ଭାଜପାରୁ ୩ ନେତା ନିଲମ୍ବିତ
କେନ୍ଦୁଝର,୨୨ା୩ (ଡି.ଏନ୍.ଏ./ସ୍ବ.ପ୍ର.): ଦଳ ବିରୋଧୀ କାଯର୍ର୍ୟ ଅଭିଯୋଗରେ କେନ୍ଦୁଝର ଜିଲାର ୩ ନେତାଙ୍କୁ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଦଳର ପ୍ରାଥମିକ ସଦସ୍ୟପଦରୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମନ୍ତ ତ୍ରିପାଠୀ,…
୩ ଅଧିକାରୀଙ୍କ ନାମରେ ମାମଲା
କେନ୍ଦୁଝର, ୨୧ା୩(ସ୍ବ.ପ୍ର.):କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଧୀନ ବାମେବାରି ସେକ୍ସନ ନୟାଗଡ଼ ବିଟ୍ ଜଡ଼ିପଦା ସାହିରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦନ୍ତାହାତୀ ମୃତ୍ୟୁ ଘଟଣାରେ ସୋମବାର ଡିଏଫ୍ଓ ଧନରାଜ ଏଚ.ଡି. କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଟାଟା ପାଓ୍ବାର କନିଷ୍ଠଯନ୍ତ୍ରୀ ଇଂ. ଗୌରଗୋପାଳ…
ଚଳନ୍ତା କାର୍ରେ ଲାଗିଗଲା ନିଆଁ
କେନ୍ଦୁଝର,୨୦(ସ୍ବ.ପ୍ର.): କେନ୍ଦୁଝର ସହର ଦେଇ ଯାଇଥିବା ଏନ୍ଏଚ୍ ୪୯ନଂ ଜାତୀୟ ରାଜପଥ ମେଡ଼ିକାଲ କଲେଜ ସମ୍ମୁଖ ଫ୍ଲାଇଓଭରେ ଏକ ଚଳନ୍ତା କାର୍ରେ ନିଆଁ ଲାଗିଯାଇଛି। ଗାଡି ଚାଲକ ଜାଣି ପାରି ଗାଡ଼ିରୁ ଓହ୍ଲାଇ ପଡିଥିବାରୁ ଅଳ୍ପକେ ବଞ୍ଚିଯାଇଥିଲେ। ଖବରପାଇ ଦମକଳ ଗାଡି…
ଅଣ ଓଡ଼ିଆଙ୍କୁ ସାମିଲକରି ନୀଳାଦ୍ରି ପାଳିଲା ବିଶ୍ୱ ପଖାଳ ଦିବସ
ବଡ଼ବିଲ,୨୦।୩ (ସ୍ବ.ପ୍ର.): ମାର୍ଚ୍ଚ ୨୦ ତାରିଖରେ ପାଳନ ହେଉଛି ବିଶ୍ୱ ପଖାଳ ଦିବସ। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ବଡ଼ବିଲର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରି ପକ୍ଷରୁ ଏହି ଦିବସକୁ ସୋମବାର ବେଶ୍ ଜାକଜମକରେ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ…
କୂଅରୁ ମିଳିଲା ଯୁବକଙ୍କ ମୃତଦେହ
ପାଟଣା,୨୦ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଝାରବେଡ଼ା ଗାଁର ଏକ କୂଅ ଭିତରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ତୁରୁମୁଙ୍ଗା ଗ୍ରାମର ମାନସ କୁମାର ପୃଷ୍ଟି ଓରଫ ବାବୁଲ। ସୂଚନା ଯେ, ମାନସ ଦୁଇଦିନ…
ବର୍ଷା ସାଙ୍ଗକୁ ପବନ: ରାସ୍ତାରେ ଉପୁଡ଼ି ପଡ଼ିଲା ଗଛ
କେନ୍ଦୁଝର,୨୦ା୩(ସ୍ବ.ପ୍ର.): ସୋମବାର ଭୋର୍ ସମୟରେ ହଠାତ୍ ବର୍ଷା ଓ ପବନ କେନ୍ଦୁଝର ସହର ମାଇନିଂ ରୋଡ୍ରେ ଏକ ଗଛ ଉପୁଡ଼ିବାରୁ ଯାତାୟାତ ବ୍ୟାହତ ହୋଇଛି। ବିଦ୍ୟୁତ୍ ଓ କେବୁଲ ମଧ୍ୟ ଛିଣ୍ଡି ଯାଇଛି। ଆଜି ଭୋର୍ରୁ ହଠାତ୍ ବର୍ଷା ଓ ପବନ…
ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ
କେନ୍ଦୁଝର,୨୦ା୩(ସ୍ବ.ପ୍ର.): ପାଲଲହଡ଼ାରୁ କେନ୍ଦୁଝର ଅଭିମୁଖେ ଆସୁଥିବା ମା’ ବସ୍ ସୋମବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। କେତେକ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟମାନେ ସୁରକ୍ଷିତ ଅଛନ୍ତି। ବସ୍ଟି ଘାଟି ରାସ୍ତାରେ ଆସୁଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ବାମପାର୍ଶ୍ୱକୁ…
ନାଳ ଅବରୋଧ କରି ରାସ୍ତା ନିର୍ମାଣ
କେନ୍ଦୁଝର,୨୦ା୩(ସ୍ବ.ପ୍ର.):କେନ୍ଦୁଝର ସଦର ତହସିଲ ଅନ୍ତର୍ଗତ ଧୃର୍ପଦା ନିକଟରେ ରାସ୍ତା ନିର୍ମାଣକୁ ନେଇ ଅସନ୍ତୋଷ ଦେଖାଦେଇଛି। ଜାତୀୟ ରାଜପଥ ୪୯ କଡ଼ରେ ପୂର୍ତ୍ତ ବିଭାଗ ରାସ୍ତା ଏବଂ ଜାତୀୟ ରାଜପଥ ପାର୍ଶ୍ୱ ନାଳ ପୋତି ରାସ୍ତା ନିର୍ମାଣ କରାଯାଉଛି। ରାସ୍ତା ନିର୍ମାଣରେ କାରଖାନାର…
ଆରମ୍ଭ ହେଲା ସୁନାନଦୀ ପୋଲ କାମ
ଯୋଡ଼ା,୨୦ା୩(ଡି.ଏନ.ଏ):କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ପୁରୁଣା କାରଖାନାରୁ ମୁସଲିମ ବସ୍ତିକୁ ସଂଯୋଗ କରୁଥିବା ସୁନାନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ନିର୍ମାଣ ନିମନ୍ତେ ଡିଏମ୍ଏଫ ପାଣ୍ଠିରୁ ପ୍ରାୟ ୪ କୋଟି ୫୦ ଲକ୍ଷ ବ୍ୟୟ ଅଟକଳ ରହିଥିବା…
ଆରକ୍ଷୀ ଅଧୀକ୍ଷକଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ
କେନ୍ଦୁଝର,୧୯ା୩(ସ୍ବ.ପ୍ର.): ଘଟଗାଁ ବ୍ଲକ ବାଲିଯୋଡ଼ି ୟୁଜିୟୁପି ସ୍କୁଲର ପ୍ରଧାନଶିକ୍ଷକ ସୁଧାଂଶୁ ଶେଖର ମହାନ୍ତି ଉକ୍ତ ବିଦ୍ୟାଳୟ ପରିସରରେ ଥିବା ଛାତ୍ରାବାସର ଅନ୍ତେବାସିନୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି। ଏହି ଘଟଣାରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ପକ୍ଷରୁ…
ଓଭରବ୍ରିଜ ନିର୍ମାଣରେ ବିଳମ୍ବ, ହାତୀଙ୍କ ଚଳପ୍ରଚଳରେ ସମସ୍ୟା
କେନ୍ଦୁଝର,୧୯ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥ ଜଗମୋହନପୁରଠାରେ ପ୍ରସ୍ତାବିତ ଓଭରବ୍ରିଜ୍ (ଅଣ୍ଡରପାସ) ନିର୍ମାଣରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସ୍ଥାନରେ ହାତୀଙ୍କ ବର୍ଷର ସବୁ ସମୟରେ ଯାତାୟାତ ରହୁଥିବାରୁ ପିୟୁପି ବା ପାସେଞ୍ଜର ଅଣ୍ଡରପାସ୍…
ପ୍ରଦୂଷଣ ବଳୟରେ କେନ୍ଦୁଝର ସହର
କେନ୍ଦୁଝର,୧୯।୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟ ସହରରେ ବାୟୁ ପ୍ରଦୂଷଣ ଚିନ୍ତାଜନକ ସ୍ଥିତିରେ ରହିଛି। ଏୟାର କ୍ୱାଲିଟି ଇଣ୍ଟେକ୍ସ ଅତ୍ୟଧିକ ମାତ୍ରାରେ ବଢ଼ିଯାଇଛି। ଲୋକମାନେ ପ୍ରଦୂଷଣ ବଳୟରେ ରହୁଥିବା ବେଳେ ଅଜାଣତରେ ବିଷାକ୍ତ ବାୟୁ ନିଃଶ୍ୱାସ ପ୍ରଶ୍ୱାସରେ ନେଉଛନ୍ତି। ଏହା ବୃଦ୍ଧାବୃଦ୍ଧ,…
Archives


