କୋରାପୁଟ

ଅଧ୍ୟାପିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର: ବିଟେକ୍‌ ଛାତ୍ର ଗିରଫ

ଜୟପୁର,୧ା୬(ପବନ ପାଣିଗ୍ରାହୀ): ଅଧ୍ୟାପିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରିଥିବା ଅଭିଯୋଗରେ ଜୟପୁର ମହିଳା ଥାନା ପୋଲିସ ଜଣେ ବିଟେକ୍‌ ଛାତ୍ରଙ୍କୁ ରବିବାର ଗିରଫ କରିଛି। ଅଭିଯୁକ୍ତ ହେଲେ ନବରଙ୍ଗପୁର ଖାତିଗୁଡାର ଇସ୍ରାଏଲ ନାୟକ(୨୫)। ସୁଚନା ଅନୁଯାୟୀ, ଏକ ଘରୋଇ କଲେଜରେ…

ଜିଲା ପରିଷଦ ଉପାଧ୍ୟକ୍ଷ ଆଣିଲେ ବଡ଼ ଅଭିଯୋଗ: ସରକାରୀ ଯୋଜନାରେ ହେଉଛି ଦୁର୍ନୀତି

କୁନ୍ଦୁରା,୩୧ା୫(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ ଅନ୍ତର୍ଗତ ୨ ଜିଲା ପରିଷଦ ମିଳିତ ଭାବେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏଥିରେ ରାଧାବିନୋଦ ସାମନ୍ତରାୟ ଓ କନକଲତା ପେଣ୍ଟିଆ ଏବଂ କୃଷକ କଲ୍ୟାଣ ମଞ୍ଚର ସମ୍ପାଦକ ନରେନ୍ଦ୍ର ପ୍ରଧାନ ମିଳିତ…

ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଏକତ୍ରିତ ହେଲେ ସରପଞ୍ଚ, ସମିତିସଭ୍ୟ; ଦୋହରାଇଲେ ଅନାସ୍ଥା ପ୍ରସ୍ତାବ

ପଟ୍ଟାଙ୍ଗି,୩୦ା୫(ଶରତ କୁମାର ଧଳ)-କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କାର୍ଯ୍ୟାଳୟ ସଭାଗୃହରେ ଚାଲିଥିବା ସପ୍ତମ ପଞ୍ଚାୟତ ସମିତି ବୈଠକରେ ଅଂଶଗ୍ରହଣ ନ କରି ବାହାରେ ବ୍ଲକ୍‌ ଉପାଧ୍ୟକ୍ଷ, ସରପଞ୍ଚ ଓ ସମିତିସଭ୍ୟମାଦେ ଏକତ୍ରିତ ହୋଇ ଅଧ୍ୟକ୍ଷା କଳ୍ପନା ପାଙ୍ଗୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ…

ଗିରଫ ହେଲେ ହାର୍ଡକୋର ମାଓବାଦୀ ହିଡ୍‌ମା

କୋରାପୁଟ,୨୯ା୫(ଅମିତାଭ ବେହେରା): ଗୁରୁବାର ଭୋର୍‌ରୁ ବୈପାରୀଗୁଡ଼ା ଥାନାର ପେଟିଗୁଡ଼ା ଗ୍ରାମ ନିକଟ ଜଙ୍ଗଲରୁ ଜଣେ ହାର୍ଡକୋର୍‌ ଏସିଏମ୍‌ ର଼୍ୟାଙ୍କର ମାଓବାଦୀ ମୋହନ ତଥା କୁଞ୍ଜମ ହିଡ୍‌ମାକୁ କୋରାପୁଟ ଡିଭିଏଫ୍‌ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ଅପରାହ୍ନରେ ସ୍ଥାନୀୟ ଏସ୍‌ପି କାର୍ଯ୍ୟାଳୟ…

ଖେଳ ଉପକରଣ ବଣ୍ଟନରେ ଦୁର୍ନୀତି: ଖବର ପ୍ରସାରଣ ପରେ ଅଧିକାରୀ ଛାନିଆ, ଭିଜିଲାନ୍ସ ତଦନ୍ତ ଆବଶ୍ୟକ କହିଲେ କୁନ୍ଦୁରା ବ୍ଲକ ଅଧ୍ୟକ୍ଷା

କୁନ୍ଦୁରା,୨୮।୫(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ଖେଳ ଉପକରଣରେ ଦୁର୍ନୀତି ଅଭିଯୋଗ ଘଟଣା ଧରିତ୍ରୀ ଖବରକାଗଜରେ ପ୍ରକାଶିତ ହୋଇଥିଲା। ଏହାପରେ ସରକାରୀ କର୍ମଚାରୀଙ୍କ ଭିତରେ ଛନକା ପଶିଯାଇଛି। କାର୍ଯ୍ୟକାରୀ ହୋଇସାରିଥିବା ପ୍ରତ୍ୟେକ ଯୋଜନାକୁ ନେଇ କର୍ମଚାରୀ ଚିନ୍ତାରେ ଅଛନ୍ତି…

ମାଲ୍‌ବାହୀ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୨୫ ବଗି, ଟନେଲ୍‌ରେ ଫସି…

କୋରାପୁଟ,୨୮ା୫(ଅମିତାଭ ବେହେରା): ବୁଧବାର ଅପରାହ୍ନରେ ଆନ୍ଧ୍ରର ଚିମିଡ଼ିପାଲି ରେଳ ଷ୍ଟେଶନ ନିକଟରେ ଏକ ଟନେଲ ଭିତରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଏଥିରେ ମାଲବାହୀର ୨୫ରୁ ଊଦ୍ଧର୍‌ବ ବଗି ଲାଇନଚ୍ୟୁତ ହୋଇଛି। ଏହି ଟନେଲ ମଧ୍ୟରେ ରହିଛି ଟ୍ରେନ୍‌ର ଅଧା ବଗି।…

ବଡ଼ ବଡ଼ କଣ୍ଟେନରରେ ହାଇଦ୍ରାବାଦକୁ ହେଉଥିଲା ଗୋ’ ଚାଲାଣ: ୨୪୯ ଗାଈ ଜବତ, ୨୨ଜଣଙ୍କୁ ବାନ୍ଧିଲା…

କୋରାପୁଟ,୨୭।୫(ଅମିତାଭ ବେହେରା): କୋରାପୁଟରେ ବେଆଇନ ଗୋ’ ଚାଲାଣ ବେଳେ ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ। ଏଥିରେ ୬ କଣ୍ଟେନର ସହ ୨୪୯ ଗାଈ ଜବତ ହୋଇଥିବା ବେଳେ ସମ୍ପୃକ୍ତ ୨୨ ଜଣଙ୍କୁ ଗିରଫ କରାଯାଇଥିବା ଟାଉନ ଥାନା ଅଧିକାରୀ ପ୍ରକାଶ କରିଛନ୍ତି।…

ମଦ ଭାଟିରେ ତାଲା ପକାଇଲେ ବିଧାୟକ

କୋରାପୁଟ/ନାରାୟଣପାଟଣା,୨୬ା୫(ଅମିତାଭ ବେହେରା/ରାଜକିଶୋର ଜେନା)-କୋରାପୁଟ ଜିଲାର ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ପୂର୍ଣ୍ଣ ଭାବେ ମଦ ବନ୍ଦ ନେଇ ସୋମବାର ଆନ୍ଦୋଳନ କରାଯାଇଛି। ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତାଙ୍କ ନେତୃତ୍ୱରେ ବନ୍ଧୁଗାଁ, ନାରାୟଣପାଟଣା ଓ ଲକ୍ଷ୍ମୀପୁର ବ୍ଲକ୍‌ରେ ଆନ୍ଦୋଳନ ହୋଇଛି। ସୋମବାର ବିଧାୟକ…

ସାଇକେଲରେ ଯିବା ବେଳେ ଖୁବ୍‌ ଜୋର୍‌ରେ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

କୋଟପାଡ଼,୨୫ା୫(ରାଜକିଶୋର ରାଓ): କୋରାପୁଟ ଜିଲା କୋଟପାଡ଼ ବ୍ଲକ ଏସ.ବି ନୂଆଗାଁ ପଞ୍ଚୟତ ଅଞ୍ଚଳରେ କିଛିଦିନ ହେବ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ରବିବାର ସନ୍ଧ୍ୟାରେ ଏସବି ନୂଆଗାଁ ପଞ୍ଚୟତରେ ଘଡ଼ଘଡ଼ି ସହ ବିଜୁଳି ମାରିବାରୁ ପଞ୍ଚୟତର କୁମାହାଣ୍ଡି ଗ୍ରାମର…

ଲମତାପୁଟରେ ବାଦଲ ଫଟା ବର୍ଷା

ଲମତାପୁଟ/କୋରାପୁଟ,୨୪ା୫(ଭକ୍ତରାମ ବାଙ୍କିଆ/ଅମିତାଭ ବେହେରା)- କୋରାପୁଟ ଜିଲା ଲମତାପୁଟ ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନରେ ୧ଘଣ୍ଟା ଧରି ବାଦଲ ଫଟା ବର୍ଷା ହୋଇଛି। ଜୟପୁରରୁ ଲମତାପୁଟ ଦେଇ ବିଶାଖାପାଟଣା ଯାଇଥିବା ମୁଖ୍ୟ ରାସ୍ତାରେ ୨ଫୁଟ ଉଚ୍ଚରେ ପାଣି ପ୍ରବାହିତ ହୋଇଥିଲା। ଲମତାପୁଟ ସଦର…

କୋରାପୁଟରେ ଲଜ୍ଜା: ପୁଣି ନାବାଳିକା ହେଲେ ଗର୍ଭବତୀ

ଜୟପୁର,୨୪ା୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଅଞ୍ଚଳର ଜଣେ ନାବାଳିକା ଗର୍ଭବତୀ ହୋଇଛନ୍ତି। ଏ ନେଇ ପୀଡିତାଙ୍କ ମା ଜୟପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୭୦/୨୫) ରୁଜୁ କରି ତଦନ୍ତ…

ଓଏସଏପି ତୃତୀୟ ବାଟାଲିୟନ ହାବିଲଦାରଙ୍କୁ ଆକ୍ରମଣ ଘଟଣା, ଏୟାରପୋର୍ଟ ଷ୍ଟେଶନ ମ୍ୟାନେଜର ଗିରଫ

ଜୟପୁର,୨୧।୫: କୋରାପୁଟ ଜିଲା ଜୟପୁରର ଓଏସଏପି ତୃତୀୟ ବାଟାଲିୟନର ହାବଲଦାରକୁ ମାରଣାସ୍ତ୍ରରେ ଆକ୍ରମଣ ଅଭିଯୋଗରେ ଜୟପୁର ଏୟାରପୋର୍ଟର ଇଣ୍ଡିଆ -୧ ଏୟାରଲାଇନ୍ସର ଷ୍ଟେଶନ ମ୍ୟାନେଜରଙ୍କୁ ଗିରଫ କରି ଅପରାହ୍ନ ୩ଟାରେ କୋର୍ଟ ଚାଲାଣ କରିଛି ଜୟପୁର ସଦର ପୋଲିସ । ଅଭିଯୁକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri