ଭୋଜି ଖାଇ ଯାଉଥିବା ବେଳେ ବ୍ରିଜ୍ ତଳକୁ ଖସିଲା ଭ୍ୟାନ୍: ୨ ଜଣଙ୍କ ଜୀବନ ଗଲା, ୧୦ରୁ ଊର୍ଦ୍ଧ୍ୱ ଗୁରୁତର
କୁନ୍ଦୁରା,୧୭ା୩(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍ ଭୁସାଙ୍ଗଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଖଟଲାପଦର ନିକଟସ୍ଥ କୋଲାବ ନଦୀ ବ୍ରିଜ ତଳକୁ ଭୋଜି ଖାଇ ଯାଉଥିବା ଏକ ଭ୍ୟାନ୍ ଖସି ପଡ଼ିବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ...
ପିଛା ଛାଡୁନାହିଁ ଦାଦନ ଯନ୍ତ୍ରଣା: ଆନ୍ଧ୍ରରୁ ଗାଁକୁ ଫେରିଲା ମୃତଦେହ, ଅଧାରେ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ
ପଟାଙ୍ଗି,୧୭ା୩(ଶରତ ଧଳ): ପଡ଼ୋଶୀ ଆନ୍ଧ୍ର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇ ଗ୍ରାମକୁ ଶବ ହୋଇ ଫେରିବା ଦୃଶ୍ୟ ଗ୍ରାମବାସୀଙ୍କ ମଧ୍ୟରେ ସୃଷ୍ଟି କରିଛି ଶୋକାକୁଳ ପରିବେଶ। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି...
ନିର୍ବାଚନ ପୂର୍ବରୁ ଚାଲିଛି ତରବରିଆ ରାସ୍ତା କାର୍ଯ୍ୟ
କୋରାପୁଟ,୧୬ା୩(ଅମିତାଭ ବେହେରା): ନିର୍ବାଚନ ପୂର୍ବରୁ କୋରାପୁଟ ରାସ୍ତା ଓ ଗୃହ ବିଭାଜନ ତରଫରୁ କୋରାପୁଟ ସହରରେ ଚାଲିଛି ତରବରିଆ ରାସ୍ତା କାର୍ଯ୍ୟ। ନେତା ଓ ଠିକାଦାରଙ୍କ ପକେଟ ଗରମ ପାଇଁ ଏଭଳି ତରବରିଆ ଭାବେ ରାସ୍ତା କାର୍ଯ୍ୟ ଚାଲୁଥିବା ନେଇ...
ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରି ପୋତିଦେଲେ
କୋରାପୁଟ/ନାରାୟଣପାଟଣା,୧୫ା୩(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲା ମାଓବାଦୀ ଅଧ୍ୟୁଷିତ ନାରାୟଣପାଟଣା ଥାନା ଅଧିନସ୍ଥ ତଳ ଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିଙ୍ଗୁରୁ ତାଡ଼ିଙ୍ଗିଙ୍କୁ ଗୁରୁବାର ବିଳମ୍ବିତ ରାତିରେ କେହି ହତ୍ୟା କରି ପୋତି ଦେଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାରୁ...
ଜଳବାୟୁ ପରିବର୍ତ୍ତନ କଫି ଅମଳରେ ବାଧକ
କୋରାପୁଟ,୧୫ା୩(ଅମିତାଭ ବେହେରା): ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଯୋଗୁ ପାଣିପାଗ ଓ ଋତୁଚକ୍ରରେ ସନ୍ତୁଳନ ନଷ୍ଟହେବାରେ ଲାଗିଛି। ଏହାର ଫଳ ସ୍ବରୂପ ଅସ୍ବାଭାବିକ ବର୍ଷା, ଖରା, ଶୀତ ଆଦି ଅନୁଭୂତ ହେଉଛି। ତେବେ ଏହି ଜଳବାୟୁ ପରିବର୍ତ୍ତନ କଫିଚାଷ ଉପରେ ମଧ୍ୟ...
୩ ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
କୋରାପୁଟ,୧୩ା୩(ଅମିତାଭ ବେହେରା): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସାମୂହିକ ଭାବେ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ତିନୋଟି ସେମିକଣ୍ଡକ୍ଟର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିଲା।...
କର୍ମଚାରୀଙ୍କ ସହ ମିଶି କରିଥିଲେ ଡିଜେଲ ଚୋରି: ପଡ଼ିଲା ମହଙ୍ଗା
ସୁନାବେଡ଼ା,୧୨ା୩ (କୃତ୍ତିବାସ ପ୍ରଧାନ): ସୁନାବେଡ଼ା ଥାନାରେ ଗତ ଫେବୃୟାରୀ ୨୭ରେ ଏକ ଚୋରି ମାମଲା ନେଇ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତିକରି କେସ୍ ନଂ. ୪୯/୨୪ରେ ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନିର୍ଦ୍ଦେଶରେ...
ଓଲଟିଲା କ୍ଲୋରିନେଟ୍ ପାଉଡର ବୋଝେଇ ଟ୍ରକ୍, ଡ୍ରାଇଭର-ହେଲପର ଗୁରୁତର
କୋଟପାଡ଼,୧୧ା୩(ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ଠାରୁ ୩ କିଲୋମିଟର ଦୂର କୁହୁଡ଼ି ଗ୍ରାମ ନିକଟ ୬୩ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍ ରବିବାର ରାତିରେ ଓଲଟି ପଡ଼ିଥିବା ବେଳେ ଡ୍ରାଇଭର ଓ ହେଲପର ଗୁରୁତର ହୋଇଥିବା ଜଣାପଡ଼ିଛି। ଟ୍ରକ୍ଟି...
ସ୍ମାର୍ଟ କ୍ଲାସ୍ ନାହିଁ: ନିଟ୍, ଓଜେଇରୁ ବଞ୍ଚିତ ଛାତ୍ରୀଛାତ୍ର
ସୁନାବେଡା/ସେମିଳିଗୁଡା,୧୧ା୩ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ): ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ସରକାର ୫-ଟି ମାଧ୍ୟମରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର କେତେକ କଲେଜର ଭିତ୍ତିଭୂମି ଥାଇ ସୁଦ୍ଧା ଛାତ୍ରୀଛାତ୍ରମାନେ ଉନ୍ନତ ଶିକ୍ଷା ପ୍ରଣାଳୀରୁ ଲାଭ ପାଇପାରୁନାହାନ୍ତି। ଏପରି ଅଭିଯୋଗ...
ବ୍ରେକ୍ ଫେଲ୍ ହୋଇ ବିଦ୍ୟୁତ୍ଖୁଣ୍ଟରେ ପିଟିହେଲା ଟ୍ରକ୍, ଭାଙ୍ଗିଲା ପାଚେରି
କୋରାପୁଟ,୬ା୩(ଅମିତାଭ ବେହେରା): ବୁଧବାର ରାତିରେ ବ୍ରେକ ଫେଲ୍ ହୋଇ ସହରର ପିଡବ୍ଲ୍ୟୁଡି କଲୋନୀ ନିକଟରେ ଏକ ମିନି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟ ବଶତଃ ଏହାଦ୍ୱାରା କୌଣସି ଜୀବନ ହାନି ଘଟିନାହିଁ। ଜୟପୁର ଆଡୁ କୋରାପୁଟ ଅଭିମୁଖେ ଆସୁଥିବା ସିଜି-୦୪-ଏମ୍ଏନ୍...
ପଞ୍ଚାୟତିରାଜ ଦିବସରେ ଶ୍ରେଷ୍ଠ ପଞ୍ଚାୟତ ହେଲା ପୁରସ୍କୃତ
କୋରାପୁଟ,୫।୩(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟସ୍ଥିତ ସଦ୍ଭାବନା ସଭାଗୃହଠାରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି। କୋରାପୁଟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡ଼ାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାର...
ସବ୍ଡିଭିଜନ ଦାବିରେ ୧୨ ଘଣ୍ଟା ବନ୍ଦ
ଲକ୍ଷ୍ମୀପୁର,୪ା୩(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକକୁ ସବ୍ଡିଭିଜନ ଦାବିରେ ଲକ୍ଷ୍ମୀପୁର ବିକାଶ ପରିଷଦ ପକ୍ଷରୁ ସୋମବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ଗାଡ଼ିମୋଟର ଚଳାଚଳ ଓ ଦୋକାନ...
Archives


