କନ୍ଧମାଳ

ଡ୍ୟାମ୍‌ରେ ଡଙ୍ଗା ବୁଡ଼ି ଯୁବତୀ ନିଖୋଜ ଘଟଣା ୪ ଦିନ ପରେ ମୃତଦେହ ଉଦ୍ଧାର

ଫୁଲବାଣୀ ଅଫିସ/ବଲସକୁମ୍ପା, ୭ା୧-ନୂଆବର୍ଷ ଉପଲକ୍ଷେ ଗତ ୨ ତାରିଖରେ ପିଲା ସାଲୁଙ୍କି ଡ୍ୟାମକୁ ଭୋଜି କରିବାକୁ ଯାଇଥିବା ବେଳେ ଡଙ୍ଗା ବୁଡ଼ି ନିଖୋଜ ହୋଇଥିବା ସୁନୀତା ଝାଙ୍କରଙ୍କ ଗଳିତ ମୃତଦେହ ସୋମବାର ଉଦ୍ଧାର କରାଯାଇଛି। ଯେଉଁ ସ୍ଥାନରେ ଡଙ୍ଗା ବୁଡ଼ିଥିଲା...

ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ : ୨ ମାସରେ ଭାଙ୍ଗିଲା ପାନୀୟ ଜଳ ପ୍ରକଳ୍ପ

ଫିରିଙ୍ଗିଆ, ୭ା୧-କନ୍ଧମାଳ ଜିଲା ପିରିଙ୍ଗିଆ ବ୍ଲକରେ ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ଅଧିନରେ ହେଉଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଛି। ପ୍ରକଳ୍ପ ତିଆରି ହେବାର ମାସେ ନ ପୁରୁଣୁ ତାହା ଭାଙ୍ଗି ଯାଉଛି। ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ସରକାର...

୧୩ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ବାଲିଗୁଡା,୬।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ୧୩୫ ଏକର ଜମିରେ ଚାଷ କରାଯାଇଥିବା ବେଆଇନ ଗଞ୍ଜେଇ ଗଛକୁ ସୋମବାର ପୋଲିସ କାଟି ନଷ୍ଟ କରିଛି। କନ୍ଧମାଳ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡ଼ା ପୋଲିସ ଓ ଅବକାରୀ...

କନ୍ଧମାଳରେ ଗଣଶିକ୍ଷା ମନ୍ତ୍ରୀ: ମାଟ୍ରିକ ପରୀକ୍ଷା ଠିକ୍‌ରେ କରିବାକୁ ନିର୍ଦ୍ଦେଶ

ଫୁଲବାଣୀ ଅଫିସ, ୬ା୧-ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରବିବାର କନ୍ଧମାଳ ଜିଲା ଗସ୍ତରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ସମୀକ୍ଷା କରିଛନ୍ତି। ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ରର ଢାଞ୍ଚା ବଦଳିବ। ଛାତ୍ରୀଛାତ୍ରଙ୍କୁ ଏଥିପାଇଁ ଅଭ୍ୟସ୍ତ...

ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ: ଆରମ୍ଭ ହେଲାଣି ସିଜରିଆନ ଡେଲିଭରି

ଫୁଲବାଣୀ ଅଫିସ, ୬ା୧-ସରକାର ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଉଛନ୍ତି। ମାତୃ ଓ ଶିଶୁ ମୃତ୍ୟୁହାର କମିବା ପାଇଁ ବହୁବିଧ ପଦକ୍ଷେପ ନିଆଯାଉଛି। ଏହିକ୍ରମରେ ସିଜରିଆନ ଡେଲିଭରି ଲାଗି ସଚେତନ କରାଯାଉଛି। କନ୍ଧମାଳ ଜିଲାରେ ସିଜରିଆନ ଡେଲିଭରି କହିଲେ ଜିଲା ମୁଖ୍ୟ...

ପିଲା କଳିରୁ ବୃଦ୍ଧଙ୍କୁ ହତ୍ୟା

ଫୁଲବାଣୀ ଅଫିସ, ୬ା୧-ଦୁଇ ଛୋଟ ପିଲାଙ୍କ ମଧ୍ୟରେ ଖେଳକୁଦ ଚାଲିଥିଲା। ଜଣେ ଅନ୍ୟ ଜଣଙ୍କ ହାତକୁ କାମୁଡ଼ି ଦେଲା ା ଏହାକୁ ନେଇ ଉଭୟ ପିଲାଙ୍କ ଜେଜେ ଓ ଅଜାଙ୍କ ମଧ୍ୟରେ ପ୍ରଥମେ ବଚସା ହେଲା। ଏପରିକି ଜଣେ ଅନ୍ୟ...

ହଷ୍ଟେଲରୁ ନବମ ଶ୍ରେଣୀ ଛାତ୍ରୀ ନିଖୋଜ: ଅପହରଣ ସନ୍ଦେହ, ଥାନାରେ ଏତଲା

ଦାରିଙ୍ଗବାଡି,୬।୧(ଡି.ଏନ୍‌.ଏ.)-ଦାରିଙ୍ଗବାଡିଠାରେ ଥିବା ରାପଡା ବାଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲରୁ ଜଣେ ନବମ ଶ୍ରେଣୀ ଛାତ୍ରୀ ଶୁକ୍ରବାର ବିଳମ୍ବିତରାତି ଠାରୁ ନିଖୋଜ ହୋଇଯାଇଛନ୍ତି। ଘଟଣାଟି ଘଟିବାର ୩୬ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହୋଇଥିଲେ...

ପୁରାତନ ଛାତ୍ରୀଛାତ୍ରଙ୍କ ବନ୍ଧୁମିଳନ

ଶଙ୍କରାଖୋଲ,୫ା୧(ଡି.ଏନ୍‌.ଏ.)-ଚକାପାଦ ବ୍ଲକ ଶଙ୍କରାଖୋଲ ନିକଟ ଶାଳବଣଠାରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ୧୯୯୦ ମାଟ୍ରିକ ବ୍ୟାଚର ଛାତ୍ରୀଛତ୍ରଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ, ଜିଲା ତଥା ରାଜ୍ୟ ବାହାରେ ରହୁଥିବା ପୁରାତନ ଛାତ୍ରୀଛାତ୍ର ଯୋଗଦେଇଥିଲେ।...

ପୃଥକ୍‌ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

ଦାରିଙ୍ଗବାଡ଼ି,୫।୧(ଡି.ଏନ.ଏ) -ଦାରିଙ୍ଗବାଡ଼ି ଅଞ୍ଚଳରେ ଘନକୁହୁଡି ଯୋଗୁ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଦାରିଙ୍ଗବାଡ଼ି ଥାନା କାଜୁରିପାଙ୍ଗା ଅଞ୍ଚଳର ଅନନ୍ତ ନାୟକ। ଅନନ୍ତ ପୁଅ ଯୋଶେଫଙ୍କ ସହ ଶୁକ୍ରବାର ଏକ ଲୁନା...

ମାଓବାଦୀଙ୍କ ବର୍ବରକାଣ୍ଡ:  ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣକୁ ଗୁଳିକରି ହତ୍ୟା

ଦାରିଙ୍ଗବାଡ଼ି/କ.ନୂଆଗଁ।,୪।୧(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ. ନୂଆଗଁ। ବ୍ଲକ ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହାରେ ଗୁରୁବାର ରାତିରେ ମାଓବାଦୀମାନେ ଜଣକୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଗୁଳିକରି ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଛନ୍ତି ବାଲିଗୁଡା ଥାନା ରେବିଙ୍ଗିଆ ପଞ୍ଚାୟତ ମାର୍ଦ୍ଦୋଳ ଗ୍ରାମର ରଞ୍ଜନ...

ଦାରିଙ୍ଗବାଡ଼ିରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା

ଦାରିଙ୍ଗବାଡ଼ି,୩।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ ଦୁଇଦିନ ହେଲା କୋହଲା ପାଗ ସାଙ୍ଗକୁ ଶୀତ ଲାଗି ରହିଛି। ଶୁକ୍ରବାର ଦିନ ତମାମ୍‌ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ଲାଗି ରହିଛି। ସେପଟେ ଦିନରେ...

ପୋଲିସ ଇନ୍‌ଫର୍ମର ସନ୍ଦେହ: ଜଣକୁ ହତ୍ୟାକଲେ ମାଓବାଦୀ

ଦାରିଙ୍ଗବାଡି,୩।୧(ଡି.ଏନ.ଏ.)-କନ୍ଧମାଳ ଜିଲା କ.ନୂଆଗାଁ ଥାନା ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହା ଗ୍ରାମରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀ ଜଣକୁ ଗୁଳି କରି ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ହେଲେ ରେବିଙ୍ଗିିଆ ପଞ୍ଚାୟତ ମାର୍ଦୋଲ ଗ୍ରାମର ରଞ୍ଜନ ଦିଗାଳ। ଘଟଣାସ୍ଥଳରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri