ବନ୍ୟା ପୀଡ଼ିତ ଛାତ୍ରୀଙ୍କ ଆଶା ସୋନୁ
କୋରୁକୋଣ୍ଡା,୨୨।୮(ଡି.ଏନ୍.ଏ.): ବନ୍ୟାରେ ଘରଦ୍ୱାର ହରାଇଥିବା ଜଣେ ଆଦିବାସୀ ଛାତ୍ରୀଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ବହିପତ୍ର ନଷ୍ଟ ହୋଇଯାଇଥିବାରୁ ଛାତ୍ରୀ ଜଣକ କାନ୍ଦୁଥିବାର ଏକ ଭିଡିଓ ଟୁଇଟରରେ ଦେଖିବା ପରେ ସହାୟତା ପାଇଁ ସୋନୁ ଆଗେଇ…
କରୋନା ସନ୍ଦେହରେ ସହଯୋଗ କଲେନି ଗ୍ରାମବାସୀ: ପିପିଇ କିଟ୍ ପିନ୍ଧି ସ୍ବାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ
ମାଲକାନଗିରି, ୨୦ା୮ (ଡି.ଏନ୍.ଏ.)-ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ମାନ୍ଦାପାଲି ଗ୍ରାମରେ ଗୁରୁବାର ଏକ ହୃଦୟ ବିଦାରକ ଘଟଣା ଘଟିଛି। କୋରାପୁଟ ଜିଲା ଲମତାପୁଟ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିବା କୃଷ୍ଣଚନ୍ଦ୍ର ନାୟକଙ୍କ ବୁଧବାର ମୃତ୍ୟୁ ଘଟିଛି। କୃ୍ଷ୍ଣଚନ୍ଦ୍ରଙ୍କ ଘର…
ଲଗାଣ ବର୍ଷାରେ ଚିତ୍ରକୋଣ୍ଡା ଅବସ୍ଥା ବେହାଲ
ଚିତ୍ରକୋଣ୍ଡା, ୧୮।୮(ଡି.ଏନ୍.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ଷା କମିବା ପରେ ବୁଧବାର ସ୍ଥିତି ଧୀରେ ଧୀରେ ସୁଧୁରୁଛି। ତଥାପି ଅଧିକାଂଶ ଅଞ୍ଚଳ ଏବେ ବି ପାଣି ଘେରରେ ରହିଛି। ବିଭିନ୍ନ…
ମାଲକାନଗିରିରେ ୧୧୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ମାଲକାନଗିରି,୧୫ା୮: ଶନିବାର ମାଲକାନଗିରି ଜିଲାରେ ୭୩ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଜିଲାରେ ଆଜି ସୁଦ୍ଧା ମୋଟ୍ ୧୧୫୬ଟି କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଗୋଟିଏ ପଟେ ଜିଲାରେ ପ୍ରବଳ ବର୍ଷା ଯୋଗୁ…
ମାଲକାନଗିରିରେ ଉଡ଼ିଲା ତ୍ରିରଙ୍ଗା
ମାଲକାନଗିରି,୧୫ା୮: ମାଲକାନଗିରି ଜିଲା ସଦରମହକୁମା ଡିଏନ୍କେ ଖେଳପଡ଼ିଆରେ ଜିଲାସ୍ତରୀୟ ୭୪ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପଞ୍ଚାୟତିରାଜ, ପାନୀୟ ଜଳ, ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।…
ଜାତୀୟ ପତାକାକୁ ଅବମାନନା: ଓଲଟା ଉଡ଼ାଇଲେ ତ୍ରିରଙ୍ଗା
ମାଲକାନଗିରି,୧୫।୮(ସ୍ବ.ପ୍ର.): ୭୪ ତମ ସ୍ବାଧୀନତା ଦିବସ ପାଳନ ବେଳେ ବିଦ୍ୟାଳୟରେ ଜାତୀୟ ପତାକାକୁ ଅବମାନନା କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଖାଇରପୁଟ ବ୍ଲକ ଅନ୍ତର୍ଗତ କୁସୁମପୁଟ ପ୍ରକଳ୍ପ ବିଦ୍ୟାଳୟରେ। କୋଭିଡ କଟକଣା ଯୋଗୁ କେବଳ ସ୍କୁଲ ଶିକ୍ଷୟିତ୍ରୀ…
ପୋଲ ଉପରୁ ନଦୀକୁ ଖସିଲା ମିନିଟ୍ରକ୍: ପହଁରି ଜୀବନ ବଞ୍ଚାଇଲେ ଡ୍ରାଇଭର, ହେଲପର
ମାଲକାନଗିରି,୧୫ା୮: ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମାଲକାନଗିରି ଜିଲାର ସମସ୍ତ ନଦୀର ପୋଲ ଉପରେ ୪ରୁ ୫ ଫୁଟ ଉଚ୍ଚରେ ପାଣି ପ୍ରବାହ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏହି ପରସ୍ଥିତିରେ ପାଙ୍ଗାମ୍,…
୧୬ ମାଓବାଦୀଙ୍କ ଆତ୍ମସମର୍ପଣ: ୩ ଜଣଙ୍କ ନାମରେ ଘୋଷଣା କରାଯାଇଥିଲା ୧ ଲକ୍ଷ ଲେଖାଏ ପୁରସ୍କାର
କୋରୁକୋଣ୍ଡା,୧୪।୮(ଡି.ଏନ୍.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ର ଦାନ୍ତଓ୍ବୋଡା ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସତନ୍ତ୍ର କାର୍ଯ୍ୟକ୍ରମରେ ଏସ୍ପି ଅଭିଷେକ ପଲ୍ଲବଙ୍କ ନିକଟରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୩…
କରୋନା ଆକ୍ରାନ୍ତ ଥିବା ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଲେ ସରପଞ୍ଚ: ଗୋଟିଏ ଦିନ ପୂର୍ବରୁ ଉପସ୍ଥିତ ଥିଲେ ରକ୍ତଦାନ ଶିବିରରେ
କୋରୁକୋଣ୍ଡା,୧୧।୮(ଡି.ଏନ୍.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ସରପଞ୍ଚ ବଂଶୀଧର ମୁଦୁଲି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ସୋସିଆଲ ମିଡିଆ (ଫେସ୍ବୁକ୍) ପୋଷ୍ଟ କର ଜଣାଇଛନ୍ତି॥ ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସଙ୍ଗରୋଧରେ…
ଜିଲା ପ୍ରଶାସନର ନୂଆ ନିୟମ: ଦିନେ ଛାଡି ଦିନେ ଖୋଲିବ ଏହି ସବୁ ଦୋକାନ; ଜାଣନ୍ତୁ କେଉଁ କାଟାଗୋରୀରେ କିଏ
କୋରୁକୋଣ୍ଡା,୧୦।୮(ଡି.ଏନ୍.ଏ.): ମାଲକାନଗିରି ଜିଲା ପ୍ରଶାସନ ତରଫରୁ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସହରରେ ସମସ୍ତ ଦୋକାନ ଖୋଲିବା ନେଇ ନୋଟିସ ଜାରି ହୋଇଛି। ତେବେ କେଉଁ କେଉଁ ଦୋକାନ କେଉଁ ସମୟରେ ଖୋଲିବ ସେ ନେଇ ମଧ୍ୟ ସ୍ପଷ୍ଟ କରାଯାଇଛି । ଦୋକାନଗୁଡ଼ିକୁ…
ଗୁଣିଆ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା
ମାଲକାନଗିରି,୯ା୮(ଡି.ଏନ.ଏ/ସ୍ବ.ପ୍ର.)-ମାଲକାନଗିରି ସଦର ଥାନା ତୁମସାପାଲି ଗ୍ରାମରେ ଗୁଣିଆ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଶନିବାର ରାତିରେ ହତ୍ୟା କରାଯାଇଛି। ତାଙ୍କ ନାମ ମୁକା ମାଡକାମୀ (୫୫)। ସେ ଘରେ ଶୋଇଥିବା ବେଳେ ଗ୍ରାମର ରାମା ସୋଡି (୬୦) ଏକ ଧାରୁଆ ଅସ୍ତ୍ରରେ ମୁକାଙ୍କୁ…
ଲଗାଣବର୍ଷାରେ ପୋଲ ଉପରେ ୩ ଫୁଟର ପାଣି
ମାଲକାନଗିରି,୯ା୮(ଡି.ଏନ୍.ଏ.): ବାଲିମେଳା ମୁଖ୍ୟ ରାସ୍ତାର ଏମ୍ଭି-୩୭ଠାରେ ରବିବାର ପୋଲ ଉପରେ ପ୍ରାୟ ୩ ଫୁଟ ଉପରେ ପାଣି ଚାଲୁଥିବାର ଦେଖିବାକୁ ମିଳିଛି। ତେବେ ଉପର ମୁଣ୍ଡରୁ ପାଣି ଅତ୍ୟଧିକ ମାତ୍ରାରେ ଆସୁଥିବା ହେତୁ ବନ୍ୟାଜଳ ପୋଲ ଉପରେ ଚାଲୁଛି। ଫଳରେ ବାଲିମେଳା…
Archives


