ସକାଳୁ ସକାଳୁ ମହୁଲ ଫୁଲ ସଂଗ୍ରହ କରିବାରେ ବ୍ୟସ୍ତ ଲୋକେ
ଖଜୁରୀପଡ଼ା, ୨୧।୩ (ବିଦୁର ବେହେରା): ଆସିଛି ଫଗୁଣ ମାସ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଦେଖାଯାଉଛି। ଏହି ମାସରେ ମହୁଲ ଗଛରେ ମହୁଲ ଫୁଲ ହୋଇ ଝଡି ପଡେ। ଏହି ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଆଦିବାସୀ ମନରେ ଆଗ୍ରହ…
୨୬ଘଣ୍ଟା ପରେ ଅନଶନ ଭାଙ୍ଗିଲେ ସମବାୟ ସମିତି ବୋର୍ଡ ସଭ୍ୟାସଭ୍ୟ
ଦାରିଙ୍ଗବାଡ଼ି,୨୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବୃହଦାଗାର ସମବାୟ ସମିତି ଲିଃର ବୋର୍ଡ ସଦସ୍ୟମାନେ ବିଭିନ୍ନ ଦାବି ନେଇ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ସକାଳଠାରୁ ଅନଶନରେ ବସିଥିଲେ। ତେବେ ଲିଖିତ ପ୍ରତିଶ୍ରୁତି ପାଇବା ପରେ ସଭ୍ୟାସଭ୍ୟମାନେ ୨୬ ଘଣ୍ଟା…
ସମବାୟ ସମିତି ବୋର୍ଡ ସଦସ୍ୟଙ୍କ ଆମରଣ ଅନଶନ: ଦାବି ଶୁଣୁନି ପ୍ରଶାସନ
ଦାରିଙ୍ଗବାଡି, ୨୦।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବୃହଦଗାର ସମବାୟ ସମିତି ଲିଃର ବୋର୍ଡ ସଦସ୍ୟ ମାନେ ବିଭିନ୍ନ ଦାବି ନେଇ ସମିତି କାର୍ଯ୍ୟାଳୟ ସମ୍ମୁଖ ରେ ସକାଳ ଠାରୁ ଅନଶନରେ ବସିଛନ୍ତି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଠାରେ…
ପୁଣି ଆମ୍ବଟାକୁଆ ମୃତ୍ୟୁ ପ୍ରସଙ୍ଗ ଉଠାଇଲା କଂଗ୍ରେସ: ମାଣ୍ଡିପଙ୍କାରେ ଜାତୀୟ କଂଗ୍ରେସ କମିଟି ସମ୍ପାଦିକା
ଦାରିଙ୍ଗବାଡି, ୨୦।୩ (ଅରୁଣ ସାହୁ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ବହୁ ଚର୍ଚ୍ଚିତ ଆମ୍ବ ଟାକୁଆ ଖାଇ ଗତ ନଭେମ୍ବର ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଏଥିରେ ଗୁରୁତର ହୋଇଥିଲେ।…
ହାତପାହାନ୍ତାରେ ମିଳିଲା ସରକାରୀ ସୁବିଧା, ୪୦ରୁ ଊର୍ଦ୍ଧ୍ୱ ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜୀକରଣ କଲା ବିଭାଗ
ବାଲିଗୁଡ଼ା,୨୦ା୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଖାଦ୍ୟ ନିରାପତ୍ତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସମସ୍ତ ଖାଦ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଖାଦ୍ୟ ନିରାପତ୍ତାକୁ କିଭଳି ପାଳନ କରିବେ ସେନେଇ ସଚେତନ କରାଯିବା ସହ ସେମାନଙ୍କୁ ଏହି ବ୍ୟବସାୟ କରିବା ପାଇଁ ନାମ…
ଦୀର୍ଘବର୍ଷ ହେଲା ନିଯୁକ୍ତି ନାହିଁ, ଆମରଣ ଅନଶନରେ ବସିଲେ ସମବାୟ ସମିତି ବୋର୍ଡ ସଦସ୍ୟ
ଦାରିଙ୍ଗବାଡ଼ି,୨୦ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଥିବା ବୃହତ ବହୁମୁଖୀ ସମବାୟ ସମିତି ଲିଃ ସମ୍ମୁଖରେ ଗୁରୁବାର ସକାଳୁ ସମିତିର ବୋର୍ଡ ସଦସ୍ୟମାନେ ଆମରଣ ଅନଶନରେ ବସିଛନ୍ତି। ଉକ୍ତ ସମବାୟ ସମିତି ଅଧୀନରେ ରହିଥିବା ୧୨ଟି ବିକ୍ରୟ କେନ୍ଦ୍ର ରହିଛି। ଏହି…
ବିଡିଓଙ୍କୁ ଭେଟିଲେ ଭାଜପା କର୍ମକର୍ତ୍ତା
ରାଇକିଆ,୧୯ା୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଭାଜପା ମଣ୍ଡାସର ମଣ୍ଡଳ ତରଫରୁ କର୍ମକର୍ତ୍ତାମାନେ ରାଇକିଆ ନୂତନ ବିଡିଓ ସବ୍ୟସାଚୀ ସାହୁଙ୍କୁ ଭେଟି ସାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏମ୍ପି ପ୍ରତିନିଧି ସନ୍ତୋଷ ଲେଙ୍କାଙ୍କ ନେତୃତ୍ୱରେ ମଣ୍ଡାସର ଅଞ୍ଚଳରେ ଯେପରି ବିକାଶ ମୂଳକ କାର୍ଯ୍ୟ…
ସୁନୀତା ଓ୍ବିଲିୟମଙ୍କ ନାଁରେ ଉତ୍ସର୍ଗ ହେଲା ଓୟୁଜେ ବୈଠକ
ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଡୁଲୁରୀ ପାଇନବଣ ପରିସରରେ ବୁଧବାର ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ )ର ସାଧାରଣ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୟୁନିୟନର କନ୍ଧମାଳ ଶାଖାର ଜିଲା ସଭାପତି ସୁଜିତ କୁମାର…
ବିଲାବାଡ଼ି ବୁଲାଣିରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୫ ଗୁରୁତର
ଖଜୁରୀପଡ଼ା ୧୮ା୩( ବିଦୁର ବେହେରା)- କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଜାମଝୋରି ନିକଟସ୍ଥ ବିଲାବାଡ଼ି ବୁଲାଣିରେ ମଙ୍ଗଳବାର ଅପରାହ୍ନରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବିନାୟକ ରାଜସ୍ବଦୀପ। ଏଥିରେ ଅନ୍ୟ…
ବନାଗ୍ନି ରୋକିବାକୁ ବନ ବିଭାଗର ଅଭିନବ ପ୍ରୟାସ : ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଉପାନ୍ତ ଅଞ୍ଚଳରେ ଜନ ସଚେତନତା
ବାଲିଗୁଡା, ୧୮।୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଡ଼ିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ରେଞ୍ଜର ହରିହର ବେହେରାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଫରେଷ୍ଟର ଯୋଗେଶ୍ୱର ଧାରୁଆ ଇନଚାର୍ଜ ଫରେଷ୍ଟର ସନ୍ତୋଷ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ ବିଟ ଫରେଷ୍ଟର…
ଅନାସ୍ଥା ଭୋଟ ନ ହେବା ଘଟଣା: ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ୱାର୍ଡ ସଭ୍ୟାସଭ୍ୟଙ୍କ ବିକ୍ଷୋଭ, ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ
ଦାରିଙ୍ଗବାଡି, ୧୮।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକଙ୍କ ଅନାସ୍ଥା ସମ୍ପର୍କରେ ଆଲୋଚନା ଓ ଗୁପ୍ତ ଭୋଟ ପାଇଁ ସୋମବାର ବାଲିଗୁଡା ଉପଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡି ତହସିଲଦାର ଶରତ ଶବର ପ୍ରିଜାଇଡିଂ ଅଫିସର…
୨୧ରୁ କନ୍ଧମାଳ ମହୋତ୍ସବ : ରାଇକିଆରେ ଛାତ୍ରୀଛାତ୍ରଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ
ରାଇକିଆ,୧୮।୩(ପ୍ରଦୀପ ବେହେରା): ୨୧ ତାରିଖରୁ ଆରମ୍ଭ ହେବାକୁ ଥିବା କନ୍ଧମାଳ ମହୋତ୍ସବ ଅବସରରେ ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଖେଳ ପଡ଼ିଆଠାରେ ବ୍ଲକ ପ୍ରଶାସନ ତରଫରୁ ମଙ୍ଗଳବାର ଛାତ୍ରୀଛାତ୍ରଙ୍କୁ ନେଇ ବ୍ଲକ ସ୍ତରୀୟ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କବାଡି,…
Archives


