ଆମ ଜିଲା ଖବର

ବରୀରେ ବାତ୍ୟା ‘ଅମ୍ପନ’ର ପ୍ରଭାବ: ଯୋଗାଯୋଗ ବିଚ୍ଛିନ୍ନ, ବିଦ୍ୟୁତ୍‌ ସରବରାହ ବନ୍ଦ

ରତ୍ନଗିରି/ବରୀ, ୨୦।୫(ଡି.ଏନ୍‌.ଏ./ସ୍ବ.ପ୍ର.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫନ’ର ପ୍ରଭାବ ଯାଜପୁର ଜିଲା ବରୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ପ୍ରବଳ ପବନ ବହିବା ସହ ବର୍ଷା ଲାଗିରହିଛି। ପ୍ରବଳ ପବନ ଯୋଗୁ ରାସ୍ତା ଉପରେ...

ଅମ୍ଫନ୍‌ ଯୋଗୁ ଲାଗି ରହିଛି ବର୍ଷା: କାନ୍ଥ ଭୁଶୁଡ଼ି ଶିଶୁପୁତ୍ରର ଜୀବନ ଗଲା

ଭଦ୍ରକ ଅଫିସ,୨୦।୫ – ଭଦ୍ରକ ଜିଲା ତିହିଡି ବ୍ଲକ କଁlପଡା ପଞ୍ଚାୟତ ଦକ୍ଷିଣପାରି ଗାଁରେ ମାଟି କାନ୍ଥ ଭୁଶୁଡି ଜଣେ ୩ମାସ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ତିହିଡି ବ୍ଲକ କଁlପଡା ପଞ୍ଚାୟତ ଦକ୍ଷିଣପାରି ଗାଁର ବଳରାମ ଦାସଙ୍କ ତିନିମାସର ଶିଶୁପୁତ୍ର...

ଅମ୍ଫନ୍‌ର ପ୍ରଭାବରେ ବର୍ଷା, ପବନ ଜାରି: ଜନଜୀବନ ବ୍ୟାହତ

କେନ୍ଦୁଝର/ରାଇସୁଆଁ ,୨୦ା୫(ସ୍ବ.ପ୍ର./ଡିଏନଏ): ସାମୁଦ୍ରିକ ଝଡ଼ ଅମ୍ଫନ୍‌ର ପ୍ରଭାବରେ କେନ୍ଦୁଝର ଜିଲାରେ ମଙ୍ଗଳବାର ରାତିରୁ ବର୍ଷା ଓ ପବନ ଜାରି ରହିଛି। ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଯାତାୟାତ ବନ୍ଦ ରହିଥିବା ବେଳେ ଦୋକାନବଜାର ବନ୍ଦ ରହିଛି। ଅନେକ ସ୍ଥାନରେ ବର୍ଷା...

ବଲାଙ୍ଗୀରରେ ଫେଲ୍‌ ମାରିଛି କରୋନା କଟକଣା: ବଜାରରେ ପ୍ରବଳ ଭିଡ଼

ବଲାଙ୍ଗୀର ଅଫିସ,୨୦ା୫: କରୋନାର ଭୟାବହତା କମିନାହିଁ ା ତେଣୁ ଲକ୍‌ଡାଉନ୍‌କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ା ଚତୁର୍ଥ ପର୍ଯ୍ୟାୟରେ ଏହାକୁ ସାମାନ୍ୟ କୋହଳ କରି ଦୋକାନ ବଜାର ଖୋଲିବାକୁ ଅନୁମତି ମଧ୍ୟ ମିଳିଛି।...

ବାତ୍ୟା ‘ଅମ୍ଫନ୍‌’ ପ୍ରଭାବ: ଭଦ୍ରକରେ ବଢୁଛି ପବନର ବେଗ, ୧୩ ହଜାର ଲୋକଙ୍କୁ ସ୍ଥାନାନ୍ତର କଲାଣି ପ୍ରଶାସନ

ଭଦ୍ରକ ଅଫିସ,୨୦।୫- ଉପକୂଳ ଅତିକ୍ରମ କରୁଛି ବାତ୍ୟା ‘ଅମ୍ଫନ୍‌’। ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲାରେ ଝଡ଼ବର୍ଷା ଲାଗି ରହିଛି। ଭଦ୍ରକ ଜିଲାରେ ମଧ୍ୟ ଧିରେ ଧିରେ ପବନର ବେଗ ବଢ଼ିବାରେ ଲାଗିଛି। ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ଟାରୁ...

ଥାନା ଭିତରେ ପାଟଣା ଆଇଆଇସିଙ୍କ ମାଡ଼ ଭିଡିଓ ଭାଇରାଲ ଘଟଣା: ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲା କୁଡୁମୀ ସେନା

ପାଟଣା, ୨୦।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଆଇଆଇସି ସନ୍ଧ୍ୟାରାଣୀ ଜେନା ଜଣେ ଯୁବକଙ୍କୁ ଥାନାଭିତରେ ଲାଠି ଓ ଗୋଇଠା ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାଟି ଏବେ ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ...

ଜଳିଗଲା ଟାଟା ମ୍ୟାଜିକ, କାରଣ ଅସ୍ପଷ୍ଟ

ଚୌଦ୍ୱାର,୨୦।୫(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ତାରେଣୀ ବଜାରରେ ଏକ ଟାଟା ମ୍ୟାଜିକ ଗାଡ଼ି (ଓଆର୍‌ ୦୫ଏମ୍‌୭୫୨୩) ମଙ୍ଗଳବାର ବିଳମ୍ବିତ ରାତିରେ ଜଳିଯାଇଛି। ଗାଡ଼ିଟି ଘର ଆଗରେ ଥୁଆ ହୋଇଥିଲା ବେଳେ ତାହା ଜଳୁଥିଲା। ପାଟ୍ରୋଲିଂ କରୁଥିବା ପୋଲିସ...

କ୍ୱାରାଣ୍ଟାଇନ ସେଣ୍ଟରରେ ଟଳିପଡ଼ିଲେ ପ୍ରବାସୀ

ନୟାଗଡ ଅଫିସ/ଓଡ଼ଗାଁ,୨୦।୫(ସ୍ବ.ପ୍ର.): ନୟାଗଡ଼ ଜିଲା ବାହାଡ଼ାଝୋଲା ବାଳିକା ଉଚ୍ଚ ବିଦ୍ୟାଳୟ କ୍ବାରାଣ୍ଟାଇନ ସେଣ୍ଟରରେ ବୁଧବାର ସକାଳେ ଜଣେ ପ୍ରବାସୀ ଗାଧୋଇବା ପାଇଁ ତେଲ ଲଗାଉଥିବା ବେଳେ ହଠାତ୍‌ ଟଳି ପଡିଥିଲେ। ସେ ହେଲେ ନୂଆଗାଁ ବ୍ଲକ ହରିପୁର ଅଞ୍ଚଳର ଭଜକୃଷ୍ଣ...

ବାତ୍ୟା ‘ଅମ୍ପନ’ ପାଇଁ ଆଜି ହାଇକୋର୍ଟ ବନ୍ଦ

କଟକ ଅଫିସ,୨୦।୫: ସାମୁଦ୍ରିକ ବାତ୍ୟା ‘ଅମ୍ଫନ’ ପାଇଁ ବୁଧବାର ହାଇକୋର୍ଟ ବନ୍ଦ ରହିବ। ଏଣୁ ବୁଧବାର ଯେଉଁ ମାମଲାଗଡ଼ିକର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା, ସେଗୁଡିକ ଗୁରୁବାର ଶୁଣାଣି କରାଯିବ। ଏ ନେଇ ହାଇକୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି।

କାର୍‌ରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଶଙ୍କରାଖୋଲ,୨୦ା୫(ଡି.ଏନ୍‌.ଏ.)- ଚକାପାଦ ଥାନା ଘୁଡକାପଦର ପୋଲଠାରେ ମଙ୍ଗଳବାର ଚକାପାଦ ପୋଲିସ ଏକ ଓଲା କାର୍‌ (ନଂ.ଓଡି-୦୨ଏ ଆର-୦୨୮୮)ରୁ ୧୫ କେଜି ଗଞ୍ଜେଇ ଜବତ କରି ଚାଳକଙ୍କୁ ଗିରଫ କରିଛି। ସେ ହେଲେ ଟିକାବାଲି ଥାନା ଡିମୁଣ୍ଡା ଗ୍ରାମର ଟଙ୍କଧର ଦିଗାଳ।...

ଅମ୍ଫନ: ୪୩୧ ଲୋକଙ୍କୁ ସ୍ଥାନାନ୍ତର

ଆର.ଉଦୟଗିରି,୨୦ା୫(ଡି.ଏନ.ଏ.)-ନୁଆଗଡ ବ୍ଲକର ୧୦ ପାହାଡ ତଳି ଅଞ୍ଚଳ ଗ୍ରାମକୁ ବ୍ଲକ ପକ୍ଷରୁ ଚିହ୍ନଟ କରାଯାଇଥିଲା। ମଙ୍ଗଳବାର ବ୍ଲକ ପ୍ରଶାସନ ପୁଟୁପଡା ପଞ୍ଚାୟତର ପାରାଜୀ ଗ୍ରାମର ୪୬ ପରିବାରର ୨୭୦ ଲୋକଙ୍କୁ ପାରାଜୀ ଅଙ୍ଗନୱାଡି କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଆର.ଉଦୟଗିରି ବ୍ଲକ...

ସୁଧାର ଗୃହରୁ ୭ ଅନ୍ତେବାସୀ ଫେରାର

ବ୍ରହ୍ମପୁର ଅଫିସ,୨୦ା୫-ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ସ୍ବତନ୍ତ୍ର ସୁଧାର ଗୃହରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ବେଳେ ସେଠାରେ ଥିବା ୭ ଜଣ ଅନ୍ତେବାସୀ ଫେରାର ହୋଇଯାଇଛନ୍ତି। ଏପରିକି ଅନ୍ତେବାସୀମାନେ ସୁରକ୍ଷା କର୍ମୀଙ୍କୁ ମାରଣାସ୍ତ୍ର ଦେଖାଇବା ସହ ଆକ୍ରମଣ କରିଥିବା ନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri