ଲଗାଣ ବର୍ଷାରେ ବୁଡ଼ିଲା କରୁକୋଣ୍ଡା ପୋଲ
ମାଲକାନଗିରି,୧୭।୮(ଡି.ଏନ୍.ଏ.): ମାଲକାନଗିରି ଜିଲାରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଆରମ୍ଭ ହୋଇଯାଇଛିି। ଲଘୁଚାପ ବର୍ଷା ଯୋଗୁ ମାଲକାନଗିରିଠାରୁ ବାଲିମେଳାକୁ ସଂଯୋଗ କରୁଥିବା କରୁକୋଣ୍ଡା ପୋଲ ଉପରେ ୫ ଫୁଟ୍ ବର୍ଷା ଜଳ ଚାଲୁଛି। ଫଳରେ ମାଲକାନଗିରିଠୁ ବାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହେଇଯାଇଛି…
୨୦ରେ ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ
ମାଲକାନଗିରି, ୧୭।୮ (ଡି.ଏନ୍.ଏ.): ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲା ଗସ୍ତରେ ଆସିବେ। ଏନେଇ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାପୂର୍ବରୁ ୧୮ ଓ ୧୯ ରେ ୮ ଜଣ ମନ୍ତ୍ରୀ ମାଲକାନଗିରି ଗସ୍ତରେ ଆସି…
ସ୍ବାଭିମାନ ଅଞ୍ଚଳରେ ଉଡ଼ିଲା ତ୍ରିରଙ୍ଗା
ଚିତ୍ରକୋଣ୍ଡା,୧୫।୮(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଗୁରୁପ୍ରିୟା ସେତୁ ନିକଟରେ ଉଡ଼ିଲା ତ୍ରିରଙ୍ଗା। ପାପରମେଟେଲା ଥାନାଧିକାରୀ ଚନ୍ଦ୍ରକାନ୍ତି ତାଣ୍ଡିଙ୍କ ନେତୃତ୍ୱରେ ଗୁରୁପ୍ରିୟା ସେତୁ ଏବଂ ବଡ଼ପଡ଼ାରେ, ଯୋଡ଼ାମ୍ବ ଥାନା, ଯୋଡ଼ାମ୍ବ ବିଏସ୍ଏଫ କ୍ୟାମ୍ପ, ଗୋରାସେତୁ ବିଏସ୍ଏଫ୍ କ୍ୟାମ୍ପରେ ସ୍ବାଧୀନତା ଦିବସ…
ଜଙ୍ଗଲର ସୁରକ୍ଷା ପାଇଁ ଅସ୍ତ୍ର ଧରିଲେ ଆଦିବାସୀ
ମାଲକାନଗିରି,୧୪ା୮(ଡି.ଏନ୍.ଏ.): ଜଙ୍ଗଲ ଆମର ମା’। ବର୍ଷବର୍ଷ ଧରି ଆମେ ବନାଞ୍ଚଳରେ ବସବାସ କରୁଛୁ। ଏହା ଆମର ଜୀବନ ଜୀବିକାର ଉତ୍ସ। ଜଙ୍ଗଲ ଫଳମୂଳ ଓ ପୋଡୁଚାଷ ଆମକୁ ବଞ୍ଚାଇ ରଖିଛି। ଏହାର ସୁରକ୍ଷା ଆମ ଦାୟିତ୍ୱ। କୌଣସି ପରିସ୍ଥିତିରେ ମଧ୍ୟ ଜଙ୍ଗଲ…
ସାର୍ଟିଫିକେଟ୍ ପିଛା ହଜାରେରୁ ୧୫ଶହ ନେଉଥିଲେ ପ୍ରଧାନ ଶକ୍ଷୟିତ୍ରୀ
ମାଲକାନଗିରି,୧୧।୮(ଡି.ଏନ.ଏ.): ମାଲକାନଗିରି ଜିଲା ସିନ୍ଧ୍ରିମାଳ କସ୍ତୁରବା ଗାନ୍ଧୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ନାୟକ ମୋ ସ୍କୁଲ ଅଭିଯାନ ନାମରେ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ପରେ ତାଙ୍କୁ ମଙ୍ଗଳବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ତେବେ ଏହାକୁ…
ଚାଷୀଙ୍କୁ ବିହନ ନ ବାଣ୍ଟି ନଷ୍ଟ ହେଉଛି
ଖଇରପୁଟ,୧୧ା୮(ଡି.ଏନ୍.ଏ.):ମାଲକାନଗିରି ଜିଲାର କୁଡୁମୁଲୁଗୁମ୍ମା, କୋରକୋଣ୍ଡା ଏବଂ ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ୫୮ଟି ଗ୍ରାମରେ ଆଦିମ ଜନଜାତି ଡିଡାଇ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ଏହି ସମ୍ପଦାୟର ୨୦ ହଜାରରୁ ଊଦ୍ଧର୍ବ ଲୋକଙ୍କ ବିକାଶ ଲାଗି ଡିଡାଇ ଉନ୍ନୟନ ସଂସ୍ଥା ଗଠିତ ହୋଇଛି।…
ପୋଖରୀରେ ଓଲଟିଲା ଟ୍ରାକ୍ଟର, ଗଲା ୪ ଜୀବନ
ଦନ୍ତେୱାଡା,୯।୮: ସୋମବାର ଥିଲା ବିଶ୍ୱ ଆଦିବାସୀ ଦିବସ। ଏଥିରେ ଭାଗ ନେବାକୁ ମାଲକାନଗିରି ଜିଲା ଟାଟୁମ ଗାଁର ପ୍ରାୟ ୩୦ଜଣ ଆଦିବାସୀ ଏକ ଟ୍ରାକ୍ଟର ଯୋଗେ ଛତିଶଗଡ଼ କାଟେକାଲିଆନ୍ ଅଭିମୁଖେ ଯାଉଥିଲେ। ହେଲେ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲାର…
ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ଉଡ଼ିଲା ବୋଲେରୋ,ଜଣେ ମୃତ, ୭ ଆହତ
ମାଲକାନଗିରି,୫ା୮(ଡି.ଏନ୍.ଏ.): ମାଲକାନଗିରି-ଛତିଶଗଡ଼ ସୀମା ଦାନ୍ତଓ୍ବୋଡାରେ ଗୁରୁବାର ସକାଳେ ମାଓବାଦୀ ତାଣ୍ଡବ ଦେଖିବାକୁ ମିଳିଛି। ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଡି ବିସ୍ଫୋରଣ ହୋଇଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ସୁରକ୍ଷାବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର…
ଭାଙ୍ଗିଲା ସତୀଗୁଡ଼ା ମେନ୍ କେନାଲ
କୋରୁକୋଣ୍ଡା,୪ା୮(ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ମହକୁମାସ୍ଥିତ ହାଇସ୍କୁଲଗୁଡା ନିକଟରେ ଥିବା ସତୀଗୁଡ଼ା ଡ୍ୟାମ୍ରୁ ଆସିଥିବା ମେନ୍ କେନାଲ ବୁଧବାର ଭାଙ୍ଗିଯାଇଛି। ଫଳରେ ଶତାଧିକ ଏକର ଚାଷଜମିରେ ବାଲି ମାଡ଼ି କ୍ଷତିଗ୍ରସ୍ତ ହୋଇଛି । ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱଶୂନ୍ୟତା ରକ୍ଷଣାବେକ୍ଷଣ…
ପାରିବାରିକ ଶତ୍ରୁତା ନେଲା ଶିଶୁର ଜୀବନ
ମାଲକାନଗିରି,୩୧ା୭(ଡି.ଏନ୍.ଏ.): ପାରିବାରିକ ଶତ୍ରୁତା ପାଇଁ ଜଣେ କୋମଳମତି ଶିଶୁର ଜୀବନ ଯାଇଛି। ଏହାକୁ କେନ୍ଦ୍ରକରି ଏମ୍ଭି-୧୯ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ମୃତ ଶିଶୁ ଜଣକ ହେଲେ ୫ବର୍ଷର ଅଙ୍କିତ ମଣ୍ଡଳ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏପରି ହତ୍ୟାକାଣ୍ଡ ଘଟିଛି। ଅଙ୍କିତଙ୍କୁ ହତ୍ୟା…
ବିପୁଳ ପରିମାଣର ଗଞ୍ଜେଇ ଜବତ: ୨ ଗିରଫ
ମାଲକାନଗିରି,୨୯ା୭(ଡି.ଏନ୍.ଏ.): ମାଲକାନଗିରି ଜିଲା ମୁଦୁଲିପଡ଼ା ଏବଂ ମାଲକାନଗିରି ପୋଲିସ ଦୁଇଟି ଘଟଣାରେ ୭୬୨କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି। ଖଇରପୁଟ ବ୍ଲକ ମୁଦୁଲିପଡ଼ା ଥାନା ପୋଲିସ ଏକ ବୋଲେରୋ…
ପୋଲିସ-ମାଓବାଦୀ ଗୁଳି ବିନିମୟ: ଜଣେ ମାଓବାଦୀ ମୃତ
ମାଲକାନଗିରି,୨୫ା୭(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାର ଚିନ୍ତାଗୁମ୍ଫା ଅଞ୍ଚଳ ନିକଟ ଜଙ୍ଗଲରେ ରବିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ମାଓବାଦୀମାନଙ୍କ…
Archives


