ବାଲେଶ୍ୱର ସଂକ୍ରମିତଙ୍କ ସଂସ୍ପର୍ଶରେ ଜଣେ ସ୍ବାସ୍ଥ୍ୟକର୍ମୀ: ସାନିଟାଇଜ୍ ହେଲା ସନ୍ତରାଗଡ଼ିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର
ସଜନାଗଡ଼, ୧୯।୪(ଡି.ଏନ.ଏ.)-ଓଡ଼ିଶାର ୬୧ନଂ. କରୋନା ସଂକ୍ରମିତ ବାଲେଶ୍ୱର ସହରର ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିବା ପରେ ଜିଲା ପ୍ରଶାସନ ତତ୍ପର ହୋଇଉଠିଛି। ଏହି ସମୟ ମଧ୍ୟରେ ସଂକ୍ରମିତ ବ୍ୟକ୍ତି କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହାର ତଥ୍ୟ ସଂଗ୍ରହ କରାଯାଉଛି।...
କରୋନାକୁ ନେଇ ଗୁଜବ: ଜଣେ ଗିରଫ
ବାରିପଦା ଅଫିସ, ୧୯ା୪- ମୟୂରଭଞ୍ଜ ଜିଲା ବାରିପଦା ସହରର ୧୭ ନମ୍ବର ୱାର୍ଡ଼ରେ କରୋନା ହୋଇଥିବା ନେଇ ଫେସବୁକ୍ରେ ଗୁଜବ କରି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଅଭିଯୁକ୍ତ ହେଲେ ସେହି ୱାର୍ଡ଼ ବଳରାମପୁରର ଶରାଫତ ଟୁଲ୍ଲା। ପୋଲିସ ସୂଚନା...
ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର
କେନ୍ଦୁଝର,୧୯ା୪(ଡି.ଏନ୍.ଏ.)- କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଦେଉଳଡିହାଠାରେ ରବିବାର ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ତେଲକୋଇ ଡାକ୍ତରଖାନା ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।...
ସହାୟତା ଦାବି କଲେ ଘରୋଇ ଗାଡି ଚାଳକ
ସମ୍ବଲପୁର,୧୯ା୪(ବ୍ୟୁରୋ)-ଲକ୍ଡାଉନର ପ୍ରଭାବ ଘରୋଇ ବସ୍, ଟ୍ରକ, କାର ଓ ସମସ୍ତ ଚାରିଚକିଆ ଯାନ ଚଲାଇଥିବା ଡ୍ରାଇଭରମାନଙ୍କ ଉପରେ ପଡିଛି । ଗାଡି ଚଳାଚଳ ବନ୍ଦ ହେବାରୁ ସେମାନଙ୍କ ରୋଜଗାର ବନ୍ଦ ହୋଇଯାଇଛି । ତେଣୁ ସେମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ...
ଲକ୍ଷାଧିକ ଟଙ୍କାର ଶାଗୁଆନ ପଟା ଜବତ
ଭବାନୀପାଟଣା/ଜୟପାଟଣା,୧୯।୪(ସ୍ବ.ପ୍ର/ଡି.ଏନ୍.ଏ.): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅର୍ନ୍ତଗତ ଜୟପାଟଣା ରେଞ୍ଜ ବଟକର୍ଲାକୋର୍ଟ ଓ ପାବଲି ଗ୍ରାମରେ ରବିବାର ବନ ବିଭାଗ ପକ୍ଷରୁ ଚଢାଉ କରି ବିପୁଳ ପରିମାଣରେ ଶାଗୁଆନ କାଠ ଜବତ କରଯାଇଛି। ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା...
କରୋନା ସଚେତନତା ଲାଗି ବୌଦ୍ଧ ଜିଲା ପ୍ରଶାସନର ଅଭିନବ ଉଦ୍ୟମ
ବୌଦ୍ଧ, ୧୯ା୪(ସ୍ବ.ପ୍ର.): କରୋନା ସଂକ୍ରମଣ ସମ୍ପର୍କରେ ସଚେତନତା ଓ ଲକଡାଉନ ନିୟମ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି। ବୌଦ୍ଧ ଗଙ୍ଗାଧର ସ୍ବେଛାସେବୀ ସମିତିର ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ସଚେତନତା ଧର୍ମୀ କ୍ଷୁଦ୍ର...
ଲକ୍ ଡାଉନ୍ ବେଳେ ଦେଶୀ ମଦ ଜବତ: ୧୧ ଗିରଫ
ପାଇକମାଲ, ୧୯।୪ (ଡି.ଏନ.ଏ.)- ପାଇକମାଲ ପୋଲିସ ୩ଟି ସ୍ଥାନରୁ ଚଢ଼ାଉ କରି ୧୭୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଛି । ଏହି ଘଟଣାରେ ୧୧ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପାଇକମାଲ ଥାନା ନିଲାଥର ଗ୍ରାମର...
କଳାହାଣ୍ଡି ପୋଲିସ ପକ୍ଷରୁ ରକ୍ତଦାନ ଶିବିର, ୧୦୧ ୟୁନିଟ ରକ୍ତ ସଂଗ୍ରହ
ଜୁନାଗଡ,୧୯।୪(ଡି.ଏନ୍.ଏ)-ଜୁନାଗଡ ସହର ଅଗ୍ରସେନ ଭବନଠାରେ ରବିବାର କଳାହାଣ୍ଡି ପୋଲିସ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ୧୦୧ଜଣ ମହିଳା,ପୁରୁଷ ସ୍ବେଚ୍ଛାକୃତଭାବେ ରକ୍ତଦାନ କରିଥିଲେ। ପରେ ସେମାନଙ୍କୁ କଳାହାଣ୍ଡି ପୋଲିସ ପକ୍ଷରୁ ମାନପତ୍ର ପ୍ରଦାନ...
କରୋନା ମାଡ଼ ପରେ ଚାଷୀଙ୍କୁ କରାମାଡ଼ ଚିନ୍ତା
ଦେଓଗାଁ,୧୯ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ କରୋନା ଯୋଗୁଁ ହୋଇଥିବା ଲକଡାଉନ ଯୋଗୁ ପ୍ରଭାବିତ ହୋଇଥିବା ଚାଷୀଙ୍କୁ ଏବେ ଅଦିନିଆ ବର୍ଷା ଓ କରାମାଡ଼ ଚିନ୍ତା ଘାରିଛି। ଶନିବାର ସନ୍ଧ୍ୟାରେ ଦେଓଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ ଘଡଘଡି ସହ ଝଡବର୍ଷା...
ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୫୦ ୟୁନିଟ ରକ୍ତ ସଂଗ୍ରହ
ପାଟଣାଗଡ, ୧୯ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ରାମସାଗର ଠାରେ ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ବିଧାୟକ ସରୋଜ ମେହେରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ...
ଜଙ୍ଗଲ ଭିତର ଜୁଆଆଡ୍ଡାରେ ଚଢ଼ାଉ, ୫ ଗିରଫ
ବଲାଙ୍ଗୀର ଅଫିସ,୧୯ା୪: କରୋନା ଲକ୍ଡାଉନ୍ ସମୟରେ ଜଙ୍ଗଲ ଭିତରେ ଚାଲିଥିବା ଜୁଆଖେଳ ଉପରେ ଟାଉନ୍ ଥାନା ପୋଲିସ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩୩ ହଜାର ୧ ଶହ ଟଙ୍କା, ୧୩ଟି ବାଇକ୍, ୫ଟି ମୋବାଇଲ ଫୋନ୍...
୪୩୦ କି.ମି.ଚାଲି ପାଇକମାଳରେ ପହଞ୍ଚିଲେ ୨୦ ଶ୍ରମିକଙ୍କ ପରିବାର
ପାଇକମାଲ, ୧୯।୪ (ଡି.ଏନ.ଏ.)-ଗଞ୍ଜାମ ଜିଲା ଆସିକାର ଏକ ଇଟାଭାଟିରେ କାମ କରୁଥିବା ୨୦ ଦାଦନ ଶ୍ରମିକଙ୍କ ପରିବାରର ମୋଟ ୨୮ ସଦସ୍ୟ ଶନିବାର ପାଇକମାଲ ବ୍ଲକ କାଂସଡା ପଞ୍ଚାୟତରେ ପହଞ୍ଚିଛନ୍ତି । ଲକ୍ ଡାଉନ କଟକଣା ସତ୍ତ୍ବେ ସେମାନେ ୪୩୦...
Archives


