ଆମ ଜିଲା ଖବର

ଜୟପୁରରେ ଶୁଭାରମ୍ଭ ହେଲା କୋଭିଡ୍‌ ହସ୍ପିଟାଲ

ଜୟପୁର,୧୩ା୪(ଡି.ଏନ୍‌.ଏ.): କୋରାପୁଟ ଜିଲାର ଏକମାତ୍ର କୋଭିଡ୍‌ ହସ୍ପିଟାଲ ଜୟପୁରସ୍ଥିତ ପୁରାତନ ଚିକିତ୍ସାଳୟଠାରେ ସୋମବାର ଶୁଭାରମ୍ଭ ହୋଇଛି। ଜିଲାପାଳ ମଧୁସୂଦନ ମିଶ୍ର ଏହାକୁ ଉଦ୍‌ଘାଟନ କରିଥିଲେ। ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏହି ହସ୍ପିଟାଲରେ ୧୫୦ ଶଯ୍ୟା ରହିବା ସହିତ ୩ଟି ଭେଣ୍ଟିଲେଟର...

ସାମାଜିକ ଦୂରତା ରକ୍ଷାକରି ପାଳିତ ହେଲା ହନୁମାନ ଜୟନ୍ତୀ, ଓଡ଼ିଆ ନୂଆବର୍ଷ

ପାଟଣା,୧୩।୪(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ବାମ ଛକସ୍ଥିତ ହନୁମାନ ମନ୍ଦିରରେ ସୋମବାର ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ଓଡ଼ିଆ ନୂଆବର୍ଷ ସକାଶେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି। ମହାମାରୀ କରୋନା ସଂକ୍ରମଣ ସକାଶେ ଲକ୍‌ଡାଉନ ଜାରି...

ମାସ୍କ ପିନ୍ଧି ନ ଥିବା ୧୦୦ ଜଣଙ୍କୁ ଧରିଲା ପୋଲିସ

ବଲାଙ୍ଗୀର ଅଫିସ,୧୩ା୪: ଲକ୍‌ଡାଉନ୍‌ ନିୟମ ଅଭିଯୋଗରେ ବଲାଙ୍ଗୀର ସହରର ବିଭିନ୍ନ ଛକରେ ପୋଲିସ ପକ୍ଷରୁ ସୋମବାର ମାସ୍କ ପିନ୍ଧି ନ ଥିବା ୧୦୦ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଲକ୍‌ଡାଉନ୍‌ କଟକଣା ବୃଦ୍ଧି କରାଯିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ...

ଧୂଳିଧୂଆଁରେ ପରିପୂର୍ଣ୍ଣ ଯୋଡ଼ା-ବାମେବାରୀ ରାସ୍ତା, ଜନଜୀବନ ଅସ୍ତବ୍ୟସ୍ତ: ପ୍ରତିଦିନ ଜଳ ସିଞ୍ଚନ ଦାବି

ଯୋଡ଼ା, ୧୩।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ଉପକଣ୍ଠ କମାରଯୋଡ଼ା ତାରିଣୀ ଛକ ଓ ବାଂଶପାଣି ଅଞ୍ଚଳବାସୀ ଧୂଳିଧୂଆଁରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ଏ ନେଇ ସ୍ଥାନୀୟ ମହିଳାମାନେ ସୋମବାର ପୂର୍ବାହ୍ନରେ ଯୋଡ଼ା-ବାମେବାରୀ ୨ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ।...

କୋଭିଡ୍‌ ଫଣ୍ଡ୍‌କୁ ୩,୫୧,୧୧୧ ଟଙ୍କା ପ୍ରଦାନ: ଚେକ୍‌ ଗ୍ରହଣ କଲେ ଗଞ୍ଜାମ ଜିଲାପାଳ

ଶେରଗଡ଼,୧୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ସମ୍ମୁଖରେ ସୋମବାର ସକାଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ପହଞ୍ଚି ୩ଲକ୍ଷ ୫୧ ହଜାର ୧ ଶହ ୧୧ ଟଙ୍କାର ଏକ ଚେକ୍‌ ଗ୍ରହଣ କରିଛନ୍ତି। ଉକ୍ତ ଚେକ୍‌ ଶେରଗଡ଼ ବ୍ଲକର...

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଦୋକାନୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ସହାୟତା

ଗୁଡଭେଲା, ୧୩।୪(ଡି.ଏନ୍‌.ଏ.): କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଡାହିମାଳ ଛକର ଦୋକାନୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ସୋମବାର ୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ତୁଷୁରା...

ଶ୍ରୀମନ୍ଦିରରେ ପଣାସଂକ୍ରାନ୍ତି ନୀତି: ଆଜିଠୁ ନୂତନ ପାଞ୍ଜି ପ୍ରଚଳନ

ପୁରୀ ଅଫିସ,୧୩ା୪: ଶ୍ରୀମନ୍ଦିରରେ ପଣା ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ନୀତି ସମ୍ପନ୍ନ ହୋଇଛି। ଦୈନନ୍ଦିନ ନୀତି ଅନୁଯାୟୀ, ଦ୍ୱାରଫିଟା, ମଙ୍ଗଳ ଆଳତି, ଅବକାଶ ବେଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳପୂଜା, ଗୋପାଳବଲ୍ଲଭ ନୀତି ହୋଇ ସକାଳ ଧୂପ...

କରୋନା ପ୍ରଭାବ: କିଆରୀରେ ସଢୁଛି କାକୁଡ଼ି, ଚିନ୍ତାରେ ଚାଷୀ

ବରଗଡ଼ ଅଫିସ,୧୩।୪: କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ କଟକଣା ଲାଗୁ ହୋଇଛି। ତେବେ ଏହି କଟକଣାରେ ଚାଷୀକୁଳ ଅଧିକ ପ୍ରଭାବିତ ହୋଇଛନ୍ତି। ବଜାର ବ୍ୟବସ୍ଥା ସୁଗମ ହୋଇ ପାରି ନ ଥିବା ଯୋଗୁ ଚାଷୀଙ୍କ ପରିବା...

କଟକଣା ନ ମାନି ଆଖଣ୍ଡଳମଣିଙ୍କ ପୀଠକୁ ଆସିଥିଲେ ଭକ୍ତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ

ଆରଡ଼ି,୧୩ା୪(ଡି.ଏନ୍‌.ଏ.): ଲକ୍‌ଡାଉନ ଯୋଗୁ ଭଦ୍ରକ ଜିଲା ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ୨୦ ଦିନ ହେଲା ବନ୍ଦ ରହିଛି। ଫଳରେ ଭକ୍ତମାନେ ଦର୍ଶନ ପାଇ ପାରୁନାହାନ୍ତି। ସୋମବାର ସକାଳେ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ ପୀଠକୁ...

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ୩୦ ବାଇକ୍‌ ଜବତ କଲା ପୋଲିସ

ଗୁଡଭେଲା,୧୩ା୪(ଡିଏନଏ): ସରକାରଙ୍କ କଡ଼ା ନିର୍ଦ୍ଦେଶାବଳୀ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ କେତେକ ବ୍ୟକ୍ତି ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରୁଛନ୍ତି। ଏଭଳି ବ୍ୟକ୍ତିବିଶେଷଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ସେମାନଙ୍କ ବାଇକ୍‌ ଜବତ କରିଛି। ସକାଳ...

ବନ ବିଭାଗର ଚଢ଼ାଉ: କାଠ ମାଫିଆ ଫେରାର; କାଠ ଗଣ୍ଡି, ୭ ସାଇକେଲ, ୧୦ କଟୁରୀ ଜବତ

ଓଡଗାଁ, ୧୩।୪(ସ୍ବ. ପ୍ର. ): ନୟାଗଡ଼ ଜିଲା ଓଡ଼ଗାଁ ରେଞ୍ଜ ଓ ବାହାଡ଼ାଝୋଲା ସେକ୍ସନ ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲରୁ କାଠ ମାଫିଆମାନେ ସୋମବାର କାଠ କାଟି ସାଇଜ କରୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ ବନ କର୍ମଚାରୀ ସେଠାରେ ଚଢ଼ାଉ...

କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ କଳାହାଣ୍ଡିବାସୀ ଆଶ୍ୱସ୍ତ

ଧର୍ମଗଡ଼,୧୩ା୪(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲାର ଜଣେ କୋଭିଡ୍‌ ପଜିଟିଭ ଆକ୍ରାନ୍ତ ବର୍ତ୍ତମାନ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି। ଏନେଇ ଜିଲାବାସୀଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି। ଗୋଲାମୁଣ୍ଡା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri