ଆମ ଜିଲା ଖବର

୬୮୬ ସ୍କୁଲ ବନ୍ଦ କାରଣରୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ବାଧାସୃଷ୍ଟି: ଲୋକ ସଭାରେ ଉଦବେଗ ପ୍ରକାଶ କଲେ ଏମ୍‌ପି ସପ୍ତଗିରି

ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ଅବିଭକ୍ତ କୋରାପୁଟ ଜିଲାର ରାୟଗଡା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଭଳି ଆଦିବାସୀ ଅଧୁଷିତ ଜିଲାମାନଙ୍କରେ ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡକ ବନ୍ଦ ଓ ମିଶ୍ରଣ ନେଇ ସୋମବାର ଲୋକସଭାରେ ଉଦ୍‌ବେଗ ପ୍ରକାଶ…

ମେରୁଦଣ୍ଡ, ପିଠିରେ ମାଂସ ବଢିବା ଯୋଗୁ ଚାଲିପାରୁନାହାନ୍ତି ୧୩ ବର୍ଷର ବାଳକ: ସହାୟତା ଯୋଗାଇଲେ ଜିଲାପାଳ

ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ପିଠି ଏବଂ ମେରୁଦଣ୍ଡରେ ମାଂସ ବଢୁଥିବା କାରଣରୁ ୧୩ବର୍ଷର ଚନ୍ଦନ କିଲାକା ଦିବ୍ୟାଙ୍ଗ ପାଲଟିଯାଇଛନ୍ତି। ସଠିକ୍‌ରେ ଚାଲିପାରୁନାହାନ୍ତି। ଫଳରେ ବାପା ଚନ୍ଦନଙ୍କୁ ବୋହି ନେବା ଆଣିବା କରନ୍ତି । ତେବେ ଗତ ଦିନରେ ଭୁବନେଶ୍ୱରସ୍ଥିତ ଏମ୍ସ…

ବିଶିଷ୍ଟ ସାମାଜିକ କର୍ମୀ ଡି. ସତ୍ୟନାରାୟଣଙ୍କ ପରଲୋକ: ପାଳନ ହେଲା ଶୋକସଭା

ଭବାନୀପାଟଣା,୧।୧୨(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ତଥା ଉଦ୍ୟୋଗପତି ଦଶାରୀ ଭିରା ଭେଙ୍କଟ ସତ୍ୟନାରାୟଣ (୫୯)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ବରଗଡ଼ ବିକାଶ ମେଡିକାଲରେ ପରଲୋକ ହୋଇଯାଇଛି । ସେ ବରଗଡ଼ ନିକଟସ୍ଥ ଖଣ୍ଡହଥା ଗ୍ରାମର ବାସିନ୍ଦା ହୋଇଥିବାବେଳେ ଭବାନୀପାଟଣା ଲକ୍ଷ୍ମୀ…

ଟୋକିମରା ପର୍ବ ପାଇଁ ଗାଁରୁ ସହର ଚଳଚଞ୍ଚଳ: ମାଟି ମାତାଙ୍କ ସନ୍ତୁଷ୍ଟି ପାଇଁ ଆସନ୍ତା ୨୮ରେ…

ଥୁଆମୂଳ ରାମପୁର,୧।୧୨-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ମା’ମାଟି, ମା’ମାଟି ଦେବତାଙ୍କର ପୂଜା ସକାଶେ ଗାଁ ଠାରୁ ସହର ଏବେଠୁ ଚଳଚଞ୍ଚଳ ହେଲାଣି। ଆଦିବାସୀମାନଙ୍କ ଆସ୍ଥା ଓ ବିଶ୍ୱାସର ପର୍ବ ଟୋକି ମରା ପର୍ବ। ମାଟି ମାତାଙ୍କ ସନ୍ତୁଷ୍ଟି…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ …

ଦିଗପହଣ୍ଡି,୧।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିନ୍ଦୂରପୁର ଗ୍ରାମର ବାପୁନା ନାୟକ ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଦାମୋଦର ନାୟକଙ୍କୁ ସୋମବାର ତଦନ୍ତକାରୀ ଅଧିକାରୀ ପାଟପୁର ଥାନା ଏସ.ଆଇ ଶ୍ରୀନିବାସ ଦାସ ଗିରଫ କରି…

ଜଗନ୍ନାଥଙ୍କ ଅବକ୍ଷୟ ମୂର୍ତ୍ତି ପୂଜା କଲେ ଘୁମୁସରର କ୍ଷତି ହେବ: ମନ୍ଦିର ପରିଦର୍ଶନରେ ଆସି ଏମିତି କହିଲେ ପୁରୀର…

ଭଞ୍ଜନଗର,୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ ଭଞ୍ଜ ରାଜବଂଶର ରାଜଧାନୀ ଥିଲା। ଘୁମୁସରରେ ଭଞ୍ଜ ରାଜବଂଶ ହଜାରେ ବର୍ଷ ଶାସନ କରିଥିଲେ। ଏହି ସମୟରେ ବିଭିନ୍ନ ସମୟରେ ବିଭିନ୍ନ ରାଜାମାନେ ଘୁମୁସରରେ ବହୁ ମନ୍ଦିର ପ୍ରତିଷ୍ଠା କରିଥିଲେ।…

ପାରଳାଖେମୁଣ୍ଡି ବାଇପାସ୍ ରାସ୍ତା ନିର୍ମାଣ ପାଇଁ ବିଧାନସଭାରେ ସରକାରଙ୍କ ପ୍ରତିଶ୍ରୁତି

ଗଜପତି,୧।୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ବହୁ ପ୍ରତୀକ୍ଷିତ ବାଇପାସ୍ ରାସ୍ତା ନିର୍ମାଣ ପ୍ରସଙ୍ଗରେ ସୋମବାର ଓଡିଶା ବିଧାନସଭାରେ ସରକାର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ପାରଳାଖେମୁଣ୍ଡି ବିଧାୟକ ଇଂ. ରୁପେଶ କୁମାର ପାଣିଗ୍ରାହୀ ଶୀତକାଳୀନ ଅଧିବେଶନରେ ପୁଣି ଥରେ…

ବିଶ୍ୱ ଏଡସ୍ ଦିବସ: ରାମଜୀ କଲେଜରେ ସଚେତନତା ସଭା, ଶୋଭାଯାତ୍ରା ଅନୁଷ୍ଠିତ

ଦିଗପହଣ୍ଡି,୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ କଲେଜ ପରିସରରେ ସୋମବାର ଦିନ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଡିଗ୍ରୀ…

 କୁନି ବୈଜ୍ଞାନିକ ଖୋଜିବା ଲକ୍ଷରେ…

ଦିଗପହଣ୍ଡି,୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଦିବ୍ୟ ପବ୍ଲିକ ସ୍କୁଲ ପରିସରରେ ସୋମବାର ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପରିଚାଳନା କମିଟି ସଭାପତି ବିଶ୍ବନାଥ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ୍‌ ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଡ. ଶଙ୍କର…

ବର୍ଷାରେ ଭିଜିଲା କଟା ଧାନ , ବଢିଲା ଚାଷୀଙ୍କ ଚିନ୍ତା

ବୁଗୁଡ଼ା,୧।୧୨ (କାଳିଚରଣଦାଶ): ପୂର୍ବରୁ ପ୍ରକାଶିତ ପାଣିପାଗ ବିଭାଗର ସୂଚନା ମୁତାବକ ବୁଗୁଡ଼ା ଅଞ୍ଚଳରେ ସୋମବାର ସକାଳୁ ଝିପିଝିପି ବର୍ଷା ସାଙ୍ଗକୁ କୋହଲା ପବନ ଆରମ୍ଭ ହୋଇଯାଇଛି । ରବିବାର ଦିନଠାରୁ ପାଗ ମେଘୁଆ ରହିଥିବା ବେଳେ ସୋମବାର ଝିପିଝିପି ବର୍ଷାରେ ଧାନ…

ଭୀଷ୍ମଗିରିରେ ପଞ୍ଚାୟତସ୍ତରୀୟ ଜନ ଶୁଣାଣି

ଦିଗପହଣ୍ଡି,୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବିଡିଓ ଅନାମିକା ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନଶୁଣାଣିରେ ବ୍ରହ୍ମପୁର ମହାନଗର ନିଗମ ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ଦେବୀ…

୨୨ରୁ ସ୍ମାରକୀ ଜାତୀୟ ନାଟ୍ୟ ମହୋତ୍ସବ

ଭବାନୀପାଟଣା,୧ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡିର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ସ୍ମାରକୀ ନାଟ୍ୟ ସଂସ୍ଥା’ ପକ୍ଷରୁ ଆସନ୍ତା ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଭବାନୀପାଟଣା ଟାଉନ ହଲଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ‘ସ୍ମାରକୀ ଜାତୀୟ ନାଟ୍ୟ ମହୋତ୍ସବ-୨୦୨୫’ ଅନୁଷ୍ଠିତ ହେବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri