କେନ୍ଦୁଝର

ଲଗାଣବର୍ଷା : ତ୍ରୁଟିପୂର୍ଣ୍ଣ ଡ୍ରେନ୍‌ ନିର୍ମାଣ, ଘରେ ପଶିଲା ପାଣି

ଆନନ୍ଦପୁର,୭।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଓ ଏହାର ଆଖପାଖରେ ଲଗାଣବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ସହିତ ଲୋକଙ୍କ ଘରେ ପାଣି ପଶିଯାଇଛି। ଶୁକ୍ରବାର ରାତିରୁ ଶନିବାର ପୂର୍ବାହ୍ନ ପର୍ଯ୍ୟନ୍ତ ବର୍ଷା ଲାଗିରହିଥିଲା। ଫଳରେ ଆନନ୍ଦପୁର କଚେରୀଠାରେ ନବ...

ଧୂଅଁ।ଧୂଳିରେ ରୁନ୍ଧି ହେଉଛି ଜୀବନ

ବଡବିଲ,୭।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ଖଣି ଅଞ୍ଚଳ ଅଧୀନ ଯୋଡା-ବଡବିଲରେ ପ୍ରଦୂଷଣ ସମସ୍ୟା ଗୁରୁତର ହେବାରେ ଲାଗିଛି। ଦିନରାତି ସବୁବେଳେ ଭାରି ଯାନରେ ଖଣିଜଦ୍ରବ୍ୟ ପରିବହନ ଯୋଗୁ ରାସ୍ତା ଅବସ୍ଥା ବେହାଲ ହେବା ସହ ଟ୍ରାଫିକ ସମସ୍ୟା ଓ ଧୂଳିଧୂଆଁ ଲୋକଙ୍କୁ ଅତିଷ୍ଠ...

ରାତି ହେଲେ ହାତୀପଲ ଗଁ। ମୁହାଁ

କେନ୍ଦୁଝର, ୭ା୯ (ସ୍ବ.ପ୍ର.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନରଣପୁର ଓ ମଇଦାନକେଲ ଫରେଷ୍ଟ ବିଟ ଅଧୀନ ଅଞ୍ଚଳରେ ଗତ କିଛି ଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ହାତୀପଲ କେରୀ, ଡାବରଚୁଆ, ମଇଦାନକେଲ, ବାଘୁଆସାହି ଆଦି ଅଞ୍ଚଳକୁ...

ପାଟ୍ରୋଲିଂ ବେଳେ ପୋଲିସ ବୋଲେରୋକୁ ଧକ୍କା ଦେଲା ଡମ୍ପର: ଡ୍ରାଇଭର ଆହତ, ଅଳ୍ପକେ ବର୍ତ୍ତିଲେ ୪ ସୁରକ୍ଷା କର୍ମୀ

ଯୋଡ଼ା,୬।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ବନେଇକଳା ଖଣି ଉପନିର୍ଦ୍ଦେଶାଳୟ ନିକଟ ତଥା ୫୨୦ ନଂ. ରାଜପଥରେ ପାଟ୍ରୋଲିଂ କରୁଥିବା ବୋଲେରୋକୁ ଏକ ଡମ୍ପର ଧକ୍କା ଦେଇଛି। ଏଥିରେ ବୋଲେରୋ ଡ୍ରାଇଭର ଆହତ ହେବା ସହିତ ୪ ଜଣ...

କୀଟନାଶକ ପିଇ ମହିଳା ମୃତ, ପୋଲିସର ତଦନ୍ତ ଆରମ୍ଭ

କେନ୍ଦୁଝର,୬।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ସୁନାପେଣ୍ଠ ପଞ୍ଚାୟତ କଣ୍ଟୁଳା ଗ୍ରାମ ପଙ୍ଗାପଶି ସାହିରେ କୀଟନାଶକ ପିଇ ଶୁକ୍ରବାର ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ସତ୍ୟ ମହାରଣାଙ୍କ ସ୍ତ୍ରୀ ସସ୍ମିତା(୨୪)। ପ୍ରକାଶ ଯେ, ବୁଧବାର ସସ୍ମିତା ପରିବାର ସହ...

ଟ୍ରାଫିକ ଜାମ୍‌ରେ ଫସିଲା ୨ ଆମ୍ବୁଲାନ୍ସ : ସାଧାରଣରେ ଅସନ୍ତୋଷ

ଯୋଡ଼ା,୫।୯(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ା ସହର ଦେଇ ଯାଇଥିବା ୫୨୦ନଂ. ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହୋଇ ପଡ଼ୁଥିବା ଦେଖିବାକୁ ମିଳିଛି। ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରାଯାଉଥିବାରୁ ସମସ୍ୟାରେ ସୁଧାର ଆସିପାରୁନାହିଁ। ଏଥିପାଇଁ ଜିଲାପାଳ...

ହତ୍ୟା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଆନନ୍ଦପୁର,୫।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ରାଜେଶ ଦାଶ ଗୁରୁବାର ଏସ୍‌ଟି କେସ୍‌ ନଂ. ୭୬/୧୩୨/୧୭/୧୫, ଘସିପୁରା ଥାନା କେସ୍‌ ୬୯/୧୩.୪.୨୦୧୫ର ବିଚାର କରି ଅଭିଯୁକ୍ତ ପବିତ୍ର ଓରଫ ବିଶୁ ନାଇକକୁ ଉପଯୁକ୍ତ ପ୍ରମାଣ ଅଭାବରୁ ଖଲାସ...

ଗୁରୁଦିବସରେ ଶିକ୍ଷୟିତ୍ରୀ,ଶିକ୍ଷକ ସମ୍ବର୍ଦ୍ଧିତ

ଆନନ୍ଦପୁର,୫।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ଫକୀରପୁର ଗୟାଧର ସାହୁ ସ୍ମୃତି ସଂସଦ ଆନୁକୂଲ୍ୟରେ ପବିତ୍ର ଗୁରୁଦିବସ ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ୭ ଜଣ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସଂସଦର ସଭାପତି ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ...

ରେଳ ଯାତ୍ରୀଙ୍କ ସମସ୍ୟା ସମାଧାନ କରିବ ୧୮୨ ଟୋଲ୍‌ ଫ୍ରି ନଂ

କେନ୍ଦୁଝର,୫।୯:(ସ୍ବ.ପ୍ର.):କେନ୍ଦୁଝର ରେଳବାଇ ସୁରକ୍ଷା ବଳ ପକ୍ଷରୁ ଯାତ୍ରୀ ଜନଜାଗରଣ କାର୍ଯ୍ୟକ୍ରମ ଗୁରୁବାର କେନ୍ଦୁଝର ରେଳଷ୍ଟେଶନଠାରେ ଅନୁଷ୍ଠିତ ହୋଇଯାଇଛି। ଆରପିଏଫ ଅମରେଶ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମାଧାନ କିପରି କରିବେ ଏବଂ ପୋଲିସର ସହାୟତା...

ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କେନ୍ଦୁଝର, ୫।୯:(ସ୍ବ.ପ୍ର.): ବିଭିନ୍ନ ସମସ୍ୟାକୁ ନେଇ ଆଉଟ ସୋର୍ସିଙ୍ଗ ସଂସ୍ଥା ଦ୍ୱାରା ନିଯୁକ୍ତି ପାଇଥିବା ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ପରେ ସିଡିଏମଓ ଡ଼କ୍ଟର ଏସ. ଏସ. ବଳଙ୍କ ଆଶ୍ୱାସନା ପରେ କର୍ମଚାରୀମାନେ ଆନ୍ଦୋଳନରୁ ଉଠିଥିଲେ। ଦରମା ନିୟମିତ...

କେନ୍ଦୁଝରରେ କୁହୁଡ଼ିଆ ପରିବେଶ

କେନ୍ଦୁଝର, ୫।୯(ସ୍ବ.ପ୍ର.)-କେନ୍ଦୁଝର ସହରରେ ବୁଧବାର ସକାଳେ କୁହୁଡ଼ିଆ ପରିବେଶ ସମସ୍ତଙ୍କୁ ବିମୋହିତ କରିଛି। ଚଳିତ ବର୍ଷ ଶୀତ ଋତୁ ପୂର୍ବରୁ ଏଭଳି ପରିବେଶକୁ ନେଇ ପରିବେଶପ୍ରେମୀ ମାନଙ୍କୁ ମଧ୍ୟ ଆକୃଷ୍ଟ କରିଛି। ଅନେକ ଭୋର ସକାଳେ ଉଠି ନିଆରା ଦୃଶ୍ୟକୁ...

ନାମ ଲେଖା ପାଇଁ ଲଟେରି

ଆନନ୍ଦପୁର, ୫।୯(ସ୍ବ.ପ୍ର.)- ଆନନ୍ଦପୁର କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କ ଆବେଦନ ଫର୍ମର ଲଟେରି ଉଠାଣ ଆରମ୍ଭ ହୋଇଛି। ଏହି ଲଟେରି ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଚାଲିବ। ବୁଧବାର ତୃତୀୟରୁ ୫ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ନାମଲେଖା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri