ଆମ ଜିଲା ଖବର

୮ ଦଫା ଦାବିପତ୍ର ଦେଲେ ଏଆଇଏସ୍‌ଏଫ୍‌ ଛାତ୍ରୀଛାତ୍ର

ବଡବିଲ, ୧୮।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ କଲେଜ ସମ୍ମୁଖରେ ଅଲ୍‌ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେଶନ(ଏଆଇଏସଏଫ୍‌) ବଡବିଲ ଶାଖା ତରଫରୁ ସୋମବାର ନିଆରା ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧି ୮ ଦଫା ଦାବିରେ ପ୍ଲା-କାର୍ଡ ପ୍ରଦର୍ଶନ ପୂର୍ବକ ମୌନ...

ନିଜ ରାଜ୍ୟକୁ ଯିବେ ୟୁପିର ୧୫ଶହ ପ୍ରବାସୀ: ୨୦ରେ ସମ୍ବଲପୁରରୁ ବାହାରିବ ସ୍ବତନ୍ତ୍ର ଟ୍ରେନ୍‌

ସମ୍ବଲପୁର, ୧୮।୫ (ବ୍ୟୁରୋ): ସମ୍ବଲପୁର ଷ୍ଟେଶନରୁ ଆସନ୍ତା ୨୦ ତାରିଖ ଏକ ସ୍ବତନ୍ତ୍ର ଟ୍ରେନ୍‌ ଉତ୍ତରପ୍ରଦେଶ ଯିବାକୁ ସ୍ଥିର କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ଏ ନେଇ ସମସ୍ତ ବ୍ୟବସ୍ଥା କରିଛି। ସମ୍ବଲପୁର ଷ୍ଟେଶନରୁ ଏହି ଟ୍ରେନ୍‌...

କାକଟପୁର ଅଞ୍ଚଳ ହେଲା ବିଶୋଧନ

କାକଟପୁର,୧୮।୫(ଡି.ଏନ୍‌.ଏ.): ମହାମାରୀ କରୋନା ମୁକାବିଲା ପାଇଁ ଆରଏସ୍‌ଏସ୍‌ ଓ ଏବିଭିପି ମିଳିତ ଆନୁକୂଲ୍ୟରେ କାକଟପୁର ନଗର ଶାଖା ତରଫରୁ ସୋମବାର କାକଟପୁର ଅଞ୍ଚଳକୁ ବିଶୋଧନ କରାଯାଇଛି। କାର୍ଯ୍ୟକର୍ତ୍ତାମାନେ କାକଟପୁର ମା’ ମଙ୍ଗଳା ମନ୍ଦିରଠାରୁ ଆରମ୍ଭକରି ବଜାର, ପରିବା ହାଟ, ବିଭିନ୍ନ...

ଜଳିଗଲା ମେଟାଲ୍‌ ବୋଝେଇ ହାଇଓ୍ବା

ଖୁଣ୍ଟୁଣୀ,୧୮।୫(ଡି.ଏନ୍‌.ଏ.): ଖୁଣ୍ଟୁଣୀସ୍ଥିତ ରାଜା ଆଠଗଡ଼ ରେଳ ଷ୍ଟେଶନ ପାର୍ଶ୍ୱ ରେଲଓ୍ବ ସାଇଡିଂ ଉପରେ ସୋମବାର ଏକ ମେଟାଲ ବୋଝେଇ ୧୮ଚକିଆ ହାଇଓ୍ବା ବିଦ୍ୟୁତ୍‌ କରେଣ୍ଟ ଲାଗି ଜଳିଯାଇଛି। ଏହି ସମୟରେ ଡ୍ରାଇଭର ଜଣକ ଡେଇଁପଡ଼ିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଖବରପାଇ ଆଠଗଡ଼...

ମୁକାବିଲା ପାଇଁ ପୋଲିସ ସଜାଗ-ଡିଜିପି

ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ, ୧୮।୫-ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ’ର ମୁକାବିଲା ଲାଗି ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅଭୟ ସୋମବାର ବାଲେଶ୍ୱର ଓ ଭଦ୍ରକ ଜିଲା ଗସ୍ତ କରିଥିଲେ। ସେ ପ୍ରଥମେ ପୂର୍ବାହ୍ନ ୧୧ଟା ୨୦ମିନିଟ୍‌ରେ...

ଗୋଟିଏ ଦିନରେ ପହଞ୍ଚିଲା ୩ ସ୍ପେଶାଲ ଟ୍ରେନ

ବଲାଙ୍ଗୀର ଅଫିସ, ୧୮ା୫: ବଲାଙ୍ଗୀର ରେଳଷ୍ଟେଶନରେ ସୋମବାର ଗୋଟିଏ ଦିନରେ ୩ଟି ଶ୍ରମିକ ସ୍ପେଶାଲ ଟ୍ରେନ ଆସି ପହଞ୍ଚତ୍ଥିଲା। ଏହି ତିନି ଟ୍ରେନ୍‌ରେ ବଲାଙ୍ଗୀର ସମେତ ଓଡିଶାର ୩୦ଜିଲାର ପ୍ରାୟ ୪ ହଜାର ପ୍ରବାସୀ ଆସିଥିଲେ। ଭୋର ୪ଟାରେ ବିଶାଖାପାଟଣାରୁ...

ପିପିଲିରେ ଦି୍ବତୀୟ କରୋନା ସଂକ୍ରମିତ ଚିହ୍ନଟ

ପିପିଲି,୧୮।୫(ଡି.ଏନ୍‌.ଏ.): ପିପିଲିରେ ଦ୍ୱିତୀୟ କରୋନା ସଂକ୍ରମିତ ରବିବାର ରାତିରେ ଚିହ୍ନଟ ହୋଇଛନ୍ତି। ସେ ବୀରପୁରୁଷୋତ୍ତମପୁର ପଞ୍ଚାୟତ ଅଞ୍ଚଳର ୨୨ବର୍ଷ ଯୁବକ ହୋଇଥିବାବେଳେ ନିକଟରେ ତାମିଲନାଡୁରୁ ଆସିଥିଲେ। ମେ ୧୩ତାରିଖରେ ସେ ଓ ତାଙ୍କର ଜଣେ ସାଥୀ ସେଠାରୁ ଏକ ବସ...

ଆଖଣ୍ଡଳମଣିଙ୍କ ଲଗ୍ନ ମହୋତ୍ସବ ସମ୍ପନ୍ନ

ଆରଡି, ୧୮ା୫ (ଡି.ଏନ.ଏ.)-ଲକଡାଉନ ଯୋଗୁ ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରାୟ ୨ ମାସ ହେଲା ବନ୍ଦ ରହିଛି। ଚଳିତ ମାସ ୨୭ ତାରିଖରେ ଶିବ ବିବାହ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ସୋମବାର ମନ୍ଦିର...

ଗ୍ରୀନଜୋନ୍‌ କନ୍ଧମାଳରେ ୨ ପଜିଟିଭ: ସାନିଟାଇଜ ହେଲା ରତଙ୍ଗ କ୍ୱାରାଣ୍ଟାଇନ୍‌ ସେଣ୍ଟର

ଫୁଲବାଣୀ ଅଫିସ, ୧୮ା୫- ଗ୍ରୀନ ଜୋନ୍‌ କନ୍ଧମାଳ ଜିଲାରେ କରୋନା ପହଞ୍ଚିଛି। ତାମିଲନାଡୁରୁ ଫେରି କ୍ୱାରାଣ୍ଟାଇନ୍‌ରେ ଥିବା ୨ ପ୍ରବାସୀଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଛି। ଉଭୟଙ୍କୁ ଜିଲା ପ୍ରଶାସନ ପକ୍ଷରୁ ରବିବାର ରାତିରେ ଭୁବନେଶ୍ୱର...

କଣ୍ଟେନର ଅଟକାଇ ୭୨ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଚମ୍ପୁଆ, ୧୮।୫(ଡି.ଏନ.ଏ.)-ଚମ୍ପୁଆ ସୀମାନ୍ତ ଦେଇ ଗତ ରବିବାର ରାତିରେ ଯାଉଥିବା ଏକ କଣ୍ଟେନରକୁ ଚମ୍ପୁଆ ପୋଲିସ ଅଟକାଇବା ସହିତ ସେଥିରେ ଥିବା ୭୨ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି ୭୨ ଶ୍ରମିକଙ୍କୁ ସ୍ଥାନୀୟ ମହତାବ ହାଇସ୍କୁଲରେ ରଖାଯାଇଛି। ସୂଚନା...

ଚୋରା ମଦ ବେପାରୀ ଗିରଫ

ବାଲେଶ୍ୱର ଅଫିସ,୧୮।୫- ଲକ୍‌ଡାଉନ୍‌ ସମୟରେ ବାଲେଶ୍ୱର ସହର ଏବଂ ଗ୍ରାମାଞ୍ଚଳରେ ଦେଶୀ ମଦର ଚୋରା ବ୍ୟବସାୟ ବଢ଼ି ଚାଲୁଥିବା ବେଳେ ଅବକାରୀ କର୍ମଚାରୀମାନଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଅବକାରୀ ବିଭାଗ ଏସ୍‌ପି ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶରେ ଭ୍ରାମ୍ୟମାଣ ଆଇନ୍‌...

କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଗଲା ମଦ, ଜଣେ ଗିରଫ

ଶେରଗଡ଼,୧୮ା୫(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାର ସମସ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟର ୧୦୦ ମିଟର ମଧ୍ୟରେ ଧାରା ୧୪୪ ଲାଗୁ ହୋଇଛି। ଏହାସତ୍ତ୍ୱେ ବି ଅନ୍ତେବାସୀଙ୍କ ନିକଟରେ ବାହାର ଜିନିଷ ପହଞ୍ଚୁଥିବା ଦେଖାଯାଉଛି। ସୋମବାର ଶେରଗଡ଼ ବ୍ଲକ ବନ୍ଧାଗୁଡ଼ା ଗ୍ରାମ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri