ଆମ ଜିଲା ଖବର

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ୧୦୦ରୁ ଊର୍ଦ୍ଧ୍ୱ ବାଇକ୍‌ ଜବତ

ମାଲକାନଗିରି,୧ା୪(ଡି.ଏନ୍‌.ଏ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ସରକାରଙ୍କ ସମେତ ପୋଲିସ ଓ ପ୍ରଶାସନର ଚିନ୍ତା ବଢ଼ୁଛି। ହେଲେ ଏଭଳି ପରିସ୍ଥିତିରେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି। ଲକ୍‌ଡାଉନ୍‌ ଘୋଷଣା ପରଠାରୁ ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ବୁଝାଯାଉଛି। ତଥାପି...

ପୋଖରୀରେ ବୁଡି ଜଣେ ମୃତ

ବ୍ରହ୍ମପୁର ଅଫିସ,୧।୪- ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗୋଇଲୁଣ୍ଡିର ଜିତେନ୍ଦ୍ର ମହାପାତ୍ର (୪୧)। ବୁଧବାର ମେଡିକାଲ ଫାଣ୍ଡି ପୋଲିସ ମୃତଦେହ ଜବତ କରି ନଂ.୧୬୧/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଜିତେନ୍ଦ୍ର ମଙ୍ଗଳବାର...

ସହଯୋଗର ହାତ ବଢାଉଛନ୍ତି ସ୍ବେଚ୍ଛାସେବୀ

ରାଇକିଆ,୧ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ପରେ ବାହାରୁ ଆସି ରାଇକିଆ ବ୍ଲକରେ ଅଟକି ଯାଇଥିବା ଶ୍ରମିକଙ୍କ ଚିନ୍ତା ବଢ଼ିଛି। କାମ ବନ୍ଦ ପରେ ଗଜପତିରୁ ଆସିଥିବା ଶ୍ରମିକ ଗଁାକୁ ଫେରି ପାରିନାହାନ୍ତି। ସେହିପରି ମଧ୍ୟ ପ୍ରଦେଶର କେତେଜଣ ଶ୍ରମିକ ମଧ୍ୟ ଫେରିପାରିନାହାନ୍ତି। ଏମାନଙ୍କୁ...

ଲକ୍‌ଡାଉନରେ ପିଲାଙ୍କୁ ଶିଖାଯାଉଛି ଯୋଗ

ଚୌଦ୍ୱାର,୧ା୪(ଡି.ଏନ୍‌.ଏ): ଭୟାବହ କରୋନାକୁ ପ୍ରତିହତ କରିବା ପାଇଁ ସମଗ୍ର ଦେଶରେ ଲାଗୁ ହୋଇଛି ୨୧ ଦିନିଆ ଲକ୍‌ଡାଉନ। ଏହାକୁ ସମର୍ଥନ କରି ଜନସାଧାରଣ ନିଜ ନିଜ ଘରେ ରହୁଥିବାବେଳେ ସର୍ବସାଧାରଣ ସ୍ଥାନଗୁଡ଼ିକ ଶୂନଶାନ ହୋଇପଡ଼ିଛି। ଏଭଳି ସ୍ଥିତିରେ ପ୍ରାପ୍ତ ବୟସ୍କମାନେ...

ରାଜ୍ୟରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ ପରେ ମାଲକାନଗିରି ଜିଲା ପ୍ରଶାସନର ତତ୍ପରତା

ମାଲକାନଗିରି,୧ା୪(ଡି.ଏନ୍‌.ଏ.): ରାଜ୍ୟରେ ମଙ୍ଗଳବାର କରୋନା ଭାଇରସ୍‌ରେ ପୀଡ଼ିତ ଚତୁର୍ଥ ରୋଗୀ ଚିହ୍ନଟ ପରେ ମାଲକାନଗିରି ଜିଲାରେ ଏହାର ପ୍ରଭାବ ପଡ଼ିଛି। କାରଣ ଜିଲାରୁ ଅଧିକାଂଶ ଶ୍ରମିକ ରାଜ୍ୟ ବାହାରୁ ଘରମୁହାଁ ହୋଇଛନ୍ତି। ଏମାନଙ୍କୁ ଚିହ୍ନଟ, ଡାକ୍ତରୀ ପରୀକ୍ଷା ସହ ୧୪ଦିନ...

ସମ୍ବଲପୁର-ସୋନପୁର ସୀମାକୁ ସିଲ୍‌ କଲା ଧମା ପୋଲିସ

ଧମା, ୧।୪ (ଡି.ଏନ.ଏ.)-ରାଜ୍ୟ ସରକାରଙ୍କ କୋଭିଡ- ୧୯ ସୁରକ୍ଷା କଡାକଡିକୁ ନେଇ କରାଯାଇଥିବା ନିଷ୍ପତ୍ତି ପରେ ସମସ୍ତ ରାଜ୍ୟ ଓ ଜିଲା ସୀମାକୁ ସିଲ କରାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଓ କୋଭିଡ- ୧୯ ତଥା ମେଡିକାଲ ସେବା...

କରୋନା ସନ୍ଦେହ: ସୁରାଟ ଫେରନ୍ତା ଏମ୍‌କେସିଜିରେ ଭର୍ତ୍ତି

ବ୍ରହ୍ମପୁର ଅଫିସ,୧ା୪- କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ କଟକଣା ଜାରି ହୋଇଛି। ଅନ୍ୟପଟେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ମଙ୍ଗଳବାର ସନ୍ଧ୍ୟାରେ ଗାଙ୍ଗପୁର ଅଞ୍ଚଳର ଜଣେ ସୁରାଟ ଫେରନ୍ତା ଏମ୍‌କେସିଜିରେ ଭର୍ତ୍ତି...

ଚଢ଼ା ଦରରେ ସାମଗ୍ରୀ ବିକି ୨୭ ବ୍ୟବସାୟୀ ଗିରଫ

ଝାରସୁଗୁଡା ଅଫିସ,୧ା୪-ଝାରସୁଗୁଡା ସହର ଶୁକର ବଜାର ଡେଲି ମାର୍କେଟରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଚଢ଼ା ଦରରେ ବିକ୍ରୟ କରୁଥିବା ଅଭିଯୋଗ ହେବା ପରେ ପ୍ରଶାସନ ବୁଧବାର ଏଠାରେ ଚଢ଼ାଉ କରିଛି। ଝାରସୁଗୁଡା ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର...

କୋଭିଡ୍‌ ଫଣ୍ଡକୁ ୪୯ ହଜାର ଦେଲେ ଶେରଗଡ ବିଡିଓ

ଶେରଗଡ,୧ା୪(ଡି.ଏନ୍‌.ଏ.)- କରୋନା ମୁକାବିଲା ପାଇଁ ଶେରଗଡ଼ ବିଡିଓ ସୁରଞ୍ଜନ କୁମାର ସାହୁ ୪୯ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ (କୋଭିଡ୍‌ ଫଣ୍ଡ)କୁ ପ୍ରଦାନ କରିଛନ୍ତି। ଅନ୍‌ଲାଇନ୍‌ ଯୋଗ ସେ ଏହି ରାଶି ଶେରଗଡ଼ ଆନ୍ଧ୍ର ବ୍ୟାଙ୍କ ଟ୍ରାନ୍ସଫର କରିଛନ୍ତି।...

ପ୍ରବେଶ ପଥରେ ବାରିକେଡ ପକାଇଲେ ଗ୍ରାମବାସୀ

ଶେରଗଡ,୧ା୪(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକର ୯୫ ଗ୍ରାମରେ ଲକ୍‌ଡାଉନ୍‌କୁ କଡାକଡି ଭାବେ ପାଳନ କରାଯାଉଛି। ବିଶେଷ କରି ୨୨ ପଞ୍ଚାୟତରେ ଥିବା ମୁଖ୍ୟ ଗ୍ରାମ ଗୁଡିକ ଖାଁ ଖାଁ ପରିବେଶ ସୃଷ୍ଟି ହୋଇଛି। ତହସିଲଦାର ଡ. ଦୟାସିନ୍ଧୁ ବିଭିନ୍ନ ସ୍ଥାନ ବୁଲି...

ପିଡିଏସ୍‌ ବଣ୍ଟନରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ

ସମ୍ବଲପୁର,୧।୪ (ବ୍ୟୁରୋ)- କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ ଡାଉନ ଜାରି ରହିଛି । ଏହି ପରିପେକ୍ଷୀରେ ରାଜ୍ୟ ସରକାର ଭତ୍ତା ଓ ପିଡିଏସ ସାମଗ୍ରୀ ଆଗୁଆ ୪ ମାସର ଦେବାକୁ ଘୋଷଣା କରିଛନ୍ତି । ଏପରିକି...

ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ କରାଗଲା ବିଶୋଧନ

ନିମାପଡ଼ା,୧।୪(ଡି.ଏନ.ଏ.): ମହାମାରୀ କରୋନା ସଂକ୍ରମଣ ଦାଉରୁ ରକ୍ଷା ପାଇଁ ନିମାପଡ଼ା ଅଗ୍ନିସେବା ସଂସ୍ଥା ପକ୍ଷରୁ ବିଶୋଧନ ଓ ସ୍ବଚ୍ଛତା କାର୍ଯ୍ୟ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଗତ ଦୁଇଦିନ ଧରି ନିମାପଡ଼ା ବ୍ଲକ ଅଧୀନ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri