ଆମ ଜିଲା ଖବର

ସ’ ମିଲ୍‌ରେ ଅଗ୍ନିକାଣ୍ଡ

ବାଲେଶ୍ୱର ଅଫିସ, ୩।୫-ବାଲେଶ୍ୱର ଜିଲା ଗଡ଼ଗଡ଼ିଆ ଛକ ନିକଟରେ ଥିବା ବଟେଶ୍ୱର ସ’ ମିଲ୍‌ରେ ରବିବାର ପୂର୍ବାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଜିଲା ଅଗ୍ନିଶମ ବାହିନୀର ୩ଟି ଗାଡ଼ି ପହଞ୍ଚତ୍...

କୋଟାରୁ ଫେରିଲେ ୫୪ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୩।୫-କରୋନା ଲାଗି ସମଗ୍ର ଦେଶରେ ଲକ୍‌ଡାଉନ ଅବଧି ବୃଦ୍ଧି କରାଯାଇଛି। ଏହି ସମୟରେ ବାହାରେ ରହିଯାଇଥିବା ଶ୍ରମିକ, ଛାତ୍ରୀଛାତ୍ର ଓ ତୀର୍ଥଯାତ୍ରୀମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରିବାକୁ କେନ୍ଦ୍ରସରକାର ଅନୁମତି ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜସ୍ଥାନ କୋଟା...

କୁକୁର ଭୟରେ ପୋଖରୀକୁ ଡେଇଁ ହରିଣର ପ୍ରାଣ ଗଲା

ଖଇରା, ୩।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଚାନ୍ଦଗୋଛି ଗ୍ରାମରେ ଥିବା ପୋଖରୀକୁ ଏକ ହରିଣ ଡେଇଁପଡିବାରୁ ତାର ମୃତ୍ୟୁ ଘଟିଛି। ରେଞ୍ଜର ବବିତା ସୋରେନଙ୍କ ନିର୍ଦ୍ଦେଶକ୍ରମେ ଔପଦା ଫରେଷ୍ଟର ସୁମତୀ ଦାସ, ଗାର୍ଡ ଭାରତୀ ସିଂ...

ବୁଗୁଡ଼ାରେ ପହଞ୍ଚିଲେ ୩୫୦ରୁ ଊର୍ଦ୍ଧ୍ୱ ସୁରଟ ଫେରନ୍ତା

ବୁଗୁଡ଼ା,୩ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ବିଭିନ୍ନ ପଞ୍ଚାୟତର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରବିବାର ୩୫୦ରୁ ଅଧିକ ସୁରଟ ଫେରନ୍ତା ପହଞ୍ଚିବା ଜଣାପଡ଼ିଛି। ସେମାନେ ଶନିବାର ରାତିରେ ୭ଟି ବସ୍‌ରେ ବାହାରିଥିଲେ। ପ୍ରଥମେ ବୁଗୁଡ଼ାରେ ପହଞ୍ଚିବା ପରେ ଗୋଟିଏ ବସ୍‌ର ୫୪...

୧୪୭ କେରଳ ଫେରନ୍ତାଙ୍କୁ ସ୍ବାଗତ କଲା ପ୍ରଶାସନ

ରାଜନଗର,୩ା୫(ଡି.ଏନ୍‌.ଏ.): କେରଳରେ ଫସିଥିବା ୧୪୭ ପ୍ରବାସୀ ଓଡ଼ିଆ ୪ଟି ବସ୍‌ରେ ଆସି ରବିବାର ଅପରାହ୍ନରେ ରାଜନଗରରେ ପହଞ୍ଚିଛନ୍ତି। ସେମାନେ ରାଜନଗର ବ୍ଲକ ମହିଷାସୁର ଯଜ୍ଞ ପଡ଼ିଆରେ ପହଞ୍ଚିବା ପରେ ପ୍ରଶାସନ ତାଙ୍କୁ ସ୍ବାଗତ କରିଥିଲା। ଏଥିସହ ସାମାଜିକ ଦୂରତ୍ୱ ଭିତରେ ରାଜ୍ୟ...

କଳାମାଟିଆ ପଞ୍ଚାୟତରେ ଘରଘର ବୁଲି ରକ୍ତ ନମୁନା ସଂଗ୍ରହ କରୁଛନ୍ତି ମହିଳା ସ୍ବାସ୍ଥ୍ୟକର୍ମୀ

ରତ୍ନଗିରି,୩ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ କଳାମାଟିଆ ପଞ୍ଚାୟତରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶନିବାର ଦମକଳ ବାହିନୀ ପକ୍ଷରୁ ଏହି ପଞ୍ଚାୟତର ବିଭିନ୍ନ ଜନବହୁଳ ସ୍ଥାନକୁ ସାନିଟାଇଜେସନ...

ହାଟଡିହୀରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଗ୍ରାମ ସିଲ୍‌ କଲା ପ୍ରଶାସନ

ହାଟଡିହୀ,୩ା୫(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ହୀରାପୁର ଗ୍ରାମରେ ରବିବାର ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ପ୍ରଶାସନ ପକ୍ଷରୁ ଗ୍ରାମକୁ ସିଲ୍‌ କରାଯାଇଛି। ଏଠାରୁ ଚିହ୍ନଟ ହୋଇଥିବା ୩୦ ବର୍ଷୀୟ ଯୁବକ ଜଣକ କୋଲକାତାରୁ...

ହାତୀ ଆକ୍ରମଣରେ ଜଣେ ମୃତ: ଉତ୍ତେଜନା, ବନ ବିଭାଗ ଗାଡ଼ି ଭଙ୍ଗାରୁଜା

ବନ୍ତଳା, ୩ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ତଳଗଡ଼ ନୂଆଁଭୂଇଁ ସାହିର କାଳିଆ ବେହେରା (୩୦)ଙ୍କ ରବିବାର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ସୁମିତ୍ରା ପାହାଡ ତଳେ ଥିବା ମିରିଗେଇ ଜଙ୍ଗଲକୁ ସକାଳେ ଛେଳି ଚରାଇବା ପାଇଁ ଯାଇଥିବାବେଳେ...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ନ ରହି ଲୁଚୁଛନ୍ତି ବାହାର ଫେରନ୍ତା

ଲୋଇସିଂହା,୩ା୫(ଡି.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଅଞ୍ଚଳରୁ ଦୁଇଜଣ ତାମିଲନାଡୁ ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ବାହାରେ ଥିବା ଜିଲାର ଦାଦନଙ୍କୁ ରାଜ୍ୟ ସରକାର ଫେରାଇ ଆଣୁଥିବାରୁ ସଂକ୍ରମିତ ବଢ଼ିବା ଆଶଙ୍କାରେ ଏବେ ଜିଲାବାସୀ ଆତଙ୍କିତ ହୋଇପଡ଼ିଛନ୍ତି।...

ମାଛ, ମାଂସ ଦର ଆକାଶଛୁଆଁ

ଗଞ୍ଜାମ,୩ା୫(ଡି.ଏନ୍‌.ଏ.): କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଦିନ କୁ ଦିନ ଏହାର ସଂଖ୍ୟା ବଢ଼ୁଛି l ଏଥିପାଇଁ ଲକ୍‌ଡାଉନ୍‌ ଅବଧି ମଧ୍ୟ ବଢିଛି। ଲୋକ ଭୟଭୀତ ହୋଇ ଘରୁପଦାକୁ ବାହାରୁନାହାନ୍ତି। ବର୍ତ୍ତମାନ ଗଞ୍ଜାମରେ ବି ଦୁଇଜଣ କରୋନା...

କେନ୍ଦୁଝର ଜିଲାରେ ପୁଣି ଜଣେ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ପହଞ୍ଚିଲା ୧୬୨

ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଜଣଙ୍କ କେନ୍ଦୁଝର ଜିଲାର। ଏନେଇ ରବିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୨ରେ ପହଞ୍ଚିଛି।...

ସୁରଟରୁ ୫୦ପ୍ରବାସୀଙ୍କୁ ଗଞ୍ଜାମ ଆଣି ଆସୁଥିବା ବସ୍‌ ନାଗପୁରରେ ଓଲଟିଲା: ୨ ଆହତ

ଛତ୍ରପୁର/ପୁରୁଷୋତ୍ତମପୁର,୩ା୫(ଡି.ଏନ୍‌.ଏ.): ସୁରଟରୁ ୫୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଆସୁଥିବା ବସ୍‌ ରବିବାର ସକାଳେ ମହାରାଷ୍ଟ୍ରର ନାଗପୁରଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି। ଆହତଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri