ବିଦ୍ୟାଳୟରେ ମିଳୁନି ପିଇବା ପାଣି: ଅଚଳ ହୋଇପଡିଛି ବିଶୁଦ୍ଧ ଜଳ ଯୋଗାଣ ଯନ୍ତ୍ର
ଦାରିଙ୍ଗବାଡି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଝିଞ୍ଜିରୀଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦେଖାଯାଇଛି ଅବ୍ୟବସ୍ଥା। ଛାତ୍ରୀଛାତ୍ରଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ। ଫଳରେ ବିଦ୍ୟାଳୟକୁ ଆସୁଥିବା ଛାତ୍ରୀଛାତ୍ର ବିଦ୍ୟାଳୟରେ ବିତାଉଥିବା ସମୟରେ ତଣ୍ଟି ପାଟି ଶୁଖାଇ ପାଠ…
ବର୍ଷା ପାଇଁ ଚିନ୍ତା ବଢ଼ାଉଛି କଳିଙ୍ଗା ଘାଟି ରାସ୍ତା ମରାମତି:ବିଧାୟକ ସମୀକ୍ଷା କଲେ
ଭଞ୍ଜନଗର,୨।୧୦(ବାବୁଲା ପ୍ରଧାନ): ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବୁଧବାର ଅପରାହ୍ନରେ ଅଚାନକ କଳିଙ୍ଗା ଘାଟି ପରିଦର୍ଶନ କରି ଚାଲିଥିବା ରାସ୍ତା କାମର ଅଗ୍ରଗତି ସମୀକ୍ଷା କରିଥିଲେ। ଏଥିସହ ସେଠାରେ ଉପସ୍ଥିତ ଥିବା ଠିକାଦାରଙ୍କୁ କାମ ତ୍ରାନିତ କରିବା ପାଇଁ ନିର୍ଦ୍ଦେଶ…
ଦଶହରାରେ ବିଦ୍ୟୁତ ବିଭ୍ରାଟ: ଅଘୋଷିତ ବିଦ୍ୟୁତ କାଟ୍କୁ ନେଇ ବଢୁଛି ଜନଅସନ୍ତୋଷ
ଦାରିଙ୍ଗବାଡି, ୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ଦଶହରା ପାଇଁ ଉତ୍ସବ ମୁଖର ହେଉଥିବା ବେଳେ ଦୀର୍ଘ ସମୟ ଧରି ବିଦ୍ୟୁତ ଅଚଳ ଯୋଗୁ ଉପଭୋକ୍ତାଙ୍କ ମନରେ ଆସନ୍ତୋଷ ସୃଷ୍ଟି ହୋଇଛି। ବିଦ୍ୟୁତ ଅଚଳ ଯୋଗୁ ନିଜ ବ୍ୟବସାୟୀ…
ପ୍ରସିଦ୍ଧ ବଟେଶ୍ୱର ପୀଠ ରାସ୍ତା ଶୋଚନୀୟ: ମରାମତି ପାଇଁ ଉଠିଲା ଦାବି
ଗଞ୍ଜାମ,୨।୧୦(ବିଦ୍ୟାଧର ସାହୁ): ଷୋହଳ ନୁମ୍ବର ଜାତୀୟ ରାଜପଥ ହୁମାଠାରୁ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ମନ୍ଦିରକୁ ସଂଯୋଗ ରାସ୍ତାଟି ବର୍ତ୍ତମାନ ଶୋଚନୀୟ ଅବସ୍ଥାରେ ହୋଇପଡିଥିବା ଦେଖିବାକୁ ମିଳିଛି l ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ସହ ଏହି ପୀଠକୁ ଆସୁଥିବା ଭକ୍ତଙ୍କ ମଧ୍ୟରେ…
ମର୍ନିଙ୍ଗ ୱାକ୍ରେ ଯାଉଥିଲେ ରେଖା, ପିଟିଦେଲା ଗାଡ଼ି: ଆଉ ତା’ପରେ…
ପାଇକମାଳ,୨।୧୦(ବଡ ଶତପଥୀ): ବରଗଡ ଜିଲା ପାଇକମାଳ ଥାନା, ଡୁଙ୍ଗୁରିପାଲି ଗ୍ରାମର ଜନୈକ ବାଳିକା ଗୁରୁବାର ଭୋରରୁ ମର୍ନିଙ୍ଗ ୱାକରେ ବିଜୁ ଏକ୍ସପ୍ରେସ୍ ୱେରେ ଯାଉଥିବାବେଳେ ଏକ ଅଜଣା ଗାଡ଼ି ଧକ୍କାରେ ବାଳିକା ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା। ମୃତକ ହେଲେ ଡୁଙ୍ଗୁରିପାଲି ଗ୍ରାମର…
ମା’ଙ୍କର ଚାଲିଛି ଦଶମୀ ପୂଜା: ବର୍ଷାରେ ବି ଜମୁଛି ଭିଡ଼
ଦାରିଙ୍ଗବାଡି, ୨।୧୦(ଅରୁଣ ସାହୁ): ଆଜି ବିଜୟା ଦଶମୀ। ଏହି ଅବସରରେ ସାରା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏହି ପର୍ବ ବଡ଼ ଧୂମଧାମରେ ପାଳନ କରାଯାଉଛି। ମା’ଦୁର୍ଗାଙ୍କ ଧରାବରଣ ରେ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଯଦିଓ ଲଘୁଚାପ ଜନିତ ବର୍ଷା ଲାଗିରହିଛି…
ଘୋଡାହାଡ ଡ୍ୟାମରେ ବଢୁଛି ଜଳସ୍ତର; ନଦୀ ତଟବର୍ତ୍ତୀ ଗ୍ରାମବାସୀଙ୍କୁ ସତର୍କ ସୂଚନା ଜାରି
ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ବର୍ଷା ଲାଗିରହିଛି।ବର୍ଷା ପ୍ରଭାବରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଘୋଡ଼ାହାଡ଼ ଡ୍ୟାମରେ ଜଳସ୍ତର ବଢିବାରେ ଲାଗିଛି। ଗୁରୁବାର ସକାଳ ୬ଟାରୁ ସାଢେ ୧୧ଟା ମଧ୍ୟରେ ଡ୍ୟାମ ଇଲାକାରେ ୩୮…
ଗାଡ଼ିରେ ନିଆଁ ଲଗାଇ ଦୁର୍ବୃତ୍ତ ଫେରାର, ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ
ବାଙ୍କୀ, ୨।୧୦(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଥାନା ସୁବର୍ଣ୍ଣପୁର ବିଟ ହାଉସ ଅନ୍ତର୍ଗତ ନୁଆ ପୋଖୋରି ନିକଟରେ ଗତ କାଲି ବୁଧବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏକ ସୁଇଫ୍ଟ ଡିଜାଆର୍ ଗାଡ଼ି ନିଆଁ ଲଗାଇ ଫେରାର ହୋଇଯାଇଛନ୍ତି। ଖବର…
ସ୍ବାସ୍ଥ୍ୟ ସେବାରେ ଉଲ୍ଲେଖନୀୟ ଅବଦାନ: ଡାକ୍ତର ତୁଷାର ମେହେର ସମ୍ବର୍ଦ୍ଧିତ
ଭବାନୀପାଟଣା,୨।୧୦(ଉତ୍ତମ କୁମାର ଦାଶ): ସ୍ବାସ୍ଥ୍ୟ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ରେଡ଼ିଓଲୋଜିଷ୍ଟ ଡାକ୍ତର ତୁଷାର ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡାଠାରେ ୩୯ତମ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ସ୍ଥାନୀୟ ପଲ୍ଲୀ ମଙ୍ଗଳ ଯୁବ ସମିତି ପକ୍ଷରୁ ଆୟୋଜିତ…
୨ ଭାଇଙ୍କୁ ଭୁଜାଲିରେ ଆକ୍ରମଣ: ଜଣେ ମୃତ, ଜଣେ ଗୁରୁତର
ଅନୁଗୋଳ,୨।୧୦(ମାନସ ବିଶ୍ୱାଳ):ଅନୁଗୋଳ ସହରସ୍ଥିତ ହରିମଉରୀ ଛକଠାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଗଣ୍ଡଗୋଳ ବେଳେ ଭୁଜାଲି ମାଡ ହୋଇଥିବା ଜଣାପଡ଼ିଛି। ଏଥିରେ ଦୁଇ ଭାଇ ସୌରଭ ବାସାକ ଏବଂ…
ନିଆରା ଉଦାହରଣ ସୃଷ୍ଟି କଲେ ସ୍ବାସ୍ଥ୍ୟମନ୍ତ୍ରୀ: ନିଜେ ରକ୍ତ ଦେଲେ, ଆଉ ଅନ୍ୟମାନଙ୍କୁ..
ଲୋଇସିଂହା,୨।୧୦(ସୁଶାନ୍ତ ବାରିକ): ଅନ୍ତର୍ଜାତୀୟ ସ୍ବେଚ୍ଛାକୃତ ରକ୍ତ ଦାନ ଦିବସ ଅବସରରେ ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ବିଧାୟକ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ…
ଗଛକୁ ପିଟିଲା କାର୍: ଚାଲିଗଲା ଜଣଙ୍କ ଜୀବନ, ୫ ଗୁରୁତର
ରୁପ୍ରା ରୋଡ, ୨।୧୦(ସଞ୍ଜୀବ ଦାସ): କଳାହାଣ୍ଡି ଜିଲାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଆଜି ଭୋର୍ ୫ ଟା ସମୟରେ ଭବାନୀପାଟଣାରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ୨୬ ନମ୍ବର୍ ରାଜ୍ୟ ରାଜପଥର ଦେହେଲି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।…
Archives


