ଶିକ୍ଷକଙ୍କୁ ୪ ବର୍ଷ ଜେଲ
ଫୁଲବାଣୀ ଅଫିସ, ୨୦ା୨-ଏକ ସ୍କୁଲ ଘର ନିର୍ମାଣ କାମରେ ଅର୍ଥ ତୋଷାରପାତ ମାମଲାର ବିଚାର କରି ଫୁଲବାଣୀ ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ସତ୍ୟପୀର ମିଶ୍ର ଅଭିଯୁକ୍ତ ଶିକ୍ଷକଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୧୫ ହଜାର ଟଙ୍କା...
କେନ୍ଦ୍ର ସମତୁଲ ମହଙ୍ଗା ଭତ୍ତା ଦାବି ନେଇ ବିକ୍ଷୋଭ
ବ୍ରହ୍ମପୁର ଅଫିସ,୨୦ା୨ – ବ୍ରହ୍ମପୁରସ୍ଥ ଦକ୍ଷିଣାଞ୍ଚଳ ଆରଡିସି ଅଫିସ ଆଗରେ ବୁଧବାର ଓଡ଼ିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଗଞ୍ଜାମ ଜିଲା ଶାଖା ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଅବସରପ୍ରାପ୍ତ କର୍ମଚାରୀ ଓ ଶିକ୍ଷକଙ୍କୁ କେନ୍ଦ୍ର ସମତୁଲ...
ପ୍ରଶାସନ ମିଳିତ ଟିମ୍ର ଚଢ଼ାଉ, କାଗଜପତ୍ର ଜବତ
ବ୍ରହ୍ମପୁର ଅଫିସ, ୨୦ା୨ – ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସ୍ଷ୍ଟାଣ୍ଡ ନିକଟରେ ଥିବା ଗୁରୁଦେବ ହସ୍ପିଟାଲରେ ସୋମବାର ରାତିରେ ଚିକିତ୍ସା ଅବହେଳାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ସେ ହେଲେ ଐଶ୍ୱର୍ଯ୍ୟା ସିଂଦେଓ। ଯାହାକୁ ନେଇ ହସ୍ପିଟାଲରେ...
ପଦାରେ ପଡ଼ିଲା କଂଗ୍ରେସର ଗୋଷ୍ଠୀ କନ୍ଦଳ
ଭଦ୍ରକ ଅଫିସ, ୨୦।୨- ପୁରୀରେ ରାଜ୍ୟ ପ୍ରଭାରୀ ଓ ପିସିସି ମୁଖିଆଙ୍କ ଉପସ୍ଥିତିରେ କଂଗ୍ରେସର ଦୁଇଗୋଷ୍ଠୀ ହାତାହାତି ହୋଇଥିଲେ। ଏହି ଘଟଣାର ସମାଧାନ ନ ହେଉଣୁ ବୁଧବାର ଭଦ୍ରକ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ରାଜ୍ୟ...
ଦରଘା ପ୍ରବେଶଦ୍ୱାର ଭଙ୍ଗାବେଳେ ଉତ୍ତେଜନା
କଟକ ଅଫିସ,୨୦ା୨: ଏସ୍ସିବି ମେଡିକାଲର ଉନ୍ନତୀକରଣ ଏବଂ ସମ୍ପ୍ରସାରଣ ପାଇଁ ଆଖପାଖ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରାଯାଉଛି। ଏହି ପରିପ୍ରେକ୍ଷୀରେ ବୁଧବାର ଯୋବ୍ରା ଅଞ୍ଚଳରେ ଉଚ୍ଛେଦବେଳେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଦର୍ଘା ଉଚ୍ଛେଦବେଳେ ଅଞ୍ଚଳବାସୀ ବିରୋଧ କରିଥିଲେ। ୱାକ୍ଫ ବୋର୍ଡ଼ର...
ଜରି ବସ୍ତାରେ ଧାନ କିଣାକୁ ନେଇ ବିବାଦ
ପଦ୍ମପୁର,୨୦।୨(ଡି.ଏନ.ଏ.)-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାବରଙ୍ଗଠାରେ ମହିଳା ମହାସଂଘ ପକ୍ଷରୁ ଗୋରାମାଟି ଓ ସାବରଙ୍ଗ ପଞ୍ଚାୟତର ଚାଷୀଙ୍କଠାରୁ ଧାନ କିଣା ଯାଉଛି। ପ୍ରଥମରୁ ଝୋଟ ଅଖାରେ ଚାଷୀମାନଙ୍କଠାରୁ ଧାନ କିଣାଯାଇ ମିଲ୍କୁ ପଠାଯାଉଥିଲା। ଏବେ ସଂଘ ତରଫରୁ ଜରି...
ସୁନ୍ଦରଗଡ଼ ଜିଲାରେ ଶାନ୍ତିଶୃଙ୍ଖଳା ସହ ମାଟ୍ରିକ ପରୀକ୍ଷା : ମାତୃଭାଷା ପରୀକ୍ଷାରେ କପିକରି ଧରାପଡିଲେ ୫ ପରୀକ୍ଷାର୍ଥୀ
ସୁନ୍ଦରଗଡ଼, ୨୦।୨ (ଡି.ଏନ୍.ଏ) -ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ (ମାଟ୍ରିକ) ପରୀକ୍ଷା ବୁଧବାର ଠାରୁ ଆରମ୍ଭ ହୋଇଛି। ସକାଳ ସାଢେ ୬ଟା ରୁ ସାଢେ ୮ଟା ମଧ୍ୟରେ ନୋଡାଲ ସେଣ୍ଟରଗୁଡିକରୁ ପରୀକ୍ଷାକେନ୍ଦ୍ରଗୁଡିକୁ ପ୍ରଶ୍ନପତ୍ର ଓ ଉତ୍ତରଖାତା ପହଞ୍ଚିଥିଲା। ପରେ ସକାଳ...
ମହିଳାଙ୍କୁ ପିଟି ହତ୍ୟା: ୩ ଅଟକ
କପ୍ତିପଦା,୨୦ା୨(ଡ଼ି.ଏନ୍.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍ ଶରତ ଥାନା ଅଧୀନ ରୁଗୁଡି ଗ୍ରାମର ଜଣେ ଯୁବକ ତାଙ୍କ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ହେଲେ ଜିରୋ ସଏ । ମୃତକଙ୍କ ମାଆ...
ପରୀକ୍ଷାରୁ ବଞ୍ଚିତ ୨୫ ଛାତ୍ରୀଛାତ୍ର
ବାରିପଦା ଅଫିସ/ ଚିତ୍ରଡ଼ା,୨୦ା୨(ଡି.ଏନ୍.ଏ.)- ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ମୟୂରଭଞ୍ଜ ଜିଲାର ୧୮୦ଟି କେନ୍ଦ୍ରରେ ୩୭୧୩୬ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫୪୩୫ ଜଣ ପ୍ରଥମ ଭାଷା ପରୀକ୍ଷା ଦେଇଥିଲେ। ୧୭୦୧...
ପିଆର୍ଏମ୍ ମେଡ଼ିକାଲ୍ରେ ଅବ୍ୟବସ୍ଥା ନେଇ ବିକ୍ଷୋଭ
ବାରିପଦା ଅଫିସ,୨୦ା୨- ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ହସପିିଟାଲ୍ (ପିଆରଏମ୍)ର ଅଧୀକ୍ଷକ ବୈକୁଣ୍ଡ ନାଥ ମହାପାତ୍ରଙ୍କ ବହିଷ୍କାର ଦାବିରେ ଭଞ୍ଜସେନା ପକ୍ଷରୁ ବୁଧବାର ମେଡ଼ିକାଲ ଆଗରେ ଧାରଣା ଦିଆଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏପରିକି...
ବାରିପଦାରେ ନକଲି ଆର୍ଆଇ ଅଟକ
ବାରିପଦା ଅଫିସ,୨୦ା୨- ମୟୂରଭଞ୍ଜ ଜିଲା ବାରିପଦା ସର୍କଲ-୧ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ବୁଧବାର ରାତିରେ ଜଣେ ନକଲି ଆର୍ଆଇଙ୍କୁ ଟାଉନ ଥାନା ପୋଲିସ କାବୁ କରିଛି। ତାଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରା ଉଚରା ଜାରି ରଖିଛି। ପୋଲିସ...
୩ ଅଙ୍ଗନୱାଡ଼ି କେନ୍ଦ୍ରରେ ତଦନ୍ତ ଆରମ୍ଭ
ରୂପ୍ସା, ୨୦।୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଅନ୍ତର୍ଗତ ନିମା, ଖିରଂ ଓ ଗୁଣ୍ଡୁରିପଦା ଅଙ୍ଗନୱାଡ଼ି କେନ୍ଦ୍ରରେ ମଙ୍ଗଳବାର ତଦନ୍ତ ଆରମ୍ଭ ହୋଇଛି। ଏହି ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକରେ ଅନିୟମିତତା ହେବା ସହ ଶିଶୁଙ୍କୁ ପାଠପଢ଼ା ଯାଉ ନ ଥିବା ନେଇ...
Archives


