ନୟାଗଡ଼

ପୋଲିସ, ଖବରଦାତାଙ୍କୁ ମାସ୍କ, ସାନିଟାଇଜର ପ୍ରଦାନ

ଓଡ଼ଗାଁ, ୨୮।୪(ସ୍ବ.ପ୍ର.): କରୋନା ମହାମାରୀ ପାଇଁ ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନାରେ ନିୟୋଜିତ ସମସ୍ତ ପୋଲିସ କର୍ମଚାରୀ ଏବଂ ଖବରଦାତାଙ୍କୁ ଏକ ଏନ୍‌ଜିଓ ପକ୍ଷରୁ ମାସ୍କ, ସାନିଟାଇଜର ସହ ଗାମୁଛା ପ୍ରଦାନ କରାଯାଇଛି। ଗୁଜୁରାଟସ୍ଥିତ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି…

ପ୍ରକଳ୍ପରୁ ମିଳୁନି ପାନୀୟ ଜଳ: ପୋଖରୀ ପାଣି ଭରସା

ଖଣ୍ଡପଡ଼ା/ଭାପୁର,୨୭ା୪(ସ୍ବ.ପ୍ର./ଡି.ଏନ.ଏ.): ଭାପୁର ବ୍ଲକ ବାଇଗୁଣିଆଁ ପଞ୍ଚାୟତ କେଶରସିଂ ନୂଆସାହି ଗ୍ରାମବାସୀଙ୍କ ପାଇଁ ପାନୀୟଜଳ ମୁଖ୍ୟ ସମସ୍ୟା ହୋଇଛି। ପ୍ରକଳ୍ପ ଥିଲେ ବି ସେଥିରୁ ଜଳ ମିଳୁନି। ଫଳରେ ପୋଖରୀ ପାଣି ଲୋକଙ୍କ ଭରସା ହୋଇଛି। ପ୍ରାୟ ୫ବର୍ଷ ପୂର୍ବେ ଗ୍ରାମରେ ପାନୀୟ…

ହାତବାନ୍ଧି ବସିଛନ୍ତି ଛେନାପୋଡ଼ କାରିଗର: ଜଳୁନି ଭାଟି, ବିକ୍ରି ହେଉନି କ୍ଷୀର

ନୟାଗଡ଼ ଅଫିସ,୨୭ା୪: କରୋନା କଟକଣା ନୟାଗଡ଼ର ପ୍ରସିଦ୍ଧ ଛେନାପୋଡ଼କୁ ଜିଲା ବାହାରକୁ ପଠାଇବା ବାଟ ବନ୍ଦ କରିଦେଇଛି। ଏପରି କି ଜିଲା ଭିତରେ ବି ଏହା ବିକ୍ରି କରାଯାଇ ପାରୁନି। ଫଳରେ କାରିଗରମାନେ ହାତବାନ୍ଧି ବସିଛନ୍ତି। ଛେନାପୋଡ଼ ବାହାରକୁ ଯାଉ ନ…

ଅପାସୋରା ସ୍ମୃତି ହୋଇ ରହିବ: ଏଡିଏମ୍‌ଙ୍କ କାର୍ଯ୍ୟାଳୟରେ ନିଆରା ବିବାହ

ନୟାଗଡ଼ ଅଫିସ,୨୭ା୪: ନୟାଗଡ଼ ଅତିରିକ୍ତ ଜିଲାପାଳ (ଏଡିଏମ୍‌)ଙ୍କ କାର୍ଯ୍ୟାଳୟରେ ସୋମବାର ଏକ ନିଆରା ବିବାହ ଅନୁଷ୍ଠିତ ହୋଇଥିଲା। ନ ଥିଲା ବାଜା, ବାଣ କି ରୋଶଣି। ଭୋଜି ଭାତର ଆସର ନ ଥିଲା କି ପୁରୋହିତଙ୍କ ମନ୍ତ୍ରୋଚାରଣ ଶୁଭି ନ ଥିଲା।…

ନୂଆଗାଁରେ ନିଆରା ବିବାହ: ମାସ୍କ ପିନ୍ଧି ବିବାହ କଲେ ବରକନ୍ୟା

ନୟାଗଡ଼ ଅଫିସ,୨୭ା୪: ବାହାଘର ହେଲା। ହେଲେ ନ ଥିଲା ବାଜା ବାଣ, ରୋଷଣୀ କିମ୍ବା ଭୋଜି ଭାତର ଆସର। ପୁରୋହିତଙ୍କ ମନ୍ତ୍ରଗାନ ମଧ୍ୟ ଶୁଭୁ ନ ଥିଲା। ବରଯାତ୍ରୀ ବି ନ ଥିଲେ। କରୋନା ଯୋଗୁ ନିଆରା ବାହାଘର ହୋଇଛି ନୟାଗଡ଼…

‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ଘରେ ଘରେ ବହି ବାଣ୍ଟିଲେ ପ୍ରଧାନଶିକ୍ଷୟିତ୍ରୀ

ଓଡ଼ଗାଁ,୨୬ା୪(ସ୍ବ.ପ୍ର.) : କୋଭିଡ୍‌-୧୯ ପାଇଁ ସମସ୍ତ ସ୍କୁଲ ବନ୍ଦ ରହିଥିବା ବେଳେ ପିଲାଙ୍କୁ ସ୍କୁଲ ଆସିବା ବାରଣ ରହିଛ। ଏହି ସମୟରେ ପିଲାଙ୍କୁ ଘର ଘର ବୁଲି ସ୍କୁଲ କର୍ତ୍ତୃପକ୍ଷ ମାଗଣା ପାଠ୍ୟ ପୁସ୍ତକ ପ୍ରଦାନ କରିବାକୁ ସରକାରୀ ନିର୍ଦ୍ଦେଶ ଦେଇଛନ୍ତି।…

ସ୍କୁଲ କ୍ୱାର୍ଟର ଆଟୁ ଖସିଲା, ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ

ଓଡ଼ଗାଁ,୨୬ା୪(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ରଘୁନାଥ ବିଦ୍ୟପୀଠ ପରିସରରେ ଥିବା ଏକ ଷ୍ଟାଫ୍‌ କ୍ୱାର୍ଟର ଆଟୁ ଖସି ଯିବାରୁ ସଂପୃକ୍ତ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ୪ ନମ୍ବର କ୍ୱାର୍ଟରରେ ସ୍କୁଲ ପିଅନ କୈଳାସ ସାହୁ ରହୁଥିବା ବେଳେ…

ଓଡ଼ଗାଁରେ ସରକାରୀ ନିୟମକୁ ବେଖାତିର: ସ୍କୁଲକୁ ପିଲାଙ୍କୁ ଡକାଇ ଶିକ୍ଷକ ବାଣ୍ଟୁଛନ୍ତି ବହି, ସାମାଜିକ ଦୂରତାର ପ୍ରଶ୍ନ ନାହିଁ

ଓଡଗାଁ,୨୫।୪(ସ୍ବ.ପ୍ର.)- କରୋନା ମୁକାବିଲାକୁ ନେଇ ସମ୍ପ୍ରତି ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପିଲାଙ୍କୁ ଘରେ ଘରେ ବୁଲି ଶିକ୍ଷକ ମାନେ ବହି ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ କିଛି ସ୍କୁଲ କର୍ତ୍ତୃପକ୍ଷ…

ବିଷ ପିଇ ଜୀବନ ହାରିଲେ ଦିନ ମଜୁରିଆ

ଖଣ୍ଡପଡ଼ା,୨୨ା୪(ସ୍ବ.ପ୍ର.): କାମଧନ୍ଦା କରି ପରିବାର ପ୍ରତିପୋଷଣ କରୁଥିବା ଖଣ୍ଡପଡା ଅଞ୍ଚଳର ଜଣେ ଦିନମଜୁରିଆ ମଙ୍ଗଳବାର ବିଷ ପିଇ ଜୀବନ ହାରିଛନ୍ତି। ସେ ହେଲେ ଖଣ୍ଡପଡା ବ୍ଲକ ବେଣାଗଡିଆ ପଞ୍ଚାୟତ ପଥରଦ୍ୱାର ଗ୍ରାମର ନରସିଂହ ଦଳେଇ (୪୫)। ଲକ୍‌ଡାଉନ ବ୍ୟବସ୍ଥା ଯୋଗୁ ନରସିଂହ…

ପୋଖରୀ ଖୋଳା ବନ୍ଦ କଲା ପ୍ରଶାସନ

ଓଡ଼ଗାଁ,୨୨ା୪(ସ୍ବ.ପ୍ର.): ଲକ୍‌ଡାଉନ ସମୟରେ ଓଡ଼ଗାଁ ବ୍ଲକ କୋରପିଠା ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ପୋଖରୀ ଖୋଳା କାରନାମା ପଦାରେ ପଡିଛି। ଲୋକେ ଏ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପ୍ରଶାସନ ଏହାକୁ ବନ୍ଦ କରାଇଛି। ସୂଚନା ଅନୁସାରେ ରାଜ୍ୟ ସରକାର…

ଓଡ଼ଗାଁ ଏନ୍‌ଏସି, ପୋଲିସର ମିଳିତ ଚଢ଼ାଉ: ମାସ୍କ ନ ପିନ୍ଧି ଗଣିଲେ ଜରିମାନା

ଓଡ଼ଗାଁ,୧୯ା୪(ସ୍ବ.ପ୍ର.): ସମଗ୍ର ରାଜ୍ୟରେ କରୋନା ପାଇଁ କଟକଣା ଲାଗି ରହିଥିବା ବେଳେ ପ୍ରତିକାର ନିମନ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ଏପରିସ୍ଥଳେ ନୟାଗଡ଼ ଜିଲା ଓଡ଼ଗାଁ ଏନ୍‌ଏସି ଅଞ୍ଚଳରେ ଲୋକେ ଏହାକୁ ଫୁ କରି ଅନାୟସରେ ବୁଲିବାକୁ ପସନ୍ଦ କରୁଥିଲେ। ଏନେଇ…

ରାଇପଡ଼ା ହତ୍ୟା ଘଟଣା: ୨ ଭାଇ ଜେଲ ଗଲେ

ରଣପୁର,୧୮ା୪(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ତହସିଲ ଚାନ୍ଦପୁର ଥାନାର ରାଇପଡା ଗଁ।ରେ କାଜୁ ଜଙ୍ଗଲକୁ ନେଇ ଦୁଇ ଆଦିବାସୀଙ୍କ ହତ୍ୟା ଘଟଣାରେ ପୋଲିସ ନୂଆସାହିର ଦୁଇଭାଇ ବିକାଶ ଜେନା ଓ ପ୍ରକାଶ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri