ଆମ ଜିଲା ଖବର

ସ୍ବାବ ନମୁନା ପରୀକ୍ଷା ପାଇଁ ପ୍ରଶାସନର ସ୍ବତନ୍ତ୍ର ବ୍ୟବସ୍ଥା: ବରଗଡ଼ ସହରର କଲ୍ୟାଣ ମଣ୍ଡପରେ ହେବ ଟେଷ୍ଟ

ବରଗଡ଼ ଅଫିସ,୨୯।୪: ବରଗଡ଼ ସଦର ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମରେ କରୋନା (କୋଭିଡ-୧୯) ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୧୬ ତାରିଖ ଏହି ଗ୍ରାମରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ...

ତୈଳଦର ବୃଦ୍ଧି ପ୍ରତିବାଦ: ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ

ବରଗଡ଼ ଅଫିସ,୨୯।୬: ଘାତକ କରୋନା(କୋଭିଡ-୧୯) ସଂକ୍ରମଣ ଭଳି ଜାତୀୟ ବିପର୍ଯ୍ୟୟ ସମୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ପେଟ୍ରୋଲ, ଡିଜେଲ ଭଳି ତୈଳ ଦରବୃଦ୍ଧି ଘଟଣାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ଏ ନେଇ ବରଗଡ଼ ଜିଲା ଛାତ୍ର କଂଗ୍ରେସ ମଧ୍ୟ...

ଗଜପତିରେ ୭ ପରିବର୍ତ୍ତେ ୨୧ ଦିନକୁ ବୃଦ୍ଧି କରାଗଲା ସଙ୍ଗରୋଧ ଅବଧି

ଗଜପତି,୨୯।୬(ସ୍ବ.ପ୍ର.): ଗଜପତି ଜିଲାରେ ସଙ୍ଗରୋଧ ଅବଧିକୁ ୭ ଦିନ ବଦଳରେ ୨୧ ଦିନକୁ ବୃଦ୍ଧି କରାଯାଇଛି। ସୋମବାର ଜିଲାରେ ନୂଆ ନିୟମ ଲାଗୁ କରିବାକୁ ଜିଲାପାଳ ଅନୁପମ ସାହା ଏକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଜଣାଇଛନ୍ତି। ଏ ନେଇ ସେ...

୧୩୯ ଛୁଇଁଲା କେନ୍ଦୁଝରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦୁଝର,୨୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୯ରେ ପହଞ୍ଚିଛି। ଚିହ୍ନଟ ସମସ୍ତ ଆକ୍ରାନ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ସେମାନଙ୍କୁ କେନ୍ଦୁଝର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

କ୍ୟୁ ନେଟ ଠକେଇ ମାମଲା: ୩ ଅଭିଯୁକ୍ତଙ୍କ ଜାମିନ ଖାରଜ

କଟକ ଅଫିସ,୨୯।୬: କ୍ୟୁ ନେଟ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ସୋମବାର ହାଇକୋର୍ଟ ଖାରଜ କରିଛନ୍ତି। ଅଭିଯୁକ୍ତମାନେ ହେଲେ ଏହି କମ୍ପାନୀର ପ୍ରମୋଟର ଶରତ କୁମାର ପରିଡା, ଦେବବ୍ରତ ହରିଚନ୍ଦନ ଏବଂ ଚନ୍ଦନ ମହାଳିକ।...

ସିଡିଏ ସେକ୍ଟର-୯ରେ ଜଣେ କରୋନା ପଜିଟିଭ ଚିହ୍ନଟ: ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

କଟକ ଅଫିସ,୨୯।୬: କଟକ ସହରର ସିଡିଏ ସେକ୍ଟର-୯ରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଅଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଗ୍ନିଶମ ବିଭାଗର...

ଗଞ୍ଜାମରେ ଆଉ ୨ ମୁଣ୍ଡ ନେଲା କରୋନା: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ଛତ୍ରପୁର,୨୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଜିଲାରେ ଜଣଙ୍କ ପରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ସୋମବାର ଜିଲାରେ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ...

ଯାଜପୁରରେ ସାଧାରଣ ଲୋକଙ୍କୁ ଅଫିସ ମନା

ଯାଜପୁର ଅଫିସ, ୨୯।୬: ଗତ ଦୁଇ ଦିନରେ ଯାଜପୁର ଜିଲାରେ ୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ଜିଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ରହିଥିବା ଜଣାପଡ଼ିଛି। ଏ ନେଇ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ...

ବାଳସୁଧାର ଗୃହରେ ଆତ୍ମହତ୍ୟା କଲେ ଅନ୍ତେବାସୀ

ବ୍ରହ୍ମପୁର ଅଫିସ,୨୯ା୬ : ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଗଞ୍ଜାମ ଜିଲା ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଥିବା ଜଣେ ଅନ୍ତେବାସୀ ରବିବାର ରାତିରେ ଆତ୍ମହତ୍ୟା କରିଛନ୍ତି। ଏନେଇ ଥାନାଧିକାରୀ ଶାରଦା ପ୍ରସନ୍ନ ଦାସ ସୋମବାର ସୂଚନା ଦେଇଛନ୍ତି। ଅନ୍ତେବାସୀ...

ବରଗଡ଼ରେ ୩ ଅଙ୍ଗନଓ୍ବାଡ଼ି କର୍ମୀ, ଜଣେ ଆଶାକର୍ମୀଙ୍କ ସମେତ ୧୦ କରୋନା ଆକ୍ରାନ୍ତ

ବରଗଡ଼ ଅଫିସ,୨୯ା୬: ବରଗଡ଼ ଜିଲାରେ ସୋମବାର ପୁଣି ୧୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବରଗଡ଼ ବ୍ଲକ କଟାପାଲି ଗ୍ରାମର। ସେମାନଙ୍କ ମଧ୍ୟରେ ୩ ଅଙ୍ଗନଓ୍ବାଡ଼ି କର୍ମୀ ଏବଂ ଜଣେ ଆଶାକର୍ମୀ ରହିଛନ୍ତି। ଆକ୍ରାନ୍ତମାନଙ୍କୁ ବରଗଡ଼...

ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରୁ ୬ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୨୯।୬: ରାଜ୍ୟରେ ସୋମବାର ୨୪୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକ ଜିଲାରୁ ଅଛନ୍ତି ୭ଜଣ। ଏମାନଙ୍କ ମଧ୍ୟରେ କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରୁ ୬ ପଜିଟିଭ ରହିଛନ୍ତି। ୪ ରୋଗୀ କରୋନା...

ସାହାରପଡ଼ାରେ ସ୍ତ୍ରୀ, ସ୍ବାମୀଙ୍କୁ କରୋନା: ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଛୁଇଁଲା

ପାଟଣା,୨୯ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ସିଲିପଦା ପଞ୍ଚାୟତରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୋମବାର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ୨...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri