ନୂଆଁଖାଇ ପାଇଁ ଗାଁଠୁ ସହର ସବୁଆଡେ ପର୍ବର ମାହୋଲ
ଜୁନାଗଡ,୨।୯(ଡି.ଏନ.ଏ.) ମଙ୍ଗଳବାର ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଗତ କିଛିଦିନ ହେଲା ଗ୍ରାମରୁ ସହର ସବୁଆଡେ ପର୍ବର ମାହୋଲ ଦେଖିବାକୁ ମିଳିଛି । ହାଟ, ବାଟ, ମନ୍ଦିର, ପୋଖରୀତୁଠ, ଘରଦ୍ୱାର ସବୁ ଆଡେ ନୂଆଁଖାଇର ଝଲକ । ଇତିମଧ୍ୟରେ…
କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା :ପ୍ରଶାସନ ଉପସ୍ଥିତିରେ ଛତୁଆ ବଣ୍ଟନ
କେସିଙ୍ଗା,୨।୯(ଡି.ଏନ.ଏ.) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ମାସର ୧ ତାରିଖରେ ଛତୁଆ ବଣ୍ଟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲାପାଳ ସମଗ୍ର ଜିଲାର ୧୩ଟି ବ୍ଲକରେ ପ୍ରଶାସନିକମାନଙ୍କୁ ନିୟୋଜିତ କରାଇ ରବିବାର ୧ ତାରିଖରେ ବଣ୍ଟନ କରାଯାଇଛି । କେସିଙ୍ଗା ବ୍ଲକର…
ବସ୍ ଧକ୍କାରେ ଛାତ୍ରଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ୨୬ ନଂ. ଜାତୀୟ ରାଜପଥ ଅବରୋଧ
ଜୁନାଗଡ,୨।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମଥୁରା ଛକ ୨୬ ନଂ. ଜାତୀୟ ରାଜପଥରେ ରବିବାର ସକାଳେ ଏକ ଘରୋଇ ବସ୍ ଧକ୍କାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ମଥୁରା ଗ୍ରାମର ଧର୍ମାନନ୍ଦ…
ଉଧାର ଟଙ୍କା ନ ଦେବାରୁ ଠେଙ୍ଗାରେ ପିଟି ହତ୍ୟା : ଅଭିଯୁକ୍ତ ଅଟକ
କେସିଙ୍ଗା,୧।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଗାଈଗା ପଞ୍ଚାୟତର କେରୋକୁଡ଼ା ଗ୍ରାମର ଶୁକଦେବ ସା(୩୫)ଙ୍କୁ ସେହି ଗ୍ରାମର ବିଭୂତି ବୁଦ୍ଧିଆ (୩୦) ଠେଙ୍ଗାରେ ପିଟି ହତ୍ୟା କରିଥିବା ପୋଲିସ ସୂତ୍ରରୁ ପ୍ରକାଶ। ସୂଚନାନୁଯାୟୀ, ଶୁକଦେବଙ୍କୁ କିଛିଦିନ ତଳେ ବିଭୂତି ୬…
ଭବାନୀପାଟଣା ଟାଉନ୍ ଥାନା ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଲେ ବାସୁଦେବ ଛତ୍ରିଆ
ଭବାନୀପାଟଣା,୩୧।୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ୍ ଥାନା ଅଧିକାରୀ ଭାବେ ବାସୁଦେବ ଛତ୍ରିଆ ଗତ ଶୁକ୍ରବାର ଦିନ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ଥିବା ଆଇଆଇସି ସତ୍ୟ କୁମାର ନନ୍ଦଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସହରରେ ଟ୍ରାଫିକ୍ ନିୟନ୍ତ୍ରଣ ଓ…
ସେପ୍ଟେମ୍ବର ପହିଲାରୁ କଳାହାଣ୍ଡିରେ ଏମ୍ଭି ଆକ୍ଟ କଡ଼ାକଡ଼ି ଲାଗୁ
ଭବାନୀପାଟଣା,୩୧।୮(ଡି.ଏନ୍.ଏ.): ବର୍ତ୍ତମାନ ଯାନବାହନ ସଂଖ୍ୟା ବଢି ଚାଲିଥିବାରୁ ପ୍ରତିଦିନ ରାସ୍ତାରେ ଦୁର୍ଘଟଣା ଘଟୁଛି। ଏଥିରେ ବହୁ ଧନଜୀବନ ନଷ୍ଟ ହେଉଛି। ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବା ପାଇଁ ସରକାରଙ୍କ ପରିବହହନ ବିଭାଗ ପକ୍ଷରୁ ମୋଟରଯାନ ଧାରା ୧୯୮୮କୁ ପରିବର୍ତ୍ତନ କରି ନୂତନ ନିୟମ…
ପୌରକେଲାରୁ ନୂଆଦିଲ୍ଲୀ: ସେଦିନର ଫାର୍ମ ଲେବର, ଏବେ ଜେଏନ୍ୟୁର ଛାତ୍ର ସଂସଦ ସଭାପତି ପ୍ରାର୍ଥୀ
କର୍ଲାମୁଣ୍ଡା,୩୧।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମର ଜିତେନ୍ଦ୍ର ସୁନା (୨୯) ନାମକ ଯୁବକ ଏବେ ଜବାହାରଲାଲ ନେହେରୁ ଜାତୀୟ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ଚର୍ଚ୍ଚାରେ ରହିଛନ୍ତି। କୃଷି ଶ୍ରମିକ…
କଲମପୁର ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
କଲମପୁର,୩୧।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କଲମପୁର ବ୍ଲକ ପରିସରରେ ଶୁକ୍ରବାର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । କଲମପୁର ବିଡିଓ ହେମ ସାଗର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ ପଞ୍ଚାୟତରୁ ବହୁ ଭିନ୍ନକ୍ଷମ ଉପସ୍ଥିତ ଥିଲେ।…
ଉପଜିଲାପାଳଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ ଏକତା ପରିଷଦ କଳାହାଣ୍ଡି ଶାଖା
ଭବାନୀପାଟଣା,୩୧।୮(ଡି.ଏନ.ଏ.) ଜଙ୍ଗଲ ଅଧିକାର ଆଇନ ୨୦୦୬କୁ ଠିକ ଭାବରେ କାର୍ଯ୍ୟକାରୀ କରିବା ସହ ବ୍ୟକ୍ତିଗତ ଓ ସାମୂହିକ ଅଧିକାର ପ୍ରମାଣପତ୍ର ଏବଂ ମୋ ଜମି ମୋ ଡିହ ଯୋଜନା ଦ୍ୱାରା ହିତାଧିକାରୀମାନଙ୍କୁ ଘରଡିହ ପଟ୍ଟ ପ୍ରଦାନ କରାଯିବା ଆଦି ୭ଦଫା ଦାବି…
କୁଟିର ଶିଳ୍ପ ପ୍ରୋତ୍ସାହନ ପାଇଁ ସଚେତନତା କର୍ମଶାଳା
କର୍ଲାମୁଣ୍ଡା,୩୦।୮(ଡି.ଏନ.ଏ.):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲା ଶିଳ୍ପ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ଶୁକ୍ରବାର କୁଟିର ଶିଳ୍ପର ପ୍ରୋତ୍ସାହନ ପାଇଁ ଏକ ଜନସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ବିଧାୟ ଭୂପିନ୍ଦର ସିଂ ଯୋଗଦେଇ ଅଂଶ ଗ୍ରହଣକାରୀମାନଙ୍କୁ ସରକାରଙ୍କ…
ପାଥର୍ଲାରେ ଆଗୁଆ ନୂଆଁଖାଇ: ଗ୍ରାମଦେବତୀଙ୍କୁ ବରଣ କାର୍ଯ୍ୟଶେଷ
କେସିଙ୍ଗା,୩୦।୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଥର୍ଲା ପଞ୍ଚାୟତର ପାଥର୍ଲା, ବାହାଦୂରପଦର, ଓ ପାଲଗାପଡ଼ା ଗ୍ରାମରେ ଶନିବାର ନୂଆଁଖାଇ ପର୍ବ ପାଳନ ହେବ। ଏ ନେଇ ପାଥର୍ଲା ଗ୍ରାମରେ ଆଗୁଆ ନୂଆଁଖାଇ ଲାଗି ଶୁକ୍ରବାର ଗ୍ରାମଦେବତୀଙ୍କ ବରଣ କାର୍ଯ୍ୟ ଶେଷ ହୋଇଛି।…
ଚାକିରି ପ୍ରଲୋଭନ ଦେଖାଇ ୪୦ ଲକ୍ଷ ଟଙ୍କା ଠକେଇ: ଅଭିଯୁକ୍ତ ୱେସ୍କୋ ଲାଇନ୍ମ୍ୟାନ ଫେରାର
ଭବାନୀପାଟଣା,୩୦।୮(ଡି.ଏନ.ଏ.)-ଭବାନୀପାଟଣାର ଜଣେ ଓ୍ବେସ୍କୋ ଲାଇନ୍ମ୍ୟାନ ଚାକିରୀ ପ୍ରଲୋଭନ ଦେଖାଇ ଏକାଧିକ ଯୁବକଙ୍କଠାରୁ ପ୍ରାୟ ୪୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ନାମ ଜ୍ୟୋତି ରଞ୍ଜନ ସାମଲ ା ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ଅଭିଯୋଗ ହେବା…
Archives


