ପାଣି ଟାଙ୍କିରେ ମୃତଗୋଧି ଭାସିବା ଗୁଜବ: ଜଳଯୋଗାଣ ବନ୍ଦ
କଣ୍ଟାପଡା,୨।୬(ଡି.ଏନ୍.ଏ.): କଣ୍ଟାପଡ଼ା ପଞ୍ଚାୟତର ଇଚ୍ଛାପୁରଠାରେ ଥିବା ଗ୍ରାମ୍ୟ ପାନୀୟ ଜଳଯୋଗାଣ ପାଣି ଟାଙ୍କିରେ ଏକ ମୃତଗୋଧି ଭାସୁଥିବା ନେଇ ଗଁାରେ ପ୍ରଚାରିତ ହୋଇଥିଲା। ଫଳରେ ଲୋକେ ଏହା ଶୁଣି ଭୟରେ କେହି ଟାଙ୍କିରୁ ପାଣି ନେଇ ନ ଥିଲେ। ଖବରରୁ...
କିରୋସିନ ଆବଣ୍ଟନରେ ଠକାମୀ: ପ୍ରତିବାଦରେ କଣ୍ଟାପଡ଼ା ବ୍ଲକ ସମ୍ମୁଖରେ ଧାରଣା
କଣ୍ଟାପଡ଼ା, ୨।୬(ଡି.ଏନ୍.ଏ.): କରୋନା ମହାମାରୀ ଓ ଲକ୍ଡାଉନ ଯୋଗୁ ଗରିବ ତଥା ଦିନମଜୁରିଆ ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି। ତେବେ ରାସନ କାର୍ଡଧାରୀଙ୍କ ପାଇଁ ସରକାର କମ୍ ମୂଲ୍ୟରେ ଯୋଗାଇ ଦେଇଥିବା କିରୋସିନକୁ କଟକ ଜିଲା କଣ୍ଟାପଡା ବ୍ଲକରେ ଅସାଧୁ ରିଟେଲରମାନେ...
ପାଟଣା ବ୍ଲକରୁ ୨ ନୂଆ କରୋନା ପଜିଟିଭ ଚିହ୍ନଟ
ପାଟଣା,୨।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତରୁ ମଙ୍ଗଳବାର ୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଟୁଇଟ୍କରି ସୂଚନା ଦିଆଯାଇଛି। ଏମାନଙ୍କୁ ମିଶାଇ ବ୍ଲକରେ ପଜିଟିଭ ସଂଖ୍ୟା ୩ରେ ପହଞ୍ଚିଛି।...
ସୁନ୍ଦରଗଡ଼ ଜିଲାରେ ଆଉ ୮ କରୋନା ପଜିଟିଭ୍ ଚିହ୍ନଟ
ସୁନ୍ଦରଗଡ଼,୨।୬(ଡି.ଏନ୍.ଏ): ସୁନ୍ଦରଗଡ଼ ଜିଲାରେ ମଙ୍ଗଳବାର ଆଉ ୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୭ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ଲେଖାଏଁ ସଦର ଓ ବଡ଼ଗାଁ ବ୍ଲକର ହେଇଥିବା ବେଳେ...
କେନ୍ଦୁଝରରୁ ଆଉ ୪ କରୋନା ପଜିଟିଭ ଚିହ୍ନଟ, ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଲା
କେନ୍ଦୁଝର, ୨।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ମଙ୍ଗଳବାର ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ପଟଣା ବ୍ଲକରୁ ଦୁଇ ଜଣ ଚିହ୍ନଟ ହୋଇଥିବା ବେଳେ...
ଢେଙ୍କାନାଳ ମିନିଷ୍ଟାଡିୟମଠାରେ ଆମ୍ବ ପ୍ରଦର୍ଶନୀ
ଢେଙ୍କାନାଳ ଅଫିସ,୬।୨: ଢେଙ୍କାନାଳ ଜିଲା ଓର୍ମାସ ପକ୍ଷରୁ ଜୁନ୍ ୨ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ମିନିଷ୍ଟାଡିୟମଠାରେ ଆମ୍ବ ପସରା ନାମକ ଏକ ପ୍ରଦର୍ଶନୀ ଖୋଲିଛି। ଏଥିରେ ଗ୍ରାମୀଣ ଉତ୍ପାଦିତ ଆମ୍ବ ଏସ୍ଏସ୍ଜି ଓ ବିଭିନ୍ନ ଫାର୍ମ ଦ୍ୱାର ପଦର୍ଶନୀ...
ସ୍ନାନଯାତ୍ରା ଲାଗି ବଡ଼ଦାଣ୍ଡରେ ୧୪୪ ଧାରା
ପୁରୀ ଅଫିସ,୨।୬: ଆସନ୍ତା ୫ ତାରିଖରେ ଅନୁଷ୍ଠିତ ହେବ ସ୍ନାନଯାତ୍ରା। କରୋନା ଲାଗି ଏଥର ବିଭିନ୍ନ କଟକଣା ମଧ୍ୟରେ ମହାପ୍ରଭୁ ସ୍ନାନମଣ୍ଡପରେ କରିବେ ପ୍ରତ୍ୟକ୍ଷ ସ୍ନାନ । ବିନା ଭକ୍ତରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଏଥିପାଥଇଁ ବଡ଼ ଦାଣ୍ଡର ମାର୍କେଟ...
କଣ୍ଟେନମେଣ୍ଟ ଉଠାଇବା ଦାବି: ଘରୁ ବାହାରି ଜାତୀୟ ରାଜପଥ ଅବରୋଧ କଲେ ଅଞ୍ଚଳବାସୀ
କେନ୍ଦୁଝର, ୨।୬(ସ୍ବ.ପ୍ର.): କେନ୍ଦୁଝର ସହର ନିହାଲସିଂ ଛକ ନିକଟ କିମିରିଡୋଲି ସାହିରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଉକ୍ତ ସାହିକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ସେଠାରେ ପୋଲିସ ମୂତୟନ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି...
ସ୍ନାନଯାତ୍ରାର ସିଧା ପ୍ରସାରଣ: ସ୍ଥିତି ପରଖିଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ
ପୁରୀ ଅଫିସ, ୨।୬:ଆସନ୍ତା ୫ ତାରିଖରେ ସ୍ନାନ ଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋର୍ଦାର ପ୍ରସ୍ତୁତି ଚାଲିଛି। କରୋନା ପାଇଁ ଏଥର ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ତେବେ ସ୍ନାନଯାତ୍ରାକୁ ଟିଭି ମାଧ୍ୟମରେ...
ଜଣଙ୍କ ମୃତ୍ୟୁରେ ପରିବାର ୫ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ
ଝାରସୁଗୁଡା ଅଫିସ,୨।୬: ଝାରସୁଗୁଡ଼ା ଥାନା ବିଟିଏମ୍ ଫାଣ୍ଡି ଅଧୀନ ଲହଣ୍ଡାବୁଡ଼ ଅଞ୍ଚଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ମଙ୍ଗଳବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସମସ୍ତଙ୍କୁ ପୋଲିସ ଉଦ୍ଧାରକରି ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଜଣଙ୍କ ସ୍ବାସ୍ଥ୍ୟବସ୍ଥା...
ନିଶ୍ଚିନ୍ତକୋଇଲିରେ ବଢୁଛି କରୋନା ପଜିଟିଭ୍ଙ୍କ ସଂଖ୍ୟା
ନିଶ୍ଚିନ୍ତକୋଇଲି୨।୬(ସ୍ବ.ପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ଦିନକୁଦିନ କରୋନା ପଜିଟିଭ୍ଙ୍କ ସଂଖ୍ୟା ବଢ଼ୁଛି। କ୍ୱାରାଣ୍ଟାଇନ ସେଣ୍ଟରରେ ପଜିଟିଭ୍ ଚିହ୍ନଟ ହେଉଥିବାରୁ ଗୋଷ୍ଠୀ ସଂକ୍ରମଣର ଭୟ ନ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ବ୍ଲକର ୪୧ଟି ପଞ୍ଚାୟତରେ...
କାଳବୈଶାଖୀର ତାଣ୍ଡବରେ ଗଛଭାଙ୍ଗି ରାସ୍ତା ଅବରୋଧ : ବିଧାୟକ ଅଗ୍ନିଶମ କର୍ମଚାରୀଙ୍କୁ ଡକାଇ କଲେ ସଫା
ପାଟଣା,୨।୬(ସ୍ବ.ପ୍ର.): କାଳବୈଶାଖୀ ତାଣ୍ଡବରେ ସୋମବାର ଅପରାହ୍ନରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ବହୁ କ୍ଷତି ଘଟିଛି। ଏଠାରେ ଘଡ଼ଘଡ଼ି ସାଙ୍ଗୁ ବର୍ଷା ପବନରେ ବଡ଼ ବଡ଼ ଗଛ ଭାଙ୍ଗିଯାଇ ବିଦ୍ୟୁତ ସରବରାହ ମଧ୍ୟ ବ୍ୟାହତ ହୋଇଛି। ଗଛ ଭାଙ୍ଗି ରାସ୍ତା...
Archives


