ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ କି ବିଜୁ ପକ୍କାଘର
ପଟ୍ଟାଙ୍ଗି,୧୯ା୬(ଶରତ ଧଳ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଆବାସ ଏବଂ ବିଜୁ ପକ୍କା ଘର ଯୋଜନା ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଏବେ ମଧ୍ୟ ଅପହଞ୍ଚ ହୋଇରହିଛି। ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚତ୍ତ ହୋଇ ରହିଛନ୍ତି।…
ଦେଓମାଳିରେ ନିର୍ମିତ କଟେଜ ପରିବେଶ ପ୍ରତି ଆଣିବ ବିପଦ
କୋରାପୁଟ,୧୯ା୬(ଅମିତାଭ ବେହେରା): କୋରାପୁଟ ଜିଲାର ଦେଓମାଳିରେ ପର୍ଯ୍ୟଟନର ବିକାଶ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା କଟେଜ ନିର୍ମାଣକୁ ନେଇ କୋରାପୁଟର ପରିବେଶବିତ୍ମାନେ ଚିନ୍ତାପ୍ରକଟ କରିଛନ୍ତି। ସମୁଦ୍ର ପତନାଠାରୁ ୧୬୭୨ ମିଟର ଉଚ୍ଚତାରେ ଥିବା ଓଡିଶାର ଏହି ଉଚ୍ଚତମ ପର୍ବତ…
ସୋଲାର ପ୍ରକଳ୍ପରୁ ଉପକୃତ ହେଉନାହାନ୍ତି ସୀମାନ୍ତ ଗ୍ରାମବାସୀ
ପଟ୍ଟାଙ୍ଗି,୧୬ା୬(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଳକରେ ପ୍ରଶାସନର ସୋଲାର ପ୍ରକଳ୍ପ ସୀମାନ୍ତ ଗ୍ରାମବାସୀଙ୍କ ପାଇଁ ଅଭିଶାପ ପାଲଟିଛି। ଏପରି ଦେଖିବାକୁ ମିଳିଛି ବ୍ଲକର ପେଟୁରୁ ପଞ୍ଚାୟତର ବନ୍ଧାଗୁଡା ଗ୍ରାମରେ। ବନ୍ଧଗୁଡା ଗ୍ରାମରେ ପ୍ରାୟ ୩୦ ପରିବାର ବସବାସ କରନ୍ତି ।…
ଦିନେ ଗୌରବ ଆଣୁଥିଲେ, ଏବେ ବାଲି ବୋହୁଛନ୍ତି
ନନ୍ଦପୁର, ୧୫।୬ (ଶଙ୍କର ପୂଜାରୀ) ଉଚ୍ଚଶିକ୍ଷିତ ତଥା ଅନ୍ତଃରାଷ୍ଟ୍ରୀୟ ଦୃଷ୍ଟିହୀନ କ୍ରିକେଟ ଖେଳରେ କୋରାପୁଟ ଜିଲା ତଥା ଓଡ଼ିଶାର ପ୍ରତିନିଧିତ୍ୱ କରି ଗୋଲୁର ପଞ୍ଚାୟତ ପୋଡ଼େଇସିଂ ଗ୍ରାମର ଯୁବକ ରଘୁରାମ ନାୟକ ଦିନେ ନନ୍ଦପୁର ବ୍ଲକ ପାଇଁ ଆଣିଥିଲେ ଗୌରବ। ଏବେ…
ପିଇଓଙ୍କୁ ତାଲା ପକାଇଲେ ସରପଞ୍ଚ
ବୈପାରିଗୁଡା,୧୩ା୬ (ଡି.ଏନ୍.ଏ.): କୋରାପୁଟ ଜିଲା ବୈପାରିଗୁଡା ପଞ୍ଚାୟତ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ସୋମବାର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଗୋକୁଳ ବିହାରୀ କାଡ୍ରାକାଙ୍କୁ ସରପଞ୍ଚ ତାଲା ପକାଇ ଦେଇଥିଲେ। ସେ ଅଫିସ୍ରେ ବସିଥିବା ବେଳେ…
ନୂଆଁଣିଆ ଚାଳ ଘରେ ଜୀବନ ଜୀଇବାକୁ ସଂଘର୍ଷ
କୁନ୍ଦୁରା,୧୨ା୬ (ଡି.ଏନ.ଏ.): ବୟସ ୭୦ ଟପିଲାଣି। ନୂଆଁଣିଆ ଚାଳ ଘରେ ଜୀବନ ଜୀଇବା ପାଇଁ ସଂଘର୍ଷ କରୁଛନ୍ତି ନାଗବାଲ ଦୁରୁଆ। ଜୀବନର ଅପରାହ୍ନ ବୟସରେ ତାଙ୍କର ନିଜ ପାଇଁ ଯେତିକି ଚିନ୍ତା ନାହିଁ ତା’ଠାରୁ ଅଧିକ ଚିନ୍ତା ନାତୁଣୀ ଗୁରୁବାରୀ ପାଇଁ।…
ସ୍ବଚ୍ଛ,ପ୍ରଦୂଷଣମୁକ୍ତ ଭାରତ ଗଠନ ରାମପ୍ରସାଦଙ୍କ ଲକ୍ଷ୍ୟ
କୋରାପୁଟ,୧୧।୬(ସ୍ବ.ପ୍ର.): ସାଇକେଲରେ ଯାତ୍ରା କରି ଲୋକଙ୍କୁ ସ୍ବଚ୍ଛ ଓ ପ୍ରଦ୍ୟୁଷଣମୁକ୍ତ ଭାରତ ଗଠନର ବାର୍ତ୍ତା ଦେଉଛନ୍ତି ରାମ ପ୍ରସାଦ ନସ୍କର (୩୫)। ପଶ୍ଚିମବଙ୍ଗର ରାମପ୍ରସାଦ ପେସାରେ ଜଣେ ଶିକ୍ଷକ ହୋଇଥିବା ବେଳେ ନିଶା ତାଙ୍କର ସାଇକେଲରେ ଭ୍ରମଣ କରି ଲୋକଙ୍କୁ ସ୍ବଚ୍ଛ,…
ନୂତନ ମଡେଲ ବସ୍ଷ୍ଟାଣ୍ଡ ନିର୍ମାଣ ନେଇ କାର୍ଯ୍ୟ ଆରମ୍ଭ
କୋରାପୁଟ,୧୦ା୬(ସ୍ବ.ପ୍ର.): କୋରାପୁଟ ମ୍ୟୁନିସିପାଲିଟି ପକ୍ଷରୁ ସହରରେ ଏକ ନୂତନ ମଡେଲ ବସ୍ଷ୍ଟାଣ୍ଡ ନିର୍ମାଣ ହେବ। ଏନେଇ ହକି ପଡ଼ିଆଠାରେ ପ୍ରାରମ୍ଭିକ କର୍ଯ୍ୟ ଆରମ୍ଭ ହେଇଥିବା ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ କହିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଏହି ମଡେଲ ବସ୍ଷ୍ଟାଣ୍ଡ ନିର୍ମାଣ…
କାଳବୈଶାଖୀ: ଉଡ଼ିଲା ଛପର,ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟି
କୋରାପୁଟ /ନାରାୟଣପାଟଣା, ୧୦ା୬(ସ୍ବ.ପ୍ର./ଡି.ଏନ୍.ଏ.): କାଳବୈଶାଖୀର ପ୍ରଭାବ କୋରାପୁଟ ଜିଲାର ନାରାୟଣପାଟଣାରେ ଶୁକ୍ରବାର ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ ବୋହି ଦୁଇଟି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବା ସହ ତାରଗୁଡିକ ଛିଣ୍ଡିଯାଇଥିଲା। ଫଳରେ ପାଲକଣ୍ଡା ସାହି ଓ ବିସ୍ଥାପିତ ସାହିଗୁଡିକ ଅନ୍ଧାରରେ ଦେଖିବାକୁ…
ଭଙ୍ଗା ଛଣ ଛପର କୁଡ଼ିଆରେ ବିତୁଛି ଜୀବନ
ଦଶମନ୍ତପୁର, ୮ା୬ ( ଡି.ଏନ.ଏ.) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତର ଦେଓଖଡ଼କ ଗ୍ରାମର ଡମୁଣୀ ପ୍ରଧାନୀ । ବୟସ ୮୫ ଟପିଲାଣି। ୨ ବର୍ଷ ତଳେ ବର୍ଷାରେ ଭୁଶୁଡ଼ିଥିବା ଭଙ୍ଗା ଛଣ ଛପର କୁଡ଼ିଆରେ ଦୟନୀୟ ଭାବେ ଜୀବନ…
୭ ବର୍ଷ ହେଲା ରଶିରେ ବନ୍ଧା ଶୈଶବ
କୁନ୍ଦୁରା,୫ା୬(ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ସଦରମହକୁମାରୁ ୧ କି.ମି. ଦୂର କାଉଡିଆଗୁଡା ଗ୍ରାମରେ ସପରିବାର ରହନ୍ତି ବଳରାମ ପେଣ୍ଟିଆ। ସ୍ତ୍ରୀ ଲକ୍ଷ୍ମୀ, ୩ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର। ବଳାରାମଙ୍କ ମୃତ୍ୟୁ ପରେ ପରିବାରର ଦାୟିତ୍ୱ…
ଖେଳାଳି ଚୟନ ଶିବିର ଉଦ୍ଯାପିତ: ରାଜ୍ୟସ୍ତରକୁ ୩୦ ଖେଳାଳି ମନୋନୀତ
କୋରାପୁଟ,୪।୬(ସ୍ବ.ପ୍ର.): ୬୯ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗୀତା ନିମନ୍ତେ କୋରାପୁଟ ଷ୍ଟାଡିୟମଠାରେ ଚାଲିଥିବା ୨ ଦିନିଆ ଖେଳାଳି ଚୟନ ଶିବିର ରବିବାର ଉଦ୍ଯାପିତ ହୋଇଯାଇଛି। ରାଜ୍ୟରେ ହେବାକୁ ଥିବା ଦୌଡ଼କୁଦ ପ୍ରତିଯୋଗିତା ନିମନ୍ତେ ଶିବିରରୁ ୩୦ଜଣ କ୍ରୀଡ଼ାବିତ ମନୋନୀତ ହୋଇଥିବା ଜିଲା କ୍ରୀଡ଼ା…
Archives


