ଆମ ଜିଲା ଖବର

ଓଭରଟେକ୍ ହେଲା କାଳ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ଦିଗପହଣ୍ଡି,୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଚକାତେନ୍ତୁଳି ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରବିବାର ଅପରାହ୍ନ ପ୍ରାୟ ୪ ଟାରେ ହୋଇଥିବା ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।…

ଇମ୍ପାରିୟାଲ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ୨୦୨୬ ଉଦ୍‌ଯାପିତ, ସମ୍ବଲପୁରର ଶଙ୍କର ମେହେର…

ବଲାଙ୍ଗୀର,୧।୩( ସୁନିଲ କୁମାର ମହାନ୍ତି): କଳିଙ୍ଗ ବଡି ବିଲଡିଂ ଏସୋସିଏସନ ବଲାଙ୍ଗୀର ଜିଲା ଶାଖା ତରଫରୁ ଆୟୋଜିତ ହୋଇଥିବା ଇମ୍ପାରିୟାଲ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଯାପନ ହୋଇଯାଇଛି । ଏହି ଚମ୍ପିୟାନସିପ୍ ରାଜ୍ୟର ୧୯ଟି ଜିଲ୍ଲାର ୧୨୫ ଜଣ…

ମାଓବାଦୀ ଅନ୍ବେଷଙ୍କୁ ସାଥୀ ମାଓବାଦୀଙ୍କ ହତ୍ୟା: ମୃତଦେହ ନେଲେ ପରିବାର ଲୋକେ

ଦାରିଙ୍ଗବାଡ଼ି,୧ା୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଥାନା ପକାରୀ ଜଙ୍ଗଲରେ ମାଓବାଦୀ ଅନ୍ବେଷଙ୍କୁ ସାଥୀ ମାଓବାଦୀ ହତ୍ୟା ଘଟଣା ପରେ ରବିବାର ଦାରିଙ୍ଗବାଡ଼ି ପୋଲିସ ବ୍ରହ୍ମପୁର ଏମ୍‌କେସିଜି ପରୀକ୍ଷା ଗାରରେ ଅନ୍ବେଷଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ…

ଭଉଣୀ ଘରକୁ ଯିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ବାଇକ ମୁହାଁମୁହିଁ ଧକ୍କାରେ…

ଅମରପାଲି,୧।୩(ପୀତାମ୍ବର ସାହୁ): ବୀରମହାରାଜପୁର-ଅମରପାଲି ରାସ୍ତାର ମୁର୍ଷୁଣ୍ଢୀ ବିଦ୍ୟୁତ ଗ୍ରୀଡ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଯୁବକ ଗୁରୁତର ହୋଇ ପଡିଛନ୍ତି । ମୃତକ ଜଣକ…

ଟାୱାର ମାଳମାଳ ହେଲେ ନେଟୱର୍କ ଦୁର୍ବଳ, 5G ଯୁଗରେ ହନ୍ତସନ୍ତ ଲୋକେ

ନନ୍ଦପୁର,୧।୩(ତୁଷାର କାନ୍ତ ମହାନ୍ତି): ମାର୍ଚ୍ଚ ମାସର ପ୍ରଥମଦିନରେ ଦୁର୍ବଳ ନେଟୱର୍କ ସେବା ଜନ ଜୀବନକୁ ପ୍ରଭାବିତ କରିଛି। ଶନିବାର ସକାଳୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ସମେତ ବ୍ଲକ ଅଧୀନ ୨୩ ପଞ୍ଚାୟତ ଅଞ୍ଚଳରେ ବିଏସଏନଏଲ୍ ନେଟୱର୍କ ନାହିଁ…

ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଲେ ଲୁଟେରା ଗ୍ୟାଙ୍ଗ: ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍‌

କେନ୍ଦ୍ରାପଡ଼ା/ଆଳି,୧ା୩(ଜଗନ୍ନାଥ ଧଳ/ବନମାଳୀ ସେନାପତି): ଆଳି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏକ ଲୁଟେରା ଗ୍ୟାଙ୍ଗ ସିରିଜ ଲୁଟ୍‌ କରିବା ସହ ଜଣେ ବ୍ୟବସାୟୀଙ୍କ ଘରେ ଓ ଅଫିସରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ ପଶିବା ଘଟଣା ଆଳି ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଦେଇଛି। ଆଳି…

ହୋଟେଲ ଖାଦ୍ୟ ନିୟମିତ ଯାଞ୍ଚ ହେଉନାହିଁ : ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ସରକାରୀ ସୁବିଧା ମିଳୁନାହିଁ 

ଭଞ୍ଜନଗର,୧।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଦିନକୁ ଦିନ ଛତୁ ଫୁଟିଲା ଭଳି ଛୋଟରୁ ବଡ ହୋଟେଲ ଖୋଲୁଛି। କିନ୍ତୁ ଉକ୍ତ ହୋଟେଲଗୁଡ଼ିକର ଖାଦ୍ୟ ନିୟମିତ ଯାଞ୍ଚ ହେଉନାହିଁ। ନିର୍ଦ୍ଧିଷ୍ଟ କିଛି ବଡ ବଡ ହୋଟେଲରେ ରାତିର ବଳକା ଖାଦ୍ୟକୁ…

ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ

ନୂଆପଡ଼ା,୧।୩(ମକାରୁ ବେମାଲ): କିଛିଦିନର ବ୍ୟବଧାନ ପରେ ନୂଆପଡ଼ା ଜିଲାରେ ପୁଣି କଲରାପତରିଆ ବାଘ ଆତଙ୍କ ଦେଖା ଦେଇଛି। ବାଘ ବୁଲୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।…

୩ ମାସର ଗର୍ଭ ନଷ୍ଟ କରି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ, ବାପଘର ଲୋକେ ଅଭିଯୋଗ ଆଣି କହିଲେ…

ପରଜଙ୍ଗ,୧ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ମାଣିକମରା ଗାଁରେ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କର ୩ ମାସର ଗର୍ଭ ନଷ୍ଟ ସହ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ମାଣିକମରା ଗାଁ ଠାକୁରମୁଣ୍ଡା ସାହିର…

ଲ୍ୟାଣ୍ଡମାଇନ ବିସ୍ଫୋରଣରେ କୋବ୍ରା ବାଟାଲିଅନର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଗୁରୁତର, ରାଞ୍ଚି ଏୟାରଲିଫ୍ଟ

ବଣାଇଁ,୧ା୩(ପ୍ରଦୀପ ତ୍ରିପାଠୀ): ଓଡିଶା-ଝାଡ଼ଖଣ୍ଡ ସୀମା ସଂଲଗ୍ନ ସାରଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ଚାଲି ଥିବା ବେଳେ ରବିବାର ସକାଳେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ସିଆରପିଏଫ କୋବ୍ରା ୨୦୯ ବାଟାଲିୟନର ସହାୟକ କମାଣ୍ଡାଣ୍ଟ ଗୁରୁତର ହେଇଛନ୍ତି। ସରଣ୍ଡା…

ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ଗେଟ୍‌ ଆଗରେ: ପଡିଛି କର୍ମଚାରୀ ମୃତଦେହ, ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା 

ମୁନିଗୁଡା,୧।୩(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡାରେ ଏକ ଅଭାବନୀୟ ଘଟଣା ଘଟିଛି। ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ଗେଟ୍‌ ଆଗରେ ବ୍ଲକର ଜଣେ ଯୁବ କର୍ମଚାରୀଙ୍କ ମୃତଦେହ ମିଳିଛି। ମୃତକ ଜଣକ ହେଲେ ବ୍ଲକର ଭିବି-ଜି-ରାମ-ଜି ଆସିଷ୍ଟାଣ୍ଟ ସୁଶାନ୍ତ ଗୌଡ଼। ସୂଚନା…

ଝାଡ଼ଖଣ୍ଡକୁ ହେଉଥିଲା ଗଞ୍ଜେଇ ଚାଲାଣ, କାର୍‌ ଜବତ କରି ୨ ଜଣଙ୍କୁ ବାନ୍ଧିଲା ପୋଲିସ

ବରଗଡ଼,୧ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହେବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହେବା ପରେ ପୋଲିସ ଏବେ ଆକ୍ସନ ମୋଡ଼ରେ ରହିଛି। ଜିଲାରେ ପୋଲିସ ପାଟ୍ରୋଲିଂକୁ ପୂର୍ବାପେକ୍ଷା ଅଧିକ କଡ଼ାକଡ଼ି କରିଥିବାବେଳେ ସାଇବର ଠକ, ହତ୍ୟା ଅଭିଯୁକ୍ତଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri