ଇମ୍ପାରିୟାଲ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ୨୦୨୬ ଉଦ୍‌ଯାପିତ, ସମ୍ବଲପୁରର ଶଙ୍କର ମେହେର…

ବଲାଙ୍ଗୀର,୧।୩( ସୁନିଲ କୁମାର ମହାନ୍ତି): କଳିଙ୍ଗ ବଡି ବିଲଡିଂ ଏସୋସିଏସନ ବଲାଙ୍ଗୀର ଜିଲା ଶାଖା ତରଫରୁ ଆୟୋଜିତ ହୋଇଥିବା ଇମ୍ପାରିୟାଲ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଯାପନ ହୋଇଯାଇଛି । ଏହି ଚମ୍ପିୟାନସିପ୍ ରାଜ୍ୟର ୧୯ଟି ଜିଲ୍ଲାର ୧୨୫ ଜଣ ଖେଳାଳି ୭ଟି ଓଜନ ବିଭାଗ, ପୁରୁଷ ଫିଡିକ୍ ରେ ଦୁଇଟି ବିଭାଗ ଓ ମାଷ୍ଟର କେଟାଗୋରି ରେ ଗୋଟିଏ ବିଭାଗ ସହ ମହିଳା ବିଭାଗରେ ମଧ୍ୟ ପ୍ରତିଯୋଗିତା ହୋଇଥିଲା । ଜାତୀୟ ସ୍ତର ବିଚାରକ ସନ୍ତୋଷ ମହାନ୍ତି, ବାଳକୃଷ୍ଣ ବାଗ, ଏମ୍‌.କେ. ସ୍ୱାଇଁ ଓ ଅମିତାବ ପରିଡାଙ୍କ ଦ୍ୱାରା ଗଠିତ ହୋଇଥିବା ବିଚାରକ ମଣ୍ଡଳି ପ୍ରତିଯୋଗୀମାନଙ୍କର ପ୍ରଦର୍ଶନକୁ ଆକଳନ କରିଥିଲେ । ଏହି ପ୍ରତିଯୋଗିତାରେ ପୁରୁଷ ଚମ୍ପିୟାନ ଅଫ୍ ଚମ୍ପିୟାନ ଟ୍ରଫି ସମ୍ବଲପୁର ର ଶଙ୍କର ମେହେର ହାସଲ କରିଥିବା ବେଳେ ମହିଳା ବିଭାଗରେ ସମ୍ବଲପୁର ର ଉର୍ମିଳା ବେହେରା ଚମ୍ପିୟାନ ଅଫ୍ ଚମ୍ପିୟାନ ଅଖ୍ୟା ହାସଲ କରିଥିଲେ ।

ଦିନ ତମାମ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତା ମେନ୍ ଫିଜିକ୍ ବିଭାଗରେ ଯାଜପୁରର ଲକ୍ଷ୍ମୀଧର ସାହୁ ପ୍ରଥମ, ବଲାଙ୍ଗୀରର ଅଭିଷେକ ବିଭାର ଦ୍ୱିତୀୟ, କଟକର ବିଷ୍ଣୁ ବେହେରା ତୃତୀୟ ସ୍ଥାନ ହାସଲ କରିଥିଲେ । ମେନ୍ ଫିଜିକ୍ ଟଲ କେଟାଗୋରିରେ ସମ୍ବଲପୁରର ତରୁଣ ମହାକୁର ପ୍ରଥମ, ରାୟଗଡା ର ଡି.ଭେଙ୍କଟ ପ୍ରସାଦ ଦ୍ୱିତୀୟ, ଭଦ୍ରକର ଦିପକ କୁମାର ଦାଶ ତୃତୀୟ ସ୍ଥାନ ହାସଲ କରିଥିଲେ । ମହିଳା ବିଭାଗରେ ସମ୍ବଲପୁରର ଉର୍ମିଳା ବେହେରା ପ୍ରଥମ, ବଲାଙ୍ଗିର ର ଶିବାନୀ ନାଏକ ଦ୍ୱିତୀୟ, ସମ୍ବଲପୁରର ପୂଜା ଗୁପ୍ତା ତୃତୀୟ, ରାୟଗଡାର ସସ୍ମିତା ମାଝି ଚତୁର୍ଥ ଏବଂ ନୂଆପଡାର ଯାଜ୍ଞସେନି ପଣ୍ଡା ପଂଚମ ସ୍ଥାନ ଅଧିକାର କରିଥିଲେ । ଠିକ୍ ସେହିପରି ୫୫ କେଜିି ରୁ କମ୍ ଓଜନ ବର୍ଗରେ ପୁରୀ ର ଆଦିତ୍ୟ ନାରାୟଣ ରଣା ପ୍ରଥମ, ସମ୍ବଲପୁର ର ଅକ୍ଷୟ କୁମ୍ଭାର ଦ୍ୱିତୀୟ, ଝାରସୁଗୁଡାର ଆଶୁ କୁମାର କେଶରି ତୃତୀୟ ସ୍ଥାନ ହାସଲ କରିଥିଲେ ।

୬୦ କେଜିରୁ କମ୍ ବୟସ ବର୍ଗରେ କଳାହାଣ୍ଡିର ଦେବେନ୍ଦ୍ର ନାଏକ ପ୍ରଥମ, କେନ୍ଦ୍ରାପଡାର ତନମୟ ସାହୁ ଦ୍ୱିତୀୟ ଓ ବଲାଙ୍ଗିର ର ଅଭିଷେକ ବିଭାର ତୃତୀୟ ସ୍ଥାନ ହାସଲ କରିଥିଲେ । ୬୫ କେଜିରୁ କମ୍ ଓଜନ ବର୍ଗରେ ଯାଜପୁରର ଚନ୍ଦନ ବିଶ୍ୱାଲ ପ୍ରଥମ, ବଲାଙ୍ଗିର ର ବୁଲୁ ବାଗ ଦ୍ୱିତୀୟ, ସମ୍ବଲପୁରର ଜୟନ୍ତ ବାଗ ତୃତୀୟ ସ୍ଥାନ ହାସଲ କରିଥିଲେ । ୭୦ କେଜିରୁ କମ୍ ଓଜନ ବର୍ଗରେ ପୁରୀର ବିଜୟ ବଡପଣ୍ଡା ପ୍ରଥମ, ରାୟଗଡା ର ଡି.ଭେଙ୍କଟପ୍ରସାଦ ଦ୍ୱିତୀୟ, କଟକ ର ସାଗର ସ୍ୱାଇଁ ତୃତୀୟ ସ୍ଥାନ ହାସଲ କରିଥିଲେ ।

୭୫ କିଜିରୁ କମ୍ ଓଜନ ବର୍ଗରେ ସମ୍ବଲପୁରର ପ୍ରକାଶ ସିଂ ପ୍ରଥମ, ଯାଜପୁରର ଲକ୍ଷ୍ମୀଧର ସାହୁ ଦ୍ୱିତୀୟ, ବଲାଙ୍ଗୀରର ଗଣେଷ ମିଶ୍ର ତୃତୀୟ ସ୍ଥାନ ହାସଲ କରିଥିଲେ । ଠିକ୍ ସେହିପରି ୭୫ କେଜିରୁ ଉର୍ଦ୍ଧ୍ୱ ଓଜନ ବର୍ଗରେ ସମ୍ବଲପୁରର ଶଙ୍କର ମେହେର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଖୋର୍ଦ୍ଧାର ରଘୁ ମାରାଣ୍ଡି ଦ୍ୱିତୀୟ ସ୍ଥାନ ଏବଂ ଯାଜପୁରର ମାନସ କୁମାର ବାରିକ ତୃତୀୟ ସ୍ଥାନ ହାସଲ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ବଲାଙ୍ଗୀରର ବରିଷ୍ଠ ଆଇନଜ୍ଞ ଅମରେନ୍ଦ୍ର ମିଶ୍ର, ଶିକ୍ଷାବିତ ସକିର୍ତ୍ତନ ବାଗ, ଅର୍ଜୁନ ଦିପ, କୃଷ୍ଣ ଚନ୍ଦ୍ର ପାତ୍ର, ଗୋପାଳ କୃଷ୍ଣ ବାଗ, କେବିବିଏର ରାଜ୍ୟ ସଂପାଦକ ସନ୍ତୋଷ ମହାନ୍ତି, ଆୟଜନ କମିଟି ସଂପାଦକ ବାଳକୃଷ୍ଣ ବାଗ ପ୍ରମୁଖ କୃତି ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri