ବ୍ୟବସାୟୀଙ୍କୁ ତାଲାପକାଇ ସିରିଜ୍ ଚୋରି: ସିସିଟିଭିରେ ଚୋରଙ୍କ କାରନାମା କଏଦ୍
ଖୋର୍ଦ୍ଧା ଅଫିସ, ୩୦।୧୦: ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ଓ ଗୋଡିପୋଖରୀ ଛକରୁ ମଙ୍ଗଳବାର ରାତିରେ ସିରିଜ୍ ଚୋରି ହୋଇଛି। ଷ୍ଟିଲ ଓ ଫର୍ନିଚର ବ୍ୟବସାୟୀଙ୍କୁ ଗୋଟିଏ ରୁମ୍ରେ ତାଲା ପକାଇ ଚୋରମାନେ ଚୋରି କରିଛନ୍ତି। ସେହିପରି ଗୋଡିପୋଖରୀ…
ବାଣ ଫୁଟି ୭ଜଣ ଆହତ
ବାଳକାଟୀ,୨୮।୧୦(ଡି.ଏନ.ଏ.)- ରାଜଧାନୀ ଉପକଣ୍ଠ ବାଳକାଟୀ ଫାଣ୍ଡି ଅଞ୍ଚଳରେ ରବିବାର ବାଣ ଫୁଟାଉଥିବାବେଳେ ୭ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ନୂଆପାଟଣା ଗ୍ରାମର ସୁଶୀଲ ଖଟେଇ(୩୦), ରିଙ୍କୁ ବେହେରା(୨୦), ବିଠଲ(୧୪), ସୂର୍ଯ୍ୟମଣି ବେହେରା(୨୬), ସନ୍ତୋଷ ବେହେରା(୧୬), ସଞ୍ଜୟ ବେହେରା(୧୬) ଏବଂ ପ୍ରଭାତି ବେହେରା।…
ରାଜ୍ୟ ସ୍ବାସ୍ଥ୍ୟ ପରିବାର ପକ୍ଷରୁ କ୍ଲିନିକ୍ରେ ଚଢ଼ାଉ
ଖୋର୍ଦ୍ଧା ଅଫିସ,୨୮।୧୦: ଭୁବନେଶ୍ୱର ଏକାମ୍ର ମାର୍ଗର ସଞ୍ଜିବନୀ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଉପରେ ସୋମବାର ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ଓ ଖୋର୍ଦ୍ଧା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ପିସି ପିଏନ୍ଡିଟି ଆକ୍ଟର ଦୁରୁପଯୋଗ ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା…
ବିଶିଷ୍ଟ ପାଇକ ଗୁରୁ ଦୀନବନ୍ଧୁ ବିଶ୍ବାଳଙ୍କ ପରଲୋକ
ଖୋର୍ଦ୍ଧା ଅଫିସ, ୨୮।୧୦: ଖୋର୍ଦ୍ଧା ଜିଲାର ବିଶିଷ୍ଟ ପାଇକ ଗୁରୁ ଦୀନବନ୍ଧୁ ବିଶ୍ବାଳଙ୍କ ୭୦ବର୍ଷ ବୟସରେ ସୋମବାର ପରଲୋକ ଘଟିଛି। ବିଗତ କିଛି ଦିନ ହେବ ସେ ନିମୋନିଆରେ ପୀଡ଼ିତଥିଲେ। ଶେଷ ଦର୍ଶନ ପାଇଁ ଜଟଣୀ ବିଧାୟକ ସୁରେଶ ରାଉତରାୟ, ଖୋର୍ଦ୍ଧା…
ଲଗାଣ ବର୍ଷାରେ ନିରାକାରପୁର ଅଞ୍ଚଳ ଜଳାର୍ଣ୍ଣବ: ରାସ୍ତା ଉପରେ ଚାଲିଛି ୩ ଫୁଟରୁ ଅଧିକ ପାଣି, ବୁଡ଼ିଲା ଚାଷଜମି
ନିରାକାରପୁର,୨୫।୧୦(ଡି.ଏନ୍.ଏ.): ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଖୋର୍ଦ୍ଧା ଜିଲା ନିରାକାରପୁର ଲେଣ୍ଡୁ ଏବଂ ରାମେଶ୍ୱର ପଞ୍ଚାୟତର ଅନେକ ଗ୍ରାମ ଏବେ ପାଣି ଘେରରେ। ଭୋଗତିପଡ଼ା ଗ୍ରାମରେ ଥିବା ୧୦୦ ପରିବାର ପାଣି ଭିତରେ ଫସି ରହିଥିବା…
ହୋମଗାର୍ଡଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲା ପରିବାର
ଖୋର୍ଦ୍ଧା ଅଫିସ, ୨୫।୧୦: ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ଅନ୍ତର୍ଗତ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ବେଗୁନିଆ ବ୍ଲକ ସିମୋର ଅଞ୍ଚଳର ପ୍ରମୋଦ ଭୋଳ ନାମକ ହୋମଗାର୍ଡଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବାବେଳେ…
ଖୋର୍ଦ୍ଧାରେ ଲଗାଣ ବର୍ଷା: ୨୫ ତାରିଖ ସ୍କୁଲ ଛୁଟି ଘୋଷଣା
ଖୋର୍ଦ୍ଧା ଅଫିସ,୨୪।୧୦: ଲଗାଣ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲାର ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଗୁରୁବାର ଅପରାହ୍ନ ୧ଟାରୁ ସ୍କୁଲ ଛୁଟିକରି ଦିଆଯାଇଥିବା ବେଳେ ୨୫ ତାରିଖ ମଧ୍ୟ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା ହୋଇଛି।…
ଖୋର୍ଦ୍ଧା, ବାଣପୁରରେ କୁତ୍ରିମ ବନ୍ୟା: ଘରେ ପଶିଲା ବର୍ଷାଜଳ
ଖୋର୍ଦ୍ଧା ଅଫିସ,୨୪।୧୦: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବୁଧବାରରୁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଏଥିରେ ଖୋର୍ଦ୍ଧା ସହର ସମେତ ବାଣପୁର ସହର ଓ ବ୍ଲକ ଅଞ୍ଚଳ ବେହାଲ ହୋଇ ପଡିଛି। ଖୋର୍ଦ୍ଧାର ପୁରୁଣା ମେଡିକାଲ…
୩ ରୁପା ମୂର୍ତ୍ତି ଉଦ୍ଧାର
ବାଲୁଗାଁ,୨୧ା୧୦(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁ ନିକଟ ଛେଡାପଦରସ୍ଥିତ ଶାଳିଆ ନଦୀର ଝିଞ୍ଜିରି ଶଙ୍ଖଠାରୁ ରବିବାର ୩ ରୁପା ନିର୍ମିତ ମୂର୍ତ୍ତି ଉଦ୍ଧାର ହୋଇଛି। ନୂଆ ଭଳି ଲାଗୁଥିବା ମୂର୍ତ୍ତିଗୁଡିକ ପାଣିରୁ ଉଦ୍ଧାର ହେବା ସମସ୍ତଙ୍କୁ ଚକିତ କରିଛି। ପ୍ରକାଶ ଯେ, ରବିବାର…
୧୫ ଚୋରା ବାଇକ୍ ଜବତ, ୩ ଗିରଫ
ଖୋର୍ଦ୍ଧା ଅଫିସ,୨୦।୧୦: ଖୋର୍ଦ୍ଧା ଜିଲାର ବାଣପୁର ଥାନା ପୋଲିସ ୧୫ ଚୋରା ବାଇକ୍ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବାଣପୁର ଥାନା କୁଲେଇ ଗାଁର ସନ୍ତୋଷ କୁମାର ଜଗଦ୍ଦେବ…
ରେଲୱେ କଲ୍ୟାଣ ମଣ୍ଡପ ପଛପଟୁ ମୃତଦେହ ଉଦ୍ଧାର: ପରିଚୟ ଅସ୍ପଷ୍ଟ
ଜଟଣୀ,୧୮।୧୦(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ ରେଳୱେ କଲ୍ୟାଣ ମଣ୍ଡପ ପଛପଟୁ ଶୁକ୍ରବାର ସକାଳେ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ଜଣାପଡ଼ି ନାହିଁ। ଦୁର୍ଗନ୍ଧ ହେଉଥିବାରୁ ୨ରୁ୩ ଦିନ ପୂର୍ବରୁ ଏହି ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।…
ଆମ୍ବଡାଳ ପଡ଼ି ଛାତ୍ର ମୃତ
ନିରାକାରପୁର,୧୮-୧୦(ଡି.ଏନ.ଏ.):ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ଏକାଡେମୀ ସ୍କୁଲରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ପରିସର ମଧ୍ୟରେ ଥିବା ଏକ ଆମ୍ବଗଛର ବିରାଟ ଡାଳ ପଡି ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ…
Archives


