ମହିଳାଙ୍କଠାରୁ ୯୦ ହଜାର ଲୁଟ୍
ବାରିପଦା ଅଫିସ,୫ା୧୨- ବାରିପଦା ସହରର ଭଞ୍ଜପୁର ଅଞ୍ଚଳରୁ ବୁଧବାର ଜଣେ ମହିଳାଙ୍କଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ମହିଳା ଜଣକ ହେଲେ ଯମୁନାଦେଇପୁରର ବିଳାସ ମହାନ୍ତ। ଭଞ୍ଜପୁରସ୍ଥିତ ବ୍ୟାଙ୍କରୁ ସେ ଦିନ ୨ ଟା ବେଳେ ୯୦ ହଜାର ଟଙ୍କା…
ଅସଦାଚରଣ ଅଭିଯୋଗର ନିରପେକ୍ଷ ତଦନ୍ତ ଦାବି: ଥାନା ଆଗରେ ଛାତ୍ରୀଙ୍କ ବିକ୍ଷୋଭ, ରାସ୍ତା ଅବରୋଧ
ରାଇରଙ୍ଗପୁର,୫ା୧୨(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳର ଜନୈକା କଲେଜ ଛାତ୍ରୀ ଟ୍ୟୁଶନ ଯାଇଥିବାବେଳେ ମଙ୍ଗଳବାର ଜଣେ କମ୍ପ୍ୟୁଟର ଶିକ୍ଷକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି…
ଛାତ୍ରୀଙ୍କୁ ଅସଦାଚରଣ କରି କମ୍ପ୍ୟୁଟର ଶିକ୍ଷକ ଗିରଫ
ରାଇରଙ୍ଗପୁର,୪ା୧୨(ଡି.ଏନ୍.ଏ.): ରାଇରଙ୍ଗପୁର ଅଞ୍ଚଳରେ ଜଣେ ବଳାତ୍କାର ପୀଡିତା ଅଧ୍ୟାପିକା ଆତ୍ମହତ୍ୟା କରିବା ଘଟଣା ଆଲୋଡନ ସୃଷ୍ଟି କରିଥିବା ବେଳେ ପୁଣି ଜନୈକା କଲେଜ ଛାତ୍ରୀଙ୍କୁ ଜଣେ କମ୍ପ୍ୟୁଟର ଶିକ୍ଷକ ମଙ୍ଗଳବାର ଅସଦାଚରଣ କରି ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।…
ବଳାତ୍କାର ପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା
ବାରିପଦା ଅଫିସ/ ରାଇରଙ୍ଗପୁର,୪ା୧୨(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ପୋଲିସର ଅବହେଳା କାରଣରୁ ବଳାତ୍କାର ପୀଡ଼ିତା ଜଣେ ଅଧ୍ୟାପିକା ନ୍ୟାୟ ନ ପାଇ ଜୀବନ ହାରିବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ଗୁରୁତର ଭାବେ ନେଇ ରାଜ୍ୟ ମହିଳା…
ଅଭିଯୁକ୍ତଙ୍କ ଗିରଫ ଦାବିରେ ଟାୟାର ଜାଳି ରାସ୍ତାରୋକ
ବାରିପଦା ଅଫିସ/ବୈଶିଙ୍ଗା,୪ା୧୨- ଏକ ଛାତ୍ରୀ ଅସଦାଚରଣ ମାମଲାର ଅଭିଯୁକ୍ତ ମାସେରୁ ଊର୍ଦ୍ଧ୍ୱ ସମୟ ହେବ ଫେରାର ଥିବା ବେଳେ ତାଙ୍କୁ ଧରିବାକୁ ପୋଲିସ ଗୁରୁତ୍ୱ ଦେଉ ନାହିଁ। ଏଭଳି ଅଭିଯୋଗ କରି ମଙ୍ଗଳବାର ବୈଶିଙ୍ଗା ଥାନା ଅଧୀନ ଏକ ସ୍କୁଲ ସମ୍ମୁଖରେ…
କରଞ୍ଜିଆ ଏନଏସି : ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ଠାକୁରମୁଣ୍ଡା,୪ା୧୨(ଡି.ଏନ୍.ଏ.)- କରଞ୍ଜିଆ ଏନଏସିରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀ କେତେକ ଦାବି ନେଇ ମଙ୍ଗଳବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଦୀର୍ଘ ୯ ବର୍ଷ ଧରି ଜିପିଏଫ ଓ ଇପିଏଫ ଅର୍ଥ ଜମା ନେଇ କୌଣସି…
ଇନ୍ସପେକ୍ଟରସ୍ତରରେ ଅଦଳ ବଦଳ
ବାରିପଦା ଅଫିସ,୪ା୧୧- ଇଷ୍ଟର୍ଣ୍ଣ ରେଞ୍ଜ ପୋଲିସ ଆଇଜି ଦିପ୍ତେଶ ପଟ୍ଟନାୟକ ମଙ୍ଗଳବାର ଇନ୍ସପେକ୍ଟରସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲାର ୧୩ ଜଣ ଇନ୍ସପେକ୍ଟରଙ୍କୁ ଏଥିରେ ଅଦଳ ବଦଳ କରାଯାଇଛି। ରେଞ୍ଜ ପୋଲିସ…
ବାଲେଶ୍ୱର-ବାଙ୍ଗିରିପୋଷି ଡିଏମ୍ୟୁରେ ନିଆଁ
ବାରିପଦା ଅଫିସ,୪ା୧୨- ବାଲେଶ୍ୱର -ବାଙ୍ଗିରିପୋଷି ଡିଏମ୍ୟୁ ଟ୍ରେନ୍ର ବ୍ୟାଟେରି ବକ୍ସରେ ମଙ୍ଗଳବାର ନିଆଁ ଲାଗିଛି। ଶର୍ଟସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା କୁହାଯାଉଥିବା ବେଳେ ଏଥିଯୋଗୁ କୌଣସି ବିଶେଷ କ୍ଷୟକ୍ଷତି ହୋଇ ନାହିଁ। ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ଆସି ନିଆଁକୁ…
ଧାରଣା ସ୍ଥଳରେ ଟଳିପଡିଲେ ଶିକ୍ଷକ: ମୟୂରଭଞ୍ଜ ଜିଲା ଗଣଶିକ୍ଷକ ସଂଘ ସଭାପତି ଥିଲେ; ଅଧୁରା ରହିଗଲା ଦାବି ପୂରଣ
ଭୁବନେଶ୍ୱର,୨ା୧୨(ବ୍ୟୁରୋ)/କୁଆମରା/ଖୁଣ୍ଟା(ଡି.ଏନ୍.ଏ) – ଦାବି ପୂରଣ ପାଇଁ ଆସିଥିଲେ ରାଜଧାନୀ। ବିଧାନସଭା ସମ୍ମୁଖ ଲୋୟର ପିଏମ୍ଜିର ଆନ୍ଦୋଳନସ୍ଥଳରେ ଅନ୍ୟଶିକ୍ଷକଙ୍କ ସହ ଧାରଣା ଦେଇଥିଲେ। ବିକ୍ଷୋଭ ଓ ପ୍ରତିବାଦ କରୁଥିବା ସମୟରେ ମଙ୍ଗଳବାର ଅପରାହ୍ନରେ ହଠାତ୍ ଟଳିପଡିଥିଲେ ମୟୂରଭଞ୍ଜର ଶିକ୍ଷକ ନିରଞ୍ଜନ ବାରିକ। ସେଠାରେ…
ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଯାପିତ
ବାଙ୍ଗିରିପୋଷି,୩ା୧୨(ଡି.ଏନ୍.ଏ.)- ବାଙ୍ଗିରିପୋଷି ବ୍ଲକ ଅଧୀନ ଚନ୍ଦନପୁର ଗ୍ରାମର ଚନ୍ଦନପୁର ଯୁବକ ସଂଘ ଆନୁକୂଲ୍ୟରେ ନେହେରୁ ଯୁବକେନ୍ଦ୍ର ମୟୂରଭଞ୍ଜ,ବାରିପଦା ତରଫରୁ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ୨ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଯୁବକ ସଂଘର ସମ୍ପାଦକ ଚନ୍ଦ୍ରଶେଖର ଦାସ, ଘନଖ୍ୟାମ ବେହେରା, ବିନୁ…
ଜିଲାପାଳଙ୍କୁ ଭେଟିଲା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘ
ବାରିପଦା ଅଫିସ,୩ା୧୨- ମୟୂରଭଞ୍ଜ ଜିଲା ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘର ଏକ ପ୍ରତିନିଧି ଦଳ ସୋମବାର ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ସାକ୍ଷାତ କରି ସଂଘର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି। ଏନେଇ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।…
ଉଦ୍ଧାର ତୀରବିଦ୍ଧ ସମ୍ବର ମୃତ
ବାରିପଦା ଅଫିସ,୩ା୧୨- ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ବାରିପଦା ରେଞ୍ଜର କାଦୁଆଳବନ୍ଧ ଗ୍ରାମ ନିକଟରୁ ସୋମବାର ଏକ ତୀରବିଦ୍ଧ ସମ୍ବର ଉଦ୍ଧାର ହୋଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବାରିପଦା ରେଞ୍ଜ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍…
Archives


