ଆମ ଜିଲା ଖବର

ଦୁର୍ନୀତି ବିରୋଧରେ ଅଭିଯୋଗ କରିବାରୁ ଅଟକାଇ ପିଟିଦେଇଗଲେ ସରପଞ୍ଚଙ୍କ ସ୍ବାମୀ

ପୁରୁଷୋତ୍ତମପୁର,୨୫।୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ସମସ୍ୟା ଓ ଦୁର୍ନୀତି ବିରୋଧରେ ଜଣାଇବାରୁ ମରଣାତ୍ମକ ଆକ୍ରମଣ ଶିକାର ହେବାକୁ ପଡିଛି। ମରଣାତ୍ମକ ଶିକାର ବ୍ୟକ୍ତି ହେଲେ କବି ବେହେରା (୫୪)।…

‘ଗନ୍ଧମାର୍ଦ୍ଧନ ପାହାଡ଼ରେ ହେବ ରୋପ୍ ୱେ ନିର୍ମାଣ’

ବରଗଡ଼,୨୫।୧୧(ପ୍ରେମାନନ୍ଦ ଖମାରୀ)- ଲୋକସେବା ଭବନରେ ବରଗଡ଼ର ଲୋକ ସଭା ଏମ୍‌ପି ପ୍ରଦୀପ ପୁରୋହିତ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ୍ କରି ଗନ୍ଧମାର୍ଦ୍ଧନ ପର୍ଯ୍ୟଟନସ୍ଥଳୀର ବିକାଶ ଉପରେ ଆଲୋଚନା କରିଥିଲେ। ଆଲୋଚନାରେ ଗନ୍ଧମାର୍ଦ୍ଧନ ପାହାଡ଼ରେ ରୋପ୍ ୱେ ନିର୍ମାଣ ପ୍ରମୁଖ…

ସିମନବାଡ଼ି ସାପ୍ତାହିକ ହାଟର ଦ୍ୱିତୀୟ ପାଳି: ଗ୍ରାହକଙ୍କ ଭିଡ଼, ଶସ୍ତାରେ ମିଳିଲା ପନିପରିବା ସହ…

ଦାରିଙ୍ଗବାଡ଼ି,୨୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତରେ ସାପ୍ତାହିକ ହାଟର ଦିତୀୟପାଳିରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଉକ୍ତ ହାଟରେ ସ୍ଥାନୀୟ ବ୍ୟବସାୟୀ, ପନିପରିବା ଚାଷୀଙ୍କ ଉପସ୍ଥିତି ରହିଥିବା ବେଳେ ପଡୋଶୀ ରାଇକିଆ ବ୍ଲକରୁ ଏକାଧିକ ମହିଳା…

କାଠ ଗଣ୍ଡି ଓ ଜମି ବିବାଦକୁ ନେଇ ୧୨ ଘଣ୍ଟିଆ ଦାରିଙ୍ଗବାଡି ବନ୍ଦ

ଦାରିଙ୍ଗବାଡି,୨୫।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିର ଏକ ବିବାଦୀୟ ଜମ୍‌ରେ ଦୁର୍ଗା ପୂଜା କମିଟି ପକ୍ଷରୁ ନାମଯଜ୍ଞ ଓ ଅମୃତ ମିଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା। ଏହାକୁ ନେଇ ମଙ୍ଗଳବାର ଦୋକାନବଜାର ବନ୍ଦ…

ଡିସେମ୍ବର ୩ରୁ ଖରିଫ ଧାନ କ୍ରୟ ଜିଲାସ୍ତରୀୟ ଖରିଫ ଧାନ କ୍ରୟ କମିଟି ବୈଠକ

ନୂଆପଡ଼ା,୨୫ା୧୧ (ମକାରୁ ବେମାଲ): ସ୍ଥାନୀୟ ସଦ୍‌ଭାବନା ସଭା ଗୃହଠାରେ ମଙ୍ଗଳବାର ଜିଲାସ୍ତରୀୟ ଖରିଫ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ନୂଆପଡା ବିଧାୟକ…

ତିଖାଲି ଅଞ୍ଚଳରେ ୩୦ ଟିକିଆ ହାତୀପଲ

ଖଡ଼ିଆଳ,୨୫ା୧୧ (ସୁଜିତ କୁମାର ପ୍ରଧାନ)- ଏକ ୩୦ଟିକିଆ ହାତୀପଲ ପଡ଼ୋଶୀ ରାଜ୍ୟ ଛତିଶଗଡରୁ ସୁନାବେଡ଼ା ଅଭୟାରଣ୍ୟ ଦେଇ ଖଡିଆଳ ବ୍ଲକ ତିଖାଲି ଅଞ୍ଚଳକୁ ପଶିଆସିଥିଲେ। ଏମାନଙ୍କ ମଧ୍ୟରେ ୧୫ ମାଈ ହାତୀ ଥିବାବେଳେ ୭ ଗୋଟି ପୁରୁଷ ହାତୀ ଏବଂ ୮…

ନାତି ମୃତ୍ୟୁ ଖବର ଶୁଣୁଶୁଣୁ ଟଳିପଡିଲେ ଜେଜେମା: ଗୋଟିଏ ଜୁଇରେ ଜଳିଲା…

ବଲାଙ୍ଗୀର,୨୫।୧୧(ସୁନିଲ କୁମାର ମହାନ୍ତି): ନାତିର ମୃତ୍ୟୁ ଖବର ଶୁଣି ଜେଜେମା’ଙ୍କ ମୃତ୍ୟୁ। ଗୋଟିଏ ଜୁଇରେ ଜଳିଲା ଦୁଇ ଜଣଙ୍କ ଚିତା। ଏପରି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସଦର ଥାନା ଆର. ଆର. କଲୋନୀରେ ତିନିବର୍ଷ ହେଲା ଲୋୟର ସୁକତେଲ ଡ୍ୟାମ…

ଭଞ୍ଜ ଟ୍ରଫି: କୋରାପୁଟକୁ ୩-୨ ଗୋଲରେ ହରାଇଲା ସୁନ୍ଦରଗଡ଼

ଭଞ୍ଜନଗର,୨୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଭଞ୍ଜ ଟ୍ରଫି-୨୦୨୫ ସର୍ବ ଭାରତୀୟ ଟୁର୍ନାମେଣ୍ଟ ଚାଲିଛି। ମଙ୍ଗଳବାର ଦ୍ୱିତୀୟ ମ୍ୟାଚ୍‌ କୋରାପୁଟ ଓ ସୁନ୍ଦରଗଡ଼ ମଧ୍ୟରେ ହୋଇଥିଲା। ଏକ କଡ଼ା ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍‌ରେ ସୁନ୍ଦରଗଡ଼ କୋରାପୁଟକୁ ୩-୨ଗୋଲରେ ପରାସ୍ତ…

ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ ବଡ଼ ଷଡ଼ଯନ୍ତ୍ର: ସିବିଆଇ ତଦନ୍ତ ପାଇଁ ଦାବି କଲା ବଲାଙ୍ଗୀର ଖ୍ରୀଷ୍ଟିଆନ ୟୁଥ୍‌ ଫୋରମ୍‌

ବଲାଙ୍ଗୀର,୨୫ା୧୧(ସୁନିଲ କୁମାର ମହାନ୍ତି): କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ବିବାଦ ଥମିବାର ନାଁ ନେଉନାହିଁ। ମଙ୍ଗଳବାର ବଲାଙ୍ଗୀର ଏସ୍‌ପି ଅଫିସକୁ ବଲାଙ୍ଗୀର ଖ୍ରୀଷ୍ଟିଆନ ୟୁଥ୍‌ ଫୋରମ ଯାଇ ଗୁରୁତର ଅଭିଯୋଗ ଆଣିଛନ୍ତି। ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ ବିରାଟ ଷଡ଼ଯନ୍ତ୍ର ରହିଛି…

ଅଚାନକ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲେ ଜିଲାପାଳ, ପଚାରି ବୁଝିଲେ କେମିତି ଚାଲିଛି…

ଗଞ୍ଜାମ,୨୫ା୧୧(ବିଦ୍ୟାଧର ସାହୁ): ମଙ୍ଗଳବାର ଜିଲାପାଳ ଭି. କୀର୍ତ୍ତି ଭାସନ ଅଚାନକ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ନିର୍ମାଣ କାର୍ଯ୍ୟ ଚାଲିଥିବା ନୂତନ କୋଠା ବୁଲି ଅନୁଧ୍ୟାନ କରିଥିଲେ। ବିଡିଓ ଅଚ୍ୟୁତାନନ୍ଦ ଯାନୀ, ଇଓ ଅପର୍ଣ୍ଣା ଡାଙ୍ଗୁଆ, ଆୟୁଷ ଡାକ୍ତର ବନଜ କାନ୍ତ ପ୍ରମୁଖ…

୬୪ ଅଭିଯୋଗ ସମାଧାନ କଲେ ଜିଲାପାଳ, ଏସ୍‌ପି

ନୂଆପଡ଼ା, ୨୫ା୧୧(ମକାରୁ ବେମାଲ): ନୂଆପଡ଼ା ଜିଲା ସିନାପାଲି ବ୍ଲକ ସଭାଗୃହରେ ଜିଲାପାଳ ମଧୁସୂଦନ ଦାଶ ଓ ଏସ୍‌ପି ଅମ୍ରିତପାଲ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ,…

ଲାଞ୍ଚ ନେଇ ଧରାପଡିଲେ ଏଆରଆଇ

କେନ୍ଦ୍ରାପଡା,୨୫।୧୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲା ନିକିରାଇ ରାଜସ୍ବ ସର୍କଲର ଏଆରଆଇ ଅଭିମନ୍ୟୁ ବେହେରା ଲାଞ୍ଚ ନେଇ ମଙ୍ଗଳବାର ଧରା ପଡିଛନ୍ତି। ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଲାଞ୍ଚ ନେଇଥିବା ୧୨ ହଜାର ଟଙ୍କା ତାଙ୍କ ନିକଟରୁ ଉଦ୍ଧାର କରିଛି। ଏଥିସହିତ ଆରଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri