ଆମ ଜିଲା ଖବର

ପାଟଣା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ହେଲେ ପରମେଶ୍ୱର ନାଏକ

ପାଟଣା:୩/୯(ବୀର କିଶୋର ଦାଶ ) ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ହାତ ମୁଠାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ନିଯୁକ୍ତି ହୋଇଛନ୍ତି। ଏହି କ୍ରମରେ ବୁଧବାର ଅଖିଳ...

ପାଟ୍ରୋଲିଂ ବେଳେ ଅବକାରୀ ହାତରେ ଧରାପଡ଼ିଲେ, ମଦ ଜବତ ପରେ ଅଭିଯୁକ୍ତ… 

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ଶ୍ୟାମ ସୁନ୍ଦର ପଲ୍ଲୀ ଗ୍ରାମ ଉପର ସାହିର ଋଷିଆ ମଲ୍ଲିକଙ୍କୁ ବୁଧବାର ଦିଗପହଣ୍ଡି ଅବକାରୀ ଓଆଇସି ଅନୀତା ପ୍ରଧାନ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅବକାରୀ...

ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କୁ ଦେଇଥିଲେ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

ବଡ଼ଗାଁ,୩ା୯(ଅଶୋକ ଷଡଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମର ମଦ ବିକ୍ରେତା ବିଷ୍ଣୁ କିଷାନ ପୂର୍ବତନ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ମିଞ୍ଜଙ୍କୁ ହତ୍ୟା ଧମକ ଦେଇ ମଙ୍ଗଳବାର ସନ୍ଧ୍ୟାରେ ଗିରଫ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ମଦ ଜବତ...

ଛାତ୍ରୀଙ୍କୁ ଅସଦାଚରଣ ପରେ କାର୍ଯ୍ୟାନୁଷ୍ଠାନ, ପୋକ୍ସୋ ଆକ୍ଟରେ ଗିରଫ ପରେ ପ୍ରଧାନଶିକ୍ଷକ…

ଭବାନୀପାଟଣା/ଜୁନାଗଡ଼ ,୩।୯(ଉତ୍ତମ କୁମାର  ଦାଶ/ସୁନୀଲ କୁମାର ସିଂହ )- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁଲେନ୍ଦ୍ର ମେହେର ସ୍ଥାନୀୟ ସ୍କୁଲର ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଓ ବିଭିନ୍ନ ଆଳରେ ସ୍ପର୍ଶ...

କର୍ଲାମୁଣ୍ଡାରେ ପେନସନ ଭୋଗୀ କଳାକାର ସଂଘର ନୂଆଁଖାଇ ଭେଟଘାଟ, କଳାର ପ୍ରଚାର…

କର୍ଲାମୁଣ୍ଡା,୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପେନସନ ଭୋଗୀ କଳାକାର ସଂଘର ନୂଆଁଖାଇ ଭେଟଘାଟ ବ୍ଲକ ସଦର ଆର୍‌ଏମ୍‌ସି ଗୋଦାମ ନିକଟରେ ବୁଧବାର ଅନୁଷ୍ଠିତ ହୋଇଥିଲା। କର୍ଲାମୁଣ୍ଡା ବ୍ଲକ ପେନସନ ଭୋଗୀ କଳାକାର ସଂଘର ସଭାପତି ଦୀନବନ୍ଧୁ...

ଭ୍ୟାକ୍ସିନ ନେଇ ସିନାପାଲି ହାଇସ୍କୁଲର ୨ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି… 

ଖଡ଼ିଆଳ,୩।୯(ସୁଜିତ କୁମାର ପ୍ରଧାନ ): ଟିଡି ଭ୍ୟାକ୍ସିନ ନେଇ ୨ଜଣ ଛାତ୍ରୀ ଅସୁସ୍ଥ । ଏଭଳି ଏକ ଘଟଣା ନୂଆପଡ଼ା ଜିଲା ସିନାପାଲି ହାଇସ୍କୁଲ ରେ ଘଟିଛି। ଛାତ୍ରୀମାନେ ସିନାପାଲି ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନାନୁଯାୟୀ,...

ବ୍ଲକ କାର୍ଯ୍ୟାଳୟରେ ଗୁଣ୍ଡାରାଜ୍‌, ବିଲ୍‌ ନ କରିବାରୁ ଜେଇଙ୍କୁ ମାଡ଼ ମାରିଲେ ଠିକାଦାର

ବଲାଙ୍ଗୀର,୩ା୯(ସୁନୀଲ ମହାନ୍ତି): ବଲାଙ୍ଗୀର ପୁଇଁତଳା ବ୍ଲକ କାର୍ଯ୍ୟାଳୟରେ ଘଟିଛି ଏକ ଅଭାବନୀୟ ଘଟଣା। ବ୍ଲକ ଜେଇ ବିଭୂତି ଭୂଷଣ ମହାନ୍ତି ନିଜ ଅଫିସ ଚ୍ୟାମ୍ବରରେ କାର୍ଯ୍ୟରତ ଥିବାବେଳେ ଏହି ସମୟରେ ଜଣେ ଠିକାଦାର ଆସି ଜେଇଙ୍କୁ ଗାଳିଗୁଲଜ କରିବା ସହ...

ଛାତ୍ରୀଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ଶିକ୍ଷୟିତ୍ରୀ

ଭୁବନେଶ୍ୱର,୩।୯: ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନ ଏକ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗଣିତ ଆସିଲାନି ବୋଲି ଜଣେ ଶିକ୍ଷୟିତ୍ରୀ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ଶିକ୍ଷୟିତ୍ରୀଙ୍କ ମାଡ଼ରେ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦ ପୂର୍ବରୁ ସରିବ ରାସ୍ତା ମରାମତି

ଭୁବନେଶ୍ୱର,୩।୯: ଆଗକୁ ଦୁର୍ଗାପୂଜା। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ପୂଜା ପୂର୍ବରୁ ସମସ୍ତ ସହରାଞ୍ଚଳ ରାସ୍ତା ମରାମତି ହେବ ବୋଲି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବୁଧବାର ଗଣମାଧ୍ୟକୁ ସୂଚନା ଦେଇଛନ୍ତି। ଏପରିକି ୨୦ ତାରିଖ ପୂର୍ବରୁ...

ମେଘାଳୟରେ ଓଡ଼ିଆ ଯବାନ ଶହୀଦ, କାନ୍ଦବୋବାଳିରେ ଫାଟି ପଡୁଛି ଗାଁ, ୪ ବର୍ଷର ପୁଅ ବାପାଙ୍କୁ ଖୋଜି କହୁଛି…

ଅତାବିରା,୩ା୯(ଗୋଡ଼ଭଙ୍ଗା): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ବିଏସ୍‌ଏଫ୍‌ ଯବାନ ଖଗେନ୍ଦ୍ର ମହାପାତ୍ର (୩୬)ଙ୍କ ମେଘାଳୟରେ ଶହୀଦ ହୋଇଥିବା ଦୁଃଖଦ ଖବର ବୁଧବାର ଆସି ପହଞ୍ଚିଛି। ଏହା ପରେ ଗାଁରେ କାନ୍ଦବୋବାଳି ପଡିଯାଇଛି। ମିଳିଥିବା ସୂଚନାରୁ ପ୍ରକାଶ ଯେ, ସ୍ବର୍ଗତ...

ବେଆଇନ କ୍ରସରରେ ତହସିଲଦାର-ପୋଲିସର ମିଳିତ ଚଢ଼ାଉ, ଜବତ ହେଲା କ୍ରସର ମେଶିନ

ବଲାଙ୍ଗୀର/ସଇଁତଳା,୩ା୯(ସୁନିଲ ମହାନ୍ତି, ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲାରେ ବେଆଇନ କ୍ରସର୍‌ ଚାଲିଥିବା ନେଇ ଦୀର୍ଘଦିନରୁ ଅଭିଯୋଗ ହେଇଆସୁଥିଲା। ସଇଁତଳା ତହସିଲଦାର କୌଣସି ଏକ ସୂତ୍ରରୁ ଖବର ପାଇ ପୋଲିସ ସହାୟତାରେ ସଇଁତଳା ବ୍ଲକ କଅଁସର ପଞ୍ଚାୟତ କେଛୋମୁହାଣ କ୍ରସର...

ଫାଣ୍ଡିରେ ପଶି ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ମାମଲା ରୁଜୁ

ସଇଁତଳା,୩।୯: ବଲାଙ୍ଗୀର ଜିଲା ବଡ଼ମାଲ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୨ଜଣ ଦୁର୍ବୃତ୍ତ ଫାଣ୍ଡି ଭିତରକୁ ଧସେଇ ପଶି ଫାଣ୍ଡି ଅଧିକାରୀଙ୍କୁ ଅତର୍କିତ ଆକ୍ରମଣ କରିବା ସହ ତାଙ୍କୁ ଧମକଚମକ ଦେଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri