ ତାରିଖ ଶନିବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ତାଙ୍କ ମା’ ସାମ୍ନାରେ ପୂଅକୁ ହତ୍ୟା କରାଯାଇଥିଲା l ହତ୍ୟା ମାମଲାରେ ଆଉ ଦୁଇ…

ରୋଷେଇ ଚାଲିଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ବାଲେଶ୍ୱର,୨୫ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ମାକଲପୁର ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ ରୋଷେଇ ଚାଲିଥିବାବେଳେ ନିଆଁ ଲାଗି ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହୋଇଛି। ମାକଲପୁର ପୋଷ୍ଟ୍‌ ଅଫିସ ପଛ ପାଖରେ ଏକ ବିଲ୍ଡିଂରେ ରୋଷେଇ ଚାଲିଥିବା ସମୟରେ ନିଆଁ ଲାଗି…

ଟିକା ନେଇ ଚାଲିଗଲା ୪ ମାସର ଶିଶୁଙ୍କ ଜୀବନ: ଡାକ୍ତରଖାନାରେ ଭଙ୍ଗାରୁଜା

ନୟାଗଡ଼,୨୫।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମାତୃ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ୪ ମାସର ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଶିଶୁ ହେଲେ ଓମ ପ୍ରକାଶ ଦଳେଇ। ଘର ନୟାଗଡ଼ ସଦର ଥାନା…

ଅଳିଆ ଗୋଟାଇ ପେଟ ପୋଷୁଥିଲେ ନାବାଳିକା, ବସ୍ତାରୁ ମିଳିଲା ମୃତଦେହ

ବାଲେଶ୍ୱର,୨୫ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସମଲପୁର ଗାଁ ନିକଟରେ ଏକ ଘରୁ ବସ୍ତା ଭିତରୁ ଜଣେ ନାବାଳିକାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ଅନ୍ୟ ଦୁଇ ଝିଅଙ୍କ ସହ ଉକ୍ତ…

ଜେଲ୍‌ ଭିତରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଲେ କଏଦୀ

ପୁରୀ,୨୫ା୯(ଅଜିତ ମହାନ୍ତି): ପୁରୀ ଜିଲା କାରାଗାରରେ ଜଣେ କଏଦୀ ଆତ୍ମହତ୍ୟା କରିଛନ୍ତି। କଏଦୀ ଜଣକ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିବା ଜଣାପଡ଼ିଛି। ତେବେ ମୃତକ ଜଣକ ପିପିଲିର ବୁଲୁ ବେହେରା। ହେସ ଜୁଲାଇରୁ ଜେଲ୍‌ରେ ଥିଲେ। ପୋକ୍ସୋ ମାମଲାରେ ଗିରଫ…

ଚଳଚଞ୍ଚଳ ଜି.ଉଦୟଗିରି: ପୂଜାମଣ୍ଡପରେ ନିର୍ମାଣ ଚାଲିଛି ମେଢ଼, ମା’ଙ୍କ ଆଗମନକୁ ଅପେକ୍ଷା

ଜି.ଉଦୟଗିରି,୨୫ା୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ସହରର ସର୍ବ ପୁରାତନ ପୂଜା ମଣ୍ଡପରେ ଦଶହରା ପାଇଁ ଜୋର୍‌ଦାର୍‌ ପ୍ରସ୍ତୁତି ଚାଲିଛ। ୭୦ ବର୍ଷରୁ ଊଦ୍ଧର୍‌ବ ହେବ ଏହି ପୂଜା ମଣ୍ଡପରେ ଦୁର୍ଗାପୂଜା ହୋଇଆସୁଛି । ଏଇ ଦୁର୍ଗା ମଣ୍ଡପରେ ଅଞ୍ଚଳର ପ୍ରତିଷ୍ଠିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri