କାନ୍ଥ ପଡ଼ି ମହିଳା ମୃତ
ରାସଗୋବିନ୍ଦପୁର,୨୫ା୧୦(ଡି.ଏନ୍.ଏ.)- ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାସଗୋବିନ୍ଦପୁର ବ୍ଲକ ଅଧୀନ ଖୁଣ୍ଟାପାଳ ଗ୍ରାମରେ ଶୁକ୍ରବାର ସକାଳେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ସୋମନାଥ ପଲେଇଙ୍କ ପତ୍ନୀ ଦମୟନ୍ତୀ (୪୫) ବୋଲି ଜଣାପଡ଼ିଛି। ଖବରପାଇ…
ବଡ଼ସାହିରେ ସର୍ବାଧିକ,ବିଜାତଳାରେ ସର୍ବନିମ୍ନ ବର୍ଷା: ବିଦ୍ୟାଳୟ ଛୁଟି
ବାରିପଦା ଅଫିସ,୨୫।୧୦: ମୟୂରଭଞ୍ଜ ଜିଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ୁଛି। ଜିଲାର ବଡ଼ସାହିରେ ଶୁକ୍ରବାର ସୁଦ୍ଧା ସର୍ବାଧିକ ୧୦୮ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ବିଜାତଳାରେ ସର୍ବନିମ୍ନ ୨୫…
କର୍ମଚାରୀଙ୍କୁ ଦରମା ନ ଦେବା ଅଭିଯୋଗ: ସଫେଇ ସଂସ୍ଥା ମୁଖ୍ୟ ଗିରଫ
ବାରିପଦା ଅଫିସ, ୨୫ା୧୦- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଦୀର୍ଘ ଦିନ ହେବ ସଫେଇ କର୍ମଚାରୀଙ୍କୁ ଦରମା ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହୋଇଆସୁଛି। ଏଥିନେଇ ବିଭିନ୍ନ ସମୟରେ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ…
ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ
ବାରିପଦା ଅଫିସ,୨୪।୧୦: ମୟୁରଭଞ୍ଜ ଜିଲା ସ୍ଥିତ ପ୍ରସ୍ତାବିତ ଜାତୀୟ ଉଦ୍ୟାନ ତଥା ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ଶିମିଳିପାଳ ଟାଇଗର ରିଜର୍ଭ ପ୍ରୋଜେକ୍ଟର କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛନ୍ତି। ଏହି ସମୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଗୁରୁତ୍ୱ…
ସବଡ଼ିଭିଜନ ମାନ୍ୟତା ଦାବିରେ ରାଜସ୍ବ ମନ୍ତ୍ରୀଙ୍କୁ ସ୍ମାରକପତ୍ର
ବଡ଼ସାହି,୨୪ା୧୦(ସ୍ବ.ପ୍ର)- ବେତନଟୀକୁ ସବଡ଼ିଭିଜନ ମାନ୍ୟତା ଦାବି ନେଇ ଅଣ୍ଟା ଭିଡ଼ିଥିବା ବଡ଼ସାହି-ବେତନଟୀ ବିକାକ ମଞ୍ଚ ପକ୍ଷରୁ ବୁଧବାର ୩ଟିି ସ୍ମାରକପତ୍ର ପ୍ରଦାନ କରାଯାଇଛି ା ମଞ୍ଚ ପକ୍ଷରୁ ଆବାହକ ତଥା ପ୍ରେସକ୍ଲବ ୨୪ ଗୁଣନ ୭ର ସଭାପତି ହରିଶ୍ଚନ୍ଦ୍ର ନନ୍ଦଗୋସ୍ବାମୀଙ୍କ ନେତୃତ୍ୱରେ…
ବିଭିନ୍ନ ଦାବି ନେଇ ବିକ୍ଷୋଭ
ବାରିପଦା ଅଫିସ,୨୪ା୧୦- ବିଭିନ୍ନ ଦାବି ନେଇ ଡେମୋକ୍ରେଟିକ ୟୁଥ ଅର୍ଗାନାଇଜେଶନ ପକ୍ଷରୁ ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରା ବାରିପଦା ସହର ପରିକ୍ରମା କରିଥିଲା। ଜିଲାର ସମସ୍ତ ବେକାର ଯୁବତୀଯୁବକମାନଙ୍କୁ…
ଘରେ ପଶି ଟଙ୍କା, ସୁନା ଲୁଟିଲେ ଦୁର୍ବୃତ୍ତ
ଉଦଳା,୨୪ା୧୦(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଉଦଳା ଥାନା ଅଞ୍ଚଳରେ ଲୁଟେରାଙ୍କ ଉପଦ୍ରବ ବଢି ଚାଲିଛି। ଗତ ସପ୍ତାହକ ମଧ୍ୟରେ ଲୁଟେରାମାନେ ୫ଟି ସ୍ଥାନରୁ ଲୁଟ୍ କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ମଙ୍ଗଳବାର ସ୍ପଷ୍ଟ ଦିବାଲୋକରେ ୨ଟି ଲୁଟ୍ ହୋଇଥିବା ବେଳେ ବିଳମ୍ବିତ…
ଉଠାଣୀନୂଆଗାଁ ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ: ଲକ୍ଷାଧିକ ଟଙ୍କାର ନକଲି ମଦ, ସରଞ୍ଜାମ ସହ ଗଞ୍ଜେଇ ଜବତ
ବଡ଼ସାହି,୨୩।୧୦(ସ୍ବ.ପ୍ର.)- ମୟୂରଭଞ୍ଜ ଜିଲା, ବଡ଼ସାହି ଥାନା ଅଧୀନ ଉଠାଣୀନୂଆଗାଁ ଗ୍ରାମରୁ ବୁଧବାର ସକାଳେ ଅବକାରୀ ବିଭାଗ ବିପୁଳ ପରିମାଣର ନକଲି ବିଦେଶୀ ମଦ, ବିଭିନ୍ନ ବ୍ରାଣ୍ଡର ମଦ ବୋତଲ, ଖାଲି ବୋତଲ, ଠିପି, ଲେବଲ, ସିଲ, ଖୋଳ, ସ୍ପିରିଟ, ଥିନର ଓ…
ସୁନା ଦୋକାନୀଙ୍କଠାରୁ ଲୁଟ ଉଦ୍ୟମ: ଲୁଟେରାଙ୍କୁ ଧରିଲେ ଛାତ୍ର ନେତା
ବାରିପଦା ଅଫିସ,୨୩ା୧୦- ବାରିପଦା ସହରରେ କିଛି ଦିନ ହେବ ଚୋରି ଓ ଲୁଟ ଘଟଣା ବୃଦ୍ଧି ପାଇଛି। ସହର ଏକ ପ୍ରକାର ଅପରାଧୀଙ୍କ ଚରାଭୁଇଁ ପାଲଟିଥିବା ଅଭିଯୋଗ ହେଉଛି। ମଙ୍ଗଳବାର ରାତି ପ୍ରାୟ ୧୦.୩୦ ବେଳେ ରକ୍ସିରୋଡ଼ସ୍ଥିତ ଜଣେ ସୁନା ଦୋକାନୀ…
ବ୍ୟାଙ୍କ ଧର୍ମଘଟ ଯୋଗୁ ଜମାକାରୀ ହଇରାଣ
ବାରିପଦା ଅଫିସ,୨୩ା୧୦- ଦିନିକିଆ ସର୍ବ ଭାରତୀୟ ବ୍ୟାଙ୍କ ଧର୍ମଘଟ ଯୋଗୁଁ ବାରିପଦାଠାରେ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଥିଲା। ସେହିପରି ଧର୍ମଘଟରେ ସାମିଲ ହୋଇ ନ ଥିବା ସତ୍ତ୍ୱେ ବାରିପଦାର ବିଭିନ୍ନ ଏସବିଆଇରେ ବ୍ୟାଙ୍କ ସେବା ବନ୍ଦ ରହି ଥିବାରୁ ଜମାକାରୀ ବହୁ…
ସରକାରୀ ତାଲିମ ପାଇଁ ବସ୍ତ୍ରାଳୟରୁ ସିସିଟିଭି ଭଡ଼ାନେବା ଘଟଣା: ୭୦ହଜାର ଟଙ୍କା ଫେରାଇବାକୁ ଡିପିସିଙ୍କ ନିର୍ଦ୍ଦେଶ
ବଡ଼ସାହି,୨୩ା୧୦(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଉଜ୍ଜ୍ୱଳ ଓ ଉତ୍ଥାନ ତାଲିମ କେନ୍ଦ୍ରରେ ସିସିଟିଭି ଲଗାଇବା ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ହୋଇଛି। ବଜାରରେ ଥିବା ଏକ ବସ୍ତ୍ରାଳୟରୁ ସିସିଟିଭି ଭଡ଼ାରେ ଆଣି ତାଲିମ କେନ୍ଦ୍ରରେ ଲଗାଇ ବିଲ୍ ପୈଠ କରିଥିବା ଘଟଣାକୁ ନେଇ…
ବଜ୍ରପାତରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
ଉଦଳା,୨୩ା୧୦(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଉଦଳା ଥାନା ଅନ୍ତର୍ଗତ ସୋନନଦୀର ଜିରିଡାଘାଟ ନିକଟରେ ମଙ୍ଗଳବାର ରାତିରେ ବଜ୍ରପାତରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣକ ବାଲେଶ୍ୱର ଜିଲା ରାଜବରହମପୁର ଥାନା ଅନ୍ତର୍ଗତ ପିଠାହତା ଗ୍ରାମର…
Archives


