ଆମ ଜିଲା ଖବର

ଯୋଗାଣ ସହାୟକଙ୍କୁ ଆକ୍ରମଣ, ଜଣେ ଗିରଫ

ଭଞ୍ଜନଗର,୧୨।୪(ଡି.ଏନ.ଏ)- ଜଗନ୍ନାଥପ୍ରସାଦ ବ୍ଲକ ତାରସିଂ ଯୋଗାଣ ସହାୟକ ଚିନ୍ମୟ ନାୟକଙ୍କୁ ଶନିବାର ବାରଦଣ୍ଡାର ରଞ୍ଜିତ ପ୍ରଧାନ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ନଂ.୬୯।୨୦ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ରଞ୍ଜିତଙ୍କୁ ଗିରଫ କରିଛି। ଚିନ୍ମୟଙ୍କ ଘର ତାରସିଂ...

ମୃତ ବ୍ୟକ୍ତିଙ୍କ ଜମି ବିକ୍ରି, ଲେଖାଳୀ ସମେତ ୩ ଗିରଫ

ଭଞ୍ଜନଗର,୧୨।୪(ଡି.ଏନ.ଏ)- ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ କୁପାଟି ଗ୍ରାମର ମୃତ ବାଞ୍ଛାନିଧି ବାଗ୍‌ଙ୍କ ଜମିଙ୍କୁ ସମ୍ପୃକ୍ତ ଗ୍ରାମର ହେମନ୍ତ ବାଗ୍‌ ନକଲି କାଗଜପତ୍ର ପ୍ରସ୍ତୁତ କରି ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କୁ ୨୦୧୬ରେ ବିକ୍ରି କରି ଦେଇଥିଲେ। ବାଞ୍ଛାନିଧିଙ୍କ ଝିଅ...

ଆମ୍ବ ତୋଟାରେ କ୍ୱାରାଣ୍ଟାଇନ୍‌

ପାତ୍ରପୁର,୧୨ା୪(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତ ଦେଶାରୀ ଗ୍ରାମର ପରିକ୍ଷୀତ ନାଇକ ନେଲୁରରୁ ଚାଲିଚାଲି ଗତ ଶୁକ୍ରବାର ଗ୍ରାମରେ ପହଞ୍ଚତ୍ଥିଲ। ଅଙ୍ଗନଓ୍ବାଡି କର୍ମୀ ତାଙ୍କୁ ନେଇ ପାତ୍ରପୁର ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା ସହ ବିଡ଼ିଓ, ବିଇଓ, ସିଡ଼ିପିଓ ପ୍ରମୁଖଙ୍କୁ ଜଣାଇଥିଲେ।...

ପଡ଼ା, ପୋଲିସକୁ ନାକେଦମ କଲେ ଯୁବକ: ଭୟରେ ଘର ଛାଡ଼ି ପଳାଇଲେ ପରିବାର ଲୋକେ

ସମ୍ବଲପୁର, ୧୨।୪ (ବ୍ୟୁରୋ) ସମ୍ବଲପୁର ଜିଲା କ୍ଷେତରାଜପୁର ଥାନା ଅଞ୍ଚଳକୁ ଜଣେ ୩୫ ବର୍ଷିୟ ଯୁବକ ହାଇଦ୍ରାବାଦରୁ ଫେରିଛନ୍ତି । ଏହାକୁ ନେଇ ପଡାବାସୀଙ୍କ ସହ ପୋଲିସ ନାକେଦମ ହୋଇଛି। ସମ୍ପୃକ୍ତ ଯୁବକ ସରକାରଙ୍କ ନୀତି ନିୟମ ଓ କଟକଣା...

ଚିନ୍ତା ବଢ଼ାଇଛି ବିଳମ୍ବ ରିପୋର୍ଟ

ସମ୍ବଲପୁର, ୧୨।୪ (ବ୍ୟୁରୋ): ସମଗ୍ର ରାଜ୍ୟର ବିଭିନ୍ନ ଜିଲାରେ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମ ଓଡିଶାର କଳାହାଣ୍ଡି ଓ ସୁନ୍ଦରଗଡ ଜିଲାରେ ୨ଟି ଲେଖାଏଁ ପଜିଟିଭ ରିପୋର୍ଟ ପ୍ରକାଶ ପାଇଛି । ଏହାକୁ...

ରିଲିଫ ପାଣ୍ଠିକୁ ଶୀତଳଷଷ୍ଠୀ ମିଳିତ କ୍ରିୟାନୁଷ୍ଠାନ କମିଟିର ଦାନ

ସମ୍ବଲପୁର,୧୨।୪(ବ୍ୟୁରୋ): ସମ୍ବଲପୁର ଶୀତଳଷଷ୍ଠୀ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ରବିବାର ମିଳିତ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ବରଗଡ ଏମ୍‌ପି ସୁରେଶ ପୂଜାରୀଙ୍କୁ ଏହି ଚେକ୍‌...

ସୋମବାର ମହାବିଷୁବ ସଂକ୍ରାନ୍ତି: ଆରଡ଼ିରେ ହେବନାହିଁ ଜଳଲାଗି

ଆରଡ଼ି,୧୨ା୪(ଡି.ଏନ୍‌.ଏ) : ସୋମବାର ମହାବିଷୁବ ସଂକ୍ରାନ୍ତି। ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଚଳିତବର୍ଷ ହେବ ନାହିଁ ଭକ୍ତଙ୍କ ସମାଗମ। ଲକ୍‌ଡାଉନ୍‌ ହୋଇଥିବାରୁ ୧୯ଦିନ ହେଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଛି। ପ୍ରଥା ଅନୁସାରେ ବୈଶାଖ ମାସ ସଂକ୍ରାନ୍ତି...

ବୁଦ୍ଧଖୋଲରେ ମାଙ୍କଡ଼ଙ୍କୁ ଖାଦ୍ୟ ଯୋଗାଉଛନ୍ତି ପୂଜାରୀ

ବୁଗୁଡା,୧୨।୪(ଡି.ଏନ୍‌.ଏ.): ମହାମାରୀ କରୋନା ମୁକାବିଲା ଦିଗରେ ରାଜ୍ୟ ସରକାର ସମସ୍ତ ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟରେ ବିଭିନ୍ନ ମନ୍ଦିର ତଥା ପର୍ଯ୍ୟଟକସ୍ଥଳୀକୁ ବନ୍ଦ ରଖାଯାଇଛି। ଦର୍ଶନୀୟ ସ୍ଥାନ ଖାଁ ଖାଁ ହୋଇଯିବା ଫଳରେ ସେଠାରେ ରହୁଥିବା ପ୍ରାଣୀମାନେ...

ନନ୍ଦନକାନନରେ ନୂଆ ଅତିଥି: ଜନ୍ମ ନେଲେ ୭ ମାଣ୍ଡାରିନ ବତକ ଶାବକ

ବାରଙ୍ଗ,୧୨।୪(ଡି.ଏନ୍‌.ଏ.): ନନ୍ଦନକାନନର ଅନ୍ୟତମ ଆକର୍ଷଣ ସାଜିଥିବା ପାଦଚଲା ବିହଙ୍ଗ ସରଣୀରେ ରବିବାରଦିନ ଏକ ମାଇ ମାଣ୍ଡାରିନ ବତକ ଦେଇଥିବା ଅଣ୍ଡାଫୁଟି ୭ଟି ଛୁଆ ବାହାରିଛି। ଫଳରେ ଚିଡ଼ିଆଖାନାରେ ଏମାନଙ୍କ ସଂଖ୍ୟା ବୃ୍‌ଦ୍ଧିପାଇ ୧୮ରେ ପହଞ୍ଚିଛି। ବିଶେଷକରି ଜାପାନ, ଚାଇନା ତଥା...

ଶହୀଦ ପ୍ରକାଶଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କଲେ ପୋଲିସ ଅଧିକାରୀ

ବରଗଡ଼ ଅଫିସ,୧୨ା୪: ଚନ୍ଦକା ଏସ୍‌ଓଜି କ୍ୟାମ୍ପ୍‌ରେ ପ୍ରଶିକ୍ଷଣ ଦେଉଥିବାବେଳେ ଗତ ୭ ତାରିଖରେ ଶହୀଦ ହୋଇଥିବା ପ୍ରକାଶ ସାହୁଙ୍କ ପରିବାରବର୍ଗଙ୍କୁ ନବନିଯୁକ୍ତ ଡିଏସ୍‌ପିମାନେ ୧ଲକ୍ଷ ୫୫ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି। ପ୍ରାୟ ୪୮ଜଣ ନବନିଯୁକ୍ତ ଡିଏସ୍‌ପି ନିଜ...

ଗଞ୍ଜାମରେ ହେବ ନାହିଁ ମେରୁଯାତ୍ରା: ଜିଲାପାଳ

ଛତ୍ରପୁର, ୧୨।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ସୋମବାର ହେବାକୁ ଥିବା ମେରୁ ଯାତ୍ରା ହେବ ନାହିଁ। ଏନେଇ ରବିବାର ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ଏହି ଅବସରରେ ମେରୁ ଯାତ୍ରାକୁ ନେଇ ସେ ଗଞ୍ଜାମବାସୀଙ୍କୁ ଜ଼ିଲାପାଳ...

ପୋଲିସ ସାଇରନ୍‌ ଶୁଣି ଦୌଡ଼ିବା ବେଳେ ତଳେ ପଡ଼ି ଜଣଙ୍କ ଜୀବନ ଗଲା

ବେଗୁନିଆପଡ଼ା,୧୨ା୪(ଡି.ଏନ୍‌.ଏ.): ବର୍ତ୍ତମାନ ପୋଲିସ ସାଇରନ ଲୋକଙ୍କ ମନରେ ଛନକା ସୃଷ୍ଟି କରିଛି। ଏହି ସାଇରନ୍‌ ଶୁଣି କନ୍ଧମାଳ ଜିଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତର ତିରିଡ଼ା ଗ୍ରାମରେ ରବିବାର ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁଯାୟୀ, ଉକ୍ତ ଗ୍ରାମର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri