ରେଳ ବିଭାଗ ଅଧୀନ ରାସ୍ତାର ଦୁରବସ୍ଥା
କେନ୍ଦୁଝର,୨୪।୮ (ସ୍ବ.ପ୍ର.)- ରେଳପଥ ବିକାଶରେ ସହାୟକ ହେଉଥିବା କୁହାଯାଉଥିବା ବେଳେ ରେଳ ବିଭାଗ ଅଧୀନରେ ଥିବା ରାସ୍ତାର ଦୁରବସ୍ଥା ଏକ ଭିନ୍ନ ଚିତ୍ର ବୟାନ କରୁଛି। କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଦଗଡ଼ ରେଲୱେ ଫାଟକ ଦେଇ ଯାଇଥିବା ପଦ୍ମପୁର-ନୂଆଗାଁ ରାସ୍ତା…
ପିସ୍ତଲ ଦେଖାଇ ଫାଇନାନ୍ସ କମ୍ପାନୀ ମହିଳା କର୍ମଚାରୀଙ୍କଠାରୁ ୯୨ ହଜାର ଲୁଟ୍
ପାଟଣା,୨୩।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଡାବରଚୁଆ ନିକଟରେ ଶୁକ୍ରବାର ଅପରାହ୍ନରେ ଭାରତ ଫାଇନାନ୍ସ କମ୍ପାନୀର ଜଣେ ମହିଳା କର୍ମଚାରୀଙ୍କଠାରୁ ୨ଜଣ ଦୁର୍ବୃତ୍ତ ୯୨ ହଜାର ଟଙ୍କା ଲୁଟି ନେଇଛନ୍ତି। ସେମାନେ ପିସ୍ତଲ…
ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିମନ୍ତେ ଉଠିଲା ମାଟି
ଢେଙ୍କିକୋଟ,୨୩।୮(ଡି.ଏନ୍.ଏ.): ପବିତ୍ର ଜନ୍ମାଷ୍ଟମୀ ଓ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିମନ୍ତେ ମାଟି ଉଠାଯାଇଥାଏ। ଏ ନେଇ କେନ୍ଦୁଝର ଜିଲା ଢେଙ୍କିକୋଟ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା କମିଟି ପକ୍ଷରୁ ମାଟିଉଠା କାର୍ଯ୍ୟକ୍ରମ ହୋଇଛି। ମା’ଙ୍କ ଆଜ୍ଞା…
ଜନ୍ମାଷ୍ଟମୀ ଓ ବିଶ୍ୱ ହିନ୍ଦୁ ପରିଷଦ ସ୍ଥାପନା ଦିବସ
କେନ୍ଦୁଝର,୨୩।୮(ସ୍ବ.ପ୍ର.): କେନ୍ଦୁଝର ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଜନ୍ମାଷ୍ଟମୀ ଓ ବିଶ୍ୱ ହିନ୍ଦୁ ପରିଷଦ ସ୍ଥାପନା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ବିରାଟ ପଟୁଆରରେ ଶ୍ରଦ୍ଧାଳୁ ଓ କର୍ମକର୍ତ୍ତାମାନେ ମାଇନିଂ ରୋଡ୍ସ୍ଥିତ ରାମମନ୍ଦିରରୁ ବାହାରି ସହର ପରିକ୍ରମାକରି କେନ୍ଦୁଝରଗଡ଼ ସରସ୍ବତୀ…
ପାଟଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ
ପାଟଣା,୨୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ର ଶ୍ରୀକୃଷ୍ଣଙ୍କ ବେଶରେ ସୁସଜ୍ଜିତ ହୋଇ ଥିଲେ। ଅତିଥିମାନେ ଶ୍ରୀକୃଷ୍ଣଙ୍କ ଜନ୍ମ ବୃତାନ୍ତ ଉପରେ ପର୍ଯ୍ୟବେସିତ ତଥ୍ୟ ଓ…
ବିପଦସଙ୍କୁଳ ପିଣ୍ଡାରେ ଚାଲିଛି ପାଠପଢ଼ା
ଚମ୍ପୁଆ,୨୩। ୮(ଡି.ଏନ.ଏ.)-ସରକାର ଶିକ୍ଷାର ମାନ ବୃଦ୍ଧି ଓ ଶିକ୍ଷିତ ହାର ବୃଦ୍ଧି କରିବା ଲକ୍ଷ୍ୟ ନେଇ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଜିଲା ଖଣିଜ ପାଣ୍ଠିରୁ ଶିକ୍ଷିତ ହାର ବୃଦ୍ଧି ପାଇଁ…
ଆଦର୍ଶ ବିଦ୍ୟାଳୟ ରାସ୍ତା ମରଣଯନ୍ତା :ଆକ୍ଶନ ପ୍ଲାନ ସରିଛି
ଆନନ୍ଦପୁର, ୨୩। ୮(ସ୍ବ.ପ୍ର.)- ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଆନନ୍ଦପୁରର ଭିତ୍ତିଭୂମି ବିକାଶ ପାଇଁ ୧୭ କୋଟି ୬୪ ଲକ୍ଷର ଆକ୍ଶନ ପ୍ଲାନ୍ ଆପ୍ରୁଭ ସରିଛି, ବାକି ରହିଛି ଟେଣ୍ଡର ପ୍ରକ୍ରିୟା। ଏହି ଅନୁଦାନରେ ବିଦ୍ୟାଳୟର ପାଚେରି, ମୁଖ୍ୟ ଗେଟ୍, ଆପ୍ରୋଚ ରୋଡ,…
ରାସ୍ତା ପାରବେଳେ ଜୀବନ ହାରୁଛନ୍ତି ଜୀବଜନ୍ତୁ: ଅଣ୍ଡରପାସ୍ ନିର୍ମାଣ ଦାବି
କେନ୍ଦୁଝର, ୨୩ା୮ (ସ୍ବ.ପ୍ର.)-ରାଜ୍ୟ ଏବଂ କେନ୍ଦ୍ର ସରକାର ବନ୍ୟ ପ୍ରାଣୀଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏପରି ହେଲେ ଅମୂଲ୍ୟ ପ୍ରାଣୀ ସମ୍ପଦ ବିଲୁପ୍ତ ହୋଇଯିବ କହିଲେ…
ରାଜ୍ୟରେ ପ୍ରଥମ: ଟ୍ରକ ଧକ୍କାରେ ୩ହାତୀଙ୍କ ମୃତ୍ୟୁ
ଢେଙ୍କିକୋଟ/କେନ୍ଦୁଝର,୨୨।୮(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଉପରଡିହା ଗ୍ରାମପଞ୍ଚାୟତର ବାଲିଯୋଡି ଗ୍ରାମ ନିକଟ ୨୦ନଂ ଜାତୀୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ଦୁଇଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ଆହତ ହାତୀର ମୃତ୍ୟୁ ଘଟିଥିବା…
ଛେଳି ଖାଇବାକୁ ଆସିଥିବା ୧୪ ଫୁଟର ଅହିରାଜ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲା ବନବିଭାଗ
ପାଟଣା,୨୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ତଣ୍ଡ ଗ୍ରାମ ମଝିସାହିର ପ୍ରଭାକର ବେହେରାଙ୍କ ଘରୁ ୧୪ ଫୁଟ ଲମ୍ବର ଏକ ଅହିରାଜକୁ ଗୁରୁବାର ବନ ବିଭାଗ ଉଦ୍ଧାର କରିଛି। ପରେ ସାପଟିକୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡ଼ି…
ଟ୍ରକ ଧକ୍କାରେ ୨ ହାତୀ ମୃତ
ଢେଙ୍କିକୋଟ/କୋଳିମାଟି/କେନ୍ଦୁଝର,୨୨।୮(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବାଲିଯୋଡି ଗ୍ରାମ ନିକଟ ୨୦ନଂ ଜାତୀୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ଦୁଇଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ,…
ଆଗକୁ ବଢ଼ିବା ଆଶାରେ ଜୟନ୍ତ
ଆନନ୍ଦପୁର,୨୨।୮(ସନ୍ତୋଷ ରାଉତ)- ଆନନ୍ଦପୁରର ପୁରାତନ ଶିକ୍ଷାନୁଷ୍ଠାନ ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ(ବି.ଏନ.ହାଇସ୍କୁଲ)ର ଦଶମ ଶ୍ରେଣୀର ଛାତ୍ର ଜୟନ୍ତ କୁମାର ଦତ୍ତ(୧୫)। ଦଶମରେ ପାଠ ପଢ଼ୁଥିଲେ ମଧ୍ୟ ଭବିଷ୍ୟତ ପାଇଁ ଏକ ଲକ୍ଷ୍ୟ ରଖିଛନ୍ତି। ସେ ଜଣେ ପାରା କମାଣ୍ଡର ହେବାକୁ ଆଶା…
Archives


