ଆମ ଜିଲା ଖବର

ଆଦିବାସୀ ଲୋକଙ୍କୁ ସଚେତନ କରାଇଲେ

ହାଟଡିହୀ, ୨୧।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ ପଞ୍ଚାୟତ ଜୁଣପସି ଗ୍ରାମର ୬୦ରୁ ଊର୍ଦ୍ଧ୍ୱ ପରିବାରର ଲୋକଙ୍କୁ କରୋନା ରୋଗ ସମ୍ପର୍କରେ ସଚେତନ କରାଯାଇଛି। ଏହି ଗ୍ରାମ ଏକ ଆଦିବାସୀ ଓ ବଣ ପାହାଡ଼ ଘେରା ଆଦିବାସୀ ଇଲାକା ଅଟେ।...

ଅନ୍ୟ ଜିଲାରୁ ଆସୁଥିବା କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବାକୁ ଦାବି

କେନ୍ଦୁଝର, ୨୧।୪(ସ୍ବ.ପ୍ର.)-ସୋମବାର ଠାରୁ ଅଫିସ ଖୋଲିଲା। ଘରେ ଥିବା ଅଧିକାରୀ ଓ କର୍ମଚାରୀ ମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ତେବେ ଲୁଚାଛପା ବା ଜରୁରୀ କାମରେ ଜିଲା ବାହାରକୁ ଯାଇଥିବା କେତେକ କର୍ମଚାରୀ ରାତାରାତି ଫେରି ଆସି କାମରେ ଯୋଗ...

କେନ୍ଦୁଝରରୁ ଚାଲି ଚାଲି ପଳାଉଛନ୍ତି ଛତିଶଗଡ଼

କେନ୍ଦୁଝର, ୨୧।୪(ସ୍ବ.ପ୍ର.)-ନଳକୂପ ଖନନ କରି ପେଟପାଟଣା କରି ପରିବାର ପୋଷୁଥିବା ୩୩ଜଣ ଶ୍ରମିକ ଶ୍ରେଣୀର ଲୋକ ମଙ୍ଗଳବାର ଚାଲି ଚାଲି କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରୁ କେନ୍ଦୁଝର ସହର ଦେଇ ଏନ୍‌ଏଚ୍‌ ୪୯ରେ ଯାଉଥିବା ଘଟଣା ଚର୍ଚ୍ଚାର ବିଷୟ...

ଫାଟିଲାଣି ଜୀରା ନଦୀ ବ୍ରିଜ୍‌

ଭେଡ଼େନ,୨୧।୪ (ଡ଼ି.ଏନ.ଏ.) ବରଗଡ଼ ଜିଲା ଭେଡ଼େନ ବ୍ଳକ ଅନ୍ତର୍ଗତ ଧୁବେନପାଲି ଓ ଜାଣ୍ଡୋଲ ମଝିରେ ଜୀରା ନଦୀରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ବିଜୁ ସେତୁରେ ଫାଟ ଦେଖା ଦେଇଛି। ୨୦୧୭ରେ ଏହି ବ୍ରିଜ ନିର୍ମାଣ ସମୟରେ...

ଭେଡ଼େନରେ ମାସ୍କ ଧରପଗଡ଼

ଭେଡ଼େନ,୨୧୪ (ଡ଼ି.ଏନ.ଏ.): ବରଗଡ଼ ଜିଲା ଭେଡ଼େନଠାରେ ମଙ୍ଗଳବାର ପ୍ରଶାସନ ମାସ୍କ ପିନ୍ଧି ନ ଥିବା ଯାତ୍ରୀଙ୍କଠାରୁ ଫାଇନ ଆଦାୟ କରିଛି। ଭେଡ଼େନ ଟ୍ରେକର ଷ୍ଟାଣ୍ଡଠାରେ ତହସିଲଦାର ସୀମା ସବିତା କୁଲୁଙ୍କ ନେତୃତ୍ୱରେ ହୋଇଥିବା ଏହି ଧରପଗଡ଼ରେ ୩୦ ଜଣ ମାସ୍କ...

ଜଳପଥ ଦେଇ ଗଞ୍ଜାମ ଜିଲାରେ ପ୍ରବେଶକୁ ନେଇ ପ୍ରତିଷେଧ ମୂଳକ ପଦକ୍ଷେପ: କୋଷ୍ଟଗାର୍ଡ, ମେରାଇନ ପୋଲିସକୁ ଚିଠି ଲେଖିଲେ ଜିଲାପାଳ

ଛତ୍ରପୁର, ୨୧।୪(ଡି.ଏନ୍‌.ଏ.): ବାହାର ରାଜ୍ୟରୁ କେହି ଲୋକ ଜଳପଥ ଦେଇ ଗଞ୍ଜାମ ଜିଲାରେ ପ୍ରବେଶ କରିବାକୁ ନେଇ ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରତିଷେଧକ ମୂଳକ ପଦକ୍ଷେପ ନିଆଯାଇଛି। ଏ ନେଇ ସମୁଦ୍ର ପଥରେ ନଜର ରଖିବାକୁ କୋଷ୍ଟଗାର୍ଡ, ଗଞ୍ଜାମ ଓ...

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ୍‌,୨୧।୪: ବରଗଡ଼ ଜିଲା ବୁଡ଼େନ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୫)ଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଅଭିଯୁକ୍ତ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ହେଲେ, ବୁଡ଼ାମାଲ ଗ୍ରାମର ପ୍ରକାଶ ବରିହା (୧୯) । ବୁଡ଼େନ...

ଲକ୍‌ ଡାଉନ୍‌ ନିୟମ ଉଲ୍ଲଂଘନ: ୨୪୫ ଜଣଙ୍କଠାରୁ ୪୯,୩୦୦ ଟଙ୍କା ଜୋରିମାନା ଆଦାୟ

ବରଗଡ଼ ଅଫିସ୍‌,୨୧।୪: ଘାତକ କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ଏହି କ୍ରମରେ ବରଗଡ଼ ଜିଲାରେ ଏହି କଟକଣାର କାର୍ଯ୍ୟକାରିତାକୁ ଜିଲା ପୋଲିସ, ପ୍ରଶାସନ ଗୁରୁତ୍ୱର ସହିତ ନେଇଛି...

୩ ଅସୁସ୍ଥ ଯାଯାବର ଶିଶୁଙ୍କ ଚିକିତ୍ସା କରାଗଲା

ବରଗଡ଼ ଅଫିସ୍‌,୨୧।୪: ବରଗଡ଼ର ମହିଳା ଡାକ୍ତର ସୁସ୍ମିତା ଦାଶ ୩ ଯାଯାବର ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ଯୋଗାଇ ଦେଇଛନ୍ତି । ଏହା ସହିତ ଶିଶୁଙ୍କ ଖାଇବା ପାଇଁ ସେ ମାସକ ପାଇଁ ଗୁଣ୍ଡ ଦୁଗ୍ଧ...

କରୋନା ସହାୟତା: ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଭାଗବତ ଗାଦି ପକ୍ଷରୁ ଦାନ

ଛତ୍ରପୁର, ୨୧।୪(ଡି.ଏନ୍‌.ଏ.): କରୋନା ସହାୟତା ନେଇ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କାଳିଆବାଲି ସ୍ଥିତ ଲକ୍ଷୀନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳାକେନ୍ଦ୍ର (ଭାଗବତ ଗାଦି) ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୫ ହଜାର ଟଙ୍କାର ଚେକ୍‌ ପ୍ରଦାନ...

କରୋନା ସହାୟତା: ସ୍ବେଚ୍ଛାସେବୀ ସଂଗଠନ ‘ହିନ୍ଦ ସେବକ ସଂଘ’ ପକ୍ଷରୁ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ଚୌଦ୍ୱାର,୨୨ା୪(ଡି.ଏନ୍‌.ଏ): ଲକ୍‌ଡାଉନ୍‌ ଯୋଗୁ ଗରିବା ତଥା ଖଟିଖିଆ ଲୋକମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। ସେମାନେ ଦୁଇ ଓଳି ଖାଇବା ପାଇଁ ପାଉ ନାହାନ୍ତି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସ୍ବେଚ୍ଛାସେବୀ ସଂଗଠନ ହିନ୍ଦ ସେବକ ସଂଘର ଚୌଦ୍ୱାର କେନ୍ଦ୍ର ତରଫରୁ...

ଶୋଇଥିବାବେଳେ ମାଡ଼ିଗଲା ବୋଲେରୋ, ମହିଳା ମୃତ

ତାଳଚେର, ୨୧ା୪(ନି.ପ୍ର.)- ଘର ବାହାରେ ଶୋଇଥିବାବେଳେ ଏକ ବୋଲେରୋ ମାଡ଼ିଯିବାରୁ ତାଳଚେର ପୌରାଞ୍ଚଳ ୪ ନମ୍ବର ଓ୍ବାର୍ଡର ମଲ୍ଲୀ ଦାସ(୬୨)ଙ୍କ ମୃତ୍ୟୁ ଘଟିଛି। ଗରମ ହେବାରୁ ସୋମବାର ରାତିରେ ମଲ୍ଲୀ ଘର ପାଖ ଏକ ପକ୍କା ଚଟାଣରେ ଶୋଇଥିଲେ। ରାତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri