ବିଧବା ଭତ୍ତା ପାଇବାରୁ ବଞ୍ଚିତ ହିତାଧିକାରୀ ବସିଲେ ବ୍ଲକ ବାରଣ୍ଡାରେ
କାଲିମେଳା,୧୬।୯(ଡି.ଏନ୍.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ କୋଇମେଟଲା ପଞ୍ଚାୟତ କୋଇମେଟଲା ଗ୍ରାମରେ କେତେଜଣ ବିଧବା ଓ ବୁଢ଼ାବୁଢ଼ୀ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି l ଦୀର୍ଘ ବର୍ଷ ଧରି ବିଧବା ମହିଳାମାନେ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କ…
ଭାଲୁକୁ କାବୁକଲା ବନ ବିଭାଗ
ଚିତ୍ରକୋଣ୍ଡା,୧୫।୯(ଡି.ଏନ୍.ଏ.) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା-ବାଲିମେଳା ଡ୍ୟାମଠାରୁ ମନ୍ତ୍ରୀପୁଟ ବୁଲାଣି ଘାଟିରାସ୍ତାରେ ଗତ ଦୁଇଦିନ ହେଲା ଏକ ଭାଲୁ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ। ତେବେ ଚିତ୍ରକୋଣ୍ଡା ବନ ବିଭାଗ ଉକ୍ତ ସ୍ଥାନକୁ ଯାଇ ଯନ୍ତା…
ବିଏସ୍ଏଫ୍ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ : ପାପରମେଟଲା ଥାନା ଘେରିଲେ ଆଦିବାସୀ
ଚିତ୍ରକୋଣ୍ଡା,୧୫।୯(ଡି.ଏନ୍.ଏ.) : ବିଏସ୍ଏଫ୍ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ନେଇ ଶତାଧିକ ଆଦିବାସୀ ପାପରମେଟଲା ଥାନା ତଥା ବିଏସ୍ଏଫ୍ କ୍ୟାମ୍ପ ଘେରାଉ କରିଛନ୍ତି। ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ପାପରମେଟଲା ପଞ୍ଚାୟତ ଯନ୍ତାପାଇ ଗାଁମୁଣ୍ଡରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ରୋଷେଇ…
ବିଏସ୍ଏସ୍ କ୍ୟାମ୍ପରେ ଅଘଟଣ : ବିଦ୍ୟୁତ ସଂସ୍ପର୍ଶରେ ଜଣେ ଯବାନ ମୃତ, ଜଣେ ଗୁରୁତର
ମାଲକାନଗିରି,୧୫।୯(ସ୍ବ.ପ୍ର.): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ନାୟକଗୁଡ଼ାସ୍ଥିତ ୪ର୍ଥ ବଏସ୍ଏସ୍ କ୍ୟାମ୍ପରେ ଅଘଟଣ ଘଟିଛି। ବିଏସ୍ଏସ୍ବିଏନ୍ର ଦୁଇ ଯବାନ ବିଦ୍ୟୁତ୍ତାର ସଂସ୍ପର୍ଶରେ ଆସି ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ଯବାନଙ୍କ ନାମ ରାହୁଲ କୁମାର…
ପୁଣି ମାଲକାନଗିରିରେ ପ୍ଲାଷ୍ଟିକ ଅଣ୍ଡା : ଲୋକେ ଆତଙ୍କିତ
ମାଲକାନଗିରି.୧୪।୯(ଡି.ଏନ୍.ଏ.): ମାଲକାନଗିରି ଜିଲା ସଦରମହକୁମାରେ ଶୁକ୍ରବାର ପ୍ଲାଷ୍ଟିକ ଅଣ୍ଡା ଦେଖିବାକୁ ମିଳିଥିଲା। ତେବେ ପୁଣି ଶନିବାର ସହରର ବସ୍ଷ୍ଟାଣ୍ଡ ସମ୍ମୁଖରେ ରହୁଥିବା ଗଙ୍ଗାଧର ପଟ୍ଟନାୟକଙ୍କ ଘରେ ପ୍ଲାଷ୍ଟିକ ଅଣ୍ଡା ଆତଙ୍କ ଦେଖାଦେଇଛି। ଗଙ୍ଗାଧର ବଜାରରୁ ୪ଟି ଅଣ୍ଡା କିଣି ଥିଲେ। ତେବେ…
ପ୍ରଜାକୋର୍ଟରେ ଜଣଙ୍କୁ ହତ୍ୟାକଲେ ମାଓବାଦୀ
ମାଲକାନଗିରି,୧୪।୯(ସ୍ବ.ପ୍ର.): ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ ଦନ୍ତେୱାଡା ଜିଲା ପୁଲୁମ ଗ୍ରାମର ମିଡିୟା ମଞ୍ଜାଲଙ୍କୁ ମାଓବାଦୀମାନେ ଅପହରଣ କରି ନିକଟସ୍ଥ ଜଙ୍ଗଲରେ ପ୍ରଜାକୋର୍ଟକରି ପୋଲିସ ସୂଚନାଦାତା ଦର୍ଶାଇ ସର୍ବସମ୍ମୁଖରେ ଗଳାକାଟି ହତ୍ୟା କରିଛନ୍ତି। ଗ୍ରାମବାସୀଙ୍କୁ ପୋଲିସ ଇନ୍ଫର୍ମର କାମ ବନ୍ଦ କରିବାକୁ…
ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ: ୨ ମାଓବାଦୀ ମୃତ
ମାଲକାନଗିରି, ୧୪।୯(ଡି.ଏନ୍.ଏ.: ମାଲକାନଗିରି ସୀମାରେ ଶନିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟ ଗୁଳି ବିନିମୟ ହୋଇଛି। ଛତିଶଗଡ଼ର ଦନ୍ତଓ୍ବୋଡ଼ା ଜିଲାରେ ଥିବା କୁଟ୍ରିମା ଜଙ୍ଗଲରେ ମାଓବାଦୀ ଲୁଚିଥିବା ଖବର ପାଇ ପୋଲିସ ଓ ଯବାନମାନେ ମିଳିତ ଭାବେ କୋମ୍ବିଂ ଅପରେସନ ଚଳାଇଥିଲେ।…
ଏଚ୍ଡିଏଫ୍ସି ବ୍ୟାଙ୍କରୁ ଲୁଟ୍ ଅଭିଯୋଗ, ତଦନ୍ତ ଆରମ୍ଭ
କୋରୁକୋଣ୍ଡା,୧୩।୯(ଡି.ଏନ୍.ଏ.): ମାଲକାନଗିରି ଜିଲା ଓରକେଲ ଥାନା ଅନ୍ତର୍ଗତ ତାରଲାକଟା ଗ୍ରାମରେ ଥିବା ଏଚ୍ଡିଏଫ୍ସି ବ୍ୟାଙ୍କରୁ ଗୁରୁବାର ରାତିରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସକାଳେ ବ୍ୟାଙ୍କ କର୍ମଚାରୀ ପହଞ୍ଚିବା ପରେ ତାଲା ଭାଙ୍ଗି ବାହାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେମାନେ…
ମାଲକାନଗିରି ସହରରେ ପ୍ଲାଷ୍ଟିକ ଅଣ୍ଡା ଆତଙ୍କ: ନ ଫାଟି ଝୁଲିରହିଛି କେଶର
ମାଲକାନଗିରି,୧୩।୯(ଡି.ଏନ୍.ଏ): ମାଲକାନଗିରି ଜିଲା ସଦରମହକୁମାରେ ପ୍ଲାଷ୍ଟିକ ଅଣ୍ଡାକୁ ନେଇ ଆତଙ୍କ ଦେଖାଦେଇଛି । ହାଇଟେକ୍ କଲୋନୀର ଦିଗାମ୍ବର ବେହେରା ଶୁକ୍ରବାର ବଜାରରୁ ଅଣ୍ଡା କିଣିଥିଲେ। ତେବେ ଓମ୍ଲେଟ୍ କରିବା ପାଇଁ ୨ ଟି ଅଣ୍ଡା ଫଟାଇଥିବା ବେଳେ ଅନ୍ୟ ଏକ ଅଣ୍ଡା…
ବିପଦ ସଙ୍କେତ ଅବସ୍ଥାରେ କାଲିମେଳା ସଦର ମହକୁମା ରାସ୍ତା
କାଲିମେଳା, ୧୩।୯(ଡି.ଏନ୍.ଏ.): ମାଲକାନଗିରି ଜିଲା ଜୟପୁର- ମୋଟୁ ୩୨୬ ନଂ. ଜାତୟ ରାଜପଥର କାଲିମେଳା ସଦର ମହକୁମା ରାସ୍ତା ଉପରେ ବଡ଼ ବଡ଼ ଗର୍ତ୍ତ ହୋଇ ପୋଖରୀ ଭଳି ପାଣି ଜମି ରହିଛି। ଫଳରେ ଗାଡ଼ି ଦୁର୍ଘଟଣା ହେବା ସମ୍ଭାବନା ରହିଛି।…
୭ ମାସ ହେବ ସବ୍ଷ୍ଟେଶନ ଅଚଳ : ଶକ୍ତିବିଭାଗର ପାରିବା ପଣିଆ ପ୍ରତି ପ୍ରଶ୍ନବାଚୀ
କୋରୁକୋଣ୍ଡା,୧୨।୯(ଡି.ଏନ୍.ଏ.) : ମାଲକାନଗିରି ଜିଲା କୋରୁକୋଣ୍ଡା ସଦରଠାରେ ସାଉଥ୍କୋ ଦ୍ୱାରା ପରିଚାଳିତ ସବ୍ଷ୍ଟେଶନଟି ଆଜକୁ ଦୀର୍ଘ ୭ ମାସ ହେବ ଅଚଳ ହୋଇପଡ଼ିଛି। ଫଳରେ ଏନେଇ ଶକ୍ତିବିଭାଗର ପାରିବା ପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଯେ, ଏହି ସବ୍ଷ୍ଟେଶନ…
ସାବେରୀ ନଦୀରେ ଡ୍ୟାମ୍ ନିର୍ମାଣ କରୁଛନ୍ତି ଛତିଶଗଡ଼ ସରକାର: ପ୍ରତିବାଦରେ ଜିଲା ଆଦିବାସୀ ସଂଘର ଶୋଭାଯାତ୍ରା
ମାଲକାନଗିରିି, ୧୧।୯(ଡି.ଏନ୍.ଏ)- ଛତିଶଗଡ଼ ସରକାର ସାବେରୀ ନଦୀରେ ଡ୍ୟାମ ନିର୍ମାଣ କରିବା ପ୍ରତିବାଦରେ ମଙ୍ଗଳବାର ମାଲକାନଗିରି ଜିଲାର ମାଥିଲି ବ୍ଲକ ଅନ୍ତର୍ଗତ ମହୁପଦରଠାରେ ଜିଲା ଆଦିବାସୀ ସଂଘ ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଟିତ ହୋଇଯାଇଛି। ନଦୀର କାକାରାଲ ଓ ଭୀମସେନ ମଧ୍ୟରେ…
Archives


