ଘରେ ପଶି ଟଙ୍କା, ସୁନା ଲୁଟିଲେ ଦୁର୍ବୃତ୍ତ

ଉଦଳା,୨୪ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ଥାନା ଅଞ୍ଚଳରେ ଲୁଟେରାଙ୍କ ଉପଦ୍ରବ ବଢି ଚାଲିଛି। ଗତ ସପ୍ତାହକ ମଧ୍ୟରେ ଲୁଟେରାମାନେ ୫ଟି ସ୍ଥାନରୁ ଲୁଟ୍‌ କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ମଙ୍ଗଳବାର ସ୍ପଷ୍ଟ ଦିବାଲୋକରେ ୨ଟି ଲୁଟ୍‌ ହୋଇଥିବା ବେଳେ ବିଳମ୍ବିତ ରାତିରେ ପୁଣି ଜଣଙ୍କ ଘରେ ଲୁଟେରା କଳାକନା ବୁଲାଇଛନ୍ତି। ଏହା ଏବେ ପୋଲିସ୍‌ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ା
ସୂଚନା ଅନୁଯାୟୀ, ସ୍ଥାନୀୟ ପାଟପୁର ଗ୍ରାମର ଅଞ୍ଜନ ସାହୁଙ୍କ ପରିବାର ଲୋକେ ମଙ୍ଗଳବାର ରାତିରେ ଖାଇ ସାରି ଶୋଇଥିଲେ ା ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ତାଙ୍କ ଘର କବାଟ ଭାଙ୍ଗି ଭିତରେ ପଶିବା ସହିତ ଗଡରେଜ୍‌ରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି ା ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ଛାନଭିନ୍‌ ଆରମ୍ଭ କରିଛି। ବାରିପଦାରୁ ଆସିଥିବା ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ସହାୟତାରେ ପୋଲିସ୍‌ ତଦନ୍ତ ଜାରି ରଖିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଟେର ପାଇ ପାରିନାହିଁ। ଉଲ୍ଲେଖଯୋଗ୍ୟ ଯେ, ଗତ ୧୫ ତାରିଖରେ ଉଦଳା-ଦୁଗୁଧା ରାସ୍ତାର କେନାଲ ନିକଟରେ ଜଣେ ଭିଏଲଡବ୍ଲ୍ୟୁଙ୍କ ନିକଟରୁ ୨ ଲକ୍ଷ ୮୬ ହଜାର ଟଙ୍କା ଲୁଟ ସାଙ୍ଗକୁ ଜଣେ ଅଧ୍ୟାପିକାଙ୍କ ସୁନାହାର ଛିନତାଇ ହୋଇଥିଲା। ମଙ୍ଗଳବାର ଉଦଳା ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଏକ ବାଇକ୍‌ ଲୁଟ ହେବା ସହିତ କୃଷକ ବଜାର ନିକଟରୁ ଏକ ସ୍କୁଟିରେ ଥିବା ୫୦ ହଜାର ଟଙ୍କା ଦୁର୍ବୃତ୍ତ ଲୁଟି ନେଇଥିଲେ ା ଦିନକୁ ଦିନ ଉଦଳାରେ ଲୁଟ୍‌ ତରାଜ ବୃଦ୍ଧି ପାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଭାସୁଥିଲା ମହିଳାଙ୍କ ମୃତଦେହ, ଲୋକେ ଗାଧୋଇବାକୁ ଯିବାବେଳେ…

ବୈଶିଙ୍ଗା,୩ା୬(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ନିକଟସ୍ଥ ନୂଆସାହି ଗ୍ରାମ ପୋଖରୀରୁ ବୁଧବାର ଜଣେ ଅଜଣା ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ବିଡିଓଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ, ଏହି ସବୁ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ

ବାରିପଦା,୩।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ନିର୍ବାଚନମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ତଥା ବଡ଼ସାହି ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ସ୍ମୃତିମୟୀ ବନଜା…

ଆସିଲା ଖୁସିଖବର: ମା’ ହେଲା ‘ଜିନ୍ନତ’

ଭୁବନେଶ୍ୱର,୨।୬: ମୟୁରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ଏକ ଖୁସି ଖବର ଆସିଛି॥ ମା’ ହୋଇଛି ବାଘୁଣୀ ‘ଜିନ୍ନତ’। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ…

ଶିମିଳିପାଳରେ ମାଉସ୍‌ ଡିଅର: ଜୋର୍‌ ଧରିଲା ଚର୍ଚ୍ଚା

ବାରିପଦା,୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ଏକ ଅନନ୍ୟ ବନ୍ୟପ୍ରାଣୀ ଆବାସସ୍ଥଳୀ ଭାବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଠାରେ ବିଶ୍ୱର କ୍ଷୁଦ୍ର…

ଶିମିଳିପାଳରେ ମଣିଷଖିଆ ବାଘ; ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ, ସକାଳୁ ମିଳିଲା କ୍ଷତାକ୍ତ ଦୁଇ ଗୋଡ଼ ସହ ଲୁଙ୍ଗି

କରଞ୍ଜିଆ,୧।୬(କବିତା ମହାନ୍ତ): ମଣିଷକୁ ଖାଇଗଲା ମହାବଳ ବାଘ ! କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ କୁମୁଡାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରୁ ଛାତିଥରା ଘଟଣା…

ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶିକ୍ଷକ ମୃତ

ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼ , ଗୁଣ୍ଡାଗିରିର ଭିଡିଓ ଭାଇରାଲ

ଉଦଳା, ୨୨।୫( ସନ୍ତୋଷ ବାଞ୍ଝିନୀ): ରାସ୍ତା ପାଲଟିଲା ରେସଲିଂ ରିଙ୍ଗ। ପୋଲିସକୁ ନାହିଁ ଭୟ, ଥାନା ଠାରୁ ୫ ଶହ ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ବିଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri