ପୁଣି ଆମ୍ବଟାକୁଆ ମୃତ୍ୟୁ ପ୍ରସଙ୍ଗ ଉଠାଇଲା କଂଗ୍ରେସ: ମାଣ୍ଡିପଙ୍କାରେ ଜାତୀୟ କଂଗ୍ରେସ କମିଟି ସମ୍ପାଦିକା

ଦାରିଙ୍ଗବାଡି, ୨୦।୩ (ଅରୁଣ ସାହୁ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ବହୁ ଚର୍ଚ୍ଚିତ ଆମ୍ବ ଟାକୁଆ ଖାଇ ଗତ ନଭେମ୍ବର ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଏଥିରେ ଗୁରୁତର ହୋଇଥିଲେ। ଉକ୍ତ ପ୍ରସଙ୍ଗକୁ ପୁଣି ଥରେ ୫ ମାସ ପରେ କଂଗ୍ରେସ ଉଠାଇଛି। ଗୁରୁବାର ଜାତୀୟ କଂଗ୍ରେସ କମିଟିର ସମ୍ପାଦିକା ରୋଜାଲିନା ତୀର୍କୀମାଣ୍ଡିପଙ୍କା ଗସ୍ତ କରିଛନ୍ତି। ସେ ପ୍ରଥମେ ଦାରିଙ୍ଗବାଡି ଡାକ ବଙ୍ଗଳାରେ ଅପରାହ୍ନ ୨.୩୦ରେ ପହଞ୍ଚିଥିଲେ। ସେଠାରେ ବ୍ଲକ ଓ ଜିଲା କଂଗ୍ରେସ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଅପରାହ୍ନ ସାଢେ ୪ ଟାରେ ସେ ମାଣ୍ଡିପଙ୍କାରେ ପହଞ୍ଚିଥିଲେ। ସେଠାରେ ଆମ୍ବଟାକୁଆ ଖାଇ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ଭେଟି ଆଲୋଚନା କରିଥିଲେ। ପରେ ସେ ଗାଁ ମୁଖିଆଙ୍କଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଅକ୍ଟୋବର ଓ ନଭେମ୍ବର ସମୟରେ କୃଷି କ୍ଷେତ୍ର ରେ ଅମଳ ହୋଇନଥିବାରୁ ଚଳିବା ମୁସ୍କିଲ ହେଉଥିବା କହିଥିଲେ ଏଥିସହ ସରକାର କ୍ଷତିପୂରଣପ୍ରଦାନ କରିବେ ବୋଲି ବିଡ଼ିଓ ପ୍ରୀତିରଞ୍ଜନ ସୂଚନା ଦେଇଥିବା ଅଞ୍ଚଳବାସୀ ଜଣାଇଥିଲେ ଏବେ ମଧ୍ୟ କିଛି ନଳକୂପରୁ ଗୋଳିଆ ପାଣି ବାହାରୁଥିବା ମହିଳାମାନେ ଜଣାଇଥିଲେ।

ଏନେଇ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦିକା ରୋଜାଲିନ ତିର୍କୀ କହିଥିଲେ, ତାଙ୍କୁ ଏଠାକୁ ଆସିବା ପାଇଁ ରାହୁଲ ଗାନ୍ଧୀ ନିର୍ଦ୍ଦେଶ ଦେଇଥିଲେ। ସେ ଏଠି ଯେଉଁ ପରିସ୍ଥିତି ଦେଖିଲେ ସେ ସମ୍ପର୍କରେ ରାହୁଲ ଗାନ୍ଧୀଙ୍କୁ ଅବଗତ କରାଇବି ବୋଲି କହିବା ସହ ମାଣ୍ଡିପଙ୍କାରେ ଘଟଣା ଘଟିବା ପରେ ସେ ନିଜେ ଓ ରାଜ୍ୟର ନେତୃତ୍ୱମଣ୍ଡଳୀ ସେତେବେଳେ ଓଡିଶାର ରାଜ୍ୟପାଳଙ୍କୁ ଭେଟି ମାଣ୍ଡିପଙ୍କା ର ଘଟଣା ଜଣାଇବା ସହ ଲୋକଙ୍କୁ ସାହାଯ୍ୟ କରିବାକୁ କୁହାଯାଇଥିଲା। କିନ୍ତୁ କେବଳ ରେଡ଼କ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ପ୍ରଦାନ କରି ଆଉ କ୍ଷତିପୂରଣ ଦିଆଯାଇ ନ ଥିବା ଉଦବେଗଜନକ ଘଟଣା ଏବେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବା ଶୁଣି ୪ ଲକ୍ଷ ଲେଖାଏ କ୍ଷତିପୂରଣ ବାବଦକୁ ସହାୟତା ରାଶି ଦିଆଯିବ ବୋଲି ପ୍ରଶାସନ ତତ୍ପରତା ହେଉଛନ୍ତି ବୋଲି ସମ୍ପାଦିକା ରୋଜାଲିନ ଏବଂ ଅନ୍ୟମାନେ କହିଛନ୍ତି। ସେହିପରି ଅଙ୍ଗନାୱାଡି କେନ୍ଦ୍ର, ବିଦ୍ୟାଳୟ ଓ ଅନ୍ୟ ସାହି ରାସ୍ତା ଆଦି ଅବହେଳିତ ହୋଇରହିଥିବା ଅଭିଯୋଗ ହେଉଥିବା କହିଛନ୍ତି।

ସୂଚନାଯୋଗ୍ୟ ଯେ, ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୩ ମହିଳାଙ୍କ ମୃତ୍ୟୁପରେ ସରକାର ସେଠାରେ ନିୟମିତ ସାଧାରଣ ବଣ୍ଟନ ଚାଉଳକୁ ସଠିକ ସମୟରେ ବଣ୍ଟନ କରାଯାଉଥିବା ଓ ମାଣ୍ଡିପଙ୍କା ଗ୍ରାମରେ ବଣ୍ଟନ କେନ୍ଦ୍ର ବ୍ୟବସ୍ଥା, ସୋଲାର ପମ୍ପ ଯୋଗେ ଶୁଦ୍ଧ ଜଳ ଯୋଗାଣ, ପେଭର ରାସ୍ତା ନିର୍ମାଣ, ମାଣ୍ଡିପଙ୍କା ଠାରୁ କିଛି ଦୂରରେ ନେଟୱାର୍କ ବ୍ୟବସ୍ଥା ଆଦି କରାଯାଇଥିବା ମାଣ୍ଡିପଙ୍କାର ୱାର୍ଡ ସଭ୍ୟା ମଧୁସ୍ମିତା ବେହେରା ପାତ୍ର କହିଛନ୍ତି। ପ୍ରଦେଶ କମିଟିର ସମ୍ପାଦିକାଙ୍କ ଗସ୍ତ ସମୟରେ ଦକର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା,ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଯାକବ ପ୍ରଧାନ, ଫୁଲବାଣୀର ପୂର୍ବତନ ବିଧାୟକ ତଥା ପୂର୍ବତନ କନ୍ଧମାଳ ଏମପି ଅଭିମନ୍ୟୁ ବେହେରା,ଯୁବ କଂଗ୍ରେସ କର୍ମୀ ଆନସ ପ୍ରଧାନ, ଅମିର ଚାନ୍ଦ ନାୟକ, ଜିଲ୍ଲାପରିଷଦ ସଦସ୍ୟା ଦୀପିକା ମାଝୀ, ସମିତିସଭ୍ୟ ରୁଦା ମଲିକ, ସରପଞ୍ଚ କୁମାରୀ ମଲିକଙ୍କ ସମେତ ବହୁ ଦଳୀୟ କର୍ମୀ ମାଣ୍ଡିପଙ୍କା ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?