ଖରିଫ ଧାନ କିଣା: ଓଡ଼ିଶାରେ କଷ୍ଟ, ଛତିଶଗଡ଼ରେ ସହଜ
ଭବାନୀପାଟଣା,୩ା୧(ଉତ୍ତମ କୁମାର ଦାଶ):ପୂର୍ବରୁ ଜାନୁୟାରୀ ମାସରେ ରାଜ୍ୟରେ ଖରିଫ ଧାନ କିଣା ଶେଷ ହେଉଥିବାବେଳେ ଏଥର କିନ୍ତୁ ଅଧ ପ୍ରତିଶତ ସରିନାହିଁ। ଯାହାକୁ ନେଇ ସମଗ୍ର ରାଜ୍ୟରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅନ୍ୟପଟେ ଧାନ କିଣା ଓଡ଼ିଶାରେ କଷ୍ଟ…
ଧନୁଯାତ୍ରାରେ ଅଘଟଣ: ରାମଦୋଳିରୁ ଖସି ପଡ଼ିଲେ ଯୁବକ, ଆଉ ତା’ପରେ ଘଟିଲା…
ଲୋଇସିଂହା,୩ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଝାରମୁଣ୍ଡା ଆଞ୍ଚଳିକ ଧନୁଯାତ୍ରାର ଉଦ୍ଯାପାନୀ ସନ୍ଧ୍ୟାରେ ରାମଦୋଳିରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଲୋଇସିଂହା ବ୍ଲକ୍ ସରଗାଡ଼ ଗ୍ରାମର ମିଲନ ସାହୁ(୨୪)। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ପୋଲିସ…
ଚିତାଳୋ କଲେଜର ପୂର୍ବତନ ଅଧ୍ୟକ୍ଷ, ସଭାପତି ଗିରଫ, ଏହି ମାମଲାରେ…
ଯାଜପୁର/ ଯାଜପୁର ଟାଉନ୍ ୩ା୧(ହର୍ଷବର୍ଦ୍ଧନ ବେହେରା/ ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଜିଲା ଦଶରଥପୁର ବ୍ଲକ ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଦ୍ୱୈତ ପ୍ରସାଦ ମଲ୍ଲିକ ଓ ପୂର୍ବତନ ସଭାପତି ବଦ୍ରିନାରାୟଣ ରାୟଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଶୁକ୍ରବାର ଗିରଫ…
ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍କୁ ଡରେନି ଏହି ସରକାର…’
ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି ଧମକ୍କୁ ଡରେ ନାହିଁ ଏବଂ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମସ୍ତ ଚାଷୀଙ୍କ…
ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…
ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ ଏକ କାରରେ ଅପହରଣ କରି ନେବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଯୁବତୀଙ୍କୁ ଅପହରଣ…
ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ: ଜିଲାର ଦାବି ଉପସ୍ଥାପନ କଲେ ପାରଳାଖେମୁଣ୍ଡି ବିଧାୟକ
ପାରଳାଖେମୁଣ୍ଡି,୨ା୧(ଗିରିଧାରୀ ପରିଚ୍ଛା)-ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ ପୁରୀଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ରାଜ୍ୟସଭା ଏମ୍ପି ଡ. ସିଏମ୍ ରମେଶ ସଭାପତିତ୍ୱ କରିଥିଲେ। ବୈଠକରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ପାରଳାଖେମୁଣ୍ଡି ନିର୍ବାଚନ…
ପ୍ରଭାକର ସ୍ମାରକୀ ଭଲିବଲ୍ ଟୁର୍ନାମେଣ୍ଟ; ଫାଇନାଲକୁ ଗଲା ବ୍ରହ୍ମପୁର ପାଓ୍ବାର ସିକ୍ସ
ଦିଗପହଣ୍ଡି, ୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୫ମ ଦିବସ ଶୁକ୍ରବାର ପ୍ରଥମ ସେମି ଫାଇନାଲ ମ୍ୟାଚରେ ବ୍ରହ୍ମପୁରର ପାୱାର ସିକ୍ସ ଭଲିବଲ ଟିମ ପ୍ରତିପକ୍ଷ କନ୍ଧମାଳ ଜିଲା…
କଲରାପତରିଆ ସହ ସମ୍ବର ଶିଙ୍ଘ ଜବତ ମାମଲା: ୬ଜଣଙ୍କୁ କୋର୍ଟ ଚାଲାଣ କଲା ଖଡ଼ିଆଳ ବନଖଣ୍ଡ
ଖଡ଼ିଆଳ,୨।୧(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ବନଖଣ୍ଡ ପକ୍ଷରୁ କଲରାପତରିଆ ବାଘ ଛାଲ ଏବଂ ଦୁଇଟି ସମ୍ବର ଶିଙ୍ଘ ଜବତ ମାମଲାରେ ଛଅଜଣ କୋର୍ଟ ଚାଲାଣ ହୋଇଛନ୍ତି। ଗୁରୁବାର ନୂଆପଡା ରେଞ୍ଜ ଅଞ୍ଚଳର ପତାଳଘୁଟକୁରି ଗ୍ରାମର ମହେଶ ସାହୁ (୬୨)…
ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…
କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣଙ୍କ ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଲୁକାପଡା ଗ୍ରାମର କେଶରୀ…
ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍
ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ସିନ୍ଧବା ଗ୍ରାମର ଶିବା ଓରଫ ଶିବ…
ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..
ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ ଆସୁଥିବା ବେଳେ ବ୍ୟାଙ୍କ ଅଫ ବରୋଦା ଛକଠାରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ…
ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ
ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଅଞ୍ଚଳର ମୁଖ୍ୟ ହୁମା ବଜାର ପଲିଥିନ ପ୍ଲାଷ୍ଟକ ମୁକ୍ତ…
Archives


