ଭଞ୍ଜସେନା ମୁଖ୍ୟ କଂଗ୍ରେସ ମୁହାଁ
ବାରିପଦା,୩ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସାଧାରଣ ନିର୍ବାଚନ ପରେ ପୁଣି ମୟୂରଭଞ୍ଜ ଜିଲା ରାଜନୀତି ସରଗରମ ହେବାରେ ଲାଗିଛି। କିଛିଦିନର ବ୍ୟବଧାନ ପରେ ଏବେ ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ୨ଦିନ ପୂର୍ବେ ବିଜେଡିର ପ୍ରାଥମିକ ସଦସ୍ୟ ଓ ରାଜ୍ୟ ସଭା…
ଧରିତ୍ରୀ ପ୍ରଭାବ: ନିଲମ୍ବିତ ହେଲେ୨ଶିକ୍ଷକ
ମୋରଡ଼ା,୩୧।୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଗାଁ ପଞ୍ଚାୟତର ଡେଙ୍ଗାଶୋଳ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୨ ଶିକ୍ଷକ ବିନା ଅନୁମତିରେ ଛୁଟିରେ ରହି ବିଦ୍ୟାଳୟକୁ ନ ଆସିବା କାରଣରୁ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଉଭୟଙ୍କୁ ନିଲମ୍ବନ କରିଛନ୍ତି। ଏ…
ପିଆର୍ଏମ୍ ହସ୍ପିଟାଲ ଛାତରୁ ଗଳୁଛି ପାଣି
ବାରିପଦା,୩।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ (ପିଆର୍ଏମ୍) ମେଡିକାଲ କଲେଜ ଓ ହସ୍ପିଟାଲ ଆଇସିୟୁ ଛାତରୁ ପାଣି ଗଳିବା ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଉଥିବା ଏହି…
ସୋମବାର ସ୍କୁଲ ଆସିଲେନି ଶିକ୍ଷୟିତ୍ରୀ, ଶିକ୍ଷକ
ମୋରଡା,୨୯।୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକରେ ଶିକ୍ଷାର ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି l ସମ୍ପକ୍ତ ବ୍ଲକ ଅଧୀନ ଗଡିଗାଁ ପଞ୍ଚାୟତର ଡେଙ୍ଗାଶୋଳ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଦାନରେ ବ୍ୟତିକ୍ରମ ହେଉଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ,…
ସବ୍ରେଜିଷ୍ଟ୍ରି, ସବ୍ଟ୍ରେଜେରୀ ଖୋଲିବା ପାଇଁ ଦାବି ଜୋର୍ ଧରିଲା
ମୋରଡ଼ା,୨୮ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ସଦରମହକୁମା ଚିତ୍ରଡ଼ାରେ ସବ୍ରେଜିଷ୍ଟ୍ରି ଓ ସବ୍ ଟ୍ରେଜେରୀ ଅଫିସ ଖୋଲିବା ନିମନ୍ତେ ଦାବି ଜୋର୍ ଧରିଛି। ଏନେଇ ମୋରଡ଼ା ବିଧାୟକ ତଥା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ…
ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ଫେରାର
ବାରିପଦା,୨୩।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ତଥା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ବାଲିଯୋଡା ଗ୍ରାମର ଜନୈକ ସ୍ବାମୀ ଜଣକ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ହେଲେ ବାଲିଯୋଡା…
ବାପା, ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ବାରିପଦା,୨୨।୭: ବାପା ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପଡ଼ୋଶୀ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ନୁଦୁଡିହା ଗାଁରେ। ବିଲରେ କାମ କରୁଥିବା ବେଳେ ଏଭଳି ଘଟଣା ଘଟିଛି। ସମ୍ପର୍କୀୟ ବଡ଼ ଭାଇ ଓ ପୁତୁରା ଆକ୍ରମଣ କରିଥିବା…
ଦୀର୍ଘବର୍ଷ ଧରି ବନ୍ଦ ହୋଇପଡ଼ିଛି ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର
ମୋରଡ଼ା,୨୧ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଜନସାଧାରଣ ପ୍ରାୟତଃ ପଶୁ ସମ୍ପଦ ଓ ଚାଷକାର୍ଯ୍ୟ ଉପରେ ନିର୍ଭର କରି ଜୀବନଯାପନ କରନ୍ତି। ଅଧିକାଂଶ ଲୋକ ଗୋରୁ, ଛେଳି, ମେଣ୍ଢା ଇତ୍ୟାଦି ପାଳନ କରନ୍ତି। ସେହିପରି ଗୋରୁଙ୍କୁ ଚାଷକାର୍ଯ୍ୟରେ ନିୟୋଜିତ କରିବା…
ମୟୂରଭଞ୍ଜରେ କାର୍ଯ୍ୟକ୍ଷମ ହେବ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବିମାନବନ୍ଦର
ଭୁବନେଶ୍ୱର,୧୭ା୭: ମୟୂରଭଞ୍ଜ ଜିଲାସ୍ଥିତ ଅମର୍ଦା ରୋଡ୍ ରାସଗୋବିନ୍ଦପୁର ବିମାନବନ୍ଦରକୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ । ଏ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୃହନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର…
ସାଙ୍ଗପିଲା ଖାଦ୍ୟ ଖାଇ ଦେବାରୁ ରାଗିଯାଇ ହଷ୍ଟେଲ ଛାଡ଼ି ଚାଲିଆସିଲେ ଛାତ୍ରୀ, ଆଉ ତା’ ପରେ…
ମୋରଡ଼ା,୧୭ା୭(ସ୍ମାରକ ମାଜୀ): ଜଣେ ନାବାଳିକା ଛାତ୍ରୀ ବିଦ୍ୟାଳୟ ହଷ୍ଟେଲରୁ ରାଗି କି ଚାଲି ଆସିଥିଲେ। ତେବେ ପ୍ରାୟ ୪୦ କିଲୋମିଟରରୁ ଅଧିକ ଚାଲି ଚାଲି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ତଥା ବେତନଟୀ ଥାନା ଅଧୀନ ଦାନ୍ତିଆମୁଁହାରୁ ଉଦ୍ଧାର ହେବା ଘଟଣା…
ସୁନାବେଶରେ ଚମକିଲେ ଚତୁର୍ଦ୍ଧାମୂର୍ତ୍ତି
ମୋରଡ଼ା,୧୭ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ପ୍ରସିଦ୍ଧ ଚିତ୍ରଡ଼ା ରଥଯାତ୍ରାର ବାହୁଡ଼ା ପର୍ବ ମଙ୍ଗଳବାର ଶେଷ ହୋଇଥିବା ବେଳେ ଚତୁର୍ଦ୍ଧାମୂର୍ତ୍ତି ଆଜି ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି। ମଧ୍ୟାହ୍ନ ଧୂପ ପରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟରେ ବଡ଼ଠାକୁର ବଳଭଦ୍ର, ଜଗନ୍ନାଥ…
ଏକା ସାଙ୍ଗରେ ଡକାଡକି ହୋଇ ଚାଲିଗଲେ ଦାଦା-ପୁତୁରା
ବାରିପଦା,୧୭।୭: (ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହର ଉପକଣ୍ଠ ଦେଇ ଯାଇଥିବା ୧୮ନଂ. ଜାତୀୟ ରାଜପଥର ପାଲବଣିଠାରେ ସୋମବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଟ୍ରକ୍ ସମ୍ପର୍କୀୟ କକା ଓ ପୁତୁରାଙ୍କ ଉପରେ ମାଡ଼ିଯିବାରୁ ଦୁହିଁଙ୍କ ମୃତ୍ୟୁ…
Archives


