କୋଇଲା ବୋଝେଇ ପିକ୍ଅପ ଜବତ: ଡ୍ରାଇଭର ଗିରଫ
ପଦ୍ମପୁର,୧।୩(ଡି.ଏନ୍.ଏ.): ଭଦ୍ରକ ଜିଲା ନାୟକାଣିଡିହି ପୋଲିସ ଶନିବାର ବିଳମ୍ବିତ ରାତିରେ ଗେଡ଼ବାଟିଆ ହତାସିଆ ରାସ୍ତାରୁ ଏକ ଚୋରା କୋଇଲା ବୋଝେଇ ପିକ୍ଅପ ଗାଡ଼ି ଜବତ କରିଛି। ଏହା ସହ ଡ୍ରାଇଭର ଗଦଳା ଗ୍ରାମର ଶୈରଭ ସୁନ୍ଦର ନାୟକଙ୍କୁ ଗିରଫ କରିଛି।...
ଭାରସାମ୍ୟ ହରାଇ ଓଲଟିଲା ବସ୍, ୪୦ ଆହତ
ସିମୁଳିଆ,୧।୩(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ପ୍ରାୟ ୩ କିଲୋମିଟର ଦୂର ୧୬ନଂ. ଜାତୀୟ ରାଜପଥ ମଞ୍ଜୁରୀପୁର ନିକଟରେ ରବିବାର ଭୋର୍ ସମୟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୪୦ ଜଣ ଆହତ ହୋଇଛନ୍ତି। ଓଡି ୧୧ ଜେ...
ତିହିଡ଼ିରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଭଦ୍ରକ ଅଫିସ,୧।୩ : ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ଦୋଳସାହି ନୂଆ ଶାସନ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ଗଦାଧର ପାଣିଗ୍ରାହୀଙ୍କ ଘରେ ନିଆଁ ଲାଗି ଘର ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର...
ଛେଣ୍ଡିପଦାରେ ସଶସ୍ତ୍ର ଡକାୟତି: ଆଜବେଷ୍ଟ ଭାଙ୍ଗି ଘରେ ପଶି ଲକ୍ଷାଧିକ ଟଙ୍କା, ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ
ଛେଣ୍ଡିପଦା,୧।୩(ଡି.ଏନ୍.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପୁରୁଣାଗଡ଼ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ୬ଜଣ ଦୁର୍ବୃତ୍ତ ଗ୍ରାମର ଶିବ ମନ୍ଦିର ସମ୍ମୁଖରେ ରହୁଥିବା ପ୍ରମୋଦ ମହାପାତ୍ରଙ୍କ ଘର ଆଜବେଷ୍ଟ ଭାଙ୍ଗି ଘରେ ପଶିଥିଲେ। ପରେ ସେମାନେ...
‘ଅଳଙ୍କାର’ ବସ୍ ଦୁର୍ଘଟଣାଗ୍ରସ୍ତ: ୨୫ ଯାତ୍ରୀ ଆହତ, ଭଦ୍ରକ ମେଡିକାଲରେ ଭର୍ତ୍ତି
ଭଦ୍ରକ ଅଫିସ,୧।୩: ଭଦ୍ରକ ଜିଲା ୧୬ନଂ ଜାତୀୟ ରାଜପଥ ସିମୁଳିଆ ଭଗିଆ ଛକଠାରେ ଶନିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ରାଇରଙ୍ଗପୁରରୁ ଭୁବନେଶ୍ୱରର ଯାଉଥିବା ‘ଅଳଙ୍କାର’ ନାମକ ଏକ ଘରୋଇ ବସ୍ ଦୁର୍ଘଟଣା ଘଟିବା ଯୋଗୁ ୨୫ଜଣ ଯାତ୍ରୀ...
ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରସଙ୍ଗ:ରାଜ୍ୟ ଜଣାଇଲେ ପଦକ୍ଷେପ ନେବ କେନ୍ଦ୍ର
ପୁରୀ ଅଫିସ, ୧।୩: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଶନିବାର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ଜାତୀୟ କର୍ମଶାଳାରେ ଯୋଗଦେବାକୁ ଯିବା ପୂର୍ବରୁ ସକାଳେ କେନ୍ଦ୍ରମନ୍ତ୍ରୀ ପଟେଲ ଶ୍ରୀମନ୍ଦିରକୁ ଆସିଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା...
ହାଇକୋର୍ଟଙ୍କ ପଦକ୍ଷେପ:ମାମଲା ବୋଝ କମାଇବାକୁ ଛୁଟିଦିନରେ ବସିଲା ସ୍ବତନ୍ତ୍ର ବେଞ୍ଚ
କଟକ ଅଫିସ,୧।୩: ମାମଲା ବୋଝ କମାଇବା ପାଇଁ ଶନିବାର ଛୁଟିଦିନ ହୋଇଥିଲେ ମଧ୍ୟ ହାଇକୋର୍ଟର ସ୍ବତନ୍ତ୍ର ବେଞ୍ଚ ବସିଥିଲା। ଜେଲ୍ କ୍ରିମିନାଲ ଅପିଲ୍ର ଶୁଣାଣି ପାଇଁ ଗଠିତ ସ୍ବତନ୍ତ୍ର ବେଞ୍ଚରେ ଶନିବାର ୯ ମାମଲାର ସମାଧାନ ହୋଇଛି। ୩ଟି ମାମଲାକୁ...
ଏସ୍ସିବି ମେଡିକାଲରେ ବିରଳ ପ୍ଲାଷ୍ଟିକ ସର୍ଜରି:ଶିଶୁ ହାତରେ ଲାଗିଲା ଆଙ୍ଗୁଠି
କଟକ ଅଫିସ,୧।୩: ଏକ ବିରଳ ପ୍ଲାଷ୍ଟିକ ସର୍ଜରି କରି ଆଉ ଏକ ସଫଳତା ହାସଲ କରିଛି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସ୍ସିବି) ମେଡିକାଲ କଲେଜ ଓ ହସ୍ପିଟାଲ। ପ୍ଲାଷ୍ଟିକ ସର୍ଜରି ବିଭାଗରେ ଜଣେ ୧୫ ମାସ ବୟସର ଶିଶୁକନ୍ୟାଙ୍କ ହାତରେ ଡାକ୍ତରମାନେ...
ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ :ରାସ୍ତାକୁ ମାଡ଼ି ବସିଥିବା ଦୋକାନ, କ୍ୟାବିନ ହଟିବ
ପୁରୀ ଅଫିସ, ୧।୩: ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଶନିବାର ସଡ଼କ ସୁରକ୍ଷା ସଂକ୍ରାନ୍ତ ସଂସଦୀୟ କ୍ଷେତ୍ର କମିଟି (ପିସିସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍ପି ପିନାକୀ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଜିଲାପାଳ ବଲୱନ୍ତ ସିଂ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ...
‘ଆଇନଜୀବୀଙ୍କୁ ମିଳୁ ୫ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା’
କଟକ ଅଫିସ,୧।୩: ହାଇକୋର୍ଟ ବାର୍ ଆସୋସିଏଶନ ସମ୍ମିଳନୀ କକ୍ଷରେ ଶନିବାର ନିଖିଳ ଓଡ଼ିଶା ଆଇନ୍ଜୀବୀ ସଂଘର ୨୦୨୦ ବର୍ଷର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ବିଚିତ୍ର କୁମାର ବଡ଼ଜେନା ଏଥିରେ ଅଧ୍ୟକ୍ଷତା କରିଥିଲେ। ହାଇକୋର୍ଟ ଆଇନଜୀବୀ ସଂଘ...
ଶାହାଙ୍କ ଶ୍ରୀମନ୍ଦିର ଗସ୍ତବେଳେ ସୁରକ୍ଷା ଢିଲା: ବାଇଶି ପାହାଚରେ ଫଟୋ ଉଠାଇ ଧରାପଡ଼ିଲେ ଯୁବକ
ପୁରୀ ଅଫିସ, ୧।୩: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ଜଣେ ଯୁବକ ବାଇଶି ପାହାଚରେ ଶାହାଙ୍କ ଫଟୋ ଉଠାଇ ଧରାପଡ଼ିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।...
ସର୍ବଭାରତୀୟ ପୋଲିସ ବ୍ୟାଣ୍ଡ ପ୍ରତିଯୋଗିତାରେ ଓଡ଼ିଶା ୩ୟ :ସଫଳତା ପରେ ଡିଜିପିଙ୍କୁ ଭେଟିଲା ପୋଲିସ ବ୍ୟାଣ୍ଡ୍ ଦଳ
କଟକ ଅଫିସ,୧।୩: ରେଳ ସୁରକ୍ଷା ବଳ ଆନୁକୂଲ୍ୟରେ ତେଲେଙ୍ଗାନାର ସିକନ୍ଦରାବାଦ୍ସ୍ଥିତ ରେଳ ସୁରକ୍ଷା ବଳ ସ୍ପୋର୍ଟସ କମ୍ପ୍ଳେକ୍ସଠାରେ ଗତ ୧୯ରୁ ୨୩ତାରିଖ ପର୍ଯ୍ୟନ୍ତ ୨୦ତମ ସର୍ବଭାରତୀୟ ପୋଲିସ ବ୍ୟାଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଗନେଇଥିବା ଓଡ଼ିଶା ଦଳ ତୃତୀୟ...
Archives


