ଆମ ଜିଲା ଖବର

ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ: ଜିଲା ସ୍ତରକୁ ଉନ୍ନୀତ ହେଲେ ୭ କୃତୀ ପ୍ରତିଭା

ପାଟଣା,୧୯।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ଯମୁନାପଶି ପଞ୍ଚାୟତ ସ୍ଥିତ ଯମୁନାପଶି ବିଶେଇପାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୁଧବାର ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ବ୍ଲକ ଅଞ୍ଚଳର ବିଭିନ୍ନ…

ବି.ଏଡ୍. ଛାତ୍ରୀଙ୍କ ଅକାଳ ବିୟୋଗ: ସହାୟତା ନ କରିବାରୁ ଶିକ୍ଷକଙ୍କ ଉପରେ ତୀବ୍ର ଅସନ୍ତୋଷ

ଭଞ୍ଜନଗର,୧୯।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବି.ଏଡ୍. କଲେଜର ଜଣେ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ଅକାଳ ମୃତ୍ୟୁକୁ ନେଇ କଲେଜରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗୁରୁତର ଅସୁସ୍ଥ ସମୟରେ କିଛି ଶିକ୍ଷକ ମାନବିକତା ଭୁଲି ଯାଇ ସାହାଯ୍ୟ କରିନଥିବା ଅଭିଯୋଗ ହୋଇଛି,…

ଜିଲା ସ୍ବାସ୍ଥ୍ୟ ବିଭାଗ ନିଯୁକ୍ତିରେ ଅନିୟମିତତା ! ସିଡିଏମଓଙ୍କୁ ମହିଳା କମିଶନ ସଦସ୍ୟଙ୍କ ତଦନ୍ତ ନିର୍ଦ୍ଦେଶ

ବରଗଡ଼,୧୯।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । କେତେବେଳେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ତ ଆଉ କେବେ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯନ୍ତ୍ରପାତି ଚୋରିକୁ ନେଇ ଏଠାରେ ଚର୍ଚ୍ଚା ଲାଗି ରହିଛି…

ବସ୍‌ ମିଳିବନି କହି ଘରକୁ ଡାକିଲେ, ପରେ ବିବାହିତା ମହିଳାଙ୍କୁ ବୁଦାକୁ ନେଇ ବଳାତ୍କାର; କାନ୍ଦି କାନ୍ଦି…

ରାୟଗଡ଼ା,୧୯।୧୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ାରେ ଲଜ୍ଜା। ସହରରେ ଅନ୍ଧାର ରାତିରେ ଜଣେ ବିବାହିତ ମହିଳାଙ୍କୁ ବଳାତ୍କାର କରାଯାଇଛି। ଏନେଇ ବିବାହିତ ମହିଳାଜଣଙ୍କ ସ୍ବାମୀଙ୍କ ସହ ମଙ୍ଗଳବାର ବିଳମ୍ବିତ ରାତିରେ ରାୟଗଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ…

ପୋଲିସର ବଡ଼ ସଫଳତା: ବାଇକ୍ ଚୋରି ରାକେଟର ୬ ଅଭିଯୁକ୍ତ ଗିରଫ, ୯ଟି ବାଇକ୍ ଜବତ

ରିଷିଡ଼ା,୧୯।୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମରାପୁର ଥାନା ଅନ୍ତର୍ଗତ ରିଷିଡ଼ା ଫାଣ୍ଡି ଅଞ୍ଚଳରେ ବାଇକ୍ ଚୋରି ବୃଦ୍ଧି ପାଉଥିବା ବେଳେ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ପୋଲିସ ଏକ ବାଇକ୍ ଚୋରି ରାକେଟର ମୁଖ୍ୟ ଅଭିଯୁକ୍ତ ସମେତ ମୋଟ…

ମଦ ବ୍ୟବସାୟୀଙ୍କଠାରୁ ନେଉଥିଲେ ଲାଞ୍ଚ: ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅବକାରୀ ଅଧିକ୍ଷକ-ଏଏସ୍‌ଆଇ

କେନ୍ଦୁଝର,୧୯।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ମଦ ବିକ୍ରେତାଙ୍କଠାରୁ ନେଉଥିଲେ ଲାଞ୍ଚ। ମାଡ଼ି ବସିଲା ଭିଜିଲାନ୍ସ। ବୁଧବାର ଏଭଳି ଏକ ଘଟଣାକ୍ରମରେ ଓଡ଼ିଶା ଭିଜିଲାନ୍ସ ହାତରେ କେନ୍ଦୁଝର ଅବକାରୀ ଅଧୀକ୍ଷକ ସୀତାରାଣୀ ପଟ୍ଟାୟତ ଏବଂ ଚମ୍ପୁଆ ଅବକାରୀ ଷ୍ଟେଶନ ଦାୟିତ୍ୱରେ ଥିବା ଅଧିକାରୀ ଆସିଷ୍ଟାଣ୍ଟ…

ଦାବି ପରେ ବି ନିର୍ମାଣ ହେଉନି ରାସ୍ତା, ଗାଁକୁ ଯିବାକୁ ହେଲେ…

କେସିଙ୍ଗା,୧୯ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କସୃପଡ଼ା ପଞ୍ଚାୟତ ଅଧିନସ୍ଥ ସିଂହଝରଣ ଗ୍ରାମକୁ ସଂଯୋଗ ହୋଇଥିବା ରାସ୍ତା ଦୀର୍ଘବର୍ଷଠାରୁ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ବହୁବାର ସ୍ଥାନୀୟ ସରପଞ୍ଚଠାରୁ ବ୍ଲକର ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଜାତୀୟ ରାଜପଥ…

ବାଲିମାଫିଆଙ୍କ କବ୍‌ଜାରେ ଋଷିକୂଲ୍ୟା: ପୁଣି ରାଇପୁରରେ ବେଆଇନ ବାଲିଘାଟକୁ ଗ୍ରାମବାସୀଙ୍କ ବିରୋଧ

ପୁରୁଷୋତ୍ତମପୁର,୧୯ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ବାଲିମାଫିଆମାନେ ଦିନକୁଦିନ ସକ୍ରିୟ ହୋଇଉଠିଛନ୍ତି। ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାରକୁ ରୋକିବା ଲାଗି ଖୋଦ୍‌ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କଡ଼ା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ମାଫିଆମାନେ ବିନାଦ୍ବିଧାରେ ଋଷିକୂଲ୍ୟା ନଦୀର…

ଚିପ୍ସ ପ୍ୟାକେଟ୍‌ରେ ଥିବା ପ୍ଲାଷ୍ଟିକ୍‌ ଖେଳନା ଖାଇ ଶିଶୁ ମୃତ୍ୟୁ ଘଟଣାର ହେବ ତଦନ୍ତ, ସ୍ବାସ୍ଥ୍ୟାଧିକାରୀ କହିଲେ…

ଦାରିଙ୍ଗବାଡ଼ି,୧୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ଗ୍ରାମ ନିକଟ ମୂଷିମାହା ଗ୍ରାମରେ ଜଣେ ୪ ବର୍ଷର ଶିଶୁ ବିଗିଲ ପ୍ରଧାନଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟବିଭାଗର ଚିନ୍ତା ବଢ଼ିବା ସହ ବହୁ ପରିବାରର ଶିଶୁଙ୍କ…

ତୁର୍ଲା ଗାଁ ପରିଦର୍ଶନ କଲେ ପଞ୍ଚାୟତିରାଜ ମନ୍ତ୍ରୀ

ବଲାଙ୍ଗୀର,୧୯ା୧୧(ସୁନିଲ କୁମାର ମହାନ୍ତି): ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ, ବଲାଙ୍ଗୀର ଲୋକ ସଭା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ, ସଚିବ ଏସ୍‌ଏନ୍‌ ଗିରିଶ, ଓରମାସ ଡାଇରେକ୍ଟର, ଦାଦନ ଟାକ୍ସ ଫୋର୍ସ ଟିମ ସଦସ୍ୟ, ଅତିରିକ୍ତ ଜିଲାପାଳ ପବିତ୍ର ବେହେରା, ସିଡିଓ…

‘ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନ ଥିଲେ ଦେଶର ଚିତ୍ର ଅଲଗା ହୋଇଥାନ୍ତା’

ଭଞ୍ଜନଗର,୧୯ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ବୁଧବାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏନେଇ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରୁ ଏକ…

ଇକୋ ରିଟ୍ରିଟ୍‌ କର୍ମଚାରୀ ଶିଖୁଛନ୍ତି ନିଆଁ ଲିଭାଇବାର କୌଶଳ

ଦାରିଙ୍ଗବାଡ଼ି,୧୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ ପରିସର ମଧ୍ୟରେ ପର୍ଯ୍ୟଟକଙ୍କୁ ନିଆଁ ଦାଉରୁ ସୁରକ୍ଷା ଦେବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ବୁଧବାର ପୂର୍ବ ଯୋଜନା ଅନୁଯାୟୀ ଅଗ୍ନିଶମ ବିଭାଗର ଗାଡ଼ି ସାଇରନ ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?