ରାସ୍ତାରେ ବିପଦପୂର୍ଣ୍ଣ ରାତ୍ରିଯାପନ
କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ମୁଖ୍ୟାଳୟରେ ନିରାଶ୍ରିତଙ୍କ ପାଇଁ କୌଣସି ସୁବିଧା ନ ଥିବାରୁ ରାତିରେ ଯିବା ଆସିବା କରୁଥିବା ବା ବସକୁ ଅପେକ୍ଷା କରୁଥିବା ଲୋକେ ରାସ୍ତାକଡ଼ରେ ଶୋଉଛନ୍ତି। ବର୍ଷା, ଶୀତ କାକରରେ ବିପଦପୂର୍ଣ୍ଣ ଭାବେ ରାତି କାଟିବାକୁ ପଡୁଛି।…
ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ
ଯୋଡ଼ା,୨୦ା୮(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ଟାଟା ଷ୍ଟିଲ ଡାକ୍ତରଖାନାରେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ଯୋଡ଼ା ପୌରାଞ୍ଚଳର ସ୍ବପ୍ନା ମୁଣ୍ଡା(୩୧)। ଏହାର ପ୍ରତିବାଦରେ ଡାକ୍ତରଖାନାରେ ଚାପା ଉତ୍ତେଜନା ଦେଖାଦେଇଛି। ମୃତକଙ୍କ…
ଶହୀଦ୍ ପୁଅକୁ ଝୁରି ଆଖିବୁଜିଲେ ମା’
ଆନନ୍ଦପୁର,୧୮।୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁରର ଶହୀଦ୍ ସୁଶାନ୍ତ ଖୁଣ୍ଟିଆଙ୍କ ମା’ଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ…
ଦୋକାନ ଭିତରେ ପଶିଗଲା ଟ୍ରକ୍
ତେଲକୋଇ,୧୮ା୮(ରଞ୍ଜିତ ବିଶ୍ବାଳ): କେନ୍ଦୁଝର ଜିଲା ତେଲକୋଇ ଜାତୀୟ ରାଜପଥ ଜଗମୋହନପୁର ଛକରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ଦୋକନ ଭିତରେ ପଶିଯାଇଛି। ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ ଏକ ଖୋଲା ଆଇରନ ବୋଝେଇ…
ଶହୀଦ ସୁଶାନ୍ତଙ୍କ ମାଆ ଅସୁସ୍ଥ
ଆନନ୍ଦପୁର,୧୮।୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁରର ଶହୀଦ୍ ସୁଶାନ୍ତ ଖୁଣ୍ଟିଆଙ୍କ ମା’ ସୁନ୍ଦରୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରଥମେ ସ୍ବାମୀ ପରେ ଦୁଇ ପୁଅଙ୍କ ବିୟୋଗର ଭାର କାନ୍ଧରୁ ଓହ୍ଲାଇ ନ ଥିବାବେଳେ ସାହା…
ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଲେ ପିଇଓ
କେନ୍ଦୁଝର,୧୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଡାକରାରେ ଶୁକ୍ରବାର ଜିଲାର ପଞ୍ଚାୟତ ନିର୍ବାହୀ ଅଧିକାରୀ( ପିଇଓ)ମାନେ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି। ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଯୁକ୍ତ ଦୁଇରୁ ଗ୍ରାଜୁଏସନକୁ ବୃଦ୍ଧି…
ରାସ୍ତାରେ ଜମୁଛି ପାଣି
କେନ୍ଦୁଝର,୧୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌରପାଳିକା ଅନ୍ତର୍ଗତ ୧୭ ନମ୍ବର ଓ୍ବାର୍ଡର ବଡ଼ହଳ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତା ଡିଡି କଲେଜ ରୋଡ୍ ଓ ଷ୍ଟେଶନ ରୋଡର ଗୁରୁତ୍ୱପୂର୍ଣ୍ଣ ସଂଯୋଗୀକରଣ ରାସ୍ତା ହୋଇଥିବାରୁ ପ୍ରତିଦିନ ବହୁ ସଂଖ୍ୟାରେ ଲୋକେ…
ଆଟେଣ୍ଡାଣ୍ଟଙ୍କ ହାତରେ ୟୁନାନି ଡାକ୍ତରଖାନା
ଚମ୍ପୁଆ,୧୮ା୮(ମହେଶ୍ୱର ଦାସ) : କେନ୍ଦୁଝର ଜିଲା ଚମ୍ପୁଆ ୟୁନାନି ଡାକ୍ତରଖାନା ଆଟେଣ୍ଡାଣ୍ଟଙ୍କ ଦ୍ୱାରା ପରିଚାଳିତ ହେଉଛି। ଡାକ୍ତରଖାନାରେ ୧୩ ବର୍ଷ ହେବ ବିଭାଗୀୟ ଡାକ୍ତର ନ ଥିବା ବେଳେ ନୂତନ ନିଯୁକ୍ତ ହୋଇନାହାନ୍ତି। ଏପରିକି ଜଣେ ଆୟୁର୍ବେଦିକ ଡାକ୍ତରଙ୍କୁ ଭାରପ୍ରାପ୍ତ ଦାୟିତ୍ୱ…
ସୁରକ୍ଷା ବଳୟରେ ଖଣି ଖନନ
କେନ୍ଦୁଝର,୧୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ତହସିଲ ପଳାଶପଙ୍ଗା ରାଜସ୍ବ ସର୍କଲ ଅନ୍ତର୍ଗତ ମୁରୁସୁଆଁ ପଥର ଖଣି ପରିବେଶ ଓ ଖଣି ପ୍ଲାନ୍ ନୀତିନିୟମ ଉଲ୍ଲଂଘନ କରି ଖନନ କରୁଥିବା ଅଭିଯୋଗ ହେଉଛି। ମାଇନିଂ ପ୍ଲାନ୍ ଉଲ୍ଲଂଘନ କରାଯାଇ ଅସୁରକ୍ଷିତ ପ୍ରଣାଳୀରେ…
ପୁଅ ଉପରକୁ ଗରମ ଡାଲି ଫିଙ୍ଗିଲେ ମା’
ଆନନ୍ଦପୁର,୧୬ା୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଘସିପୁରା ଥାନା କଇନିପୁରା ଗ୍ରାମରେ ଘରୋଇ ହିଂସାର କରୁଣପରିଣତି ନଜରକୁ ଆସିଛି। ନିର୍ଯାତନା ସହି ନ ପାରି ସାବତ ମା’ ପୁଅ ଉପରକୁ ଗରମ ଡାଲି ଫିଙ୍ଗିଥିବା ଘଟଣା ଚର୍ଚ୍ଚାକୁ ଆସିଛି। ଗରମ ଡାଲି ପ୍ରଭାବରେ…
ପତାକା ସହ ଖୁଣ୍ଟ ଉପୁଡି ଗଛରେ ଝୁଲିଲା
ହାଟଡିହୀ,୧୬।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ପତାକା ଉତ୍ତୋଳନ କରାଯାଇଥିଲା। ତେବେ ସବୁଠୁ ଉଦ୍ବେଗର ବିଷୟ ହେଉଛି ହାଟଡିହୀ ଉପକୋଷାଗାର କାର୍ଯ୍ୟାଳୟ ତରଫରୁ ପତାକା ଉତ୍ତୋଳନ କରାଯାଇଥିବା ଖୁଣ୍ଟଉପୁଡି ଏକ ଗଛ ଡାଳରେ ଦୀର୍ଘ ସମୟ ଝୁଲି ରହିଥିଲା।…
୨୪ ଦିନର ପୁଅକୁ ହାଣି ହତ୍ୟା କଲେ ମା’; ଝିଅକୁ ମାରି ଜେଲ ଯାଇଥିଲେ
କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ ତେଲକୋଇ(ରଞ୍ଜିତ ବିଶ୍ୱାଳ),୧୫ା୮:କେନ୍ଦୁଝର ଜିଲା ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ନମକାନି ଗ୍ରାମ ଜୁଆଙ୍ଗ ସାହିର ମହିଳା ଲକ୍ଷ୍ମୀ ଜୁଆଙ୍ଗ (୩୦) ୨୦୧୮ରେ ତାଙ୍କ ବର୍ଷକର ଝିଅକୁ ଗାଡ଼ିଆରେ ବୁଡାଇ ହତ୍ୟା କରିଥିବା ବେଳେ ସୋମବାର ତାଙ୍କର ୨୪…
Archives


