ବରୁଣେଇ ପୀଠରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ
ଖୋର୍ଦ୍ଧା, ୧୪।୩(ପ୍ରଭାତ ପାଣିଗ୍ରାହୀ): ସଂକ୍ରାନ୍ତିରେ ଖୋର୍ଦ୍ଧା ପ୍ରସିଦ୍ଧ ମା’ ବରୁଣେଇ ପୀଠରେ ପହଞ୍ଚିଛନ୍ତି ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ। ସେଠାରେ ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ସେ ବେଢା ପରିକ୍ରମା କରିଛନ୍ତି। ଏହାପରେ ମନ୍ଦିରର ରୂପାନ୍ତରଣ ନେଇ…
ପ୍ରଶାନ୍ତଙ୍କୁ ନେଇ ଅଡ଼ୁଆରେ ଭାଜପା
ଖୋର୍ଦ୍ଧା,୧୪ା୩ (ପ୍ରଭାତ ପାଣିଗ୍ରାହୀ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡିରୁ ବହିଷ୍କୃତ ହେବା ପରେ ପୁଣି ଦଳକୁ ଫେରିବେ ବୋଲି ଆଶା ବାନ୍ଧିଥିଲେ। ଦଳୀୟ କର୍ମୀ, ନେତାଙ୍କ ସହ ସୁସମ୍ପର୍କ ସତ୍ତ୍ୱେ ଚେଷ୍ଟା କରି ମଧ୍ୟ ଦଳକୁ ଫେରିପାରି ନ ଥିଲେ।…
ଗ୍ରୀଲ୍ ଭାଙ୍ଗି ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
ନିରାକାରପୁର,୧୩ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ରାତିରେ ସମସ୍ତେ ଘରେ ଶୋଇଥିବା ସମୟରେ ଗ୍ରୀଲ୍ ଭାଙ୍ଗି କେହି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ସମେତ ସୁନା ଅଳଙ୍କାର ଲୁଟ୍ କରି ନେଇଥିବା ନେଇ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରିଛନ୍ତି ଖୋର୍ଦ୍ଧା…
ମହିଳାଙ୍କୁ ପଥରରେ ଛେଚି ହତ୍ୟା କରି ଫିଙ୍ଗିଦେଲେ
ବାରଙ୍ଗ,୧୧ା୩: ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ଗୋଡ଼ିସାହି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ପଥରରେ ଛେଚି କେହି ହତ୍ୟା କରି ଫିଙ୍ଗି ଦେଇଛନ୍ତି। ମୃତଦେହ ନିକଟରୁ କାଠଫାଳିଆ ଏବଂ ପଥର ଜବତ ହୋଇଛି। ହତ୍ୟାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ…
ପୂର୍ବ ଶତ୍ରୁତାରୁ ଜଣଙ୍କୁ ପିଟିପିଟି ମାରିଦେଲେ, ଗାଁ ଦାଣ୍ଡରେ ପଡ଼ିଛି ମୃତଦେହ
ଖୋର୍ଦ୍ଧା/ବେଗୁନିଆ,୧୦।୩(ପ୍ରଭାତ ପାଣିଗ୍ରାହୀ/ହର ପ୍ରସନ୍ନ ପଣ୍ଡା) : ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବେଗୁନିଆ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଥାନା ଅନ୍ତର୍ଗତ ମାଣିବନ୍ଧ ପଞ୍ଚାୟତ ବଡନୂଆପଲ୍ଲୀ ଗାଁରେ ଘଟିଛି ହତ୍ୟାକାଣ୍ଡ। ମୃତ ବ୍ୟକ୍ତି ହେଲେ…
ରେଳଫାଟକ ବନ୍ଦ, ଖରାରେ ସିଝିଲେ ଜନସାଧାରଣ
ନିରାକାରପୁର,୬ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁରଠାରେ ଥିବା ରେଳବାଇ ଲେବଲ କ୍ରସିଂ ଅଧଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପଡ଼ିଯିବାରୁ ଫାଟକର ଉଭୟପାର୍ଶ୍ୱ ନୂଆ ଜଗନ୍ନାଥ ସଡ଼କରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଗାଡ଼ିମୋଟର ଅଟକି ରହିବା ସାଙ୍ଗେ ସାଙ୍ଗେ ଦୁଇ ଦୁଇଟି…
ଧରାପଡ଼ିଲା ମାଙ୍କଡ଼ା ପଥର ବୋଝେଇ ଟ୍ରକ
ନିରାକାରପୁର,୪।୩(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ୧୬ନମ୍ବର ଜାତୀୟ ରାଜପଥର ବଡ଼ପୋଖରୀଆ ଛକ ନିକଟରୁ ଏକ ମାଙ୍କଡା ପଥର ବୋଝେଇ ଟ୍ରକକୁ ଜଙ୍କିଆ ପୋଲିସ ଜବତ କରିଛି । ଏପରି କି ପୋଲିସ ଅଚ୍ୟୁତପୁର ପଞ୍ଚାୟତ ଅଚ୍ୟୁତପୁର ଗ୍ରାମର ଗାଡ଼ି ଚାଳକ…
ବଦଳିଲା ମାମାର ଠିକଣା
ବାରଙ୍ଗ,୪।୩(ଲିଙ୍ଗରାଜ ରାଉତ):ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଅନ୍ୟତମ ଆକର୍ଷକ ହାତୀ ମାମାର ଠିକଣା ବଦଳିଯାଇଛି। ରବିବାର ମାମାକୁ ଚନ୍ଦକା କୁମାର ଖୁଣ୍ଟିକୁ ପଠାଯାଇଛି। ସକାଳେ ନନ୍ଦନକାନନର ମାହୁନ୍ତମାନେ ମାମାକୁ ଚନ୍ଦକା କୁମାର ଖୁଣ୍ଟିରେ ନେଇ ଛାଡ଼ି ଆସିଛନ୍ତି। କୁମାର ଖୁଣ୍ଟିଠାରେ ଆସନ୍ତା ୬…
ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର: ବନ୍ଧା ହେଲେ ଯୁବକ
ନିରାକାରପୁର,୨ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଜଣେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବାରମ୍ବାର ବଳାତ୍କାର କରିବା ଘଟଣାରେ ଜଙ୍କିଆ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଏହି ଥାନା ଅଞ୍ଚଳର ବାପି ଦାସ…
ବିଧାନସଭାକୁ ସୁରଙ୍କ ବାଏ ପରେ ଏମ୍ପି ପ୍ରାର୍ଥିତ୍ୱ ଚର୍ଚ୍ଚା
ଖୋର୍ଦ୍ଧା,୧ା୩(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଦୀର୍ଘବର୍ଷ ଧରି ବିଜେଡି ପ୍ରାର୍ଥୀ ଜିତି ଆସୁଥିବା ବେଳେ ୨୦୧୯ ନିର୍ବାଚନରେ ଭାଜପାରୁ ଅପରାଜିତା ଷଡ଼ଙ୍ଗୀ ଏମ୍ପି ହୋଇଥିଲେ। ୨୦୨୪ ଲୋକ ସଭା ନିର୍ବାଚନରେ ଅପରାଜିତା ଭାଜପାରୁ ପୁଣି ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। ଯଦି…
ମୁଁ ଦୁଇ କୁଳକୁ ହିତା: ଶ୍ରୀମୟୀ
ଖୋର୍ଦ୍ଧା,୧ା୩(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେଡିରୁ ଆଶାୟୀ ଶ୍ରୀମୟୀ ମିଶ୍ର ଗୁରୁବାର ଖୋର୍ଦ୍ଧାରେ ବାଇକ୍ ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଶୋଭାଯାତ୍ରା ମୁକୁନ୍ଦପ୍ରସାଦ ମେଳଣ ପଡ଼ିଆଠାରୁ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର, ପର୍ଯ୍ୟବେକ୍ଷକ…
ନାବାଳିକା ଗର୍ଭପାତ ଔଷଧ ଖାଇ ଗୁରୁତର
ନିରାକାରପୁର,୨୯।୨(ମାନସ ଚନ୍ଦ୍ର ପଟ୍ଟନାୟକ): ଜଣେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଜଣେ ଯୁବକ ବଳାତ୍କାର କରିଥିଲେ। ହେଲେ ନାବାଳିକା ଜଣକ ଗର୍ଭବତୀ ହେବା ଜାଣି ଯୁବକ ତାଙ୍କୁ ଗର୍ଭପାତ ଔଷଧ ଖାଇବାକୁ ଦେଇଥିଲେ। ଔଷଧ ଖାଇବା ପରେ ପ୍ରବଳ ରକ୍ତସ୍ରାବ ଯୋଗୁ…
Archives


