Posted inକଟକ

ଜଳିଗଲା ମେଟାଲ୍‌ ବୋଝେଇ ହାଇଓ୍ବା

ଖୁଣ୍ଟୁଣୀ,୧୮।୫(ଡି.ଏନ୍‌.ଏ.): ଖୁଣ୍ଟୁଣୀସ୍ଥିତ ରାଜା ଆଠଗଡ଼ ରେଳ ଷ୍ଟେଶନ ପାର୍ଶ୍ୱ ରେଲଓ୍ବ ସାଇଡିଂ ଉପରେ ସୋମବାର ଏକ ମେଟାଲ ବୋଝେଇ ୧୮ଚକିଆ ହାଇଓ୍ବା ବିଦ୍ୟୁତ୍‌ କରେଣ୍ଟ ଲାଗି ଜଳିଯାଇଛି। ଏହି ସମୟରେ ଡ୍ରାଇଭର ଜଣକ ଡେଇଁପଡ଼ିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଖବରପାଇ ଆଠଗଡ଼ ଦମକଳ ବାହିନୀ ଆସି ନିଅଁାକୁ ଆୟତ୍ତ କରିଥିଲେ ମଧ୍ୟ ହାଇଓ୍ବାଟି ସମ୍ପୂର୍ଣ୍ଣ ଜଳିଯାଇଛି। ଢ଼େଙ୍କାନାଳ ଅଞ୍ଚଳରୁ ୬୦ ଟନ ମେଟାଲ ବୋଝେଇ କରି ସିଜି ୦୪ ଏମ୍‌ଜେ ୬୦୩୨ ନଂ ବିଶିଷ୍ଟ ଏହି ହାଇଓ୍ବାଟି ସୋମବାର ସକାଳେ ଖୁଣ୍ଟୁଣୀସ୍ଥିତ ରାଜ ଆଠଗଡ଼ ଷ୍ଟେଶନରେ ଥିବା ବାଲାଷ୍ଟ ସାଇଡିଂରେ ମେଟାଲ ଅନଲୋଡ କରୁଥିଲା। ଅନ୍‌ଲୋଡ ସାରି ହାଇଓ୍ବା ଚାଳକ ଡାଲା ନ ପକାଇ ନିଜ ଅସାବଧାନତାରୁ ଗାଡ଼ି ଷ୍ଟାର୍ଟ କରି ଆଗକୁ ଆଣୁଥିବାବେଳେ ଉପରେ ୨୫ହଜାର କିଲେ ଭୋଲଟ୍‌ ହାଇଟେନ୍‌ସନ ତାରରେ ଡାଲା ବାଜି ସଙ୍ଗେ ସଙ୍ଗେ ନିଅଁା ଲାଗି ଜଳିଯାଇଥିଲା। ସ୍ଥାନୀୟ ଲୋକେ ଦେଖି ଦମକଳ ବାହିନୀକୁ ଜଣାଇଥିଲେ। ହାଇଓ୍ବାଟିର ଡାଲାଟି ବିଦ୍ୟୁତ୍‌ ତାରରୁ ଗୋଟିଏ ମିଟର ବ୍ୟବଧାନରେ ଥିବାରୁ ହାଇଭୋଲଟେଜ ଥିବା କରେଣ୍ଟ ଟାଣି ନେଇଥିବା ଖୁଣ୍ଟୁଣୀ ଷ୍ଟେଶନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

କଟକ-ବାରବାଟୀରେ ଭାଜପାର ବଡ଼ ଗେମ୍‌, ଏହି ଅଭିନେତାଙ୍କୁ ମିଳପାରେ ଚାନ୍ସ!

ଭୁବନେଶ୍ୱର,୧୭।୪: ଅନୁଭବ ମହାନ୍ତିଙ୍କୁ ଭାଜପା କଟକ-ବାରବାଟୀରୁ ପ୍ରାର୍ଥୀ ହେବା ଚର୍ଚ୍ଚା ହେଉଛି। ଅନ୍ୟପଟେ କେନ୍ଦ୍ରାପଡା ଏମପି ହୋଇଥିବାରୁ ଏହି ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁରରୁ...

ଏହିସବୁ ହିଟ୍‌ ଟ୍ରାକ୍‌ରେ ଚାଲିଛି ନିର୍ବାଚନୀ ଗୀତ ରେକର୍ଡିଂ

କଟକ,୧୭ା୪ (କାର୍ତ୍ତିକ ସାହୁ):ଜିନ୍ଦାବାଦ୍‌, ଜିନ୍ଦାବାଦ୍‌…, ଆମର ଭାଇ, ତମର ଭାଇ…, ଭୋଟ ଦବ କୋଉଠି… ଆଦି ଚିର ପରିଚିତ ସ୍ଲୋଗାନ। ଡାକବାଜି ଯନ୍ତ୍ରରେ ମନମତାଣିଆ ଗୀତର...

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଘୁଞ୍ଚିଲା

କଟକ,୧୫ା୪(କାର୍ତ୍ତିକ ସାହୁ): ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ୧ମ ବର୍ଷ ଛାତ୍ରୀଛାତ୍ରମାନେ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ କରିଥିବା ଦାବି ଶେଷରେ ଗୃହୀତ ହୋଇଛି। ଆଗାମୀ ଏପ୍ରିଲ...

ଡିଏସ୍‌ପି ଅଳାବତୀ ଆର୍ଶୁ ମାରାଣ୍ଡିଙ୍କ ଅକାଳ ବିୟୋଗ

କଟକ,୧୫ା୪(କାର୍ତ୍ତିକ ସାହୁ): କଟକସ୍ଥିତ ରାଜ୍ୟ ମାନବାଧିକାର ସୁରକ୍ଷା ପ୍ରକୋଷ୍ଠ (ଏଚ୍‌ଆର୍‌ପିସି)ରେ କାର୍ଯ୍ୟରତ ଥିବା ଡିଏସ୍‌ପି ଅଳାବତୀ ଆର୍ଶୁ ମାରାଣ୍ଡୀ(୫୨)ଙ୍କ ରବିବାର ଅକାଳ ବିୟୋଗ ଘଟିଛି। ସେ...

ବିରୋଧୀଙ୍କୁ ଟକ୍କର୍‌ ଦବେ ମୋକିମଙ୍କ ଝିଅ! କଟକ ରାଜନୀତିରେ ନୂଅ ଟ୍ବିଷ୍ଟ

କଟକ,୧୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri